Akshayakumar Dash

Action Inspirational Others

3.6  

Akshayakumar Dash

Action Inspirational Others

ଚୁଲି

ଚୁଲି

3 mins
194


ଚୁଲିରେ ବସିଛି ଭାତ ହାଣ୍ଡି। ନଡ଼ିଆ ବାଉଙ୍ଗା ହୁତୁ ହୂତୁ ଜଳୁଛି। ଆର ଚୁଲିରେ ଡାଲି ସିଝୁଛି। ରୋଷେଇ ଘର ସରଞ୍ଜାମ ଗିନା, ଥାଳି, ବାଲଟିରେ ପାଣି ପାଖରେ ଅଛି। କିଛି ଡବାରେ ଫୁଟଣ, ହଳଦୀ ଗୁଣ୍ଡ, ଲୁଣ ଗୋଟେ କାଠ ଖୋପରେ ଅଛି। ଭିତରକୁ ପଶି ଆସିଲା ପିଁକୁ। କିଛି କ୍ଷଣ ଦେଖୁ ଦେଖୁ ବସିଗଲା ଚୁଲି ପାଖରେ। ଅଜା ବସି ରୋଷେଇ କରୁଥିଲେ। ପିଢ଼ା ଦେଲେ । କହିଲେ ଏଇଥିରେ ବସିବାକୁ। ତାକୁ ସବୁ ଦେଖୁଥିଲା। ପିଢ଼ା ଧରି ତାର ମା ପାଖକୁ ଗଲା। ତାର ମାକୁ ଡାକି ଦେଖେଇଲା। କହିଲା, ଏହି ସବୁ କଣ। ଅଜା କଣ କରୁଛନ୍ତି। ତାର ମା କହିଲା, ଏଇଟା ଅଜାଙ୍କ ରୋଷେଇ ଘର। ଅଜା ଏଠି ରୋଷେଇ କରୁଛନ୍ତି। ହାତରେ ଧରିଥିବା ପିଢ଼ା ଦେଖେଇ କହିଲା, ଏଥିରେ ମୋତେ ବସିବାକୁ କହିଲେ। ହଁ ଏଇଟା ପିଢ଼ା, ତାର ମା ତା ହାତରୁ ଆଣି ତଳେ ଥୋଇଦେଲା। କହିଲା ଏଇଠି ବସ। ପୀଙ୍କୁ ହସିଲା, ଇଟା କଣ ଚେୟାର। ନା ଆକୁ କୁହନ୍ତି ପିଢ଼ା। ଏହାରି ଉପରେ ବସି ଖିଆଯାଏ। ପିଙ୍କ କହିଲା, କଣ ଏଇଟା ଦାଇନିଟେବୁଲ୍। ନା ତାହା ନୁହେଁ । ପିଙ୍କ ଅଜାଙ୍କ ନିକଟକୁ ଗଲା। ଚୁଲି ପାଖରେ ବସିଗଲା। ଚୁଲି ମୁହଁକୁ ଜାଳ ପୁରାଉଥିବା ଅଜାଙ୍କ କାମ ଦେଖି କହିଲା , ଏଇଟା କଣ, ଅଜା କହିଲେ ଚୁଲି।

