Sambit Srikumar

Abstract Tragedy Classics

4.5  

Sambit Srikumar

Abstract Tragedy Classics

ଧର୍ମଯୁଦ୍ଧ ପ୍ରେମର!

ଧର୍ମଯୁଦ୍ଧ ପ୍ରେମର!

2 mins
323


କୁହାଯାଏ, ପ୍ରେମ ଓ ଯୁଦ୍ଧରେ ସବୁକିଛି ବୈଧ, ଯଥାର୍ଥ ଏବଂ ସମ୍ଭବ! ଆଉ ଯେତେବେଳେ ପ୍ରେମ ଓ ଯୁଦ୍ଧ, ଧର୍ମ ପାଇଁ ଧର୍ମ ନିମିତ୍ତ କରାଯାଏ ଫଳାଫଳ ଯାହା ହେଉନା କାହିଁକି ସେବେ ପ୍ରେମିକ ରୂପୀ ଯୋଦ୍ଧା ସ୍ବର୍ଗ ପ୍ରାପ୍ତ ହୁଏ। ସେଠାରେ ସଂଖ୍ୟାଧିକ ଅପସରୀଗଣ ତାହାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରନ୍ତି।

ଏଇ ଭ୍ରାନ୍ତ ଧାରଣାକୁ ଗଣ୍ଠିଧନ କରି ଅସୀମ କୁମାର ନାମକ ଯୁବକ ଯେ କେତେ ଅନୁଢା ତରୁଣୀଙ୍କ ଜୀବନ ନଷ୍ଟ କରିଛି ତାହାର ହିସାବ ନାହିଁ। ଏଇଟା ଅବଶ୍ୟ ତା'ର ସୌକ ଥିଲା। ଆଉ ଏହାର ଅନ୍ତରାଳରେ ଥିଲା ସ୍ବର୍ଗ ପ୍ରାପ୍ତ ହେବାର ଅଦମ୍ୟ ଲାଳସା। ତଥାକଥିତ ଯୋଦ୍ଧା ସ୍ବର୍ଗ ପ୍ରାପ୍ତ ହୁଏ କି ନାହିଁ ତାହା କାହାରିକୁ ନିର୍ଦ୍ଦିଷ୍ଟ ଭାବେ ଜଣା ନାହିଁ କିମ୍ବା ଜାଣିବାର ସୁଯୋଗ ମଧ୍ଯ ନାହିଁ। କାରଣ ନିଜେ ମଲେ ତ ହିଁ ଜଣେ ସ୍ବର୍ଗ ଦେଖିବ! ସ୍ବର୍ଗରେ କଣ ହେବ ଦୂରର କଥା କିନ୍ତୁ ଏହି ଅନ୍ଧବିଶ୍ୱାସ ପାଇଁ ମର୍ତ୍ତ୍ୟମଣ୍ଡଳର ହାଲ୍ ବେହାଲ୍।

ଧର୍ମୀୟ ବିଦ୍ବେଷର ପୃଥିଧ୍ବଂସୀ ମହାସମରରେ ଧର୍ମ ଯୋଦ୍ଧା ସାଜିବାକୁ ନିଜ ପୈତୃକ ପରିଚୟ ବଦଳାଇ ଦେଇ ଅହମ୍ମଦ ଅଜିମ୍ ସେଖ୍ ପାଲଟି ଯାଇଥିଲା ଅସୀମ କୁମାର। ସୁଗଠିତ ସୁଠାମ ଶରୀର, ଗୌର ବର୍ଣ୍ଣ। କପାଳରେ ଚନ୍ଦନ ତିଳକ ଲେପି ଦୁନିଆଁକୁ ପ୍ରତାରଣାର ବହ୍ନିରେ ଜାଳି ପୋଡ଼ି ଛାରଖାର କରି ଦେବାକୁ ସେ ଥିଲା ବଦ୍ଧପରିକର।

ଭିନ୍ନ ଧର୍ମର ନୀରିହ ଯୁବତୀଙ୍କୁ ପ୍ରେମ ଫାସରେ ଫସାଇ ଧର୍ମାନ୍ତରୀତ କରିବା ଥିଲା ପ୍ରଧାନ କାର୍ଯ୍ୟ। ଦୁନିଆଁକୁ କାଫେର୍ ମୁକ୍ତ କରିବା ପାଇଁ ସତେ ଯେମିତି ତା'ର ଜନ୍ମ। ଏଥିପାଇଁ କଟ୍ଟରପନ୍ଥୀ ସଂଗଠନ ପକ୍ଷରୁ ପ୍ରଚୁର ଅର୍ଥ ମଧ୍ୟ ମିଳୁଥିଲା ତାକୁ। ନା ଥିଲା ଆଇନକାନୁନର ଭୟ ନା ଥିଲା ପାପପୁଣ୍ୟର ବିଚାର ନା ବିବେକର ଦଂଶନ।

ମଥାରେ ସବାର୍ ଥିଲା ସୈତାନ୍! ଅହରହ ଉସୁକାଇବାରେ ବ୍ଯସ୍ତ ଥିଲା ତାକୁ। ପାପର ଘଡ଼ି ପୂର୍ଣ୍ଣ ହୋଇ ଆସୁଥିଲା ଛଦ୍ମବେଶୀ ଅହମ୍ମଦ ଅଜିମ୍ ସେଖ୍ ଓରଫ୍ ଅସୀମ କୁମାରର। ଯେବେ ପହିଲି ନଜରରେ ପିତୃ-ମାତୃହରା ଅନାଥ ଅନୀତା ଦାସକୁ ମନ ଦେଇ ବସିବାର ଅଭିନୟ ମଞ୍ଚସ୍ଥ କରୁଥିଲା ଜହ୍ଲାଦ ଜେହାଦୀ।

ଏକ ସଡ଼କ ଦୁର୍ଘଟଣାରେ ଆପଣାର ମାତାପିତାଙ୍କୁ ହରାଇ ବୃଦ୍ଧ ଅଜା ଆଈଙ୍କ ସାହାରାରେ ଜୀବନକୁ ସଜାଡ଼ିବା ପାଇଁ ଚେଷ୍ଟିତ ଥିଲା ନିରିମାଖି ଅନୀତା ଦାସ। ବେଶ୍ ମେଧାବୀ ଏବଂ ପରିଶ୍ରମୀ ଛାତ୍ରଟିଏ ଥିଲା ସିଏ। ନୂଆ ନୂଆ କଲେଜରେ ନାମ ଲେଖାଇଥିଲା ସିଏ। ଆଖିରେ ଆଖିଏ ଆଶା। ସମସ୍ତ ବାଧାବିଘ୍ନ ଅତିକ୍ରମ କରି ଆକାଶ ଛୁଇଁବାର ଅଦମ୍ୟ ଇଚ୍ଛାଶକ୍ତିର ଅଧିକାରିଣୀ ଥିଲା ସିଏ।

କେଜାଣି କାହିଁକି ତା'ର ସ୍ବପ୍ନକୁ ଗ୍ରାସ କରିବାକୁ ରାହୁ ବେଶୀ ଅଜିମ୍ ସେଖ୍ ଟାକି ବସିଥିଲା। ବାରମ୍ବାର ପ୍ରେମ ନିବେଦନ କରି ବିଫଳତାର ସ୍ୱାଦ ଚାଖିବା ପରେ ବିଚ୍ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଏସିଡ୍ ଢାଳି ଅନୀତାକୁ ଜାଳି ଦେଇଥିଲା ଜହ୍ଲାଦ। ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତା'ର ମୃତ୍ୟୁ ଘଟିଥିଲା। ମୃତ୍ୟୁକାଳୀନ ଜମାନବନ୍ଦୀରେ ଅପରାଧୀର ନାମ ଉଲ୍ଲେଖ ଥିଲା।

ନିଜର ସମସ୍ତ ଅପରାଧ ସ୍ବୀକାର କରିଥିଲା ଛଦ୍ମବେଶୀ ସୈତାନ୍ ଅସୀମ କୁମାର। ସଂଖ୍ୟା ଗରିଷ୍ଠତାର ପରିଚୟ ଥିବା ଯାଏଁ ସିଏ ଥିଲା ଜଘନ୍ଯ ଅପରାଧୀ, ନରପିଶାଚ, ହତ୍ଯାକାରୀ। ଦେଶସାରା ଲୋକେ ନିନ୍ଦା କରୁଥିଲେ। ଯେବେ ଅସଲ ପୈତୃକ ପରିଚୟ ଅହମ୍ମଦ ଅଜିମ୍ ସେଖ୍ ବୋଲି ଜଣାପଡ଼ିଥିଲା ସେତେବେଳକୁ ବାଜି ପଲଟି ଯାଇଥିଲା। ହତ୍ଯାକାରୀ ପାଲଟି ଯାଇଥିଲା ନିରୀହ ପ୍ରେମିକ ଆଉ ନାବାଳିକା ମୃତା ପୀଡ଼ିତା ପାଲଟି ଯାଇଥିଲା ଦୁଶ୍ଚରିତ୍ରା!

ଦେଶର ନାମୀଦାମୀ ଓକିଲ ତା' ମାମଲା ଲଢିବାକୁ ସଜବାଜ ହେଉଥିଲେ। ନିନ୍ଦା କରୁଥିବା ଲୋକେ ତା' ପ୍ରତି ସହାନୁଭୂତି ପ୍ରଦର୍ଶନ କରୁଥିଲେ। ବିଚରା ପ୍ରେମିକ ବୋଲି ଆଃ ପଦ ବାହାରି ଆସୁଥିଲା ସମାଜସେବୀଙ୍କ ମୁଖରୁ। ପୋଲିସ୍ ହେପାଜତରେ ଥାଇ ମଧ୍ଯ ତା' ମୁଖମଣ୍ଡଳରେ ଅନୁଶୋଚନାର ଲେଶମାତ୍ର ଚିହ୍ନ ବର୍ଣ୍ଣ ନଥିଲା।

କାହିଁକି ନା ସିଏ ଭଲ ଭାବରେ ଜାଣିଥିଲା, ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ତାକୁ ଦୋଷମୁକ୍ତ କରିବା ପାଇଁ ତା'ର ଦେଶୀ ଓ ବିଦେଶୀ ମାଲିକମାନେ ଅଜସ୍ର ଅର୍ଥ ଶ୍ରାଦ୍ଧ କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇପାରିବେ। ଆଉ ଦୁର୍ଭାଗ୍ୟବଶତଃ ଯଦି ବି ସିଏ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଖୁଣ୍ଟରେ ଝୁଲି ପଡ଼ିଲା ତେବେ ତାକୁ ସ୍ବର୍ଗ ପ୍ରାପ୍ତ ହେବ... ଅପସରୀଗଣଙ୍କ ସହିତ ଅଭିସାର ରଚୁଥିବ!


Rate this content
Log in

Similar oriya story from Abstract