STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଡକାଵାଲା ଫେରିଗଲା ଚିଠିକୁ ନେଇ 

ଡକାଵାଲା ଫେରିଗଲା ଚିଠିକୁ ନେଇ 

9 mins
9


       ମୁନା ବୋଲି ଛୋଟ ପିଲାଟିଏ.ସବୁଦିନ ଅପେକ୍ଷା କରି ଠିଆ ହୋଇଥାଏ ଡାକଵାଲା ବା ଡାକିଆ ମଉସାଙ୍କୁ. ହାତରେ ଗୋଟିଏ ମାଟିଆ ଖୋଳର ଲଫାପା. ଡାକିଆ ମଉସା ଏଇ କେତେଦିନ ହେବ ଜାଣିସାରିଥିଲେ ପିଲାଟି ଯଦିଓ ତା ଫଉଜି ବାପାଙ୍କ ପାଇଁ କିଛି ସନ୍ଦେଶ ଦେବାକୁ ଚାହେଁ କିନ୍ତୁ ଜାଣିନଥାଏ ପୋଷ୍ଟ ଅଫିସ କୋଉଠି ବା କୋଉ ବକ୍ସରେ କେମିତି ଚିଠି ପକାଅଇବାକୁ ହୁଏ ତ ଭାବେ ଡାକ ବା ରେଷ୍ଟ୍ରି ଚିଠି ସବୁ ଦେଇଯାଉଥିବା ଡାକିଆ ମଉସା ନିଶ୍ଚୟ ଚିଠି ନେଇଯାଉଥିବେ ସମସ୍ତଙ୍କ ଘର ଘର ବୁଲି. ଆଜିକାଲି ସେ ଯୁଗ ନାହିଁ.ଆଜି ଜନ୍ମ ହେଲା ପିଲା କାଲି ମୋବାଇଲ ନଦେଖିଲେ ଖାଏନି କି ମୋବାଇଲ ଦେଖି ପାପା ପାପା କହି କଥା ହୁଏ ଦୂର ବିଦେଶରେ ଥିବା ପାପା ବା ବାପା ସଙ୍ଗେ ନୁହେଁ ବରଂ ଡ୍ରଇଁ ରୁମ କି ଗାଧୁଆ ଘରେ ଥିବା ବାପାଙ୍କ ସହିତ . ଏ ପିଲାଟିକୁ ନିଶ୍ଚୟ ମୋବାଇଲ ଠାରୁ ଦୂରରେ ରଖାଯାଇଛି. ଭଲ ସଂସ୍କୃତି ଶିକ୍ଷା ଦିଆଯାଇଛି ଭାବି ଡାକିଆ ମଉସା ଘଡିଏ ହେଉ ବା ଦଣ୍ଡେ ସାଇକେଲ ଠିଆ କରି ପଚାରନ୍ତି ତୋ ନାମ କଣ ପୁଅ? ଏହି ଲଫାପାରେ କଣ ଅଛି? ମୁନା କେବେ କହେ ମୋ ଫଉଜି ପାପା ପାଇଁ ଚିଠି ତ କେବେ କହେ ପିଜୁଳି ପୁଣି କେବେ ଆମ୍ବ ତ କେବେ କହେ ଚକୁଳି. ପାପା ଖାଇବା ସଙ୍ଗେ ସଙ୍ଗେ ମୋ ଦେଶ ଭାରତ ବର୍ଷକୁ ରକ୍ଷା କରୁଥିବା ତାଙ୍କ ସାଙ୍ଗ ସୈନିକ ବି ଖାଇବେ.     ଡାକିଆ ଭାଇ ହୃଦୟ ଭିତରୁ ଦୀର୍ଘନିଶ୍ୱାସଟିଏ ବାହାରି ଆସେ. ପିଲାଟିକୁ ଦେଖି ମାୟା ଜାଗେ. ଅନ୍ତର ଭିତରେ ମୋହ ଜାଗେ ତ ସେ ଦେଇଥିବା ଲଫାପାଟିକୁ ନେଇ ଚାଲିଯାଏ ଡାକିଆ ଭାଇ. ଖାଦ୍ୟ ଜିନିଷ ସିନା ଫୋପାଡ଼ି ଦିଅନ୍ତି ଡାକିଆ ମଉସା କିନ୍ତୁ ପିଲାଟି ଲେଖିଥିବା ନିଜ ହସ୍ତାକ୍ଷର ଚିଠି ଗୁଡିକୁ ସାଇତି ଦେଇଥାନ୍ତି.ତାଙ୍କ ନିଜ ପୁଅକୁ ପାଠ ପଢ଼େଇ ସେ ନିଜ ଗାଁ ସ୍କୁଲରେ ଗୁରୁଜୀ ହେବାକୁ ଭାବିବା ବେଳକୁ ପୁଅର ଏକା ଜିଦ ସେ ଦେଶ ରକ୍ଷକ ହେବ କହି ଫୌଜିରେ ଭର୍ତ୍ତି ହେଲା. ଗଲା ଯେ ଗଲା ଆଉ ଫେରିଲାନି. ଆଉ ଗୋଟିଏ ଟିକି ପୁଅ ମୁନା ତା ବାପା ଓ ବାପାର ସାଙ୍ଗ ଫଉଜି ବା ସୈନିକ ମାନଙ୍କ ପାଇଁ ପଠାଉଥିବା ଲଫାପାସବୁକୁ ନେବାକୁ ସେ କେମିତି ମନା କରନ୍ତେ ? ଦିନେ ପଚାରିଦେଇଥିଲେ ମୁନା ବାବୁ ତୁମେ ଚିଠିରେ କଣ ଲେଖିଛ ବାପାଙ୍କୁ?