ଚିଠିଟିଏ ପ୍ରଭୁଙ୍କୁ
ଚିଠିଟିଏ ପ୍ରଭୁଙ୍କୁ
ହେ ପରମ ପୂଜନୀୟ ଶ୍ରେଷ୍ଠ ନିରାକାର ପ୍ରଭୁ ,
ମୋର ପ୍ରଣତି ଘେନିବ .ତୁମେ କଣ ଶାନ୍ତିରେ ଅଛ ପ୍ରଭୁ ?ତୁମ ସୃଷ୍ଟି ଆଜି ଥରହର .ତୁମେ କେମିତି ସାହିପାରୁଛ ପ୍ରଭୁ ,ତୁମ ଛଡା କିଏ ରକ୍ଷା କରିପାରିବ ଏ ସୃଷ୍ଟିକୁ ପ୍ରଭୁ ?
ହେ ଅନୁଭବର ଠାକୁର ,ଥରେ ତ ଅନୁଭବ କର .ଯୋଉ ମା ତାର ସ୍ୱାମୀଙ୍କୁ ହରାଇ ସାରିବା ପରେ ,ଏକମାତ୍ର ପୁତ୍ରକୁ ଦେଶ ସେବାରେ ନିୟୋଜିତ କରିଥିଲା ସୈନିକ ହିସାବରେ ,ସେ ଯେବେ ଚଳିଯାଏ ,ଯୁଦ୍ଧର ଘନଘଟା ଭିତରେ ,ତ କୋଉ ଭରସାରେ ବଂଚିବ ବୃଦ୍ଧା ମାଆ ଟି ? ତୁମେ ତ କଳ୍କୀ ଅବତାରରେ ସମସ୍ତ ଅକର୍ତ୍ତବ୍ୟ କୁ ପ୍ରୋତ୍ସାହନ ଦେଉଛ ପ୍ରଭୁ .ନିଜେ ପ୍ରକଟ ହୋଇ ପୋଛି ଦେଇ ପାରିବ ସେଇ ମାଆର ପେଜୁଆ ଆଖିରୁ ,ଗଡି ଆସିଥିବା ଦୁଇଧାର ଲୁହ କୁ ?
ତୁମେ କହିପାରିବ ପ୍ରଭୁ ଯେତେ ଯିଏ ସବୁ ଦୁଃଖ କଷ୍ଟ ଭୋଗୁଛନ୍ତି ,ସେମାନେ ସମସ୍ତେ ନିଜ ପ୍ରାରବ୍ଧ କର୍ମ ପାଇଁ ? ତ ତୁମର ଏମିତି ନିର୍ଦେଶ ଥିଲା କାହିଁକି ତା ପାଇଁ ? ତୁମେ ଚାହିଁଥିଲେ ତାକୁ କୁକର୍ମରୁ ସୁକର୍ମର ପଥ ଦେଖାଇପାରିନଥାଆନ୍ତ ?,ତେବେ ତୁମ ବଡ଼ପଣ କୁଆଡେ ଗଲା ପ୍ରଭୁ ?,ଯେତେବେଳେ କଥା ସେତେବେଳେ ହେଲେ ,ସମସ୍ତେ ଜାଣନ୍ତେ ,ବୁଝନ୍ତେ ଆଉ ଡ଼ରନ୍ତେ ମଧ୍ୟ କୁକର୍ମ କରିବାକୁ ବା ପାପକୁ ଡରି ପୂଣ୍ୟ କରିଯିବାକୁ .ତୁମେ କଣ ଏ କଳି ଯୁଗରେ ଏତେ ଏମିତି ନିଷ୍ଠୁର ହେଇଯିବ ପ୍ରଭୁ ?
ପୋଛିଦିଅ ପ୍ରଭୁ ବୁଢ଼ୀ ମାଆ ଆଖିର ଲୁହ ,ସଧବା ମୁଣ୍ଡରେ ଭରିଦିଅ ନାଲି ସିନ୍ଦୁର ,ପୁତ୍ର କୁ ଦିଅ ସଦବୁଦ୍ଧି ,କନ୍ୟା କୁ କର ଵିଵେକୀ ,ପୁତ୍ରବଧୂ ହେଉ କୁଳରକ୍ଷାକର୍ତ୍ତୀ ,ବୁଢାବାପା ପାଆନ୍ତୁ ଗୃହକର୍ତ୍ତାର ମର୍ଯ୍ୟାଦା ,ବୁଢ଼ୀମାଆ ହସୁଥାଉ ଖିଲି ଖିଲି ,କହୁଥାଉ କେତେ ତୁମ ଗୁଣ ଗାନ ଭରା ଗଳ୍ପ ,ତା କାହାଣୀ ପେଡିକୁ ଖୋଲି ,ବାପା ମାଆ ହୁଅନ୍ତୁ ସମର୍ଥ ,ଦେଶ ଓ ଜାତିର ନାମ ରଖୁ ପୁତ୍ର ,ବିନା ରକ୍ତପାତରେ ,ଅହିଂସା ଆଚରଣରେ ,ପ୍ରଭୁ ରାମ ହୋଇ ,ଗାନ୍ଧୀଙ୍କ ମନ ନେଇ ,କର୍ତ୍ତବ୍ୟର ଦ୍ୱାହି ଦେଇ ଫେରିଆସନା ପୃଥିବୀକୁ ,ମଣିଷକୁ ଅସାର ଜୀବନର ସ୍ୱାଦ ଚଖେଇବା ପାଇଁ ,ଏହି ମୋର ନିବେଦନ ମହାବାହୁ. ଯୁଦ୍ଧ ଯାଉ ଦୁରେଇ ,ବୁଦ୍ଧମ ଶରଣମ ଗଛାମି ଡାକରେ ଦେଶ ଜାତିର ମାନ ବଢ଼ାଇ ,ରକ୍ଷାକର ହେ ସାଇଁ
ହେ ପ୍ରଭୁ ସବୁ ଯୁଗରେ ସବୁ ସମୟରେ ତୁମେ ମଣିଷ ଜନ୍ମ ନେଇ ମଣିଷର ଦୁଃଖ ବୁଝିଛ .ଏଵେ ସେ ସମୟ ଉପସ୍ଥିତ ପ୍ରଭୁ.ମଣିଷ ଭିତରେ ମଣିଷପଣିଆ ଭରିଦେବାକୁ ନିହାତି ଜନ୍ମ ନେବାକୁ ହେବ ପ୍ରଭୁ ତୁମକୁ .ବିଶେଷକରି ତୁମ ସୃଷ୍ଟିର ସମସ୍ତ ସଜୀଵ ପ୍ରାଣୀମାନଙ୍କ ଭିତରୁ ,ମଣିଷ ଶ୍ରେଷ୍ଠ ହୋଇଥିବାରୁ ,ତାକୁ ପଶୁ ପକ୍ଷୀ କୁଳର ଧ୍ୟାନ ରଖିବାକୁ ପଡିବ କାରଣ ପଶୁ ପକ୍ଷୀ ମାନେ କୌଣସି ନା କୌଣସି ପ୍ରକାରେ ମଣିଷର ସ୍ୱାର୍ଥ ପାଇଁ କାମ କରିଥାଏ ,ସେ ଜଙ୍ଗଲୀ ହେଉ ବା ଗୃହ ପାଳିତ ହେଉ ,ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ,ପ୍ରତ୍ୟକ ମଣିଷ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ .
ସେହିପରି ବୃକ୍ଷ ଲତା ଭଳି ସଜୀଵର ସହାୟତା କରିବା ମଣିଷ ପାଇଁ ବିଧେୟ .ଏମିତି କୌଣସି ବୃକ୍ଷ ଲତା ନାହିଁ ,ଯେଉଁଥିରେ ମଣିଷ ନିରୋଗୀ ରହି ସୁସ୍ଥ ରହି ,ଜୀବନ ଯାପନ କରିବାର ପ୍ରଣାଳୀ ନଥାଏ ,ତେଣୁ ସେହି ସଜୀଵମାନଙ୍କର ସହାୟତା କରିବା ମଣିଷର ନିହାତି ଆବଶ୍ୟକ .
