STORYMIRROR

Suryakanta Kanungo

Children Stories Inspirational

4  

Suryakanta Kanungo

Children Stories Inspirational

ପ୍ରଫୁଲ୍ଲ ର ମଇଁଷି

ପ୍ରଫୁଲ୍ଲ ର ମଇଁଷି

2 mins
2

ବନ୍ତଳା ବୋଲି ଗୋଟିଏ ଗାଁଆ ରେ ପ୍ରଫୁଲ୍ଲ ବୋଲି ଜଣେ ବ୍ୟକ୍ତି ରହୁଥିଲା। ତାର ଅନେକ ଚଷ ଜମି ଥିଲେ ବି ସେ ଗରିବ କଂ ପରି ଚଳୁଥାଏ। ସେ ଗୋଟିଏ ମଇଁଷି ପାଳି ଥିଲା ଆଉ ତାର କ୍ଷୀର ବିକ୍ରୀ କରି ଯାହା କିଛି ମିଳେ ସେଥିରେ ତାର ଗୁଜରାଣ ମେଣ୍ଟାଏ। ଚାଷବାସ ନାଁ ଶୁଣିଲେ ଖୁବ୍ ଚିଡଚିଡା ହୁଏ। ଥରେ ଜଣେ ସନ୍ୟାସୀ ସେ ଗାଁଆ କୁ ଆସିଲେ ଆଉ ଯୋଗକୁ ପ୍ରଫୁଲ୍ଲ ର ଘରେ ରହିବାକୁ ଇଛା ପ୍ରକାଶ କଲେ। ପ୍ରଫୁଲ୍ଲ ତାକଂର ଖୁବ ସ୍ବାଗତ ସତ୍କାର କଲା। ଦିନ ବେଳେ ନିଜ ଘର ଚାରିଆଡ଼େ ବୁଲାଇ ନିଜ କ୍ଷେତ ଜମି ଆଉ ବାଡ଼ି ବଗିଚା ଦେଖାଇଲା। ସନ୍ୟାସୀ ଦେଖିଲେ ପ୍ରାୟ ସବୁ ପଡିଆ ପଡିଛି। ରାତିରେ ସମସ୍ତେ ଖାଇସାରି ଶୋଇଗଲେ। ଠିକ୍ ଭୋର ତିନିଟା ବେଳେ ସନ୍ୟାସୀ ଉଠି ବସିଲେ ଆଉ ନିଜ ଶିଷ୍ୟ କୁ ଉଠାଇ ଯିବାକୁ ବାହାରିଲେ। ଶିଷ୍ୟ ପ୍ରଫୁଲ୍ଲ କୁଂ ଡାକିବାକୁ ଯାଉଥିଲା କିନ୍ତୁ ସନ୍ୟାସୀ ତାକୁ ଇସାରା ରେ ମନାକଲେ, ଆଉ ବାଡ଼ି ପଟକୁ ଯିବାକୁ କହିଲେ। ବାଡ଼ି ପଟ ଗୁହାଳ ରେ ବନ୍ଧା ହୋଇଥିବା ମଇଁଷି କୁ ସାଥିରେ ଧରି ଯିବାକୁ ବାହାରିଲେ । ଶିଷ୍ୟ କୁ ଏ ସବୁ କଥା ବଡ ଆଶ୍ଚର୍ୟ୍ଯ ଲାଗୁଥିଲେ ବି ଗୁରୁ କଂ ଆଦେଶ ପାଳନ କରିବା ଛଡା ତା ପାଖରେ ଆଉ ଅନ୍ୟ ଉପାୟ ନଥିଲା। ସକାଳ ହେବା ବେଳକୁ ଗାଁଆ ଠାରୁ ସେମାେନ ବହୁତ ଦୂର କୁ ଚାଲି ଯାଇଥିେଲ। ଡଗାଂରେ ନଦୀ ପାର ହୋଇ ସେମାେନ ପାହାଡ ପାଖ ଦୂର ଜଂଗଲରେ ମଇଁଷି କୁ ଛାଡି ଚାଲି ଆସିଲେ। ଶିଷ୍ୟ ଜଣକ ମନେ ମନେ ଖୁବ୍ ଅସୋନ୍ତଷ ହେଲେ ବି ଗୁରୁ କଂ ଆଦେଶ ପାଳନ କରିବାକୁ ବାଧ୍ଯ। ଗୁରୁ କୁଂ କିଛି ପଚାରିବ ବୋଲି ଭାବିଲେ ବି ପଚାରି ପାରୁ ନଥାଏ। ଏଣେ ପ୍ରଫୁଲ୍ଲ ସକାଳୁ ଉଠି ମଇଁଷି କୁ ବହୁତ ଖୋଜିଲା ହେଲେ କେଉଁଠି ବି ପାଇଲା ନାହିଁ। ତାକୁ ଚାରିଆଡ଼େ ଅନ୍ଧାର ଦେଖାଯାଉ ଥାଏ। ସନ୍ୟାସୀ ଯେ ତାର ମଇଁଷି ଚୋରିକରି ନେଈଛନ୍ତି ସେକଥା ତାର ବୁଝିବାକୁ ବାକି ନଥାଏ। ରାଗ ରେ ସନ୍ୟାସୀ କୁଂ ବହୁତ ଗାଳି
 ଆଊ ତାସଲ୍ଯ କଲା। ଏମିତି ଅନେକ ବର୍ଷ ବିତିଗଲା । ପୁଣି ଥରେ ସନ୍ୟାସୀ ଆଉ ତାକଂ ଶିଷ୍ୟ ବନ୍ତଳା ଗାଁ ଆଡେ ବୁଲି ଆସିଲେ। ଚାଲୁଚାଲୁ ସନ୍ୟାସୀ ଗୋଟିଏ ଘର ଆଗରେ ଅଟକି ଗଲେ। ଘରଟି ଖୁବ୍ ସୁନ୍ଦର ଆଉ ଜଣେ ଧନୀ ଲୋକର ଘର ଭଳି ଦେଖା ଯାଉଥିଲା। ସନ୍ୟାସୀ କୁଂ ଦେଖି ଘର ମାଲିକ ବାହାରକୁ ଆସିଲା। ଶିଷ୍ୟ କୁ ଲୋକ ଟି ଚିନ୍ହା ଚିହ୍ନା ଲାଗିଲା। ଲୋକ ଟି ସନ୍ୟାସୀ ଆଉ ତାକଂ ଶିଷ୍ୟ କୁ ଘରକୁ ପାଛୋଟି ନେଲା, ଆଉ ସନ୍ୟାସୀ କୁଂ ଚାହିଁ କହିଲା ଆପଣ ମତେ ଚିହ୍ନି ପାରୁଛନ୍ତି? ମୁଁ ପ୍ରଫୁଲ୍ଲ! ସେଦିନ ଆପଣ ମୋର ମଇଁଷି ନେଇ ଚାଲିଗଲା ପରେ ମୁଁ ମନେ ମନେ ଆପଣଙ୍କୁ ବହୁତ ଗାଳି ଦେଇଛି ସେଥିପାଇଁ କ୍ଷମା କରି ଦେବେ, ହେଲେ ଆପଣ କଂ ଉଦ୍ଦେଶ୍ଯ ବୁଝିବାକୁ ମତେ କିଛି ସମୟ ଲାଗିଲା। ଧିରେ ଧିରେ ନିଜ ଗୋଡରେ ଠିଆ ହେବା ଶିଖିଗଲି ଆଉ ଆଜି ଏତେ ସବୁ ସମ୍ପତ୍ତିଆସନ୍ତାକାଲି
ଚାଲନ୍ତୁ ଆଜି ଆମ ଘରେ ବିଶ୍ରାମ ନେବେ ଆସନ୍ତାକାଲି ମୁଁ ଆପଣମାନଙ୍କୁ ନିଜ ବାଡି ବଗିଚା ଆଉ କ୍ଷେତ ବୁଲାଇ  ଦେଖାଇବି। ସନ୍ୟାସୀ ଆଉ ତାକଂ ଶିଷ୍ୟ ସେଦିନ ପ୍ରଫୁଲ୍ଲ ଘରେ ବିଶ୍ରାମ ନେଲେ, ତା ପରଦିନ ପ୍ରଫୁଲ୍ଲ ସେମାନଙ୍କୁ    ନିଜ ଶସ୍ୟ ଶ୍ୟାମଳ କ୍ଷେତ ଆଉ ନାନାଦି ଗଛ ଲତାରେ   ପରିପୂର୍ଣ୍ଣ ବଗିଚା ଦେଖାଇ ସସମ୍ମାନେ ବିଦାୟ ଦେଲା। 
ଫେରିବା ବେଳେ ଶିଷ୍ୟ ଗୁରୁ କଂ ପାଦତଳେ ପଡ଼ି କହିଲା ମତେ ବି କ୍ଷମା କରିଦେବେ ପ୍ରଫୁଲ୍ଲ ପରି ମୁଁ ବି ଆପଣକୁଂ ସନ୍ଦେହ କରିଥିଲି ହେଲେ ଆଜି ଜାଣୁଛି ପ୍ରକୃତ ଉପକାର  କାହାକୁ କୁହାଯାଏ। ସନ୍ୟାସୀ ଟିକେ ହସିଦେଲେ। 


Rate this content
Log in