ଏଥର ମୋ ପାଇଁ ନାଲି ରଙ୍ଗର ସୋଏଟର ଆଣିବାକୁ ଲେଖିଛି. ସେଦିନ ଡାକିଆ ଭାଇଙ୍କ ସାଇକେଲ ଘଣ୍ଟି ଟିନଟିନ ବାଜୁଥିଲା ତ ମୁନା ଦୌଡ଼ି ଆସିଲା. ଡାକିଆ ବାବୁ କହିଲେ ଏଇ ନିଅ ମୁନା ବାବୁ ତୁମ ପାପା ତୁମ ପାଇଁ ନାଲି ରଙ୍ଗର ସୋଏଟର ପାର୍ସଲ କରି ମୋ ହାତରେ ପଠାଇଛନ୍ତି. ପିଲାଟି ଡାକ ପକାଇଲା ବୋଉ ଏ ବୋଉ ଦେଖିବୁ ଆ ମୋ ପାଇଁ ପାପା ସୋଏଟର ପଠାଇଛନ୍ତି ଦେଖ. ତତେ କେତେ ଥର କହିଲିଣି ମୁନା ଯେ ବାପା ଆମ ଦେଶ ରକ୍ଷା କରିବାକୁ ବହୁ ଦୂର ବିଦେଶ ଯାଇଛନ୍ତି. ସେଠୁ ସେ ଫେରିବା ବେଳକୁ ତୁ ବଡ଼ ହୋଇଯାଇଥିବୁ. ଏତେ ଦୂରରୁ ତୋ ପାଇଁ ନାଲି ରଙ୍ଗର ସୋଏଟର ପଠାଇବା ସମ୍ଭବ ନୁହେଁ. ଏଇ ଦେଖୁନୁ ପାର୍ସଲ, ପାପା ପଠେଇଛନ୍ତି. ମୁନାର ବୋଉକୁ ଦେଖି ଚମକି ପଡିଲେ ଡାକିଆବାବୁ.ମୁନା ବୋଉଙ୍କ ହାତରେ ଶଙ୍ଖା କି ଚୁଡ଼ି ନଥିଲା, ମଥାରେ ସିନ୍ଦୁର ବି ନଥିଲା. ପିନ୍ଧିଥିଲା ଧଳା ଶାଢ଼ୀ. କାନ୍ଦି ପକେଇଲେ ଡାକିଆ ବାବୁ.ସେ ଭାବିଥିଲେ ଛୋଟ ପୁଅ ମୁନାକୁ ସୋଏଟର ଦେଇ ସେ ଚମକେଇ ଦେବେ କିନ୍ତୁ ସେ ନିଜେ ବାଘ ଦେଖିଲା ଭଳି ଚମକି ପଡ଼ିଥିଲେ ଓ କହିଲେ ମୋ ପୁଅ ମଧ୍ୟ ଗଲା ଯେ ଆଉ ବାହୁଡ଼ିଲା ନାହିଁ. ତା ମାଆକୁ ଏଯାଏଁ ମୁଁ ବୁଝେଇ ପାରିନି.ତୁମେ ମୁନାକୁ କେମିତି ବୁଝେଇଛ ଭଉଣୀ?ମୁନା କହୁଥିଲା ତୁ କାନ୍ଦନା ବୋଉ ଡାକିଆ ମଉସା ମୋ ପାପାଙ୍କୁ କହେଦେବେ ଯେ ସେ ଶୀଘ୍ର ଫେରିଆସିବେ ଦୂର ବିଦେଶରୁ. ଡାକିଆମଉସା ଆଖିରେ ଆଖିଏ ଲୁହ ନେଇ ଫେରି ପଡ଼ୁ ପଡ଼ୁ କହୁଥିଲେ କାଲି ପାପାଙ୍କ ପାଖକୁ କଣ ଦେଵ ରଖିଥିବ ମୁନାବାବୁ ମୁଁ ଆସି ନେଇଯିବି. ଡାକିଆବାବୁ କିନ୍ତୁ ତା ପରଠୁ ଆଉ ସେ ଗଳିରେ କେବେ ଆସିବାର କେହି ଦେଖିନାହାଁନ୍ତି. ମୁନା ଏ ଭିତରେ ବଡ଼ ହୋଇ ବୁଝିଯାଇଥିଲା ତା ପାପା ଶହୀଦ ହୋଇଯାଇଛନ୍ତି. ମୁନା ବୋଉ କାହାର ସାଇକେଲ ଘଣ୍ଟି ବାଜିବା ଶୁଣିଲେ ଦଉଡି ଆସନ୍ତି କାଳେ ଡାକିଆମଉସା ଆସିଥିବେ କିନ୍ତୁ ଡାକିଆ ମଉସା କାହିଁ ଆସୁନାହାଁନ୍ତି ବୋଲି ମୁନାର ପ୍ରଶ୍ନରେ ମୁନା ବୋଉଙ୍କ ଆଖିରୁ ଝରିପଡ଼େ ଦୁଇ ଟୋପା ଅଶ୍ରୁ.
       ସେଦିନ ଫୌଜି ମୁନା କଫି ପିଉଥାଏ କାଫେରେ. ସୈନିକ ଜୀଵନରେ ଟିକେ ଫୁରୁସତ ନଥିଲେ ମଧ୍ୟ ସମୟ କାଢି ବୋଉ ପାଖକୁ ନିଶ୍ଚୟ କଥା ହୁଏ ଦିନକୁ ଥରେ ମୁନା. ମାଆ ମନ କିନ୍ତୁ ବୁଝେନା ବୋଉର.ସେ ଫୋନ କରୁଥାଏ ବେଳ ଅବେଳରେ. ସେଥିପାଇଁ ମୁନା ଯଦିଓ ଉପରକୁ ବିରକ୍ତ ହୁଏନାହିଁ,ଭିତରେ କିନ୍ତୁ ଖୁବ ରାଗିଯାଏ. ପୁଣି ନିଜେ ନିଜେ ନିଜ ମନକୁ ବୁଝାଏ ମାଆ ମନ.କଥାରେ ଅଛି ଯାହା ପୁଅକୁ ସାପ କାମୁଡି ଥାଏ, ତା ମାଆ ପାଳ ଦଉଡି ଦେଖିଲେ ଡରେ. ଅର୍ଥାତ ଦଉଡି ମଧ୍ୟ ସେହି ମାଆଟିକୁ ସାପ ପରି ପ୍ରତୀୟମାନ ହୁଏ.ମୁନା ମଧ୍ୟ ତା ବୋଉକୁ ଅନେକ ଥର କହିଲାଣି ତୁ ମୋ ପାଖକୁ ଯେମିତି ଚିଠି ଲେଖୁ ସେମିତି ଚିଠି ଲେଖେ ବୋଉ . ଫୋନ କଲେ ସବୁସମୟରେ ଫୋନ ଧରି ହେଉନି ବରଂ ଚିଠି ପଢିବା ସହ ସେଇ ଚିଠି ସ୍ପର୍ଶରେ ତୋ କୋଳରେ ଶୋଇଥିବାର ଅନୁଭବ ହେବ ମତେ. ପ୍ରେରଣା ମଧ୍ୟ ମିଳିଯିବ. ବୋଉ କିନ୍ତୁ ଏବେ ଲେଖିପାରୁନି. ତା ଦେହ ମଧ୍ୟ ଭଲ ରହୁନି ତେଣୁ ଫୋନ କରୁଛି.ଏମିତି ସବୁ ଭାବିଲା ବେଳେ ବୋଉର  ଫୋନ ଆସିଲା ତ କାଫେ ଭିତରୁ ବାହାରି ଟିକେ ନିରୋଳା ଜାଗାକୁ ଯାଇ ମୁନା ମାଆ ସଙ୍ଗେ କଥାବାର୍ତ୍ତା କରୁ କରୁ କାଫେ ଭିତରୁ ଢ଼ୋ କରି ଏକ ପ୍ରଚଣ୍ଡ ଶବ୍ଦ ସହ କାଫେ ଜଳୁଥିଲା. ତାରି ପରି ଅନେକ ସୈନିକ କଫି ପିଉ ପିଉ ଶତ୍ରୁପକ୍ଷଙ୍କ ଅତର୍କିତ ଆକ୍ରମଣରେ ଶହୀଦ ହୋଇଗଲେ ହେଲେ ବୋଉର ଫୋନ ଯୋଗୁଁ ସେ ବଞ୍ଚିଯାଇଥିଲା ସିନା ସେହି ଶବ୍ଦର ଆତଙ୍କରେ ମାଆ ଦୁନିଆଁ ଛାଡିଦେଇଥିଲା. ମୁନାକୁ ଛୁଟି ମିଳିନଥିଲା. ଦେଶ ମାଆ ତଥା ମାଟିମାଆ ପାଇଁ ପ୍ରାଣବଳୀ ଦେବାକୁ ଶପଥ କରିଥିବା ମୁନା କିନ୍ତୁ ନିଜ ମାଆ ବୋଉ ପାଇଁ ଚାକିରୀରୁ ଇସ୍ତଫା ନେଇ ଗାଁ ମାଟିକୁ ଫେରୁଥିଲା.
    ବୋଉକୁ ମଶାଣୀରେ ଦାହ କରି କାନ୍ଦୁ କାନ୍ଦୁ ମୁନା ଦେଖିଲା ଟିକେ ଦୂରରେ ବୁଢାଲୋକ ଜଣେ ତଳକୁ ମୁଣ୍ଡ ପୋତି କାନ୍ଦୁଛନ୍ତି. ମୁନା ପାଖକୁ ଯାଇ ଦେଖିଲା ଓ ଚିହ୍ନିଲା.ଏ ବ୍ୟକ୍ତି ସେଇ ଡାକିଆ ମଉସା ଯିଏ ତା ଲେଖା ଚିଠି ସବୁକୁ ତା ପିଲାଦିନେ ନେଇଯାଉଥିଲେ ତା ଶହୀଦ ହୋଇଯାଇଥିବା ବାପାଙ୍କୁ ଦେବାକୁ. ପିଲାଦିନେ ସେ ବୁଝିନଥିଲା ଶହୀଦ ହେବା ଅର୍ଥ. ମାଆ କହୁଥିଲେ ବାପା ତୋର ଦେଶର ସେବା କରିବାକୁ ବହୁ ଦୂର ଚାଲିଯାଇଛନ୍ତି. ତୁ ମନ ଦେଇ ପାଠ ପଢିଲେ ସେ ଫେରିଆସିବେ. ସେ ପାଠ ପଢିଲା ସତ ବାପା କିନ୍ତୁ ଆଉ ଫେରିନଥିଲେ. ବାପାଙ୍କ ପାଖକୁ ସବୁଦିନ ଲେଖୁଥିବା ଚିଠି ସବୁକୁ ଡାକିଆ ମଉସା ନେଇ ତାକୁ ଭରସା ଦେଉଥିଲେ. ବିଶ୍ୱାସରେ ଶତ କଦମ୍ବ ଫୁଟାଉଥିଲେ. ଡାକିଆ ମଉସା ଯେବେଠୁ ଜାଣିଲେ ମୁନାର ବାପାଙ୍କ ପରି ତାଙ୍କ ପୁଅ ତାଙ୍କ ପୁଅ ମଧ୍ୟ ଦେଶ ରକ୍ଷା କରିବାକୁ ଯାଇ ଶହୀଦ ହୋଇଯାଇଛି, ଭାଙ୍ଗିପଡ଼ିଥିଲେ ସେ. ତଳୁ ଉଠେଇଲା ମୁନା ତାଙ୍କୁ. ଏଣିକି ଡାକିଆ ମଉସାଙ୍କର ସବୁକିଛି ମୁନା. ମୁନା ଯେବେ ଦୁଃଖ କରୁଥିଲା ଦେଶ ସେବାରୁ ବଞ୍ଚିତ ହୋଇଛି ବୋଲି କହୁଥିଲା ତ ଡାକିଆ ମଉସା କହନ୍ତି ଜନ୍ମଭୂମି ତଥା ଜନ୍ମମାଟିରେ ପିତା ମାତାଙ୍କ ସ୍ମୃତିରେ ଗାଁରେ ରହି ପିତା ମାତାଙ୍କ ସ୍ବପ୍ନ ପୁରଣ କରିବା ମଧ୍ୟ ଦେଶ ସେବା. ମୁନା ବୁଝିଯାଏ ଯେ ତା ପିଲାଦିନର ଡାକିଆ ମଉସାଙ୍କୁ ସାହାରା ଦେଇ ସେ ଠିକ କରିଛି. ପୁତ୍ର ଶୋକ ତଥା ପୁତ୍ରର ଶହୀଦ ହେବା ପରେ ପତ୍ନୀ ଶୋକରେ ମ୍ରିୟମାଣ ଡାକିଆ ମଉସା ଆଜି ମୁନାର ଡାକିଆ ଅଜା ପାଲଟି ଯାଇଛନ୍ତି. ପ୍ରାରବ୍ଧ କର୍ମଫଳ ଭୋଗୁଛି କହି ଦୁଃଖରେ ଭାଙ୍ଗି ପଡୁଥିବା ଡାକିଆ ଅଜା ଆଜି ମୁନା ପାଇଁ ପୁଣି ବଞ୍ଚିବାର ଇଛାଶକ୍ତି ଫେରିପାଇଛନ୍ତି.
   ଡାକିଆ ଅଜା କହୁଥିଲେ ଏ ଜନ୍ମର କର୍ମ ଫଳ ଏଇ ଜନ୍ମରେ ହିଁ ଭୋଗ ହୁଏ ମୁନା. ମୋ ବାପା ତାଙ୍କ ସମସ୍ତ ପେନସନ ଟଙ୍କା ମୃତ ସାନଭାଇ ସ୍ତ୍ରୀ ଓ ପିଲାଙ୍କ ପାଇଁ ଖର୍ଚ୍ଚ କରିଦେଉଥିବାରୁ ମୁଁ ତାଙ୍କ ଶବ ସଂସ୍କାର ବେଳେ ଉପସ୍ଥିତ ହେବାକୁ କୁଣ୍ଠାବୋଧ କରିଥିଲି. ତେଣୁ ଏ ଜନ୍ମରେ ମତେ ପୁତ୍ର କଷ୍ଟ ଭୋଗିବାର ଥିଲା.ପଛରେ ଅନୁତାପ କରି ମାଆକୁ ପାଖରେ ରଖି ତାର ଯାବତୀୟ ମନୋସ୍କାମନା ପୁରଣ କରିଥିଲି ବୋଲି ତୋ ପରି ପୁଅ ପରି ନାତି ପାଇଛି. ମୁନା କହୁଥିଲା ତେବେ ମୋର କୋଉ ପାପ କର୍ମ ପାଇଁ ମୁଁ ମୋ ପିତା ମାତାଙ୍କୁ ହରେଇଲି ଅଜା?ଅଜା କହିଲେ ସେଇଟା ତୋର ପାପ ନୁହେଁ. ପୁତ୍ରକୁ ବସେଇ ପିତା ମାତା ଆଗ ଚାଲିଯିବା ଏକ ସୁକୃତ ସ୍ୱରୂପ ଫଳ. ଏହା କହି ନିଜ ମାଆଙ୍କର ଶେଷ ଚିଠି କାଢି ଡାକିଆ ଅଜା ମୁନା ହାତକୁ ବଢ଼େଇ ଥିଲେ ଯୋଉ ଚିଠିରେ ଲେଖାଥିଲା ପିତା ମାତାଙ୍କ ସୁକୃତରୁ ପୁତ୍ର ହୁଏ ସୁଖୀ.. ପୁତ୍ର ଯଦି ସୁଖୀ ହୁଏ କୂଳ ଧର୍ମ ରଖି. ସେ ଚିଠି ସହିତ ମୁନା ପିଲାଦିନେ ତା ଶହୀଦ ବାପାଙ୍କ ପାଖକୁ ଲେଖିଥିବା ସମସ୍ତ ଚିଠି ମଧ୍ୟ ଥିଲା ଏବଂ ତା ସହିତ ଡାକିଆ ଅଜାଙ୍କ ଫୌଜି ପୁଅର ଶେଷ ଚିଠି ମଧ୍ୟ ଥିଲା.ମୁନାର ଏକମାତ୍ର ମାଉସୀ ସ୍ୱପ୍ନା ମୁନା ଦୁଃଖରେ ଅଭିଭୂତ ହୋଇ ଖୁବ କାନ୍ଦୁଥିଲେ ସେଦିନ. ତାଙ୍କର ମନେପଡୁଥିଲା ତାଙ୍କ ଜୀବନର ସେ ଚେମେଣର ଚିଠି କଥା.
      ଅବସର ପରେ ଜୀଵନର ସବୁ ଅନୁଭୂତିକୁ ରୂପଦେଇ ସ୍ୱପ୍ନା ଲେଖିଥିଲେ ବହିଟିଏ. ବହିଟିର ନାମ ରଖିଥିଲେ ଚେମେଣୀର ଚିଠି.ବହିଟି ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କାର ପାଇବାକୁ ମନୋନୀତ ହେବା ପରେ ଲେଖିକା ସ୍ୱପ୍ନାଙ୍କୁ ଅନେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା. ତା ଭିତରେ ବହିଟିର ଏପରି ନାମକରଣକୁ ନେଇ ପ୍ରଶ୍ନ ଓ ଅନେକ ଦ୍ୱନ୍ଦ୍ୱ ଭିତରେ ରହିଥିବା ପାଠକଙ୍କୁ ନିଜ ଅନୁଭୂତିରୁ କିଛି ସଂକ୍ଷିପ୍ତ କହିଥିଲେ ସ୍ୱପ୍ନା.ଆଉ ଭାବିଥିଲେ ପାଠକେ ନିଶ୍ଚୟ ବୁଝିସାରିଥିବେ ତାଙ୍କ ମନର କୋଉ ପ୍ରକାର ଦୁସ୍ଥ ବା ସୁସ୍ଥ ଭାବନାର ପରିପ୍ରକାଶ ହିଁ ଚେମେଣୀର ଚିଠି.