ଆଜି ଯୁଦ୍ଧ ସମୟରେ ବୋମା ମାଡ଼ରେ ସବୁ କିଛି କ୍ଷତ ବିକ୍ଷତ କରୁଛି ମଣିଷ ,ବୈଜ୍ଞାନିକ ମାନେ ବାହାର କରିଥିବା ଗୁଣ ସୂତ୍ରଗୁଡିକର ଅପବ୍ୟବହାର ହେଉଛି ,ଧ୍ବଂସ ହେଉଛି ପୃଥିବୀ ,ତଥାପି ମଣିଷ ମନରେ କୋଉଠି ନା କୋଉଠି ରହିଛି ମାନବିକତା .ଆଜି ୟୁକ୍ରେନରେ ଥିବା ସମସ୍ତେ ଦେଶର ନାଗରିକ ନିଜ ଦେଶକୁ ଫେରିବାକୁ ବ୍ୟଗ୍ର ହେଲାବେଳେ ,ଜୈନିକ ଭାରତୀୟ ଛାତ୍ର ନିଜ ପୋଷା କୁକୁରକୁ ଛାଡି ଆସିବାକୁ ରାଜି ନୁହେଁ ,ତ ସମସ୍ତଙ୍କୁ ଏଭଳି ମନୋଭାବ ଦିଅ ପ୍ରଭୁ ,ନିଜ ଦୁଃଖ ,କଷ୍ଟ ,ଯନ୍ତ୍ରଣା ଯେମିତି ,ଅନ୍ୟର ବି ଠିକ ସେମିତି ରହିଛି ବୋଲି ସମସ୍ତଙ୍କ ଅନ୍ତର ଜାଣୁ .ନିଜକୁ ଯେପରି ଭୋକ ହୁଏ ଅନ୍ୟକୁ ବି ଠିକ ସେହିପରି ,ସେ ବିଲେଇ ଟିଏ ହେଉ ଅବା କୁକୁର ଟିଏ .ନିଜକୁ ଯେମିତି ଥକ୍କା ଲାଗେ ,ଅନ୍ୟକୁ ଠିକ ସେହିଭଳି ,ଏହିକଥା ଯଦି ସମସ୍ତଙ୍କ ମନକୁ ଆସନ୍ତା ପ୍ରଭୁ ନିଶ୍ଚୟ ଦୟା କ୍ଷମା ,ନିସ୍ଵାର୍ଥପରତା ଭରି ଯାଆନ୍ତା ପୃଥିବୀରେ ,ତୁମେ କିଛି ଚମତ୍କାର କର ପ୍ରଭୁ .
