ଛାଡଖାଇ କୁ ନେଇ ୩ଟି ଗପ
ଛାଡଖାଇ କୁ ନେଇ ୩ଟି ଗପ
୧.
ନବଘନର ନିଦ ଆଜି ଜଲଦି ଭାଗିଂଗଲା। ଭାଗିଂବନି କେମିତି ଆଜିକୁ ମାସେ କି ତା ଠାରୁ ବେଶୀ ହେବ ପାଟିରେ ଆମିଷ ବାଜିନି। କାର୍ତିକ ମାସ ସାରା ଆମିଷ ନଖାଇ ଡଗାଂ ଦେଇଛି ସେ। ଶଃ ଛାଡଖାଇ ଟା ବି ଗୁରୁବାର ପଡିଲା ସେ ପୁଣି ମାର୍ଗଶୀର ମାସ। ମାସେ ହେଲା ଭାତ ଠିକ ସେ ଗଳୁନଥିଲା ଏଇ ଗୋଟିଏ ଦିନ ବି ମାସେ ଭଳି ଲାଗିଲା। ଯାହା ହେଉ ଶେଷରେ ସେ ଶୂଭଦିନ ଆସି ପହଞ୍ଚିଲା । ଆଜି ଶୁକ୍ରବାର ଜଲଦି ନଗଲେ ମାଂସ କି ମାଛ କିଛି ମିଳିବନି। ଦାନ୍ତ ଘଷି ୬ଟା ପୂର୍ବରୁ ବଜାର ବାହାରି ଗଲା। ପ୍ରବଳ ଭିଡ। ଦୋକାନି କିଲେ ତଳକୁ ଓଜନ କରୁନି। ଜଲଦି ଜଲଦି ୧କିଲୋ ମାଂସ ଆଣି ଘରଣୀ କୁଂ ଦେଇ ଅଫିସ ବାହାରି ଗଲା। ଅଫିସ ଗଲାବେଳେ ସବୁବେଳେ ବାଟରେ ଗଣ୍ଡାଏ ରୁ ବେଶୀ କୁକୁର କାମୁଡା କାମୁଡି ହୁଅନ୍ତି ହେଲେ ଆଜି ଜମା ଗୋଟିଏ ବି ଦେଖା ଯାଉ ନାହାଁନ୍ତି ! ଛାଡ ହୋ ବେଶୀ ଭାବିବା ସ୍ବାସ୍ଥ୍ଯ ପାଇଁ ଖରାପ ବୋଲି ମନେ ମନେ କହି ଆଗକୁ ମାଡି ଚାଲିଲା।
୨.
ଦିବ୍ୟ ଭୂବନେଶ୍ୱର ରେ ରହି engineering ପଢୁଛି। ହଷ୍ଟେଲ ରେ ଭଲ ନ ଲାଗିବାରୁ ୪ନଂ ରେ ନିଜେ ଗୋଟେ ଘର ଭଡା ନେଇ ରହିଲା। ଘରେ ଗୋଟେ ନୂଆ ଫ୍ରିଜ୍ କିଣା ହେବାରୁ ପୁରୁଣା ଫ୍ରିଜ୍ କୁ ଆଣି ପାଖରେ ରଖିଥାଏ। ସେ କେତେବେଳେ ହାତରେ ରୋଷେଇ କରି ଖାଏ ତ କେତେବେଳେ ହୋଟେଲ ରେ ଖାଏ। ଆଖ ପାଖରେ ସବୁ ଫ୍ୟାମିଲି ବାଲା ଭଡାରେ ରହୁଥାନ୍ତି। ସୁଖ ଦୁଃଖ ରେ ଯେଝା ବାଟରେ ଯେଝା। ଦିବ୍ୟର ପ୍ରାୟ କାହା ସାଂଗରେ ସେମିତି ପରିଚୟ ନାହିଁ। ଏଥର ଛାଡଖାଇ ଟା ଧୋକା ଦେଲା।
ମାର୍ଗଶୀର ମାସ ଗୁରୁବାର କିଏ ବା ଆମିଷ ଖାଇବ?
