Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ଦୀର୍ଘନିଶ୍ବାସ

ଦୀର୍ଘନିଶ୍ବାସ

2 mins
146



  ଯିଏ ଯେତେ ବାଟୋଇ ଓ ଆଖ ପାଖ ଘରର ଲୋକ ସବୁ ବାହାରି ବିଭିନ୍ନ କାମ ପାଇଁ ସେଇ ବାଟ ଦେଇ ଯାଉଥିଲେ ତ କୃତ୍ୟ କୃତ୍ୟ ହୋଇଯାଉଥିଲେ କାରଣ ଗାଇ ବାଛୁରୀ ଦୁଇ ହଳ ପାଖାପାଖି ଠିଆ ହୋଇଥିଲେ ଓ ବାଛୁରୀ ଦୁଇଟି ମାଆ ଠାରୁ କ୍ଷୀର ଖାଇଲାଗିଥିଲେ, ତେଣୁ ବାସ୍ତୁ ଅନୁଯାୟୀ ନିହାତି ଶୁଭ ସଂକେତ, ତ ଯିଏ ବି ଯାଉଥିଲେ ଟିକେ କଣେଇ ଚାହିଁ, କିଏ ଟିକେ ଛୁଇଁ ଦେଇ ତ କିଏ, "ଫ୍ଲାଇଙ୍ଗ କିସ୍ସ " ଭଳି କିଛି ଢଙ୍ଗଢାଙ୍ଗ ରେ ଦେଖେଇ ଘରୁ ବାହାରିବା ନିଶ୍ଚୟ ଶୁଭପ୍ରଦ ମନେକରି ଶାନ୍ତିର ନିଶ୍ୱାସ ପହଁରେଇ ଚାଲିଯାଉଥିଲା ବେଳେ ମୁଁ ଛାତ ଉପରୁ ଦୀର୍ଘନିଶ୍ବାସ ଟିଏ ନଛାଡି ରହି ପାରୁନଥିଲି l

   କିଛି ଦୂରରେ ବଡ଼ଷଣ୍ଢ ଟି ଛୋଟେଇ ଛୋଟେଇ ବହୁ କଷ୍ଟ ରେ ଅତିକ୍ରମ କରୁଥିଲା ରାସ୍ତା, ଆଉ ଖଣ୍ଡିଆ ଗୋଡ଼ କୁ ତାର ବେଢ଼ିଯାଉଥିଲେ ମାଛି ଓ ମଶା, ମୋର ଠିକ ମନେ ଅଛି ଏହି ଷଣ୍ଢଟି ଟିକେ ଛୋଟ ଥିଲାବେଳେ ଆମ ଆଗପଟ ଅଧାତୋଳା ଘର ପଶିଯାଇ ଶୋଇଯାଉଥିଲା, ଦୁଇଟା କୁକୁର ମଧ୍ୟ, ତ ପେଜ ତୋରାଣି ଯାହା ପରିବା ଚୋପା ଦିଆଯାଏ ଷଣ୍ଢଟିକୁ ଆଉ ବଳକା ଖାଦ୍ୟ କୁକୁର ଦୁଇଟିଙ୍କୁ, ହେଲେ କାଳକ୍ରମେ ଘର ତିଆରି ସରି କବାଟ ଲାଗିଗଲା ତ ଷଣ୍ଢଟି ବାହାରେ ଆସି ଠିଆ ହୁଏ ଆଉ ଆମେ ତାପାଇଁ ସାଇତି ଥିବା ପେଜ ତୋରାଣି ବାଲଟି ତା ମୁଁହରେ ଥୋଉ, ତ ରାତିରେ ସେ ଆଶ୍ରୟ ନିଏ, ହେଲେ ଅନ୍ୟ ଅନ୍ୟ ଷଣ୍ଢ ସବୁ ଆସି ତାସହ ଏକରକମ ଯୁଦ୍ଧ କରନ୍ତି ତ ଦେଖାଣିଆ ମାନେ, ଅନ୍ୟ ଷଣ୍ଢ ଜିତିଯାଉ ଚାନ୍ହାନ୍ତି, କାହିଁକିର ପ୍ରଶ୍ନରେ ଛନ୍ଦି ହେଉଥିଲା ବେଳେ ସତକୁ ସତ ଏ ଷଣ୍ଢ ହାରେ ଓ ଲୋକମାନେ ଏହି ଷଣ୍ଡ କୁ ଆହୁରି କ୍ଷତାକ୍ତ କରିବାକୁ ଅନ୍ୟ ମାନଙ୍କୁ ଘାଉଡ଼େଇ ଆଣନ୍ତି ତା ପାଖକୁ , ତ ବୁଝିହୁଏନି କାହା ମତଲବ ଯଦିଓ ଆମ ଘରୁ ଷଣ୍ଢ ପ୍ରତି ଆସ୍ୱାଶନା କାହିଁକି କମିଯାଏ ଧୀରେ ଧୀରେ, ହେଲେ ଷଣ୍ଢ ଆମ ପଡୋଶୀର ଗାଇ ଗୁଡିକ ପ୍ରତି ନଜର ରଖି ପ୍ରହାର ଖାଉଥାଏ ଥରକୁ ଥର ତ ଦେହସୁହା ହୋଇଯାଏ ସେ ଦୃଶ୍ୟ, ଆଉ ଆଜି ବେଳକୁ ବେଳ କ୍ଷତାକ୍ତ ହୋଇ ଏହି ଅଞ୍ଚଳ ରେ ସେ ଏପଟ ସେପଟ ହେଉଛି ତ ତା ଆଡକୁ କାହାର ନଜର ନାହିଁ l

   ଠିଆ ହୋଇଥିବା ଗାଇ ବାଛୁରୀ ଦୁଇ ଯୋଡ଼ିଙ୍କ ଭିତରୁ ଦୁଇ ବାଛୁରୀ ର ବାପା ତ ନିଶ୍ଚୟ ଏହି ବଡ଼ଷଣ୍ଢ କିନ୍ତୁ ବାଛୁରୀ ଦୁଇଟି ଯେ ଭବିଷ୍ୟତର ଷଣ୍ଢ, ଏଇଥିପାଇଁ କି କଣ ମୋ ମନ କାହିଁ ଅକାରଣ ରେ ଆଶଙ୍କିତ ହେଉଥିଲା l

  ବର୍ଷା ପବନ ଲାଗି ରହିଛି ତ ବାଡ଼ିପଟେ କୁକୁର ଟିଏ ପିଲା କରିଛି, ତାକୁ କିଛି ଖାଦ୍ୟ ଦେବାକୁ ଯିବାକୁ ଗଲାବେଳେ ଷଣ୍ଢ ଉପରେ ନଜର ପଡିଗଲା ତ ସେଇ ସୃଷ୍ଟିକର୍ତ୍ତା ରକ୍ଷାକର୍ତ୍ତା ମୁରାରୀ ବୁଝିବେ ସେମାନଙ୍କ ଦୁଃଖ, କି ଯିବାସ୍ମ ସହର କରିବେ ଦିନେ! ଷଣ୍ଢ, କୁକୁର ମାଙ୍କଡ଼ ବିଲେଇ ଭଳି ନିରୀହ ଜନ୍ତୁଗୁଡା ବି ବହିର ଛବି ସାଜିଥିବେ ପରପିଢ଼ି ପାଇଁ ହୁଏତ ଭାବି ପୁଣି ଦୀର୍ଘନିଶ୍ବାସ ପକାଉଥିଲି l


Rate this content
Log in

Similar oriya story from Abstract