STORYMIRROR

Er. Suchismita Satpathy

Abstract Classics Inspirational

3  

Er. Suchismita Satpathy

Abstract Classics Inspirational

ଚୁଇଁ ବୁଢୀ

ଚୁଇଁ ବୁଢୀ

2 mins
298


ବାଦୁଡି, ଏକ ସ୍ତନ୍ୟପାୟୀ । ପ୍ରାୟ ସମସ୍ତେ ଜାଣନ୍ତି ସେମାନେ ଗଛ ରେ ଝୁଲିକି ରୁହନ୍ତି। ସୂର୍ଯୋଦୟ ଓ ସୂର୍ଯ୍ୟକାନ୍ତ ସମୟରେ ସେମାନଙ୍କ ଆଖିକୁ ବହୁତ ଭଲ ଦେଖାଯାଏ ସେଥିପାଇଁ ସେମାନେ ଛୋଟ ସ୍ଥାନ ରେ ବି ପହଞ୍ଚି ପାରନ୍ତି।ସାଧାରଣତଃ ପଶୁପକ୍ଷୀ ମାନଙ୍କ ଆଖିଗୁଡିକ ରାତିରେ ଲାଇଟ ଜଳିଲା ପରି ଦେଖାଯାଏ ଏବଂ ତାହା ଦେଖିବାକୁ ରୋମାଞ୍ଚକର ଓ ଡର ବି ଲାଗେ।ଆଜି ଏହାକୁ ନେଇ ଏଇ ଗଳ୍ପର ଉପସ୍ଥାପନା। ଆଶା କରେ ଭଲ ଲାଗିବ।


ହଠାତ ଚୁଇଁ ବୋଉ ଚମକି ପଡି ଏକ ଚିତ୍କାର କରି ଦୌଡିଲା,ଇଲୋ ବୋଉଲୋ ମରିଗଲି,ପିଶାଚୁଣୀ କି ଡାହାଣୀ ଆମ୍ବ ଗଛରେ ବସିଛି।ସକାଳ ଭୋର ସମୟରେ ସୂର୍ଯ୍ୟ ଦେବଙ୍କ ଉଇଁବି ପୂର୍ବରୁ ଚୁଇଁ ବୁଢୀ ଦୁଇ ଯିବାପାଇଁ ଢିଳ ଧରି ଯାଏ ଆଜିବି ବାହାରିଛି।ହଠାତ ଗଛରେ ଏକ ଲାଇଟ ଓ ଓଲଟା କିଛି ଝୁଲୁଥିବା ଅବସ୍ଥାରେ ଦେଖି ଡରି ମରି ଢାଳକୁ ଫୋପାଡି ଘର ଭିତରକୁ ଧାଇଁଛି।


ଏହା ଦେଖି ସନୁ ହସି ହସି ବେଦମ୍।ତା ହସ ଦେଖି ଚୁଇଁ ବୁଢୀ କହିଲା କାହିଁକି କିରେ ପୋଡାମୁହାଁ ହସୁଛୁ।ଦେଖୁଛୁ ମୋ ଗୋଡ ହାତ ଥରୁଛି ।ଯା ଡାକିବୁ ତୋ ବାଆକୁ ପଣ୍ଡିତ ଡାକି ପୂଜା କରିବ।ସବୁବେଳେ ସେ ଗଛୁଟାରେ ମୁଁ ସକାଳୁ ସେ ଚିରୀକୁଣି ଟାକୁ ଦେଖୁଛି, ଡରି ଡରି ଦୁଇ ଯାଉଛି।ଏହା କହି ଅପେକ୍ଷା କଲା ସକାଳ ପାହିବାକୁ।ଖାଲି ଛଟପଟ ହେଉଥାଏ ଓ ଡାହାଣୀକୁ ସମ୍ପୁଥାଏ।ସକାଳ ହେଲା ,ଆଉ କିଛି ଦେଖାଗଲା ନାହିଁ ।କଣେଇ କଣେଇ ଗଛ ଆଡକୁ ଚାହିଁ ବୁଢୀ ଦୁଇ ଗଲା।


