STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଦେବୀ

ଦେବୀ

1 min
361

ଦୀର୍ଘ ଘୋହଳ ଦିନରୁ ସେ ପିଟୁଛି ଯେ ପିଟୁଛି ସକାଳେ ସଞ୍ଜେ।ତା ବିଣ୍ଡିପକା ହାତ ବଜ୍ର ହେଇସାରିଲାଣି ।ଚମଡାର ମୁହଁ ବନ୍ଧା ଏ ବିରାଟ ବାଜା ତାର ।କଳାକାର ସେ ।ପିଲାଦିନୁ ସିଏ ଏଇ କାମରେ ।

ସିଏ ବାଜା ର ତାଳେ ତାଳେ ଚାଲିଯାଏ ଆଉ ଏକ ଦୁନିଆକୁ ।ହଜିଯାଏ, ମଜିଯାଏ ,ଝୁମେଇଦିଏ ,ଭୁଲିଯାଏ ସବୁ ।ତା ବାଜା ବଜେଇବା ନେଇ ତାକୁ ସମସ୍ତେ ପ୍ରଶଂସା କରନ୍ତି ।ମାଆ ଉଜ୍ବଳ ଦିଶେ।ସତ ସାକ୍ଷାତ ।ହସିଦିଏ ତାକୁ ଚାହିଁ ।ଭଲପାଏ ସେ ମାଆକୁ, ମାଆ ତାକୁ ।

ସେଇ ତାର ଢେର୍ ।


ସେ ଦିନ ବି ସେ ସକାଳୁ ପିଟୁଛି ବାଜା । ଭସାଣୀ ଗଡାରେ ।

ନଈ ଭିତରେ ମାଆ ହସି ହସି ବିସର୍ଜିତା ହେଉଛି ।ସିଏ ସହି ପାରୁନି ।ଆହୁରି ଜୋର୍ ପିଟୁଛି ।ଆହୁରି ଆହୁରି ଜୋର୍ ।ଲୁହଭରା ନଈ ରେ ତା ପାଦ।ଅତିଭୌତିକତା ତାକୁ ଘାରୁଛି ତାକୁ ଝୁଣା, ଫୁଲ ବାସ୍ନା ରେ ।

ହଠାତ୍ ତା ବାଜା ଫାଟିଗଲା ।ସେ ମୁହଁ ମାଡି ନଈ ଛାତିରେ ହାମୁଡି ଖସି ପଡୁ ପଡୁ ଆପେ ଡାକିଦେଲା ," ମାଆ ' । କାହାର ସାହାରାରେ ଅଟକିଗଲା ।

ମୁହଁ ଟେକି ଚାହିଁ ଦେଖେ ସଂଧ୍ୟା ଆଲୁଅରେ ଝଟକୁଥିଲା ଦେବୀ ର ହଳଦୀ ଗଣ୍ଠି ହାତ ଟେ ପାଣି ତଳୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action