ପ୍ରଭୁହେ ,ଅଢେଇ ଦିନ ଦେଇଛ ବଂଚିବା ପାଇଁ ,ସେଥିରେ ଭରି ଦେଇଛ ଦୁଃଖ, ହତାଶ ,ଯନ୍ତ୍ରଣା ,ରୋଗ ,ଦୈବ ଦୁର୍ବିପାକ ,ଦୁର୍ଘଟଣା ,ସୁନାମି ,ବାତ୍ୟା ,ବନ୍ୟା ,ମହାମାରୀ ,ଓମୀକ୍ରନ ଇତ୍ୟାଦି ଘନଘଟା ,ତେଣୁ ଏସବୁକୁ ଦୃଷ୍ଟିରେ ରଖି ପ୍ରତି ଦେଶ ,ଜାତି ,ଗୋଷ୍ଠୀ ,ସମାଜ ଓ ପରିବାର ଗୁଡିକ ଶାନ୍ତି ଓ ସଂହତି ଭିତରେ କିଛି ଐତିହାସିକ ,ବୈଜ୍ଞାନିକ ,ଶିଳ୍ପ ଭିତ୍ତିକ ତଥା ସାହିତ୍ୟ କ୍ଷେତ୍ରରେ ଉର୍ନ୍ନତି କରିବାକୁ ରାଷ୍ଟ୍ର ,ଦେଶ ଓ ପରିବାର ମୁଖ୍ୟ ସବୁ ବାହାରିଲେ କେତେ ଭଲ ହୁଅନ୍ତା ପ୍ରଭୁ .କଣ ପାଇଁ ଏ ଯୁଦ୍ଧ ,କଣ ପାଇଁ ଏ ବିଭୀଷିକା ,କଣ ପାଇଁ ନିଜ ହାତରେ ନିଜେ କୁରାଢ଼ୀ ମାରିବା ,ବରଂ ଦଣ୍ଡ ରହୁ ,ଚୋରୀ ,ପାପ ,ଅନ୍ୟାୟ ,ଅସତ ଉପାୟ ଉପରେ ଆଙ୍ଗୁଳି ନିର୍ଦେଶ କରି ,ସୁଵିଚାର ଓ ସୁସମ୍ପର୍ନ୍ନ ହୋଇ ଚଳିବାକୁ ମଣିଷ ତତ୍ପର ହୋଇଉଠୁ ପ୍ରଭୁ ,ଜାଗରରେ ଏତିକି କୃପା ଭିକ୍ଷା ମୋର .
ଭରିତୀୟ ଛାତ୍ର ଆଜି ଯୁଦ୍ଧରେ ମରିଯାଇଛି କର୍ଭି ସହରରେ ,ରୁଷର ମିଜାଇଲ ମାଡ଼ରେ ,ପିତା ମାତା ଙ୍କର ଭୟ ,ଆଶଙ୍କା ଆଜି ସତ ପାଲଟିଛି .ମାଆ ବାପା ସନ୍ତାନକୁ ଜନ୍ମ ଦେବାଠୁ ଆରମ୍ଭ କରି ବଡ଼ କଲା ପର୍ଯ୍ୟନ୍ତ କେତେ କଷ୍ଟ, ଯନ୍ତ୍ରଣା ସହି ,କେତେ ଆଶା ,ସ୍ବପ୍ନ ,ପ୍ରତିଶ୍ରୁତି ଓ ବାସ୍ତବତା ଚେତନା ଚୈତନ୍ୟ ଭିତରେ ପୁଅ ଟିଏକୁ ବା ଝିଅ ଟିଏ କୁ ପାଠ ପଢାଇ ବଡ଼ କରନ୍ତି ,ତା ଭିତରେ ଅପମୃତ୍ୟୁ ,ଆତ୍ମହତ୍ୟା ,ଦୁର୍ଘଟଣା ,ମାଡାଗୋଳ ,ହାତା ହାତି ,ରକ୍ତପାତ ,ଚୋରୀ ,ଡକାୟତି ,ରାହାଜାନି ଭଳି ଦୁର୍ଦଶା ସବୁର ଆଶଙ୍କା ବି ଥିଲା ବେଳେ ,ଯୁଦ୍ଧର ଏ ଘନଘଟା ରେ କେତେ ସୈନିକ ,ସାଧାରଣ ଲୋକ ,ପୋକ ମାଛି ପରି ମରିବା କଣ ସେମାନଙ୍କ ଭାଗ୍ୟରେ ଲେଖିଥିଲେ ପ୍ରଭୁ ?ମଣିଷ ମଣିଷର ଶତ୍ରୁ ପାଲଟି ଯାଉଛି ,ନିଜ ଦୁଃଖ କଷ୍ଟ ରୋଗ ଋଣ ଯେପରି ନିଜକୁ କଷ୍ଟ ,ଅନ୍ୟର ବି ତାକୁ କଷ୍ଟ ବୁଝିବ କଣ ହତ୍ୟା ,ଲୁଣ୍ଠନ ,ଡକାୟତି ସହ ଯୁଦ୍ଧର ବିଭିଷୀକାରେ ରକ୍ତର ହୋରି ଖେଳିବା କଣ ଠିକ ଠାକୁରେ ?
