ଚୋରା ବାଲି
ଚୋରା ବାଲି
ଜୀବନର ପ୍ରତେକ ସୋପାନକୁ ସତବ୍ୟବହାର କରିବା ପାଇଁ ଉପଯୁକ୍ତ ପରିବେଶ ଆବଶ୍ୟକ।
ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଛାତ୍ର ଜୀବନ।ବିଦ୍ୟାଳୟର ପରିବେଶ ଛାଡିଲା ପରେ କଲେଜ ଜୀବନ ଆରମ୍ବହୁଏ।ଯାହା ସମସ୍ତଙ୍କପାଇଁ ଆଶା ଓ ଆକାଂକ୍ଷା। ବିଟେକ ଶିକ୍ଷା ଉପଯୁକ୍ତ କର୍ମ ସନ୍ଧାନର ଆଶା ଦେଇଥାଏ।ବୈଷୟିକ ଶିକ୍ଷା ଅନୁଷ୍ଠାନର ମ୍ୟାନେଜମେଣ୍ଟ ଉତ୍ତରତର ଦାୟୀ।ଡିମ ଇଂନଭରସିଟି ବିପିୟୁଟି ଭୁବନେଶ୍ୱର।ସେଠାରେ ବିଟେକରେ ନାମ ଲେଖେଇବାପୂର୍ବରୁ ଉନଭରସିଟି କର୍ତ୍ତୃପକ୍ଷ ପ୍ଲେସମେଣ୍ଟକରି ନିଯୁକ୍ତି ଦେବାପାଇଁ ପ୍ରତିଶୃତି ଦିଅନ୍ତି।ଚାରିବର୍ଷ ପଢିଲାପରେ ଏହି ପ୍ରତିଶୃତି ପାଣିର ଗାର ପରି ହୁଏ।ବ୍ୟାଙ୍କଲୋନ କରି ପାଠ ପଢିଲାପରେ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶୃତି ପାଳନ କରିବାକୁ ଅକ୍ଷମତା ପ୍ରକାଶ କରନ୍ତି।ଜଣେ ଛାତ୍ରକୁ ବିଟେକ ଚାରିବର୍ଷ ପଢିବାକୁ ପ୍ରାୟ ପନ୍ଦର ଲକ୍ଷ କର୍ତ୍ତୃପକ୍ଷ ନିଅନ୍ତି। ଦେଇଥିବା ପ୍ରତିଶୃତି ପାଳନ କରନ୍ତି ନାହିଁ। ଅନିଶ୍ଚିତ ଭବିଷ୍ୟତ। ମୁଁ ଯେଉଁଦିନ ଏହିକଲେଜ ରେ ବିଟେକ ନାମ ଲେଖାଇଲି ସେଦିନର କଥା।ନିଯୁକ୍ତି ନିମିତ୍ତ ପ୍ରତିଶୃତି ପାଇଥିଲି।ପ୍ରସ୍ପେକ୍ଟ ରେ ମଧ୍ୟ ଥିଲା ହଣ୍ଡରେଡ଼ ପରସେଣ୍ଟ ପ୍ଲେସମେଣ୍ଟ। ଦୁଃଖର କଥା ଏପରିଥିଲା କର୍ତୁପକ୍ଷଙ୍କର ମିଥ୍ୟା ବାର୍ତା ଯାହା କେବଳ ଡିମ ଉନଭାସିଟିର ପ୍ରଚାର ଚାଲ।ଜଣେ ଛାତ୍ର କିପରି ସେଠାରେପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବ ଏଇଥିପାଇଁ। ମୋର ପ୍ରଥମ ବର୍ଷ ଆଡ଼ମିଶନ ନିମିତ୍ତ ବର୍ଷକୁ ଦୁଇଲକ୍ଷ ଟଙ୍କା କରି ଆଠ ଲକ୍ଷ ଟଙ୍କା ଦେବାକୁ ପଡିଲା। ହଷ୍ଟେଲ ପାଇଁ ବର୍ଷକୁ ଲକ୍ଷେ କରି ଚାରିଲକ୍ଷ ଟଙ୍କା ।ଏସବୁ ଛାଡି ପ୍ରତି ସେମିଷ୍ଟର ପିଛା ଫାର୍ମ ଫିଳ୍ପ ,ଓ ଅନ୍ୟାନ୍ୟ ଖର୍ଚ୍ଚ ନେଇ ତିନି ଚାରି ଲକ୍ଷ ଟଙ୍କା କର୍ତ୍ତୃପକ୍ଷଙ୍କୁ ଚୁକ୍ତି କରେ।