ସେଦିନ ସାରା ଆଉ ବୁଢୀକୁ ଥୟ ନାହିଁ।କେମିତି ପଣ୍ଡିତ ଆସି ଭୂତ ଭଗେଇବାର ପୂଜା କରିବ।ଦିନ ଓଳିକେରେ ପଣ୍ଡିତ ଆସି ପୂଜାର୍ଚ୍ଚନାକରିଗଲା।ସବୁସରିଲା ପରେ ଟିକେ ଆସ୍ୱସ୍ଥ ହେଲା।ମାତ୍ର ସନୁ ଦିନ ଯାକ ମୁରୁକି ମୁରୁକି ହସୁଥାଏ।

ପ୍ରକୃତରେ ସନୁ ହସିବା ପଛରେଏକ ଭିନ୍ନ କାରଣ ଥାଏ।କିଛି ଦିନ ହେବ ସବୁ ସ୍ଥାନରେ ଲୋକଙ୍କୁ ଏକାଠି କରି ଆଲୋଚନା ଓ ସଚେତନ କରାଯାଉଛି ଗାଁ କୁ "ବାହ୍ୟ ମଳ ମୁକ୍ତ ଅଞ୍ଚଳ" ଘୋଷଣା କରିବାକୁ।ଘରେ ଘରେ ପାଇଖାନା ତିଆରି ଚାଲିଛି ।କିଛି ଲୋକ ସଚେତନ ମଧ୍ୟ ହୋଇଗଲେଣି ମାତ୍ର ତା ଜେଜେମାଆ ଯାହାକୁ ତାହା।ଯିଏ ଯେତେ କହିଲେ ଶୁଣିବାର ନାହିଁ।ସେଇ ଢାଳ ଧରି ଚାଲିଲା ବାଡିକୁ।ତାର ଏହି ଅଭ୍ୟାସ ବନ୍ଦ କରିବାର ଏହି ଅଭିନବ ରାତ୍ରିର ଉଡାଳି ର ଯୋଜନା କରିବାର ମନରେ ପାଞ୍ଚି କାର୍ଯ୍ୟ କାରୀ କରିବାକୁ ଲାଗିପଡିଥିଲା।

ସେଦିନ ପୂଜାପରେ ବୁଢୀ ଆରାମରେ ଶୋଇଗଲା।ପୁଣି ସଞ୍ଜ ହେଲା ବୁଢୀ ଢାଳ ଧରି ବାହାରିଲା। ସନୁ ତାର ଯୋଜନା ମୂତାବକ କାର୍ଯ୍ୟ କରିସାରିଥାଏ ଓ ତା ବାପା ମାଆଙ୍କୁ ମଧ୍ୟ ସେ ବାବଦରେ ଜଣାଇଥାଏ।ଯେମିତି ବୁଢୀ ବାହାରକୁ ଯାଇଛି ଦେଖିଲା ସେହି ଉଜ୍ଜଳ ଆଖି ଓ ଓଲଟା ଝୁଲନ୍ତା ଅବସ୍ଥା।ପୁଣି ଡରି ମରି ଆସି ଘରେ।କବାଟ ଦଉ ଦଉ କହିଲା ,ସେ ପୋଡାମୁହାଁ ପଣ୍ଡିତ କି ପୂଜା କଲା କେଜାଣି, ଭୂତୁଣୀ ଟା ତ ଯିବାର ନାଁ ହିଁ ଧରୁନି।ଏମିତି କହି କହି ତିଆରି ହୋଇଥିବା ପାଇଖାନାକୁ ଗଲା।ଏହି ଦେଖି ସନୁ,ଓ ପରିବାର ବର୍ଗ ହସି ହସି ବେଦମ୍।


ସେବେଠାରୁ ଆଉ ଚୁଇଁ ବୁଢୀ ବାହାରକୁ ଦୁଇ କରିବାକୁ ଯାଏନାହିଁ।

ଓ ସେହିଦିନଠାରୁ ସନୁର ଗାଁ ବାହ୍ୟ ମଳମୁକ୍ତ ଅଞ୍ଚଳ ହିସାବରେ ଗଣତି ହେଲା।ସନୁର ସେହି ସଫଳତା ପାଇଁ ଗାଁ ରେ ସେ ଖୁବ ପ୍ରଶଂସିତ ହୋଇଥିଲା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract