ଏ ବନର ଛାଇ
ଏ ବନର ଛାଇ


ଏ ବନ ର ଛାଇ ଯହିଁ ପ୍ରଥମ ......
ହଁ ପ୍ରଥମ ଥର ଦେଖି ହିଁ ଏ ମନ ତାଙ୍କ ଠି ବନ୍ଧା ପଡିଯାଇଥିଲା, ଏତେ ଲମ୍ବା କଳା ଘୁମୁର ଅଣ୍ଟା ଯାଏ ପିନ୍ଛତାର ପରି ମୁକ୍ତକେଶୀ ସେ ,ତା ସାଙ୍ଗକୁ ମୀନ ପରି ଆଖି ଆଉ ସରୁ ଧାରେ ହାଲକା ହସ ଆଖିକୁ ତାଙ୍କ ଠି ଲାଖି ରଖେଇବାକୁ ଯଥେଷ୍ଟ ଥିଲା ।କୃଷ୍ଣା ଙ୍କ ପରି ଦିଶୁଥିଲେ ସେ ।
ହଁ କରିବା ଛଡା ଉପାୟ କଣ ଥିଲା ଯେ ଆଉ ,ମନ ଟା ସେଠି ଛାଡି ଖାଲିରେ ଚାଲିଆସିଲେ ବନ୍ଧୁ ବାନ୍ଧବ ଙ୍କ ସହ ।ବାହାଗଣ୍ଠି ପରେ ଜାଣିଲେ , ବେଶ୍ ଖୁସିବାସିଆ, ମନୋଇ ଆଉ କାଚ ପରି ପାରଦର୍ଶୀ ଡେଣା ଥିବା ପ୍ରଜାପତି ଟିଏ ହାତରେ ବସିଛି ନିଜ ଖୁସିରେ ।କେବେ ଫୁଲ କେବେ ପ୍ରଜାପତି ର ଅଭିସାର ସାଜୁଛି ।
ସବୁ ଗୋଟିଙ୍କୁ ଆପଣେଇ ପଣତ କାନିରେ ସଜାଡି ନେଇଥିଲେ ସଂସାର ମୋର ।
ଦିନ ସବୁ ସ୍ବପ୍ନ ପରି ବିତୁଥିଲା ଘାସର କଅଁଳ ନୀଡରେ ।
***************************
ଦିନେ ସେ ଅନ୍ୟ ଅନେକ ରଙ୍ଗୀନ ସ୍ବପ୍ନ ସବୁ ସାଥି ହେଇ ପିକନିକ୍ ଯାଇଥିଲେ, ଢେଉରେ ଖେଳିଲେ, ବାଲିରେ ଘର ତୋଳିଲେ, ସମୁଦ୍ର ଶିଖେଇଲା, ଯେତେ ବାଲି ଅଛି ନା .....ସରିବନି ।ଯେତେ ବାଲୁକା ମହଲ ଭାଙ୍ଗିଲେ ବି ନୂଆ ଗଢିହୁଏ । ତୁ ଗଢ ମନଭରି ।କେତେ ଦିନ ଅବା ଜୀବନ, ଗଣା ପବନ କୁ କି ଭରସା ।ମନ ଭରି ଖୁସି ହେ ।
ସେମାନେ ହେଲେ ଅନେକ ଖୁସି ସବୁ ତୁଳନା କୁ ଭୁଲି ।
ଫେରିଲେ ନୀଡକୁ ସନ୍ଧ୍ୟା ରେ , ପାରିଦେଲେ ହାଲିଆ ଦେହ ଶେଜ ଉପରେ , ସେମିତି ସୁନ୍ଦର ହସି ସହ କହିଲେ
_ଭାରି ଭଲ ଲାଗିଲା ମ ଦିନ ଟି ,ଫେରିଗଲି ଯେମିତି ମୋ ନିଜ ଦୁନିଆ କୁ ।ଝିଅ ବେଳ ପରି ।
_ପାଣି ଟୋପେ ପିଅନ୍ତି,..... ଏଇ ଶୁଣ ! କମଳା ଟେ ଛଡେଇ ଦିଅନ୍ତନି ।
_ହଁ ।
_ ଏଇ ଝୁମା ଝୁମା ଗୋଲାପି ବେଳାରେ, ସାଥୀ ତୁମ ସ୍ମୃତି ନେଇ
ଆହୁରି ନିଜର ..........
ଗୁଣୁଗୁଣେଇ ଚାଲିଥିଲେ ସେ, ମୁଁ ମଦହୋସ ଏବେବି ସେ ସ୍ବର ରେ ।
ସ୍ବର ଟି ତରଳି ବାସ୍ନାୟିତ କରୁଥିଲା ରୁମ୍ ସାରା ।ମୁଁ ପୁଣି ସେଇ ଝିଅ ଦେଖା ଦିନକୁ ଫେରିଥିଲି ।ପ୍ରଥମ
ଏ ବନ ର ଛାଇ ଯହିଁ ......
_ଗୀତ ଆମ ଦୁହିଁଙ୍କର ସ୍ପନ୍ଦନ ଥିଲା, ଆମେ ବେସୁରା ପଛେ ହଉ ଏକାଠି ସୁର କରି ଗାଉଥିଲେ ଜହ୍ନ ରାତିରେ ଅନେକ ତାରାଙ୍କ ମଝିରେ ଆମ ଛାତରେ ।ଘର ଛାତ କୁ ସମୁଦ୍ର ଶବ୍ଦ ଶୁଭେ ।
ସଭିଏଁ କୁହନ୍ତି ସମୁଦ୍ର କାଳେ ଗର୍ଜେ, ତୁମେ କୁହ ନା ସେ ତାଳ ଦିଏ ଆମ ଗୀତ କୁ ।ଏକାଠି ହସି ଉଠୁ ଆମେ ।କଣ ମନେ ଅଛି ତ ନା ନାଇଁ କିଓ।
ହସୁଥିଲେ ଧିରେ ଧିରେ ତଲ୍ଲିନ୍ନ ହୋଇ ।ଶୁଣୁଥିଲେ ଅଦୃଶ୍ୟ ସବୁ ।
_ବୟସ ଦୋଷେ ବିସ୍ମରି ଦେଲଣି କିଓ ।ହେଇନି ତ ଧବଳ ଚଷମା ତଳ ।ହା ହା ।ଚାଳିଶି କଣ ଗୋଟେ ବୟସ ।
ଚୁପ୍ ଚାପ୍ ଟିକେ ,ପବନ ସିର୍ ସିର୍ ।ପରଦା ଶିହରିଗଲେ କେଜାଣି କାହିଁକି ।
ମନ ଦେଇ ଶିରା ଶିରା ଧଳା ଗାର ସବୁ ସଫା କଲେ କମଳା ରୁ ନିଜେ କେଦାର ।
_ ନିଅ ତମ ପ୍ରିୟ ଫଳଟି ।ପୁରା ତୁମ ମନକୁ ପାଇଲା ପରି ସଫା କରିଛି, ବାଛି ପାରିବନି ମ ।ସେଇଠି ଗଡିକି ଖାଅ ।
କ'ଣ ଉଠୁନ ଯେ ।ଏତେ ହାଲିଆ ନା କଣ ?
ପ୍ଲେଟ୍ ଟି ହାତ ପାଖକୁ ରଖିଦେଇ ନିଜେ ଗଡି ପଡିଲେ ପାଖରେ ।
ଓହୋଃ .....ଥକା ଲାଗିଲା ନୁହେଁ କିଓ ,କିନ୍ତୁ ଭଲ ବି ଲାଗିଲା ମ ।ମଝିରେ ମଝିରେ ଏମିତି ଟିକେ ଯିବା, ଡେଣା ଝାଡି ଉଡି ଆସିବା ।
ଆରେ କସ୍ତୁରୀ ଶୁଣ ! ଆଜି ସେ .....
