STORYMIRROR

Dr Jharana Satapathy

Drama

1  

Dr Jharana Satapathy

Drama

ଧିକ ଏ ଜୀବନ

ଧିକ ଏ ଜୀବନ

1 min
631


ଦୁଇଜଣଙ୍କ ପାଖରେ ରହିଛି ମୋ ଜୀବନ ଜଣେ ମୋ ମାଆ ଆଉ ଜଣେ ମୋ ସ୍ତ୍ରୀ । ଦୁହିଁଙ୍କୁ ମୁଁ ବହୁତ ଭଲପାଏ। ଦୁଇଜଣକୁ ମୂହୁର୍ତ୍ତ ଦେଖିଲେ ରହିହୁଏ ନାହିଁ। ଜଣେ ଚାଲିବାର ବାଟ ଦେଖାଇଛି ଆଉ ଜଣେ ଯିଏ ଅଚିହ୍ନା ଅଜଣା ଅଗ୍ନିକୁ ସାକ୍ଷୀକରି ତାକୁ ମୋ ସ୍ତ୍ରୀର ମର୍ଯ୍ୟଦା ଦେଇଛି। କିନ୍ତୁ ଦୁଇଜଣ ମଧ୍ୟରେ ଅହିନକୂଳ ସଂପର୍କ। ଜଣେ ବେଙ୍ଗ ଆଉ ଜଣେ ସାପ। ବିଚାରା ମୁଁ ଦି ଛକିରେ ଜୀବନ କାଟୁଛି। ଦୁଇଜଣ ଯାକ ପାଖରେ ରହିଲେ କି କଳହ ହେ ଭଗବାନ। ମୁୁୁଁ କାହାକୁ ଛାଡିବି ,କାହାକୁ ଧରି ରହିବି କିଛି ଭାବି ପାରୁନାହିଁ। ଦୁଇଜଣ ଯାକ ନିଜ ଜିଦରେ ଅଟଳ।ଖାଲି ମୋ ଜୀବନ କଲବଲ। ମୁଁ ଖାଲି ଭାବେ ମୋର ଜନ୍ମ ହେବାଟା ହିଁ ଖରାପ। କାରଣ ମାଆର ଭଲ ପୁଅଟିଏ ହୋଇପାରିଲି ନାହିଁ। ସେପଟେ ମୋର ବାହାହେବାଟା ହିଁ ଭୁଲ କାରଣ ଭଲ ସ୍ବାମିଟିଏ ହୋଇପାରିଲି ନାହିଁ। ଧିକ ଏ ଜୀବନ। କେତେ ସହ୍ୟ କରିବି? ଇଏ ତା ନାଆରେ ଗଣ୍ଡେ ଭର୍ତ୍ସନା,ସିଏ ପୁଣି ତା ନାଆରେ ବକବକ। ଶୁଣି ଶୁଣି ମୋର କାନ କଣ ହୋଇଗଲାଣି।ସେମାନେ ଦୁଇଜଣ ମୋର। ମୁଁ କାହାକୁ ଛାଡି କାହାକୁ ଧରି ରହିବି। ଏବେ ଯୌବନ ସମୟରେ ମୋ ଅବସ୍ଥା ଏତିକି । ଯେତେବେଳେ ମୁଁ ବୃଦ୍ଧ ହୋଇଯିଵି କାହାକୁ ସମ୍ଭାଳିବି ମୁଁ ନିଜେ ନିଜକୁ ନା ମୋ ସ୍ତ୍ରୀକୁ ନା ମୋ ମାଆକୁ ?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama