ଦମ୍ପତ୍ତି
ଦମ୍ପତ୍ତି
ତୁମେ ଭଲ ତ ମୁଁ ଭଲ ,ମୁଁ ଭଲ ତ ଆମ ସଂସାର ଭଲ ,ଆମେ ଦୁହେଁ ଭଲ ତ ଆମ ର ଦୁଃଖ କଣ ବୋଲି କହୁଥିବା ଦମ୍ପତ୍ତିଙ୍କର ଏଵେ ଘୋର ଚିନ୍ତା ,ଜଣେ ଚାଲିଗଲେ ଆର ଜଣକ ଚଳିବ କିପରି ?ଦୁହେଁ ଏଵେ ବାର୍ଦ୍ଧକ୍ୟ ଦ୍ୱାର ଦେଶରେ ,ଆଉ ଦୁହେଁ ପୁଅ ଝିଅ ବାହା କରିବା ସହ ସୁନ୍ଦର ଘରଟିଏ କରି ସୁଖରେ ଥାନ୍ତି ଶୁକ ଶାରୀ ପରି ,ଆଉ ପରସ୍ପର ଭିତରେ ସ୍ନେହ ,ପ୍ରେମ ,ଆନ୍ତରିକତା ତଥା ସହୃଦୟତା ଭରି ରହିଥାଏ ,କେବେ କେବେ ପୁଅ ବା ଝିଅ ପାଖକୁ ଗଲେ ,ଦି ଚାରି ସପ୍ତାହରେ ,କାହିଁକି କେଜାଣି ଭାରି ଅଣନିଶ୍ଵାସୀ ଲାଗେ ,ତ ଦୁହେଁ ଫେରିଆସନ୍ତି ଗୃହରେ ବିଭିର୍ଣ୍ଣ କାମଥିବାର ବାହାନାରେ ,ଯଦିଓ ଘରେ ନରହିଲେ ଘର ଠିକ ରହିବନି ବୋଲି ସମସ୍ତେ ଜାଣନ୍ତି l
ଦୁହିଁଙ୍କର ପେନସନ ,ଦୁହେଁ ଶିକ୍ଷିତ ଓ ସ୍ୱାବଲମ୍ବୀ ଓ ସ୍ବାଭିମାନୀ ,ଦୁହିଁଙ୍କର କିଛି ନିଜସ୍ୱ ମତାମତ ,ଚିନ୍ତା ,ଅନୁଭୂତି ଓ ଅଭିଜ୍ଞତା ଅଛି ନିଶ୍ଚିନ୍ତ ,କିନ୍ତୁ ଅନ୍ୟ ପାଖେ ନିର୍ଭରଶୀଳ ହୋଇ ଚଳିବାର କଳା ହୁଏତ ସ୍ୱତନ୍ତ୍ର ଆଉ ସବୁ ପରିବେଶରେ ଚଳିଯିବାର କୌଶଳ ମଧ୍ୟ ବହୁ ଶାହନଶୀଳତାର କଥା ,ବହୁ ଖାପଖୁଆଇବାର କଥା ,ଆଉ ସେ ଗୁଣ କାହା ପାଖରେ କେତେ ଯେ ,କିଏ କେମିତି ଭବିଷ୍ୟତ ରେ ଚଳିପାରିବାର ଚିନ୍ତା ଦମ୍ପତ୍ତିଙ୍କୁ ଘରୁ ଥିଲା ବେଳେ ,ସାହିରୁ ଦୁଇ ପଡୋଶୀ ବୁଢ଼ୀ ,ଆଗ ପଛ ହୋଇ ଚାଲିଗଲେ ,ଅଫେରା ରାଜ୍ୟକୁ .ସେ ଦୁହିଁଙ୍କୁ ସଧବା ବେଶ ରେ ଦେଖିଥିଲେ ,ଏହି ଦୁଇ ଦମ୍ପତ୍ତି ,ଆଉ ଦେଖିଥିଲେ ମଧ୍ୟ ସେମାନଙ୍କ ବୈଧବ୍ୟ ଜୀବନର ସନ୍ତୁଳନ ,ଜଣେ କେତେ ଅସହାୟ ଭିତରେ ,ଜଣେ ଥିଲେ ପୁଅ ପାଖରେ ,ଆଉ ଜଣେ କେତେ ଅସହାୟ ଭିତରେ ଝିଅ ପାଖରେ l
ଆମେ ଦୁହେଁ ସେମାନଙ୍କ ଜୀବନକାଳ କଥା ସ୍ମରଣ କରି ନିଜ ଭବିଷ୍ୟତ ଆଶଙ୍କା କରି ବୁଝିଯାଇଥିଲୁ ଜଣଙ୍କ ବିନା ଆଉ ଜଣେ ନିହାତି ନିସଙ୍ଗ ଆଉ ଅଧୁରା .ଯଦି ଜଣକୁ ହରେଇଲେ ଅନ୍ୟ ଜଣେ ନିଜେ ନିଜର ହୋଇ ଚଳିଯିବ ତ ସବୁଠୁ ଭଲ ,ନଚେତ ଅନ୍ୟ ସଂସାରରେ ନିଜକୁ ସାମିଲ କରିନେବା ବହୁତ କଷ୍ଟ .ସ୍ୱାମୀଙ୍କର ଏ କଥାରେ ସ୍ତ୍ରୀଙ୍କର କିନ୍ତୁ ଆଶଙ୍କା ,ମୁଁ ମରିଯିବା ପରେ ତୁମେ ଆଉ କାହାକୁ ଆଣିବନି ,କିଏ କହିବ ? ସ୍ତ୍ରୀଙ୍କର ଏ ପ୍ରଶ୍ନରେ ରସିକତା କରୁଥିଲେ ସ୍ୱାମୀ ,ତୁ ତ ମୋର ,ମୁଁ ତ ତୋର ,ଆଉ ସମସ୍ତେ ପର ଏ କଥାରେ କିନ୍ତୁ ମନ ମାନୁ ନଥିଲା ,ସ୍ତ୍ରୀଙ୍କର ,ସନ୍ଦେହ ଦୃଷ୍ଟି ପହଁରେଇ ସ୍ୱାମୀଙ୍କୁ ଚାଁହୁଥିଲେ ସ୍ତ୍ରୀ l