ହଷ୍ଟେଲରେ ରହି ପାଠ ପଢିବ ବି ସମସ୍ୟା ଉପୁଜେ।ଗୋଟିଏ ରୁମ ଭିତରେ ଛଅ ଜଣ ପିଲା ରହୁ।କିଛିସାଙ୍ଗ ପଢ଼ା ସମୟରେ ଖେଳିବା ଗୀତ ଶୁଣିବାକୁ ଷ୍ଟେରିଓ ବ୍ୟବହାର କରନ୍ତି।ଖୁସି ଗପରେ ସାମିଲ ହେବାକୁ ବାଧ୍ୟ କରନ୍ତି।ଅଣ ଛାତ୍ର ବାହାରୁ ଆସି ଅବାଧରେ ପ୍ରବେଶ ହୁଅନ୍ତି। ତାଙ୍କ ସହିତ ନମିସିଲେ ଗାଳିଗୁଲଜ କରନ୍ତି, ଏପରିକି ରାଗିଙ୍ଗ କରିବାକୁ ପଛ।ନ୍ତି ନାହିଁ ।ବାହାରେ ଦେଖିଲେ ଡାକି ଦୋକାନରୁ ଜଳଖିଆ ଖାଇ ପଇସା ଦେବାକୁ କୁହନ୍ତି।ପଇସା ନଦେଲେ ମାଡ଼ ମାରିଥିବା ଅଭିଯୋଗ ଅଛି।ହେଲେ ହଷ୍ଟେଲ ସୁପରିଟେଣ୍ଡେଡ଼ ଏଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ।ବେଶି କହିଲେ ହଷ୍ଟେଲରୁ ବାହାରିଯାଅ ବୋଲି କୁହନ୍ତି।ହଷ୍ଟେଲ ରୁ ବାହାରି ଆସିଲେ କସନ ମନୀ ଫେରନ୍ତି ନାହିଁ।ଛୁଟିରେ ରହିଥିଲେବି ମାସକ ମିଲ ଚାର୍ଜ ଦେବାକୁପଡ଼େ।କଲେଜ ହଷ୍ଟେଲରେ ପ୍ରଥମ ଆଡ଼ମିଶନ ନେଲେ ରାଗିଙ୍ଗ ରଶିକାର ହେବାକୁ ପଡେ।ଉପର ବର୍ଷର ବଂଧୁମାନେ ଆସି ବିଭିନ୍ନ କଥା କହି ପ୍ରଶ୍ନପଚାରନ୍ତି।ଯେଉଁ ପ୍ରଶ୍ନ ଅବ।ନ୍ତର ଓ ଆଇନ ସଂଗତ ନୁହେଁ।ଉତ୍ତର ଦେଲେ କି ନଦେଲେ ନିଆର ଭଙ୍ଗୀରେ କମେଟ ଦିଅନ୍ତି।ସିଗାରେଟ କିଣିଆଣିବାକୁ କି ଚାହା ଆଣିବାକୁ ଦୋକାନକୁ ପଠାନ୍ତି।ମତେ ଲଂଗଳା ହେବାକୁ କୁହାଯାଇଥିଲା ଯାହା ପାଳନ ନକରିବାରୁ ଗୁଡ଼ାଏ କଞ୍ଚା ଲଙ୍କା ଚୋବେଇବାକୁ ପଡିଲା। ଏସବୁର ହଷ୍ଟେଲ ସୁପରିଟେଣ୍ଡେଟ ମୁଣ୍ଡ ପୁରନ୍ତିନାହିଁ। ପ୍ରଥମବର୍ଷର ବହୁ ସାଙ୍ଗ ହଷ୍ଟେଲ ଛାଡି ବାହାରେ ରହିବାକୁ ବାଧ୍ୟ ହୁଅନ୍ତି। ପ୍ରତ୍ୟେକ ହଷ୍ଟେଲ ଗୁଣ୍ଡା ମାନଙ୍କର ଆଶ୍ରୟ ସ୍ଥଳୀ । କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା। ଏହିପରି ଶିକ୍ଷା ପରିବେଶ ପ୍ରତିକୂଳ ବାତାବରଣ ଦେଇ ଗତି କରେ। ହଷ୍ଟେଇ ଖାଦ୍ୟମଧ୍ୟ ସ୍ଵାଦୁଯୁକ୍ତ ନୁହେଁ । ପାଣିମିଶା ଡାଲିଓ ଭାତ ଦରଫୁଟା ସହିତ ସର୍ବନିମ୍ନ ଭଜା ମଧ୍ୟ ଭଲକରି ସିଜି ନଥିବାର ଦେଖାଯାଏ। ନିର୍ଦ୍ଧିଷ୍ଟ ସମୟରେ ନଖାଇଲେ ଡାଇନିଂରୁମ ବନ୍ଦ ହୋଇଯାଏ। ଜଳଖିଆ ପିଲାମାନେ ହଷ୍ଟେଲରୁ ନଖାଇ ବାହାରେ କିଣି ଖାଆନ୍ତି। ମୁଁ ମଧ୍ୟ ବାହାରେ ଖାଇବାକୁ ଯାଏ । କର୍ତ୍ତୃପକ୍ଷ ସବୁଶୁଣି ଅଭିନୟ କରନ୍ତି । ହଷ୍ଟେଲରେ ପ୍ରତିଦିନ କିଛିନା କିଛି ଝଗଡା ଲାଗି ରହେ ।