ଯୁଗେ ଯୁଗେ ତୁମେ ଧରାରେ ଜନ୍ମ ନେଇ ମଣିଷ କୁ ଶିକ୍ଷା ଦେଇ ଶୃଙ୍ଖଳିତ କରିଛ ,ମାର୍ଗ ଦର୍ଶେଇଛ ,ତେବେ ଏଵେ କାହିଁକି ମୌନ ପ୍ରଭୁ ,ଯାହା କେହି କରିପାରିବେ ନାହିଁ ତାହା ଅବଶ୍ୟ ତୁମେ କରିପାରିବ.ଆଉ ଗୋଟେ କଥା କହିବି ପ୍ରଭୁ ,ମୋର ଇଚ୍ଛା ଭଲ ସାହିତ୍ୟିକା ଟିଏ ହୋଇ କିଛି ଲେଖିଯିବି ,ଯାହା କାଳଜୟୀ ହୁଅନ୍ତା ,ପରପିଢ଼ି ପଢି ଜାଣନ୍ତେ ,ବୁଝନ୍ତେ ,ଶିଖନ୍ତେ ଓ ଶିଖାନ୍ତେ ,ସାହିତ୍ୟ ତ ଲେଖା ନା ସେ ପୋଥି ହେଉ ବା ଗଳ୍ପ କାବ୍ୟ ,କବିତା ,ଉପନ୍ୟାସ ,ପ୍ରବନ୍ଧ ,ବା ଇତିହାସ ,ଆମରି ଭାବନାର ପରିପ୍ରକାଶତ ସାହିତ୍ୟ ,ଆମ ବିଶ୍ୱାସ ,ଆମ ଅନୁଭବ ,ଆମ ସଂସ୍କୃତି ,ପରମ୍ପରା ,ଚଳଣୀ ,ଶିକ୍ଷା ,ଦୀକ୍ଷା ,ଯୋଗ ,ଓ ଜାଗ ତ ଯେ କୌଣସି ଦେଶର ସାହିତ୍ୟ ,ହୁଏତ ଭାଷା ପୋଷାକ ,ଚଳଣୀ ,ପର୍ବ ପର୍ବାଣୀ ,ଖାଦ୍ୟ ପେୟ ଅଲଗା ହୋଇପାରେ କିନ୍ତୁ ଭାବନା ,ନିଶ୍ୱାସ ,ବିଶ୍ୱାସ ଆଉ ସଦ୍ଭାବନା ସବୁକୁ ଏକ କରିଦିଅ ପ୍ରଭୁ ,ମଣିଷ ଶାନ୍ତିରେ ବଞ୍ଚି ଶିଖୁ ଓ ଶିଖାଉ . ଆଉ ଗୋଟେ କଥା ଲେଖିବି ପ୍ରଭୁ ,ସମସ୍ତଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ତଥା ମୌଳିକ ଆବଶ୍ୟକତା ମିଲୁ ,ଖାଦ୍ୟ ,ବସ୍ତ୍ର ,ବାସସ୍ଥାନ ସହ ଶିକ୍ଷା ,ସ୍ୱାସ୍ଥ୍ୟ ,ସ୍ୱଚ୍ଛ ବାତାବରଣ ନିହାତି ସମସ୍ତେ ପାଇବା ଉଚିତ କି ନୁହେଁ ପ୍ରଭୁ ,ତା ଛଡା ଯୋଉ ପଶୁ ପକ୍ଷୀ କୁଳ ସେମାନେ ଆଶ୍ରୟ ଟିକେ ବିନା ଖାଦ୍ୟ ଗଣ୍ଡେ ବିନା କି ନାରଖାର ,ମଣିଷ ସେଥିପାଇଁ ଚିନ୍ତା କରୁ ,ନିଜ ବୁଦ୍ଧି ବିବେକ ବଳରେ ଅନ୍ୟର ଆତ୍ମାର ଡାକ ଓ ଅନ୍ୟର ଆବଶ୍ୟକତା ପୁରଣ କରିବା ପ୍ରକୃତ ଧର୍ମ ବୋଲି ବିବେଚନା କରୁ ପ୍ରଭୁ ,ସେହି ଶକ୍ତି ସାମର୍ଥ୍ୟ କେବଳ ତୁମେ ଦେଇପାରିବ .