ଅନେକ କଥାର ସୂତାଖିଅ ଦେଖାହବା ଦିନରୁ ଯେ ଆଜିଯାଏଁ ।ଭଲ ଲାଗେ ନା ବେଳେ ବେଳେ ଫ୍ଲାସ୍ ବ୍ଯାକ୍ ।ମେମୋରୀ ଲେନ୍ ରେ ଆଉଥରେ ।
ହାତରେ ହାତ ବାଜିଗଲା ।
ଆରେ ତମ ହାତ ଏତେ ଥଣ୍ଡା ଯେ ,ଶୀତ ଲାଗୁଛି କି ? ରୁହ କମଳ ଟା ଘୋଡେଇଦଉଛି ।
କିନ୍ତୁ ତୁମେ ଏମିତି ପୁରା ଥଣ୍ଡା କଣ ?? କଥା କୁହ ।କମଳା ନିଅ ।
କସ୍ତୁରୀ, କସ୍ତୁରୀ.....ଏ କସ୍ତୁରୀ ।ଆରେ .....କିଏ ଅଛରେ !
********************
ଡାଇବେଟିସ୍ ଆଉ ବି : ପି ଫୁଡ୍ ଚାର୍ଟ ଟି ଦେଖି ଦେଇ ,
ବଞ୍ଚିବା ତ ଖୁସି ରେ ।ଖାଇଲେ ଯିବା, ନ ଖାଇଲେ ଯିବା ।ତ ଅଖିଆ ଦୁଃଖିଆ କାହିଁକି ଯିବା ।ମନ ଭରି ଜୀବନ କୁ ବଞ୍ଚିବା ।ମରିବା ଯାଏ ବଞ୍ଚିବା ।ଯେତେ ସମୟ ହସିଥିବା ବଞ୍ଚିଥିବା ।କହୁଥିଲେ ଆଉ ହସୁଥିଲେ ।
ମତେ ବୁଝେଇବାକୁ ଚାହୁଁ ଥିଲେ ବୋଧେ କିଛି ସେ ।
ଡାକ୍ତର ବୁଝେଇବାର ଚେଷ୍ଟା କରୁଥିଲେ ।ନା ନା ଯାହା କୁହନ୍ତୁ, ଖିରା ଟା ମୋର ଭାରି ପ୍ରିୟ ।ଆଉ ମାଛ ଟି ବି ।ପାରି ହବନି । ହସ ଭାସୁଥିଲା ଚାରିଆଡେ ।
ଆପଣଙ୍କୁ ପାରିହବନି, ଡାକ୍ତର କହିଲେ ।
ଏଇ ତ ମାସକ ତଳର କଥା ଏସବୁ ।
ଆଜି ଡାକ୍ତର କହୁଛନ୍ତି କୁଆଡେ ଷ୍ଟୋକ୍ ।
ଏତେ ମନୋଇ ହେଲେ ହବ କି !
ହସକୁରୀ ଝିଅଟିକୁ ବି ଷ୍ଟ୍ରୋକ ହୁଏ ?
ଠିକ୍ ଚେକ୍ ହେଇଛି ତ ??
କଣ ଚିନ୍ତା ଥିଲା ସେ ଫୁଲ ଦାନୀଟିରେ ?
ଏମିତି କଣ କିଏ ଗୀତ ଗାଇ ଗାଇ ଯାଇ ପାରେ। ???
ମୋର ଅନେକ ସ୍ବପ୍ନ ଆହୁରି ବାଣ୍ଟିବାର ଥିଲା ତାଙ୍କ ସହ ।ସେ ସବୁ କୁ ଏବେ କଣ ମକଚି ମାକିଚି ଫିଙ୍ଗି ଦେବି ????
ତାଙ୍କର କଣ କିଛି କହିବାର ନଥିଲା ମତେ?
ପ୍ରଶ୍ନ ସବୁ ଖାଇ ଗୋଡଉଥିଲେ ।
********
ସମସ୍ତେ କହୁଥିଲେ ଏତେ ତ ଖୁସିମିଜାଜ୍ ଲୋକ, ଏମିତି କଣ ହଠାତ୍ .......ଯାହା କୁହ ,ସୁଖ ମୃତ୍ୟୁ ।ଅଇସୁଲକ୍ଷ୍ଯଣୀ ।ଭାଗ୍ୟ ଲକ୍ଷ୍ମୀ ।
କେଦାର ଭାବୁଥିଲେ, ଆଉ ମୁଁ ???
କିଏ କହିବ ମୋର ଦୋଷ କ'ଣ ???
ଏ ଜୀବନ ମାନେ ନୁହେଁ ଆହା ........।