ଯେସାକୁ ତେସା
ଯେସାକୁ ତେସା
ଅନେକ ବର୍ଷ ପୂର୍ବରୁ ଅବନ୍ତି ନଗର ରାଜ୍ଯ ରେ ରାଜା ଚନ୍ଦ୍ରଭାନୁ ଶାସନ କରୁଥିଲେ। ତାକଂ ମନ୍ତ୍ରୀ କଂ ନାମ ଯଯାତି ଥିଲା। ଯଯାତି ଜଣେ ସଚ୍ଚୋଟ ଓ କର୍ମଠ ବ୍ଯକ୍ତି ହୋଇଥିଲେ ବି ଟିକେ କ୍ଷଣକୋପି ଥିଲେ। ଯଯାତି କଂ ପତ୍ନୀ ଯଶୋଦା କିନ୍ତୁ ବହୁତ ବୁଦ୍ଧିମତୀ ଥିଲେ। ନିଜର ଏଇ କ୍ଷଣକୋପି ସ୍ବଭାବ ପାଇଁ ମନ୍ତ୍ରୀ ଯଯାତି ଯେବେ ଯେବେ ଅସୁବିଧା ରେ ପଡନ୍ତି ତାକଂ ପତ୍ନୀ ହିଁ ତାର ସମାଧାନ କରନ୍ତି। ଚନିଆ ବୋଲି ଜଣେ ବାରିକ ରାଜ ସେବା କରିବାକୁ ନିୟଜିତ ହୋଇଥାଏ। ରାଜା, ମନ୍ତ୍ରୀ କଂ ଠାରୁ ଆରମ୍ଭ କରି ଅନ୍ୟ ରାଜ ପରିଷଦକଂର ଚୁଟି, ଦାଢ଼ି ଆଦି କାଟିବା ତାର ନିତିଦିନିଆ କାମ ଥଲା। ଚନିଆ ସ୍ବଭାବ ରେ ଖୁବ ଧ୍ରୂର୍ତ ଓ ଚାପୁଲୁଶି ସ୍ବଭାବ ର ଥିଲା। କଥା କଥାରେ ପାଣିରେ ସର ପକାଇ ବା ଲୋକ। ଅନ୍ୟ କୁ ବିପଦକୁ ଠେଲି ଦେବା ତା ବାଁ ହାତ ର ଖେଳ ଥିଲା।
ଦିନକର କଥା ଚନିଆ ମନ୍ତ୍ରୀ ଯଯାତି କଂ ଦାଢି କ୍ଷୁର କଲା ବେଳେ ଅନ୍ୟମନସ୍କ ହେତୁ ମନ୍ତ୍ରୀ କଂ ଗାଲ ଖଣ୍ଡିଆ ହୋଇ ଗଲା। କ୍ଷଣକୋପି ମନ୍ତ୍ରୀ ତୁରନ୍ତ ତାକୁ ଏକ ଚାପୁଡ଼ା ମାରିଲେ, ପରେ ନାନା ଭର୍ତ୍ସନା କରି ଗାଳିଦେଇ ବିଦା କରିଦେଲେ। ବାରିକ ଚନିଆ ରାଗ ଜର୍ଜରିତ ହୋଇ ଫେରି ଆସିଲା। ସେ ମନେ ମନେ ମନ୍ତ୍ରୀ କୁଂ ପାନେ ଦେବା ପାଇଁ ଚିନ୍ତା କଲା। ଥରେ ରାଜା କଂ ପିଠି ମାଲିସ କଲାବେଳେ ସାକୁଲେଇ ହୋଇ କହିଲା ମଣିମା ଆପଣ ଖୁବ୍ ମହାନ୍ ଆପଣ କଂ ରାଜ୍ଯ ରେ ସମସ୍ତେ ଖୁବ୍ ଭଲରେ ଅଛନ୍ତି ଆପଣ ଧନ୍ଯ କିନ୍ତୁ.... ଏତିକି କହି ସେ ଅଟକି ଗଲା। କିନ୍ତୁ କଣ? ଖୋଲିକି କୁହ ରାଜ୍ଯ ର