କେତେକ ଅସାମାଜିକ ଛାତ୍ରଙ୍କ ଅଦସ୍ଥଳୀ ହଷ୍ଟେଲ ହୋଇଥାଏ । କର୍ତ୍ତୃପକ୍ଷ ସବୁ ଜାଣନ୍ତି ହେଲେ କୌଣସି କାର୍ଯ୍ୟ ପନ୍ଥା ନିଆଣ୍ଟିନାହିଁ।ହଷ୍ଟେଲରେ ମଦ ଗଂଜେଇ, ଭାଙ୍ଗ, ସିଗାରେଟ ବିଡି, ଗୁଣ୍ଡି କାରବାର ହୁଏ। ଯାହା ଏହି ସାମାଜିକ ଛାତ୍ର ନେତାମାନକର କାର୍ଯ୍ୟ ରୁହେ। ଅର୍ଦ୍ଧେକ ଦିନ ବଡ଼ ଭାଇ ମାନେ ମଦ ନିଶାରେ ଝଗଡା କରନ୍ତି। ଏହି ଅପ୍ରିତି କର ପରିବେଶ ହଷ୍ଟେଲରେ ଲାଗିରହେ।
କଲେଜରେ ପାଠ ପଢା ମଧ୍ୟ ଗତୋଧିକ। ଶିକ୍ଷକଙ୍କ ଅନୁପସ୍ଥିତ ହେତୁ ଶ୍ରେଣୀ ସସପେଣ୍ଡ ହୁଏ। ଶ୍ରେଣୀରେ ପିଲାମାନେ ଗଣ୍ଡଗୋଳ କରନ୍ତି।ଶିକ୍ଷକ ଛାଡି ଚାଲିଯାନ୍ତି। ଏହି ଅବସ୍ଥାରେ ଶେଣୀରେ ଛାତ୍ର ର ଉପସ୍ଥାନ ଯଥେଷ୍ଟ ନଥିଲେ ପରୀକ୍ଷା ଦେବାକୁ ବଂଚିତ ହୁଏ।ପରେ ଫାଇନ ଆଦାୟ କରାଯାଏ। ଏହି ପରିସ୍ଥିତି ରେ କେତେକ ଅଧ୍ୟାପକ ଲାଞ୍ଚ ନେଇ ଉପସ୍ଥାନ ଦିଅନ୍ତି।ପ୍ରାକ୍ଟିକାଲ କ୍ଲାସ ହେବା ସମ୍ଭବ ନୁହେଁ। ଯଦିବା କମ ହୁଏ ତାହା ଜାଣିବାକୁ ଯଥେଷ୍ଟ ନୁହେଁ। କଲଚରର ଫଙ୍କ୍ସନ ହେଲେ ବହୁଅନ୍ୟ ଛାତ୍ର ପ୍ରବେଶ କରନ୍ତି। ଝିଅପିଲାଙ୍କୁ କମେଣ୍ଟ ମାରନ୍ତି। ବହୁ ଗଣ୍ଡଗୋଳ କରି ଚାଲିଯାନ୍ତି।
- ଏପରିକି ଜଣେ କ।ପିଟିସନରେ ରେ ଜିତିଥିବା ପିଲାଙ୍କୁ ପୁରସ୍କାର ନଦିଯାଇ ହାରିଥିବା ପିଲା ପୁରସ୍କାର ପାଏ।ତେଣୁ ମେଧାବୀ ଛାତ୍ର ମାନେ ନିରବ ରୁହନ୍ତି। ଜୀବନକୁ ଗଢିବାର ଶିକ୍ଷା ଅନୁଷ୍ଠାନ ଗୁଡିକ ବିଶ୍ୱାସ ଭରସା ହରାଇଦେଇଛି। ମୋ ପରି ଲକ୍ଷ ଲକ୍ଷ ପିଲାଙ୍କ ଜୀବନ ସହିତ ଖେଳ ଖେଳିଛି। ଅତୀତ ଏପରିଏକ ଚିଟ ଫଣ୍ଡ ଠାରୁ ମାରତ୍ମକ ତାହା ଅନୁମେୟ। ଶିକ୍ଷାକୁନେଇ ବ୍ୟବସାୟିକ ଅନୁଷନ ସେମାନଙ୍କ କାର୍ଯ୍ୟ କଳାପ ,ଆଜିର ଶିକ୍ଷା ପାଇଁ ଉଛୁକ ଯୁବକ ତାଙ୍କର ଜାଲରେ ରେପଡିବାକୁ ଆଶଙ୍କାରେ।ମୋର ଭଳି ଶିକ୍ଷାନାମରେ ଲକ୍ଷ ଲକ୍ଷ ଟଙ୍କା ପ୍ରତାରଣା ପ୍ରତିଶୃତି ଦେବାକୁ ନିନ୍ଦା କରେ।