STORYMIRROR

Sunanda Mohanty

Abstract Inspirational Thriller

3.6  

Sunanda Mohanty

Abstract Inspirational Thriller

ଦେବୀ ମା ମଙ୍ଗଳା

ଦେବୀ ମା ମଙ୍ଗଳା

5 mins
192

ପକ୍ଷୀମାନଙ୍କ ଗତିବିଧି ଲକ୍ଷ କରୁ କରୁ ସୁମି ଦେଖନ୍ତି କାଉ ସହ ଅନେକ ପକ୍ଷୀଙ୍କର ଝଗଡା ହୁଏ କିନ୍ତୁ କାହିଁକି ଉତ୍ତରରେ ସୁମି ନିଜେ ନିଜେ ବିସ୍ଲେସଣ କରି ବୁଝିଯାଆନ୍ତି କି ହୁଏତ କାଉ ଅନ୍ୟ ପକ୍ଷୀମାନଙ୍କର ବସା ଭାଙ୍ଗିଦେଉଥିବ ବା ପକ୍ଷୀ ସାବକ ବାହାରିବା ପୂର୍ବରୁ ସେ ଅଣ୍ଡା ସବୁ ନଷ୍ଟ କରୁଥିବ. ଏମିତି ଭାବୁ ଭାବୁ କାଉର ଭଲ ଗୁଣ ଗୁଡିକ ଆଖିରେ ପଡେ. ତା ଡାକ ନଶୁଣିଲେ କିଏ ବା ଶଯ୍ୟା ତ୍ୟାଗ କରେ !ତା ଛଡା କୋଇଲିର ଅଣ୍ଡାକୁ ନିଜ କୋଳରେ ଧରିରଖି ଛୁଆ ଫୁଟାଏ, ଏ କଣ କମ ତ୍ୟାଗର କଥା !ପୁଣି କାଉ ସବୁଠୁ ବୁଦ୍ଧିଆ ପକ୍ଷୀ. ପାଣି ସରିଆସିଥିବା ମାଠିଆ ଭିତରେ ଗୋଡି ପକାଇ ଜଳସ୍ତର ନୀଚ ସ୍ତରରୁ ଉଚ୍ଚ ସ୍ତରକୁ ଆଣି ପାଣି ପିଇବାକୁ ସକ୍ଷମ ହେଉଥିବା ବୁଦ୍ଧିମାନ ପକ୍ଷୀଟାର ଅନ୍ୟ ପକ୍ଷୀମାନଙ୍କ ସହ ଏପରି ମନାନ୍ତର ଓ ମତାନ୍ତରର କାହାଣୀ ବୁଝିହୁଏନା ତ ସୁମି ଭାବନ୍ତି, ତାଙ୍କ ମୃତ୍ୟୁ ପରେ,ପକ୍ଷୀଟିଏ ହେଉ ହେଉ ଯଦି କାଉ ହେଲେ ତ ଦିନରେ ପେଚାଙ୍କ ପିଛା କରି ଓ ଅନ୍ୟ ସମୟରେ କଜ୍ଜଳପାତି ଇତ୍ୟାଦି ପକ୍ଷୀଙ୍କ ସଙ୍ଗେ କଳି କରି କରି ସମୟ ବିତିବ. ଏମିତି ଗ୍ରହ ନଥାନ୍ତା ଯୋଉଠି କେହି କାହାର ଅନିଷ୍ଟ ଚିନ୍ତା ନକରି ନିଜ ବୁଦ୍ଧିରେ ଘୋଡା ଚଢ଼ୁଥାଆନ୍ତେ!   ଏମିତି ସବୁ ଭାବନା ଭିତରେ ବାସନ୍ତି ଆସି ଟଙ୍କା ମାଗିଲା ସୁମିଙ୍କୁ ତ ସୁମି କହିଲେ କାଲି ପରା ହଜାରେ ନେଇଥିଲୁ ପୁଣି ଆଜି କି ଦରକାର ପଡିଲା?କଥା କଣକି ମାଆ ଗେରସ୍ତଟାକୁ ପରା ଆମ ସାହିର ଅନ୍ୟ ଏକ ମାଇପି ଗୁଣି ଗାରେଡି କରି ତା ଆଡକୁ ଆକର୍ଷିତ କରୁଛି ତେଣୁ ମୁଁ ଯିବି ବାବାଙ୍କଠୁ ଔଷଧ ଆଣି ମାସେ ନିରାମିଷ ଭୋଜନରେ ରହିବି. ମତେ ଆଉ କିଛି ଖାଇବାକୁ ଦେବନି ମାଆ, ତୁମ ପାଗରେ ଏବେ ଆଉ ମୁଁ ମାସେ ଯାଏଁ ଖାଇବିନାହିଁ କିଛି. ସୁମି କହିଲେ ରଜ ପୋଡପିଠା ଖାଇବୁନି ତ?? ନା ମାଆ. ଛାତ ଉପରୁ ପକ୍ଷୀ ଦେଖା ନିଶା ତ୍ୟାଗ କରି ତଳକୁ ଆସି ବାସନ୍ତୀ କଥା ବୁଝି ସୁମି କହୁଥିଲେ ହଉ ଯାଆ, ଯେ ହୁସିଆର ବାବାମାନେ ସ୍ଥଳ ବିଶେଷରେ ଆସାଧୁ ସାବ୍ୟସ୍ତ ହେଉଛନ୍ତି. ହଉ କାଲି ସକାଳୁ ଟିକେ ଚଞ୍ଚଳ ଆସିବାକୁ ଚେଷ୍ଟା କରିବୁ. ସତକୁ ସତ ତା ଆରଦିନ ଏକଦମ ସକାଳୁ ଆସିଥିଲା ବାସନ୍ତୀ. ଫେରିଗଲା ବେଳେ କହିଲା ପିଠା ଦଉନ ମା, ମିଣିପିଟା ଖାଇବ ମୋର. ତାରି ଲାଗି ଔଷଧ ନେଉଛି. ହସିଲେ ସୁମି ଭାବୁଥିଲେ ସେଇ ଅନ୍ୟ ଗ୍ରହ କଥା, ସେଠି ସବୁ ପୁରୁଷ, ନିଜ ବିବାହିତା ସ୍ତ୍ରୀର ହୋଇ ଜୀବନ ସାରା ପତିବ୍ରତା ଧର୍ମ ପାଳନ୍ତେ ନାହିଁ! ସେଦିନ ପଡିଶା ଘର ଦମ୍ପତ୍ତିଙ୍କ ଭିତରେ ଅସମ୍ଭବ ଝଗଡା. ସ୍ତ୍ରୀ ଓ ସ୍ୱାମୀ ଦୁହେଁ ବାମନ ହୋଇଥିଲା ବେଳେ ପୁଅଟି ଠିକ ଠାକ ସୁସ୍ଥ ଓ ଉଚ୍ଚା ତଥା ଡେଙ୍ଗା ଥିଲା ତ ସ୍ୱାମୀର ସନ୍ଦେହ ସ୍ତ୍ରୀ ଉପରେ. ସ୍ତ୍ରୀ ଟି ଶେଷକୁ ବିରକ୍ତ ହୋଇ କହୁଥିଲା ଏଲିଅନ ହୋଇ ଅନ୍ୟ ଗ୍ରହରେ ବା ଚାନ୍ଦ୍ରପୃଷ୍ଠରେ ରହିଥିଲେ ଭଲ ହୋଇଥାନ୍ତା. ସୁମି ଭାବୁଥିଲେ,ତାଙ୍କ ସ୍ବପ୍ନର ସେହି ଗ୍ରହରେ,ଶାରୀରିକ, ମାନସିକ, ସାମାଜିକ ପାରିବାରିକ ସାମ୍ୟ, ମୈତ୍ରୀ , ପ୍ରୀତି, ସ୍ନେହ, ଶ୍ରଦ୍ଧା ଓ ଅନୁକମ୍ପା କେବଳ ରହି ଥାନ୍ତା ! ତାଙ୍କର ଥରେ ସେହି ଗ୍ରହକୁ ଯିବାକୁ ଭାରି ଇଛା. ଯୋଉଠି ଖାଲି ବରଫ ଥିବ ଆଉ ସମସ୍ତେ ତାଙ୍କୁ ବରଫ ରାଣୀ କହୁଥିବେ.     ଦୂର ଗ୍ରହ ଡାକ ଓ ଆକର୍ଷଣରେ ଅବା ବିକର୍ଷଣରେ କେଜାଣି ସତରେ ସୁମି ଏମିତି ଅବେଳାରେ ଚାଲିଯିବେ ବୋଲି କେହି ବିଶ୍ୱାସ କରିନଥିଲେ. ବାସନ୍ତୀ ଜଗି ରହିଥାଏ ସୁମିଙ୍କୁ.କାଉ,ଘରଚଟିଆ ପକ୍ଷୀମାନେ ତାଙ୍କ ଖାଦ୍ୟ ଥାଳିରୁ ଖାଦ୍ୟ ଖାଉନଥିଲେ. ପୁଅ, ବୋହୁ ଝିଅ ଜୋଇଁଙ୍କୁ, ପିତା କହୁଥିଲେ କେହି କାନ୍ଦନି. ମାଆ ତୁମର ଅନ୍ୟ ଏକ ସାମ୍ୟ ତଥା ମୈତ୍ରୀ ପୂର୍ଣ୍ଣ ଥିବା ଗ୍ରହକୁ ଯାଇଛି କିନ୍ତୁ ଏଇଠି ଯେ ସବୁ ଅଛି ଭୁଲିଯାଇଛି. ପୁଅ ଝିଅ ଦୁହେଁ ମାଆର ମନସ୍ତତ୍ତ୍ଵ ସହ ବାପା କେତେ ମାତ୍ରରେ ପ୍ରଭାବିତ ବୁଝି ନପାରି ବାପାଙ୍କ ମତିଭ୍ରମ ହେଲାଣି ମାଆ ବିନା ବୋଲି ଭାବୁଥିଲେ. କାରଣ ବାପା ତଥାପି ଶବ ଉଠେଇବାକୁ କୁଣ୍ଠାବୋଧ ପ୍ରକାଶ କରି ମାଆ ସୁମି ଫେରିଆସିପାରେ ଅନ୍ୟ ଗ୍ରହରୁ ବୋଲି ବିଶ୍ୱାସ ଓ ଭରସା ଦେଇ କହୁଥିଲେ ତଥାପି.ବାପା ହୁଏତ ପାଗଳ ହୋଇଗଲେ ଭାବି ପୁଅ ଝିଅ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ନାତୁଣୀ କାନ୍ଦୁଥିଲା ଅବୁଝା ହୋଇ.