ଜଣେ ନାଗରିକ ହିସାବରେ ତୁମର ବି କହିବାର ଅଛି ଆଉ କଥାଟା ଠିକ ଲାଗିଲେ ମୁଁ ନିଶ୍ଚିତ କିଛି ପଦକ୍ଷେପ ଗ୍ରହଣ କରିବି। ରାଜା କହିଲେ। ଥଗଂମଗଂ ହୋଇ ବାରିକ କହିଲା କଥା କଣ କି ମହାରାଜ ଆପଣ ତ ବେଶ ଆନନ୍ଦ ରେ ରାଜ୍ଯ ସାଶନ କରୁଛନ୍ତି। ଆପଣ ପ୍ରଜା ଆଉ ସମସ୍ତ ପାରିଷଦଗଣ ବେଶ ଖୁସି ରେ ଅଛନ୍ତି। ହେଲେ ଯାହା ପାଇଁ ଆଜି ଏ ସୁଖଭୋଗ ସେମାନଙ୍କ କଥା ବି ତ ଟିକେ ବୁଝିବା ଦରକାର। ତୁମେ କାହା କଥା କହୁଚ? ରାଜା ପ୍ରଶ୍ନ କଲେ। ଅଳ୍ପ ହସି ବାରିକ କହିଲା ଏଇ ଆପଣ କଂ ପିତା, ପିତାମହ ଆଦି ପିତ୍ରୁପୁରୁଷ ଯାହା କଂ ଲାଗି ଆମେ ସଂସାର କୁ ଆସିଛେ ରାଜ୍ଯଭୋଗ କରୁଛେ, ଏ ସଂସାର ରୁ ବିଦାୟ ନେଇ ସବୁ କିଛି ଆମକୁ ସମର୍ପି ଦେଇ ସ୍ବର୍ଗ ରେ କିପରି ଅଛନ୍ତି ଉତ୍ତରାଧିକାରୀ ଭାବରେ ଜାଣିବାକୁ ନିହାତି ଆବଶ୍ଯକ। ଆପଣ ଏ ବିଷୟରେ କଣ ଭାବୁଛନ୍ତି ମଣିମା? ବାରିକ ପ୍ରଶ୍ନ କଲା। ତୁମେ ଯାହା କହୁଛ ଠିକ ଚନିଆ ତୁମ କଥା ରେ ଦମ୍ ଅଛି ହେଲେ ଏକଥା ସମ୍ଭବ ହେବ କେମିତି? ରାଜା ପଚାରିଲେ। ରାଜା କଂ ପାଖକୁ ଟିକେ ଲାଗି ଆସି ବାରିକ କହିଲା ଉପାୟ ଅଛି ମହାରାଜ। ଆପଣଙ୍କ ପିତ୍ରୂପୁରୁଷ ମାନକୁଂ ଯେଉଁଠି ସମାଧି ଦିଆଯାଇଥିଲା ଠିକ ତାରି ପାଖରେ ଆଉ ଗୋଟିଏ ସମାଧି ବନେଇବା ସେଥିରେ ଯେଉଁ ଲୋକ ସ୍ବର୍ଗ କୁ ଯିବ ତାକୁ ପୁରାଇ ଦେବା।
ବର୍ଷେ ପରେ ସେ ସବୁ ହାଲଚାଲ ବୁଝି ଫେରିବ। ଆଉ ଆମ ମନରେ କିଛି ଅବଶୋଷ ରହିବନି। ଆପଣଙ୍କ ମତ କଣ ମହାରାଜ? ବାରିକ ପଚାରିଲା। କିଛି ସମୟ ଭାବି ରାଜା କହିଲେ ହଁ ପ୍ରସ୍ତାବ ତ ଖୁବ ଉତ୍ତମ କିନ୍ତୁ... କିନ୍ତୁ ସେଠାକୁ ଯିବ କିଏ? ଅଳ୍ପ ହସି ବାରିକ ବାରିକ କହିଲା ମୋ ମତରେ ଯଣେ ବ୍ଯକ୍ତି ଏ କାର୍ୟ୍ଯ କରିବାକୁ ସମ୍ପୂର୍ଣ୍ଣ ଯୋଗ୍ୟ। ସେ ହେଉଛନ୍ତି ଆମର ଅତିପ୍ରିୟ ମନ୍ତ୍ରୀ ମହୋଦୟ ଯଯାତି ହଜୁର। ସେ ସବୁଠାରୁ ପୁରୁଖା ଆପଣ କଂ ବାପା କର