ଶୁକ୍ରବାର ଆମିଷ ବଜାର ଭିଡ, ଭଲ ଜିନିଷ ମିଳିବ କି ନା ସନ୍ଦେହ! କିଏ ଜଣେ ଦିବ୍ୟ ରୁମ ଦରବାଜା ଠକଠକ୍ କଲା। କବାଟ ଖୋଲିବାରୁ ନାଇଟ ପିନ୍ଧି ଜଣେ ଭଦ୍ର ମହିଳା ଠିଆ ହୋଇଥିେଲ। ଦିବ୍ୟ କୁ ଦେଖି ଖଣ୍ଡି ହସି ସେ କହିଲେ
ଭାଇ ଆପଣ କଂ ଘରେ ଫ୍ରିଜ୍ ଅଛି? ମୋତେ ଟିକେ ହେଲ୍ପ କରିବ? କଥା କଣ କି ଇଏ ଆମର ଆଜି ଚୌଦ୍ୱାର ଯାଇଥିଲେ ଫେରିଲା ବେଳେ ତଟକା ନଈ ପୋହଳା ମିଳିଲା। ଏ ସେଥିରୁ କିଲେ ନେଇ ଆସିଛନ୍ତି କଣ କରିବା ଆପଣ ଜାଣିଛନ୍ତି ଆଜି ମାଣବସା ଗୁରୁବାର ଟିକେ ଯଦି ଫ୍ରିଜ୍ ରେ ରଖିଦେଇଥାନ୍ତ?? ଅଳ୍ପ ହସି ଦିବ୍ୟ ତାକଂ ଠୀରୁ ମାଛ ନେଇ ଫ୍ରିଜ୍ ରେ ରଖିଲା। କିଛି ସମୟ ପରେ ଆଉ ଜଣେ ବୟସ୍କା ଭଦ୍ର ମହିଳା ଗାଁ ରୁ ଆସିଛି କହି ବତକ ଅଣ୍ଡା ଦେଇଗଲେ। ତାର ଆଉ କିଛି ସମୟ ପରେ ଆଉ ଜଣେ ଦେଶୀ କୁକୁଡା ମାଂସ ଆଉ ଜଣେ ଚିଲିକା ଚିଗୁଂଡି... ସବୁଦିନ ଖାଲି ପଡୁଥିବା ଫ୍ରିଜ୍ ଆଜି ଖୋଲିଲେ ଜିନିଷ ଗଳି ପଡିବ। ଦିବ୍ୟ ମନ ମନେ କହୁଥିଲା ଶଃ ଦିନେ ନାହିଁ କାଳେ ନାହିଁ......।
୩.
କାର୍ତ୍ତିକ ମାସ ଆରମ୍ଭ ହୋଇଥାଏ। କୁହାଯାଏ ପୂଣ୍ୟ କାର୍ତ୍ତିକ ମାସ ରେ ବଗ ବି ଆମିଷ ଛାଡିଦିଏ, କିଏ କହେ ମାଛ କୁ ରୋଗ। ସେ ଯାହା ବି ହେଉ ମନୋଜ ବାବୁ ବି ପୂରା ମାସଯାକ କାୟମନୋବାକ୍ୟରେ ଆମିଷ ଛାଡିଛନ୍ତି। ସେଦିନ ସୋମବାର ମୋବାଇଲ ରେ ସେ ପପୁ ପମ୍ ପମ୍ ର ଭାଇରାଲ କମେଡି ଭିିଡିଓ ଦେଖୁଥିଲେ ସେଥିରେ ପପୁ କହୁଥାଏ ସେ କେମିତି କାର୍ତ୍ତିକ ମାସ ସାରା ଆମିଷ ଶସ୍ତା ଥିବାରୁ ପ୍ରବଳ ଖାଏ, ପଂଚୁକରେ ଆହୁରି ଖାଏ, ଶେଷରେ ଛାଡଖାଇ ଦିନ ଅରୁଆ ଡାଲମା ଖାଏ। ଏକଥା ଦଖି ମନୋଜ ବାବୁ ଖୁବ୍ ହସିଲେ। ତାପରେ ଆସି ବାଲକୋନୀ ରେ ବସିଛନ୍ତି ତାକଂ ନାକରେ ଆମିଷ ବାସ୍ନା ବାଜିଲା। କିଏ ଜଣେ ଅଡୋଶ ପଡୋଷରେ ଲୁଣି ମାଛ କି ଶୁଖୁଆ ଶୋରିଷ ଦେଇ ରାନ୍ଧୁଛି। ସେମିତି ସବୁଦିନେ ସଂଧ୍ଯା ବେଳେ ଅଫିସ ରୁ ଫେରି ମନୋଜ ବାବୁ ଯେତେବେଳେ ବାଲକୋନୀ ରେ ବସନ୍ତି ତାକୁଂ କେତେବେଳେ ଚିଗୁଂଡି କେତେବେଳେ କଂକଡା , ଇଲିସି, ଖାସି ମାଂସ ଆଉ ଚିକେନ କଷାର ବାସ୍ନା ହୁଏ, ବାର ଅବାର କିଛି ନାହିଁ। ଆଜି ଛାଡଖାଇ ମନୋଜ ବାବୁ ମାଂସ ଆଣିଥିଲେ, ଘରଣି ପ୍ରେସରକୁକର୍ ରେ ସିଝାଇ ରଖିଛନ୍ତି ରାତିରେ ରୁଟି ସାଂଗକୁ ମଟନ କଷା ହେବ। ମନୋଜ ବାବୁ ସବୁଦିନ ଭଳି ଆଜି ବି ଅଫିସରୁ ଫେରି ବାଲକୋନୀ ରେ ବସିଛନ୍ତି ହଠାତ୍ ଦେଶୀ ଗୁଆ ଘିଅ ଛୁକଂ ଡାଲମା ବାସ୍ନା ଆସିଲା। ଆଶ୍ଚର୍ୟ୍ଯ ହୋଇ ମନୋଜ ବାବୁ ଭାବୁ ଥାନ୍ତି ଣଃ ମୁଁ ପପୁ କମେଡି କୁ ମଜାକ ଭାବୁଥିଲି କିଏ ଗୋଟେ ସିରିଏସ୍ ଲି ଦେହକୁ ନେଇଯାଇଛି।