ପିଙ୍କ କୁ ଆଠ ବର୍ଷ। ହାଇଦ୍ରାବାଦରେ ରୁହେ। ଗାଁକୁ ପ୍ରଥମ ଆସିଛି। ଅଜା ଗ୍ରାମର ରୁହନ୍ତି। ଗାଁ ବ୍ବୁଲିଆସି ତାକୁ ସବୁ ନୂଆ ନୂଆ ଲାଗୁଛି। ଗଛ ଲତା କୂଅ ପୋଖରୀ ସବୁ ଯେମିତି କୁହୁକ ରାଇଜ। ତାର ମା ବଡ କମ୍ପାନୀରେ ମ୍ୟାନେଜର। ସହରୀ ଚଳନୀ ଭିତରେ ଅଭ୍ୟସ୍ତ। ହାଇଦ୍ରାବାଦ ସ୍ତିତ ଗୋଇନ ପଲ୍ଲୀ ର ମନୋସର୍ବର୍ ହାଇଟ ରେ ଏକ ଫ୍ଲାଟ୍ରେ ରହୁଛନ୍ତି। ସୋସାଇଟିର ଚଳନି। ଗ୍ରାମ ଚଲନି ଠାରୁ ସମ୍ପୂର୍ଣ୍ଣ ଭି ନ୍ନ । ଯାହା ସହରରେ ଅଛି ତାହା ଗ୍ରାମରେ ନାହିଁ। କିନ୍ତୁ ପିଙ୍କ ତାର ମାକୁ କହିଲା, ମାମା ଏଇଟା ଅଜାଙ୍କ ଘର। ବଡ ବାଡ଼ି ନଡ଼ିଆ କଦଳୀ ଆମ୍ବ ଆଦି ଗଛ ଓ ପୋଖରୀକୁ ଦେଖି ଖୁସିରେ କହିଲା, ଏଇଟା ଅଜାଙ୍କ ଫାର୍ମ ହାଉସ। ତାର ମାମା ହସୁଥିଲା। ଏହିସମୟରେ ମାଙ୍କଡ ପଲ୍ଲେ ବାଡ଼ିକୁ ପଶି ଆସିଲେ। ଗଛ ଉପରେ ଡ଼ିଆଁ କଲେ। ଅଜା ରୋଷେଇ ପାଖରୁ ଉଠିଆସି ତାଂକ ଛରଡ଼ା ବନ୍ଧୁକରୁ ଦୁଇ ତିନିଟା ଗୁଳି ଫୁଟେଇଲେ। ପିଙ୍କ ସବୁ ଦେଖୁଥାଏ। ଆଶ୍ଚାଜ୍ୟ ହେଉଥାଏ ବନ୍ଧୁକ ଦେଖି। ତା ପାଖରୁ ଛୋଟ ବଡ କରି ଦଶକୋଡ଼ିଏଟି ବନ୍ଧୁକ ଅଛି, କିନ୍ତୁ ଏପରି ବନ୍ଧୁକ ନାହିଁ। ଅଜାଙ୍କ ହାତରୁ ବନ୍ଧୁକ ନେଇ ଧରିଲା। ଗୋଟାଏ ଗଛ ପାଖରେ ଠିଆ ହେଲା, ତାର ମା କୁ କହିଲା, ଫଟୋ ଖିଞ୍ଚ, ମା ତାର ଫଟୋ ଉଠାଇଲା। ସେତେବେଳେ ମାଙ୍କଡ ମାନେ ଡି ଆଁମାରି ବାଡ଼ିରୁ ଅନ୍ୟଆଡ଼େ ପଳେଇ ଗଲେଣି। କହିଲା ମାମା ଅଜାକେ ପାସ ସଚ ମୁଚ ବଧୁକ୍ ହେ। ଅଜା କହିଲେ। ନା ଏଇଟା ମାଙ୍କଡ ମାନଙ୍କୁ ଡ ରେଇବା ପାଇଁ। ଠିକ୍ ବନ୍ଧୁକ ଗୁଳିଶହ ପିଙ୍କ ଦେଖି ଟେକିଲା। ଅଜାଙ୍କ ଆଡ଼କୁ ଦେଖେଇଲା। ଅଜା କହିଲେ, ଏହି ବନ୍ଧୁକ ଅସଲି।

ରୋଷେଇ ଘର ଆଡ଼କୁ ଅଜା ଗଲେ। ପିଙ୍କ ପଛେ ପଛେ ଗଲା। ଭାତ ତରକାରୀ ଓ ଭଜା ଡାଲମା ସବୁଥିରୁ ଅଜା ଟିକେ ଟିକେ ଆଣି ଚୁଲିରେ ପକାଇଲେ। ପିଙ୍କ ପଚାରିଲା, କଣ ଚୁଲି ଏହାକୁ ଖାଇବ। ଅଜା କହିଲେ ନା ଚୁଲିର ନିଆଁକୁ ଦିଆ ଗଲା। ପିଙ୍କ ବୁଝି ନପାରି ହସି ହସି କହିଲା, ମାମା ଅଜା ପାଗଳ। ତାର ମା ପଚାରିଲା କାହିଁକି, କେମିତି ଖାନା ଚୁଲିରେ ପକାଉଛନ୍ତି। ଚୁଲି କଣ ମଣିଷ ଖାଇବ। ତାର ମା ପାଖରେ କିଛି ଉତ୍ତର ନଥିଲା। କେବଳ ଏତିକି କହିଲା ହଁ ଅଜା ପାଗଳ। ମନେ ମନେ କହୁଥିଲା, ଏହି ବୁଢ଼ା ବୟସରେ ଚୁଲିରେ ରୋଷେଇ କରି ଅଗ୍ନିକୁ ଶାନ୍ତ କରିବା ପାଇଁ ବ୍ୟଞ୍ଜନ ବାଢ଼ିଛନ୍ତି ସେ ବ୍ୟକ୍ତି ପାଗଳ କହି ମନେ ମନେ ହସୁଥିଲା। କଦଳୀ ପତ୍ର। ତାର ଉପରେ ପରଷା ଅନ୍ନ, ବ୍ୟଜନ, ଡାଲି, ଶାଗ, ଚଟଣୀ, ସାଲଟ। ପିଙ୍କ ବସିଗଲା ଚକାସନ ପାରି। ଅଜା ଭାତ ଡାଲି ସବୁ ପରସିଲେ। ଘିଅ ଟିକେ ପକେଇଲେ ଭାତ ଉପରେ। ବାସ୍ନାରେ ପିଙ୍କ ଅଧିର ହୋଇ ଦିଗୁଣ୍ଡ। ଭାତ ଖାଇଦେଲା। ମାମା ଅଜାଙ୍କ ରନ୍ଧା ଟେଷ୍ଟ ହେଇଛି। ଖାଇ ପତର ସଫା କରିଦେଲା। ଅଜା କହିଲେ, ମୋର ନୁହେଁ ଏସବୁ ଚୁଲିର୍ କରାମତି। 


Rate this content
Log in

Similar oriya story from Action