    ଜେଜେ ବୁଝାଉଥିଲେ ରୁନିକୁ,ଦେଖ ମାଆ ମୋ ସୁନା ମାଆ, ତୋ ଜେଜେମା ଏବେ ଯାଉଛି ଜହ୍ନ ଦେଶରେ ବଉଦ ଭିତରେ ବରଫ କୁଇନ ହୋଇ ରହିବାକୁ. ସେଇଠୁ ସେ ଯାଇ ଚନ୍ଦ୍ରଜାନର ସେହି ରୋବଟ ପରି ସନ୍ଧାନୀ ଚନ୍ଦ୍ରୟାନ, ପ୍ରଜ୍ଞାନ ରାଡା଼ରର ସୁରକ୍ଷା ପାଇଁ ଚେଷ୍ଟା କରିବ. ଯାହା ସାହାଯ୍ୟରେ, ଚନ୍ଦ୍ର ପୃଷ୍ଠର ଏତେ ଏତେ ତଥ୍ୟ ମିଳିପାରିଲା ଇସ୍ରୋ ବୈଜ୍ଞାନିକମାନଙ୍କୁ ସେହି ଯନ୍ତ୍ରର କଣ ହେବ ବୋଲି ରୁନିର ଚିନ୍ତା ଓ ଆଶଙ୍କା ପ୍ରଜ୍ଞାନ ଯନ୍ତ୍ରମାନବ ଏତେ ତଥ୍ୟ ଦେବା ପରେ ତାର କଣ ହେବ? ସେ କେମିତି ପୃଥିବୀ ପୃଷ୍ଠକୁ ଫେରିବ ଭାବି କାନ୍ଦୁଥିଲା ରୁନି କିନ୍ତୁ ବୁଝିପାରୁନଥିଲା ତା ଜେଜେମା ଏବେ ଆଉ ତାକୁ ଗପ ନକହି, ମନ୍ଦିର ନନେଇ ଆକାଶ ଉଆସକୁ ଚାଲିଯିବାକୁ ବସିଲେଣି ବୋଲି.

   ସମସ୍ତେ କାନ୍ଦୁଥିବା ଦେଖି ରୁନି ଜେଜେମା ପାଖରେ ବସିପଡି କହୁଥିଲା କେହି କାନ୍ଦ ନାହିଁ. ଜେଜେମା ପରା ରୋବଟ ହୋଇ ଯାଇଛନ୍ତି, ତେଣୁ ସେ ଚନ୍ଦ୍ରକୁ ଯାଇ ନିଶ୍ଚୟ ଅକ୍ଷତ ଅବସ୍ଥାରେ ପ୍ରଜ୍ଞାନ, ଚନ୍ଦ୍ରଯାନକୁ ଫେରେଇ ଆଣିବେ. ସମସ୍ତେ ନିଜ ନିଜ ଲୁହ ଚାପି ନେଇ, ରୁନି ଯେମିତି ବୁଝିଯାଇଛି ସେହି ହିସାବରେ କଥା ବାର୍ତ୍ତା ଓ କାମ ଦାମ କରି କହୁଥିଲେ ଜେଜେ ତୋ ଜେଜେମା ଚନ୍ଦ୍ରପୃଷ୍ଠକୁ ଗଲେ ସେଠି ଜାଗା କିଣି ଘରଟିଏ କରିବାକୁ ଚାଁହୁଥିଲା. ସେ ନିଜେ ରହି ତାପରେ, ଆମ ସମସ୍ତଙ୍କୁ ଆସି ନେଇଯିବ କହୁଥିଲା. ରୁନି କହୁଥିଲା ନା ନା ଚନ୍ଦ୍ରପୃଷ୍ଠରୁ ପ୍ରଜ୍ଞାନକୁ ଧରି ଚାଲିଆସିବେ ଜେଜେମା. ତଥାପି ଛୋଟ ମନରେ ଅନେକ ପ୍ରଶ୍ନ ଆସୁଥିଲେ ବି ସେ ବିଶ୍ୱାସ କରୁଥିଲା କି ରୋବଟ ହେବାକୁ ହେଲେ ଏମିତି ସବୁ ଜେଜେମାଙ୍କ ସହ ହେବାକୁ ହୁଏ, ତା ଛଡା ରୋବଟ ନହେଲେ ପ୍ରଜ୍ଞାନକୁ ଆଣିବାକୁ ଜେଜେମା ଯିବେ କିପରି? ସ୍କୁଲରେ ସାଙ୍ଗ ସମସ୍ତେ ପଚାରୁଥିଲେ, ରୁନି ତୋ ଜେଜେମା, ଆକାଶର ତାରା ହୋଇଗଲେ କି? ରୁନି କହୁଥିଲା ନା ନା ସେ ରୋବଟ ହେଇ ଯାଇଛନ୍ତି ପ୍ରଜ୍ଞାନକୁ ସୁରକ୍ଷିତ କରି ଆଣିବାକୁ. ସେସବୁ କଥା ଶୁଣି ତା ଜେଜେ କାହିଁକି ଏତେ ଦୁଃଖ କରୁଥିଲେ ସେ ବୁଝି ପାରୁନଥିବା ବେଳେ ଜେଜେ କହୁଥିଲେ, ଶୀତ ଦିନରେ ଆକାଶ ବରଫ ଦେଶରେ ଜେଜେମା ବରଫ କୁଇନ ହେଲେ ତାଙ୍କୁ କେତେ କଷ୍ଟ ହେଉଥିବ କହିଲୁ ମାଆ !ରୁନି, ଆକାଶକୁ ଚାହିଁ କହେ ଏଥର ଶୀତ ହେଲେ ଜେଜେମା ଫେରି ଆସିବେ ନିଶ୍ଚୟ ପ୍ରଜ୍ଞାନ ସାଥିରେ. ସମସ୍ତେ ତୁନି ପଡି ନିଜ ନିଜ ବାଟରେ ଚାଲିଯାଆନ୍ତି. ରୁନି ଆକାଶକୁ ଦେଖୁଥାଏ.

  ଜେଜେ ଯେତିକି କଷ୍ଟ ପାଆନ୍ତି ଏଣିକି ରୁନି ମଧ୍ୟ ସେତିକି କଷ୍ଟ ପାଏ. ସେଦିନୁ ଜେଜେମା ଗଲେଣି. ତାଙ୍କ ପାଇଁ କେତେ କଥା ହେଲା. ବାପା ତାର ଲଣ୍ଡା ହେବା ଦେଖି ସେ ଯେତିକି ହସି ଥିଲା ଏବେ ଏବେ ଜେଜେମା ଫେରିନଥିବାରୁ ସେ ସେତିକି ଦୁଃଖ ପାଉଥିଲା. ମାଆକୁ ପଚାରିଲେ ମାଆ କିଛି ଉତ୍ତର ଦିଏନା. ଠାକୁର ଘରେ ଜେଜେମା ପାଖରେ ବସି ଫୁଲ ଗୁନ୍ଥିବା, ଦୀପରେ ବଳିତା ସଜାଡ଼ିବା ପୁଣି ଜେଜେମା ସଙ୍ଗେ ମନ୍ଦିର ଯିବା କଥା ତାର ମନେପଡେ. ପୁଣି ଛାତ ଉପରେ ପକ୍ଷୀ ଦେଖିବା, ପକ୍ଷୀଙ୍କ ପାଇଁ ଷ୍ଟିଲ ଢାଳରେ ପାଣି ଭରିବା, ପକ୍ଷୀଙ୍କ ପାଇଁ ଦାନା ରଖିବା, ପୁଣି ଫୁଲଗଛମାନଙ୍କରେ ପାଣି ଦେବା କାମ ସବୁ ମାଆ କରିଦେବା ବେଳେ ସେ ପଚାରେ ତୁ କିଛି କହୁନୁ କାହିଁକି. ଶୀତ ଏଥର ବଢିବ. ବାଦଲ ସବୁ ଶିଶିରରେ ଓଦା ହୋଇ ବରଫ ହେଇଯିବ. ଜେଜେମା ଆସୁନାହାଁନ୍ତି କାହିଁକି?? ମାଆ ଟିକେ ବିରକ୍ତ ହୋଇ କହିଲେ ସେ ଆଉ ଆସିବେନି, ସେଠି ଶାହାରୁଖ ଖାଁ ଓ ସୁଶାନ୍ତ ହିରୋ ପରି ଚନ୍ଦ୍ରରେ ଜାଗା କିଣି ଦିନ ସାରା ରହିବେ. ରାତିରେ ତାରା ହୋଇ ଆମସମସ୍ତଙ୍କୁ ଦେଖାଦେବେ. ବାପା ତ କହୁଥିଲେ ଇସ୍ରୋ ବୈଜ୍ଞାନିକ ମାନେ ଏବେ ସୂର୍ଯ୍ୟଙ୍କ ପାଖକୁ, ସୂର୍ଯ୍ୟାୟନକୁ ପଠାଇବେ. ଜେଜେମା ତେବେ ଚାଲି ଆସୁନାହାଁନ୍ତି କାହିଁକି?? ଏଥର ମାଆ ଟିକେ ବିରକ୍ତ ହୋଇ କହିଲେ ସେ ସେଠି ରହିବେ ପରା ତତେ କହିଲି.

   ପ୍ରଥମ ଥର ରୁନି ଭେଁ ଭେଁ କାନ୍ଦି ତଳକୁ ଆସି ଜେଜେଙ୍କୁ କୁଣ୍ଢେଇ କାନ୍ଦି କାନ୍ଦି କହୁଥିଲା ତୁମେ ତ କହୁଥିଲ ଜେଜେମା କିଛି ଦିନ ପାଇଁ ଆକାଶ ଉଆସକୁ ଯାଇ ଚନ୍ଦ୍ରପୃଷ୍ଠରେ, ରୋବଟ ସାଜି ବରଫ କୁଇନ ହୋଇ, ପ୍ରଜ୍ଞାନ ଚନ୍ଦ୍ରଯାନ ସହିତ ଫେରିଆସିବେ. ମାଆ କଣ ଭୁଲ ଭାଲ କଥାକୁ ସତ ପରି କହି କହୁଛି ଜେଜେମା ସେଠି ଦିନରେଚନ୍ଦ୍ରରେ ଜାଗାକିଣି ଘର କରିଥିବା ଘରେ ରହି ରାତିକୁ ତାରା ହୋଇ ଆମକୁ ଦେଖାଦେବେ. ଜେଜେ ଏଥର ରୁନି ସହ ମିଶି ଭୋ ଭୋ କାନ୍ଦି ପକେଇ କହୁଥିଲେ ତୋ ଜେଜେମା ପରା କହିଲା ଚନ୍ଦ୍ର ଗ୍ରହରେ ରହିଲେ ସେଠି ତାକୁ ଅଧିକା ଖୁସି ମିଳିବ କାରଣ ସେଠି ମିଛ ପ୍ରେମ,ଛଳନା, ପ୍ରତାରଣା, ତୋର ମୋର ଭାଗବଣ୍ଟା, ମିଛ ସତ କଥା କିଛି ବି ନଥିବ. ରୁନି କିଛି ବୁଝି ନପାରି ଚାହିଁଥିଲା ଜେଜେଙ୍କୁ. ଜେଜେଙ୍କ ସହ ଆଜି ସମସ୍ତେ ମନଭରି କାନ୍ଦିଲା ବେଳେ ସେ କହୁଥିଲା ଖୁଦୁରୁକୁଣୀରେ ମାଆ ମଙ୍ଗଳା ଦେବୀଙ୍କୁ ଡାକିଲେ ସେ ତଅପୋଇର ସାତଭାଇଙ୍କୁ ଫେରାଇ ଆଣିଲା ପରି ଆମ ଜେଜେମାଙ୍କୁ ଫେରାଇ ଆଣିବେ. ତା କଥା ଶୁଣି ସମସ୍ତେ ଜୋର ଜୋର କାନ୍ଦିଲା ବେଳେ ରୁନି କହୁଥିଲା, ଦେଖିବ ମୁଁ ସତ କହୁଛି ଏଥର ମାଆ ଦେବୀ ମଙ୍ଗଳା ନିଶ୍ଚୟ ଜେଜେମାଆଙ୍କୁ ଫେରାଇ ଆଣିବେ. ପ୍ରଜ୍ଞାନଙ୍କୁ ଆଣନ୍ତୁ ବା ସେଠି ରଖନ୍ତୁ ନିଜେ ଫେରିଆସନ୍ତୁ ବୋଲି ମୁଁ ଖୁଦୁରୁକୁଣୀରେ ମାଆ ମଙ୍ଗଳାଙ୍କୁ କହିବି. ଜେଜେ ନାତୁଣୀକୁ କୋଳ କରି କହୁଥିଲେ, ହଁ ମାଆ ତୁ ସେୟା କରେ. ସୁମି ଫେରିଆସୁ,ତା ବିନା ବହୁ କଷ୍ଟ ହେଲାଣି. ରୁନି ଜେଜେଙ୍କ ଲୁହ ପୋଛି ଦେଉଥିଲା ।



Rate this content
Log in

Similar oriya story from Abstract