ମୋ ଦେଶ ଉଦାହରଣ ହେଉ ପ୍ରଭୁ ସର୍ବପ୍ରଥମେ ,ଏହି ଦେଶ ପ୍ରେମ ସଭିଙ୍କ ମନରେ ଜାଗି ଉଠୁ ,ଯୁଦ୍ଧ ପରିବର୍ତ୍ତେ ମଣିଷ ,ପଶୁ ,ବୃକ୍ଷ ମାନଙ୍କର ଉପଯୁକ୍ତ ଅଭିବୃଦ୍ଧି ପାଇଁ କୋଉ ଦେଶ କେତେ ଆଗେଇଲା ,ତାହାକୁ ଅନ୍ୟ ଦେଶ ଅନୁକରଣ କରୁ କରୁ ସମସ୍ତେ ଗୋଟିଏ ଦେଶ ,ଗୋଟିଏ ଜାତି ,କୋଟିଏ ଅନେକ ଏକ ହୁଅନ୍ତୁ.ସମସ୍ତଙ୍କୁ ସୁଶାଶନ ଏବଂ ବ୍ୟବସ୍ଥାର ଆଲୋକ ପାଇଁ ତଥା ପରିଚାଳନାଗତ ସୁବିଧା ପାଇଁ ଦେଶର ଯେତିକି ଆବଶ୍ୟକ ବିଭାଜନ ହେଉ .ସମସ୍ତେ କର୍ତ୍ତବ୍ୟ ,ଦାୟିତ୍ବ ସମ୍ପର୍ଣ୍ଣ ହେବା ପାଇଁ ନୀତି ନିୟମ ପାଳନ ହେଉ ,ଏହି ସଦବୁଦ୍ଧି ଦିଅ ପ୍ରଭୁ . ଐଁଲୋକିକ ଶକ୍ତି ଦିଅ ପ୍ରଭୁ ପ୍ରକୃତିକୁ ବଞ୍ଚାଇ ରଖିବାକୁ ବି ଦିଅ ଦିବ୍ୟଦୃଷ୍ଟି .ନଈ ,ସମୁଦ୍ର ହ୍ରଦ ,ପାହାଡ଼ ,ଝରଣା ,ଜଙ୍ଗଲ ,ମାଟି ବାୟୁ ,ପାଣି ,ପବନ ର ସ୍ୱଚ୍ଛତା ସହ ତାର ସୁବିନିଯୋଗ ହେଲେ ଏ ପୃଥିବୀ ହସିବା ସହ ଆଉ ଯଦି କୋଉ ଗ୍ରହରେ ମଣିଷ ବା ଜୀବ ସତ୍ତା ଥିବ ,ସେମାନଙ୍କ ମଧ୍ୟରେ ମଧ୍ୟ ସୁସମ୍ପର୍କ ସ୍ଥାପନ କର ପ୍ରଭୁ ,ଯୁଦ୍ଧ ନୁହେଁ ଶାନ୍ତି ଚାହେଁ ମୁଁ ଆଉ ମୋ ଦେଶ ତଥା ମୋ ଜାତି ଆଉ ସାରା ପୃଥିବୀ .ପ୍ରଣାମ ଜଣେଇ ରହୁଛି .ଚିଠିଟିକୁ ପଢି ହୃଦୟଙ୍ଗମ କରିବା ହେବେ ମଣିମା l
ଇତି ତୁମର ଅଧମ କନ୍ୟା
ସୁନନ୍ଦା