ବି ଖାସ୍ ଥିଲେ ତାକୁଂ ପଠାଇବା ହିଁ ଠିକ୍ ହେବ।
ରାଜାଙ୍କ ମୁହଁ ଉଜ୍ଜ୍ବଳ ଦେଖାଗଲା ମନ୍ତ୍ରୀ ଯଯାତି କଂ ଠାରୁ ବଳି ଉତ୍ତମ ବ୍ଯକ୍ତି ଆଉ କେହି ହୋଇନପାରେ।
ତା ପରଦିନ ସଭା ରେ ରାଜା ସମସ୍ତ କଂ ସାମ୍ନା ରେ ମନ୍ତ୍ରୀ କୁଂ ଡାକି ଏ କଥା ଗର୍ବର ସହ କହିଲେ। ରାଜା କଂ ଡରରେ ଅନ୍ୟ ସମସ୍ତେ ବି ଏଥିରେ ସହମତ ହେଲେ। ବିଚରା ମନ୍ତ୍ରୀ କଂ ପାଖରେ ଆଉକିଛି ଉପାୟ ନଥିଲା ଆସନ୍ନ ବିପଦକୁ ସେ ସ୍ପଷ୍ଟ ଦେଖି ପରୁଥିଲେ କିନ୍ତୁ କିଛି ଉପାୟ ନପାଇ ସେ ବି ଏ କଥାରେ ମୁଣ୍ଡ ଟୁଗାଂରି ହଁ ମାରିଲେ।
ସଂଧ୍ଯା କୁ ମନ୍ତ୍ରୀ ମହୋଦୟ ବିଷର୍ଣ୍ଣ ବଦନରେ ଘର କୁ ବାହୁଡିଲେ। ପତି କଂ ସୁଖି ଯାଇଥିବା ମୁହଁ କୁ ଦେଖି ପତ୍ନୀ କଣ ହୋଇଛି ବୋଲି ପଚାରନ୍ତେ ମନ୍ତ୍ରୀ ତାକୁଂ ସବୁକିଛି
ଖୋଲି କହିଲେ। ରାଜ ଦରବାରରେ ଏକ ବିଶ୍ବସ୍ତ ସୁତ୍ରରୁ ଏହା ଚନିଆ ବାରିକ ର କାମ ବୋଲି ସେ ଜାଣି ସାରିଥଲେ। କଛି ସମୟ ଭାବି ପତ୍ନୀ ଯଣୋଦା ମନ୍ତ୍ରୀ କୁଂ କହିଲେ
ଆପଣ ରାଜା କୁଂ ମୋର ଅତି ଜରୁରୀ କାମ ଅଛି କହି ଦୁଇମାସ ସମୟ ମାଗନ୍ତୁୁ ତା ପରକଥା ମୁଁ ବୁଝିବି।
ପତ୍ନୀ ଯଣୋଦା କଂ କଥା ମାନି ମନ୍ତ୍ରୀ ରାଜା କଂ ଠାରୁ ଦୁଇ ମାସ ପାଇଁ ଅନୁମତି ଆଣିଲେ। ସମସ୍ତଙ୍କ ଅଗୋଚରରେ ପୂର୍ବତନ ରାଜା କଂ ସମାଧି ପିଠ ଠାରୁ ମନ୍ତ୍ରୀ କଂ ଘର ପଛ ବଗିଚା ପର୍ଯ୍ୟନ୍ତ ଏକ ଗୁପ୍ତ ସୁଡଙ୍ଗ ଖୋଳାଗଲା। ବର୍ଷ କର ଖାଦ୍ୟପେୟ ସବୁ ଯଣୋଦା କଂ କହିବା ମୁତାବକ ଠୁଳ କରି ରଖାଗଲା। ଦୁଇମାସ ପରେ ନିର୍ଧାରିତ ଦିନରେ ରାଜା ଓ ରାଜ୍ୟର ଅନ୍ୟ ପାରିଷଦ କଂ ସହିତ ମନ୍ତ୍ରୀ କବର ସ୍ଥାନ କୁ ଗଲେ। ପୂର୍ବପୁରୁଷମାନଙ୍କ ସମାଧି ପାଖରେ ସମାଧି ଖୋଳାଯାଇ ମନ୍ତ୍ରୀ କୁଂ ଜିଅନ୍ତା ସମାଧି ଦିଆଗଲା। କିନ୍ତୁ ପୂର୍ବ ଯୋଜନା ହିସାବରେ ମନ୍ତ୍ରୀ ସେ କବର ପାଖ ସୁଡଙ୍ଗ ଦେଇ ସିଧା ଆସି ନିଜ ଘରେ ପହଞ୍ଚିଲେ। ରାଜା ଆଶ୍ବସ୍ତ ହେଲେ ତାକଂ ପୂର୍ବପୁରୁଷମାନଙ୍କ କଥା ବୁଝିବା କୁ ଜଣେ ବିଶ୍ବସ୍ତ ଲୋକ ଯାଇଥିବାରୁ। ଚନିଆ ବାରିକ ବି ମନେ ମନେ ବହୁତ ଖୁସିହେଲା ପ୍ରତିଶୋଧ ନେଇଥିବାରୁ। ପତ୍ନୀ ଯଶୋଦା କଂ ଯୋଜନା ମୁତାବକ ବର୍ଷେ ପର୍ୟ୍ଯନ୍ତ ଖାଦ୍ୟ ସଂଚୟ ଥିବାରୁ ମନ୍ତ୍ରୀ କଂ ଚଳିବାରେ କିଛି ଅସୁବିଧା ହେଲାନାହିଁ।
ମନ୍ତ୍ରୀ ପ୍ରାୟ ଏକ ପର୍ଷ ପର୍ୟ୍ଯନ୍ତ ଗୋଟିଏ ଘରେ ବନ୍ଦୀ ଭଳି ରହିଲେ। ପତ୍ନୀ ଯଣୋଦା ସବୁ ଜାଣି ବାରିକ ଠାରୁ ପ୍ରତିଶୋଧ ନେବାପାଇଁ ଯୋଜନା କଲେ। ସେ ମନ୍ତ୍ରୀ କଂ କେଶ ଦାଢ଼ି କଟାଇଲେ ନାହିଁ। ଏହାମଧ୍ୟରେ ବର୍ଷେ ବିତିଗଲା ରାଜା ସମାଧି ପାଖକୁ ଗଲେ ମନ୍ତ୍ରୀ କୁଂ ସ୍ବାଗତ କରିବାକୁ। ଗୁପ୍ତଚର ଠାରୁ ଖବର ପାଇ ମନ୍ତ୍ରୀ ତାକଂ ପୂରୁଣା ପୋଷାକ ପିନ୍ଧି ସମାଧି ତଳେ ହାଜର ହେଲେ।
ରାଜା ସମାଧି ଖୋଳି ତାକୁଂ ପାଛୋଟି ନେଲେ। ରାଜମହଲରେ ପହଞ୍ଚି ନିଜ ପୂର୍ବପୁରୁଷମାନଙ୍କ କୁଶଳ ମଗଂଳ ପଚାରିଲେ। ହସି ହସି ମନ୍ତ୍ରୀ ସବୁକିଛି ସକୁଣଳ
ସ୍ବର୍ଗ ରେ ଫୁଣି କଣ ଅଭାବ ବୋଲି କହିଲେ। ବହୁତ ଭଲ ଭଲ ଜିନିଷ ଖାଇ ସେ କେମିତି ମୋଟା ହେଇ ଯାଇଛନ୍ତି ବୋଲି କହିଲେ। ଏକଥା ଶୁଣି ରାଜା ଖୁବ ଖୁସିରେ ହସିବାକୁ
ଲାଗିଲେ। ରାଜା କଂ ହସରେ ପୂର୍ନଛେଦ ଟାଣି ମନ୍ତ୍ରୀ କହିଲେ କିନ୍ତୁ ମହାରାଜ ସ୍ବର୍ଗ ରେ ଗୋଟିଏ ଜିନିଷ ଅଭାବ ଅଛି ତାହା କଣ ଆପଣ ମତେ ଦେଖିଲା ପରେ ଠିକ ବୁଝି ପାରୁଥିବେ। ମନ୍ତ୍ରୀ କୁଂ ନିରେଖି ଚାହିଁ ରାଜା କହିଲେ ଆପଣ କୁଂ ଦେଖିଯାହା ମନେ ହେଉଛି ଆପଣ କଂ ଚୁଟି ଦାଢି ନଖ ବହୁତ ବଢି ଯାଇଛି। ଆଛା ସ୍ବର୍ଗ ରେ କଣ ବାରିକ ନାହାଁନ୍ତି? ମୁହଁ ଶୁଖାଇ ମନ୍ତ୍ରୀ କହିଲେ ନାଁ ମହାରାଜ କେବଳ ଏଇ ଗୋଟିଏ ମାତ୍ର ଅସୁବିଧା, ଆପଣ ଦେଖି ପାରୁଥିବେ ମାତ୍ର ବର୍ଷକରେ ମୋ ଆବସ୍ଥା କଣ ଏଇଥିରୁ ଆପଣ ଆପଣଙ୍କ ପୂର୍ବ ପୁରୁଷ କଂ ଅବସ୍ଥା ଅନୁମାନ କରି ପାରୁଥିବେ।
ସବୁ ଶୁଣି ରାଜା କହିଲେ ତୁରନ୍ତ ଏକ ବାରିକ କୁ ସ୍ବର୍ଗ କୁ ପଠାଯାଉ। କିନ୍ତୁ ଯିବ କିଏ? ଅଳ୍ପହସି ମନ୍ତ୍ରୀ କହିଲେ ଚନିଆ ହଁ ଚନିଆ ହିଁ ଉପଯୁକ୍ତ ବାରିକ ଯାହାର କି ଆପଣ କଂ ପିତାକଂର ନିଶଦାଢି କାଟିବାର ଅନୂଭବ ଅଛି, ତେଣୁ ତୁରନ୍ତ କାଳବିଳମ୍ବ ନକରି ଚନିଆ ବାରିକ କୁ ସ୍ବର୍ଗ ପୁର ପଠାଇବାକୁ ବ୍ୟବସ୍ଥା କରାଯାଉ। ଏକଥା ଶୁଣି ବାରିକ କାନ୍ଦି କାନ୍ଦି ନିଜର ଭୂଲ ସ୍ବିକାର କରି ରାଜା ଓ ମନ୍ତ୍ରୀ କଂ ପାଦତଳେ ପଡିଗଲା। ହେଲେ ରାଜା ନଛୋଡବନ୍ଦ ଏବେ ଏବେ ମନ୍ତ୍ରୀ ସ୍ବର୍ଗ ରୁ ଫେରିଛନ୍ତି ଏ ବାରିକ ନଯିବା ପାଇଁ ଏକ ବାହାନା କରୁଛି। ପଣ୍ଡିତ ଡାକି ଦୁଇଦିନ ପରେ ଏକ ଶୂଭ୍ର ମୂହୁର୍ତ୍ତରେ ବାରିକ କୁ ଜୋର ଜବରଦସ୍ତି ଜିଅନ୍ତା କବର ଦିଆଗଲା। ମନ୍ତ୍ରୀ କଂ ବୁଦ୍ଧିମତି ପତ୍ନୀ ଯଶୋଦା ତା ପୂର୍ବରୁ ସୁଡଙ୍ଗ ର ବାଟ ବନ୍ଦ କରି ଦେଇଥିଲେ। ବିଚରା ପର ପାଇଁ ଗାତ ଖୋଳି ଥିବା ବାରିକର ସେଈ ଗାତରେ ହିଁ ପ୍ରାଣ ଗଲା।
