kamal kumar dash

Action Inspirational Thriller

3  

kamal kumar dash

Action Inspirational Thriller

ଡକ୍ଟର ଝିଅ

ଡକ୍ଟର ଝିଅ

1 min
170


ଭୁବନେଶ୍ୱର ଷ୍ଟେସନ  ଗହଳି ଟିକେ କମ ଅଛି  ବର୍ଷl ଯୋଗୁ |  ଶରତ ବାବୁ ସକାଳୁ  ତାଙ୍କ ଝିଅ ମିନି କୁ ନେବାକୁ ଷ୍ଟେସନ ଆସିଛନ୍ତି | ଝିଅ ସମ୍ବଲପୁର ଇଣ୍ଟର ସିଟି ରେ  ଆସିବ | ସେ ସେଠି ମେଡ଼ିସିନରେ ପିଜି କରୁଛି | ଗାଡି ଆସିବାକୁ ପ୍ରାୟ ଅଧ ଘଂଟାଏ ଅଛି ଶରତ ବାବୁ ଗୋଟେ ପେପର କିଣି ପଢି ବସିଲେ ଓ ଝିଅକୁ ରିଂ କରି କହିଲେ ମୁଁ ଷ୍ଟେସନ ପାଖରେ ବସିଛି | ତାଙ୍କୁ ଟିକେ ଖରାପଲାଗିଲା , ମନେ ପଡିଲା ସକାଳର ବିପି ମେଡ଼ିସିନ ଟା ଖାଇବାକୁକୁ ଭୁଲି ଯାଇଛନ୍ତି | ତାଙ୍କ ମୁଣ୍ଡ ଟିକେ ବୁଲାଇଲା ,ସେପାଖ ଦୋକାନରୁ ମେଡ଼ିସିନ ଓ ଗୋଟେ ପାଣି ବୋତଲ କିଣିଲେ ପାଖ ଚେୟାରରେ ବସି ମେଡ଼ିସିନ ଟl ଖାଇଲେ ଓ ପାଣି ପିଇଲେ ତାଙ୍କ ହାତ ଗୋଡ଼ ଅବସ  ହୋଇ ଆସିଲା ଓ ସେ ବେଞ୍ଚ ଉପରେ ପଡିଗଲେ | ଝିଅର ଗାଡି ପ୍ଲlଟଫର୍ମରେ ପହଂଚି ଯାଇଥିଲା ମେଡ଼ିସିନ ଦୋକାନୀ ତାଙ୍କୁ ଲକ୍ଷ କରୁଥିଲା ଓ ଦୌଡ଼ି ଆସିଲା | ଟିକେ ପରେ ଷ୍ଟେସନ ଡାଇରେକ୍ଟର ନାଏକ ବାବୁ ଆସି ପହଂଚିଗଲେ ଓ ଆମ୍ବୁଲାନ୍ସ କୁ ଡାକିଲେ | ଝିଅ ଆସି ପହଂଚିଗଲା ଓ ବାପାଙ୍କୁ ଦେଖି କାନ୍ଦି ପକାଇଲା ସଂଗେ ସଂଗେ ପାଖ ଦୋକାନରୁ ମେଡ଼ିସିନ ଆଣି ତାଙ୍କ ଜିଭ ତଳେ ରଖିଦେଲା , ଗୋଟେ ଇଞ୍ଜେକ୍ସନ ଦେଲା ଓ CPR ଆରମ୍ଭ କଲା କିଛି ସମୟ ପରେ ଆମ୍ବୁଲାନ୍ସ  ଆସି ପହଁଚି ଗଲା | ଶରତ ବାବୁଙ୍କୁ ପାଖ ହସ୍ପିଟାଲକୁ  ନିଆଗଲା ପ୍ରାୟ ଦୁଇ ଘଣ୍ଟାପରେ ତାଙ୍କ ଚେତା ଫେରିଲା | ସେ  ହସ୍ପିଟାଲ ଆଇ ସି ୟୁ ରେ ଥିଲେ ଓ ଡାକ୍ତର ଝିଅ ତାଙ୍କ ପାଖରେ ବସିଥିଲା  | ଚେତା ଆସିଲା ପରେ ପରେ ଝିଅକୁ ଖୋଜିଲେ ଓ ମୁଁ କେଉଁଠି ବୋଲି ପଚାରିଲେ | ଝିଅ କହିଲା ବାପା ତୁମକୁ  ମାଇଲଡ ଷ୍ଟ୍ରୋକ ହୋଇଥିଲା ଏବେ ହସ୍ପିଟାଲ ରେ ଅଛ | ସବୁ ଠିକ ଅଛି ମୁଁ ଘରକୁ ଯାଉଛି ମାମା କୁ ନେଇ ଆସିବି ,ତାକୁ କିଛି କହିନି ସେ ବ୍ୟସ୍ତ ହେଉଥିବ | ଝିଅ ଘରକୁ ଗଲା ଓ ମାମା କୁ ନେଇ ଘଣ୍ଟାଏ ପରେ ଫେରିଲା ମାମା  ଶରତବାବୁ ଙ୍କୁ ଆଇ ସି ୟୁ ରେ ଦେଖି ମୁଣ୍ଡରେ ହାତ ଦେଇ ବସି ଗଲା | ତା ପର ଦିନ ଶରତ ବାବୁଙ୍କୁ ବଡ ହସ୍ପିଟାଲକୁ ସିଫ୍ଟ କରାଗଲା ସବୁ ଟେଷ୍ଟ କଲା ପରେ ଡାକ୍ତର ତ୍ରିପାଠୀ  କହିଲେ ଶରତ ବାବୁ , ଝିଅ ପାଇଁ ଅପଣଙ୍କ ଜୀବନ ବଂଚି ଗଲା , ସେ ଗୋଟେ ଭଲ ଡାକ୍ତର ହେବ | ସେ କିଛି ମେଡ଼ିସିନ ଲେଖିଦେଲେ ଓ ମାସେ ପରେ ଆସିବାକୁ କହିଲେ | ଘରକୁ ଫେରିଲା ବେଳେ ଶରତ ବାବୁ ଝିଅକୁ ଧରି କହିଲେ ମାରେ ତୁ ନଥିଲେ ମୋର କଣ ହୋଇଥାନ୍ତା | ଝିଅ କହିଲା ସବୁ ଠିକ ହୋଇଯିବ ,ବ୍ୟସ୍ତ ହୁଅ ନାହିଁ ମାମା ଆଗରେ ତୁମେ କାନ୍ଦିଲେ  ତାକୁ ଷ୍ଟ୍ରୋକ ହୋଇଯିବ ତେଣୁ ଷ୍ଟ୍ରଙ୍ଗ ହୁଅ ଓ କାଲି ଠାରୁ ମେଡ଼ିସିନ ଠିକ କରି ମନେରଖି ଖାଇବ ଓ ଡାକ୍ତର ଯାହା  କରିବାକୁ କହିଛନ୍ତି କରିବ | 


Rate this content
Log in

Similar oriya story from Action