      ଜୀଵନ ଆରପାରିରେ କଣ ଅଛି ଉତ୍ତରରେ ମନକୁ ଆସେ ଯମପୁରୀ. ସେହି ଯମପୁରୀ ଖାଲି ଯନ୍ତ୍ରଣା ଆଉ କ୍ଲୀଷ୍ଟ ପ୍ରଦାନ କରିଥାଏ କିନ୍ତୁ ସତରେ କଣ ଜୀଵନ ଆରପାରିରେ ଯମପୁରୀ ଅଛି ଓ ତା ସହିତ ଯମ ଯନ୍ତ୍ରଣା? ଏମିତି ଅନେକ କଥା ମନକୁ ଆସେ ସ୍ୱପ୍ନା ଦ୍ବିବେଦୀଙ୍କର. କର୍ମଫଳ ଅନୁଯାଇ ଯମଦଣ୍ଡ ମିଳେ ବୋଲି ବିଶ୍ୱାସ କରୁଥିବା ସ୍ୱପ୍ନା ତେଣୁ ନିଜ କର୍ମକୁ ସୁଚାରୁ ରୂପେ କରିବାକୁ ଯାଇ ଭିଜିଲାନ୍ସ ଡିପାର୍ଟମେଣ୍ଟରେ ଚାକିରୀ କରୁଥିବା ବେଳେ କେଡେ କେଡେ କୋଠା ସିଜ କରିବା ସହ କେଵେ କେବେ କେତେ ଲୋକଙ୍କୁ ରାଜାରୁ ଭିକାରୀ କଲାବେଳେ ତାଙ୍କ ଲୁହ ନିଶ୍ୱାସ ପଡୁଥିବ କି ଭାବି ଡରିଯାଆନ୍ତି ଥରେ ଥରେ ସ୍ୱପ୍ନା. ପୁଣି ନିଜ କର୍ତ୍ତବ୍ୟ କରିବାକୁ ଯାଇ ଯଦି କିଛି ନିଷ୍ଠୁର କାମ କରିବାକୁ ପଡୁଛି ତେବେ ସେଥିରେ ତାଙ୍କର କି ଭୁଲ ବୋଲି ଭାବି ଠିକ ଠାକ କର୍ତ୍ତବ୍ୟ କରୁ କରୁ କେଵେ କିଏ ଲାଞ୍ଚ ଦିଏ ତ କେଵେ କିଏ ଗୋଡ଼ତଳେ ପଡି ଅନୁରୋଧ କରେ ଛାଡ଼ିଦେବା ପାଇଁ. ପୁଣି କେଵେ କିଏ ଧମକାଇ ଥାଏ ତ କେଵେ କିଏ ଟେଲିଫୋନରେ ଡର ଭୟ ଦେଖାଇଥାଏ. ସେସବୁକୁ ଭ୍ରୁକ୍ଷେପ ନକରି କର୍ତ୍ତବ୍ୟ ପଥରେ କଣ୍ଟା ଆସିଲେ କଣ୍ଟାକୁ କଣ୍ଟାରେ କାଢି ଆଜିଯାଏଁ ନିଜ ରାସ୍ତାରେ ଚାଲୁ ଚାଲୁ ବେଳେ ବେଳେ ସେସବୁ ବଡ଼ ବଡ଼ ଘରର କେହି ବୟସ୍କ ବା ବୟସ୍କା ଅର୍ଥାତ ବୃଦ୍ଧ ବା ବୃଦ୍ଧାଙ୍କ ଆକ୍ରୋଶ ମୂଳକ କଥାରେ ଜୀଵନର କାଚଘର ଝଣ ଝଣ କରି ଭାଙ୍ଗିଗଲା ପରି ମନେହୁଏ. କିଏ କହୁଥାଏ ସେଇଥିପାଇଁ ପରିବାର ସୁଖ ନାହିଁ ତୁମ ଭାଗ୍ୟରେ ତ କିଏ କହେ ନାରୀ ହୋଇ ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧିନଥିବା କି ସନ୍ତାନ ସୁଖ ପାଇନଥିବା ସ୍ତ୍ରୀ ଲୋକ କୁଆଡୁ ବୁଝିବ ବେଘର ହେବାର ଦୁଃଖ! ଘର ଖାନତଲାସୀ ପରି ଅମର୍ଯ୍ୟଦା ପୁଣି ଘର ସିଜ ହେଲେ କେମିତି ଲାଗେ ର ଅନୁଭବ!ଯାହାର ନିଜର ଘର ନାହିଁ, ପରିବାର ନାହିଁ, ପିଲାଛୁଆ ନାହିଁ ସେ ନାରୀ ଭିତରେ ମମତାର ନଈରେ ସ୍ନେହ ସରାଗର ଫଲ୍ଗୁ ଆଶା କରିବା ବୃଥା କହି କିଏ କେତେ କଥା କହିଲେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ ସ୍ୱପ୍ନା.
     ସେଦିନ ଯେଉଁ ବଡ଼ବ୍ୟବସାୟୀଙ୍କ ଘରେ ପଶିଲେ ସ୍ୱପ୍ନା ମ୍ୟାଡାମ, ଆଗରୁ ଏମିତି ବଡଘର ଦେଖିନଥିଲେ ଜୀବନରେ କେଵେ କୋଉଠି. ଟ୍ୟାକ୍ସ ଫାଙ୍କି, ଖଜଣା ନଦେବା ଇତ୍ୟାଦି ସଂଗୀନ ଦଫା ଭିତରେ ଘରକୁ ପଶି ଗଲା ବେଳକୁ ଅନା ବନା ଗଛ ସାଙ୍ଗକୁ କାନ୍ଥରେ ବରଗଛ ଓସ୍ତଗଛ ଉଠି କାନ୍ଥ ଫାଟି ଯାଇଛି. ତା ଭିତରୁ ଚେମେଣୀମାନେ ଉଡିଆସି ଦେହ ମୁଣ୍ଡରେ ବାଜିଲେ ସ୍ୱପ୍ନାଙ୍କ ଟିମରେ ଥିବା ଟାଣୁଆ ଅଫିସରମାନଙ୍କ ଦେହ ମୁଣ୍ଡରେ ତ ସେମାନଙ୍କ ଭିତରୁ ପିଅନ ଉଦ୍ଧବ କହୁଥାଏ ଯୋଉଠି ଯେତେ ଧନ ସମ୍ପତ୍ତି ଗଛିତ ଥାଏ ସେଇଠି ସେତେ ଚେମେଣୀ. ଦେଖିଲେନି ପୁରୀ ବଡ଼ ମନ୍ଦିର ରତ୍ନଭଣ୍ଡାର ଚାବି ଫିଟିଲା ବେଳେ କେତେ ଚେମେଣୀ ଚଟିଆ!ଉଦ୍ଧବ କଥାକୁ ଗୁରୁତ୍ୱ ନଦେଇ ଜୋତା ମଚ ମଚ ଶବ୍ଦରେ ଫାଟି ପଡୁଥିଲା ସୁଉଚ୍ଚ ତ୍ରିତଳ ପ୍ରସାଦ. କିନ୍ତୁ ଏତେ ବଡ଼ ଘରେ ପୁରୁଣା ଆସବାସ ଛଡା ମଣିଷ ନଥିଲେ କେହି . ଶେଷରେ ଜଣାଅପଡ଼ିଲା ଭିଜିଲାନ୍ସ ଚଢ଼ଉ ହେବାର ଶୁଣି ନିଶ୍ଚୟ ସମସ୍ତେ ଆତ୍ମଗୋପନ କରିଛନ୍ତି. ରିପୋର୍ଟ ଲେଖା ସରିଲା ବେଳକୁ ଉଦ୍ଧବ ଆସି ଜଣେଇଲା ସବା ଉପର ଘରେ ବୁଢ଼ୀ ବସିଛି. ଚାବି ପଡି ଥିବା ସିନ୍ଦୁକକୁ ଫିଟେଇବା ଦୂରର କଥା ଛୁଆଇଁ ଦେଲାନି ବୁଢ଼ୀ. ସବୁ ମାଲମତ୍ତା ନିଶ୍ଚୟ ସେଇଠି ଅଛି. ଦୌଡିଲେ ଖେପା ମାରି ସ୍ୱପ୍ନା ମ୍ୟାଡାମ ଓ ତାଙ୍କ ପଛେ ପଛେ ଟିମ ଅଫିସରମାନେ . ବୁଟ ମାଡରେ ଦୁଆର ଖୋଲିଗଲା. ଅଧା ନିଦ୍ରିତ ଅବସ୍ଥାରୁ ଯେଉଁ ବୃଦ୍ଧା ଉଠିଲେ ତାଙ୍କୁ ଦେଖି ସ୍ୱପ୍ନା ଭାବିଲେ କିଛି ଚେମେଣୀଙ୍କ ସମଷ୍ଟିରେ ଏହି ବୃଦ୍ଧାଙ୍କ ଶରୀର ଅବସ୍ଥା ଯେମିତି . କେତେ ବୟସ ହେବ ଆଙ୍କୁ? ବୃଦ୍ଧା କିନ୍ତୁ ସ୍ପଷ୍ଟ ଜଣେଇ ଦେଇଥିଲେ ଅନ୍ୟମାନେ ଫେରିଯାଆନ୍ତୁ ସେ ସ୍ୱପ୍ନା ମ୍ୟାଡାମଙ୍କୁ ତାଙ୍କ ସିନ୍ଦୁକ ଖୋଲି ଦେଖେଇଦେବେ. ସେୟା ହେଲା. ଭିତରପଟୁ ଦୁଆର ଦେଇ ବୃଦ୍ଧା ସିନ୍ଦୁକ ଖୋଲିବାକୁ ଅନୁମତି ଦେଲେ କିନ୍ତୁ ଏ କଣ ଦେଖୁଛନ୍ତି ସ୍ୱପ୍ନା!କିଛି ପୁରୁଣା ଛୀର୍ଣ୍ଣ ପାଟ ଶାଢ଼ୀ, କାଗଜ, ଚିଠି ଭିତରେ ଟିଫିନରେ କିଛି ରୁଟି ସହିତ କିଛି ସମୟ ଅତିକ୍ରାନ୍ତ କରିଥିବା ଔଷଧ.ବୃଦ୍ଧା କହୁଥିଲେ ସମସ୍ତଙ୍କୁ ହରାଇ ସାରିବା ପରେ ଏଇ ମୋର ଶେଷ ସମ୍ବଳ. ପାରୁଛନ୍ତି ତ ସିନ୍ଦୁକଟିକୁ ନେଇଯିବେ ଯଦି ନେଇଯାଆନ୍ତୁ. ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିଲେ ମଧ୍ୟ କିଛି ନପଚାରି ଫେରିଆସିଥିଲେ ସ୍ୱପ୍ନା ତଳକୁ. ଅଫିସରମାନେ ବେଢ଼ିଯାଇ ପଚାରୁଥିଲେ ସୁନା ରୂପା ହୀରା ଲୀଳା କଣ କେତେ ଅଛି? ଆଜି ସ୍ୱପ୍ନାଙ୍କ ଆଖିରେ ଆଷାଢ଼ୀ ଓ ଶ୍ରାବଣୀ ଧାର ଦେଖି କେହି କିଛି ବୁଝିନପାରି ପୁଣି ପଚାରୁଥିଲେ ସିନ୍ଦୁକ ଭିତରେ ଚେମେଣୀ ମାଡ଼ ହେଲାକି ମ୍ୟାଡ଼ାମ?ତଥାପି ସ୍ୱପ୍ନା ନିରୁତ୍ତର ନରହି କହୁଥିଲେ ଜୀଵନ ଆରପାରିରେ.. ହଁ ମ୍ୟାଡାମ କୁହନ୍ତୁ କୁହନ୍ତୁ ଜୀଵନ ଆରପାରିରେ ବି ବୃଦ୍ଧାଙ୍କର ଲୋଭ ଛାଡ଼ିନି ନା?ସ୍ୱପ୍ନା ଏଥର ଭୋ ଭୋ କାନ୍ଦି ପକେଇଥିଲେ ତ କେହି କିଛି ବୁଝି ପାରୁନଥିଲେ.
   ପୁଣି କହି ଚାଲିଥିଲେ ସ୍ୱପ୍ନା. ସେଦିନ ସେହି ଚେମେଣୀ ରୂପୀ ବୃଦ୍ଧାଙ୍କ ପାଖରୁ ଫେରିଲା ବେଳେ ସାଙ୍ଗରେ ନେଇଆସିଥିଲି ବୃଦ୍ଧାଙ୍କ ସେହି ସାତତାଳ ପଙ୍କ ଭିତରେ ଥିବା ସିନ୍ଦୁକ ରୂପୀ ସୁନାଫରୁଆ ଭିତରୁ ମଣିକାଞ୍ଚନ ରୂପେ ସଜତ୍ନ ସାଇତା ଚିଠି ଖଣ୍ଡିଏ, ଯୋଉଥିରେ କେହି ଜଣେ ଝିଅ ତା ବାପା ପାଖକୁ ଲେଖିଛି ଶାଶୁଘରକୁ ଗଲାପରେ ପରେ ସଦ୍ୟ.ବାପା ମୋର ଭୂମିଷ୍ଠ ପ୍ରଣାମ ନେବା ସହ ବୋଉ, ଜେଜେ, ଜେଜେମା, ଦାଦା ଓ ଖୁଡିଙ୍କୁ ଜଣାଇଦେବ. ବାପା ସେଦିନ ଆମ ଘର ଭିତରପଟେ କୁଣ୍ଡରେ ଥିବା ଗଛଟିକୁ ବାହାର ପଟ ବଗିଚାରେ ଲଗାଇବାକୁ କହିଲା ବେଳେ ତୁମେ କହିଥିଲ ପାଞ୍ଚବର୍ଷ କାଳ ଯେଉଁ ସ୍ଥାନ ତାକୁ ବଢିବା ପାଇଁ ଆଲୋକ, ଜଳ, ମାଟି ସହ ସମ୍ପର୍କର ରଙ୍ଗ ମାଖି ବଢ଼େଇଆସିଛି, ସେ ଗଛକୁ ସେହି ପୂର୍ବ ସ୍ଥାନ ପରିତ୍ୟାଗ କରିବାକୁ ପଡିଲେ ସେ ବଞ୍ଚିବ ତ ମାଆ? ତୁମର ସେହି ପ୍ରଶ୍ନ ଆଜି ମୋ ମନରେ ଜୁଆର ପିଟୁଛି ବାପା. ମତେ ଏଡେରୁ ଏଡୁଟିଏ କରିବା ପରେ ମୁଁ କଣ ଗଛ ଠାରୁ ହୀନ ବୋଲି ଭାବିଲ ବାପା?ଗଛଟି ମାତ୍ର ପାଞ୍ଚବର୍ଷର ସମ୍ପର୍କ ଭୁଲି ପାରୁନଥିବା ବେଳେ କୋଡିଏ ବର୍ଷର ସମ୍ପର୍କ ଭୁଲି ଝିଅଟି ଏତେ ଅଚିହ୍ନା ଲୋକଙ୍କ ଭିତରେ ଚେମେଣୀ ପାଲଟି ଯିବନି? ଏତିକି ପଢ଼ିସାରିବା ପରେ ସେ ଝର ଝର କାନ୍ଦିଥିଲେ. ତା ଆରଦିନ ବରଷାରେ ଭିଜି ଭିଜି ତାଙ୍କୁ ଦେଖାକରିବାକୁ ଯାଇଥିଲେ. ଭାବିଥିଲେ ସେ ଏଣିକି ନିଶ୍ଚୟ ତାଙ୍କର ଶେଷ ସମ୍ବଳ ପାଲଟି ଅନେକ କଥା ଜାଣିବେ କିନ୍ତୁ ପକ୍ଷୀ ଉଡିଯାଇଥିଲା ଶରୀରରୁ. ମୁଖାଗ୍ନି ଦେବାକୁ କେହି ନମିଳିବାରୁ ସ୍ୱପ୍ନା ହିଁ ଦେଇଥିଲେ. ସବୁ ଜଳି ଯାଇଥିଲେ ମଧ୍ୟ ଚିଠିଟା ଆଦ୍ୟାବଧି ଜୀବନ୍ତ ଅଛି ସ୍ୱପ୍ନାଙ୍କ ପାଖରେ. ଯାହାର ନୂତନ ପରିକଳ୍ପନାର ପରିପ୍ରକାଶ ଚେମେଣୀର ଚିଠି ବହିଟି ମାତ୍ର କହି ସ୍ୱପ୍ନା ଝାଳ ପୋଛୁଥିଲେ ଏଡ଼େ ବର୍ଷାରେ.
,,,,,,,,,,,,,,,,,,,,,


Rate this content
Log in

Similar oriya story from Abstract