ମାକଂଡ ବେପାର
ମାକଂଡ ବେପାର
ନଈ କୂଳିଆ ଗାଁଆ ପଦ୍ମପୁର। ଗାଁଆ ଲୋକ ପ୍ରାୟତଃ ଚାଷବାସ ଉପରେ ନିର୍ଭର କରି ଚଳନ୍ତି। ଧାନ, ମୁଗ, ଚିନାବାଦାମ ଓ ତରଭୁଜ ଚାଷ କରି ଲୋକ ମାନେ ଚଳନ୍ତି। ଗାଁଆ ର ମୁଖ୍ଯ ସମାସ୍ୟା ବେକାରୀ ଆଉ ମାକଂଡ।
ପାଠ ପଢୁଆ ବେକାର ଯୁବକ ମାନେ ଚାଷବାସ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ଏଣେ ଚାକିରି ନାହିଁ!
ବାଡ଼ି ରେ ଚାଷବାସ କଲେ ମାକଂଡ ରଖେଇ ଦେଉନାହାନ୍ତି। ଗାଁଆ ମୁଣ୍ଡରେ ଘନଶ୍ୟାମ ବାବୁଙ୍କ ଘର। ବାବୁ ଗାଁଆ ର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଆଉ ମୁଖିଆ ମଧ୍ଯ। ଗାଁଆ ମୁଣ୍ଡରେ ତାକଂ ବାସ ଘର କୁ ଛାଡି ଗାଁଆ ସେ ମୁଣ୍ଡରେ ଗୋଟିଏ ବଡ ଗୋଦାମ ଘର ବି ଅଛି।
ହଠାତ୍ ଦିନେ ସକାଳେ ଗୋଟିଏ କାର ଆସି ଘନଶ୍ୟାମ ବାବୁକଂ ଘର ଆଗରେ ଲାଗିଲା। ସେଥିରୁ ତିନି ଜଣ ବ୍ଯକ୍ତି ବହାରି ତାକଂ ଘର ଆଡକୁ ଆସିଲେ। ଘନଶ୍ୟାମ ବାବୁଙ୍କ ୁ ପ୍ରଣାମ କରି ତାକଂ ହାଲଚାଲ ଆଉ ଗାଁଆ ର ହାଲଚାଲ ପଚାରିଲେ। ସେମାନେ ଏକ ବହୁତ ବଡ ଔଷଧ କମ୍ପାନୀ ରୁ ଆସିଛନ୍ତି ଗାଁଆ ର ସବୁ ସମାସ୍ୟା ସେମାନେ ସହଜ ରେ ସମାଧାନ କରିଦେବେ ବୋଲି କହିଲେ। ସେଥିପାଇଁ ସେମାନଙ୍କ ୁ ଏକ ବଡ ଗୋଦାମ ଘର ର ଆବଶ୍ଯକ ପଡ଼ିବ ବୋଲି କହିଲେ। ଘନଶ୍ୟାମ ବାବୁ ଗାଁଆ ସେ ମୁଣ୍ଡରେ ଥିବା ନିଜ ଘରଟିକୁ ଦେବାକୁ ରାଜି ହୋଇଗଲେ। ବର୍ତ୍ତମାନ ସେମାନଙ୍କ ଔଷଧ କମ୍ପାନୀ ପାଇଁ ମାକଂଡ କଲିଜାର ଆବଶ୍ଯକ ଅଛି ତେଣୁ ସେମାନେ ଏ ଗାଁଆ ରୁ ଆଉ ଆଖପାଖ ଗାଁଆ ରୁ ମାକଂଡ କିଶିବାକୁ ଆସିଛନ୍ତି, ମାକଂଡ ଧରିବା କାମରେ ଗାଁଆ ର ବେକାର ଯୁବପିଢିଙ୍କୁ ନିୟୋଜିତ କରାଯିବ। ପ୍ରତି ମାକଂଡ ପିଛା ଦଶ ହଜାର ଟକାଂ ଦିଆଯିବ। ଏକଥା ଶୁଣି ଘନଶ୍ୟାମ ବାବୁ ବାବୁ ବହୁତ ଖୁସି ହେଲେ। ଗୋଟିଏ ଗୁଳିରେ ଦିଟା ଶୀକାର। ସେଦିନ ସଂଧ୍ଯା ରେ ସଭା ତାକି ଗାଁଆ ଲୋକ କୁଂ ସବୁ କଥା କହିଲେ। ସବୁ ଶୁଣି ଗାଁଆ ଲୋକ ବହୁତ ଖୁସି। ଯୁବକ ମାନକଂ ମନରେ ଉତ୍ସାହ ଓ ଉଦ୍ଦିପନା ଖେଳିଗଲା! ଠିକ୍ ତିନି ଚାରି ଦିନ ପରେ ସେ କମ୍ପାନୀ ଲୋକ ଆସି ପହଞ୍ଚିଲେ। ଗାଁଆ ର ଜଣେ ବେକାର ଯୁବକ କୁ ଗୋଦାମ ଘର ର ଦାୟିତ୍ୱ ଦିଆଗଲା, ଗୋଦାମ ଘର ସଫାହେଲା ବାକି ଯୁବକ ମାକଂଡ ଧରିବାକୁ ଚାଲିଲେ। ସଂଧ୍ଯା ସୁଧ୍ୟା ଗୋଟିଏ ରୁ ଆରମ୍ଭ କରି ତିନି ଚାରିଟା ମାକଂଡ ଜଣେ ଜଣେ ଧରି ଆଣିଲେ। ଗୋଟିଏ କୁ ଦଶ ହଜାର କରି ସମସ୍ତଙ୍କୁ ଟଙ୍କା ମିଵିଗଲା। ଗାଁଆ ରେ ଚାରିଆଡ଼େ ଖୁସି ର ମାହୋଲ ଖେଳିଗଲା। ଏମିତି କିଛି ଦିନ ପରେ ମାକଂଡ କଂ ସଂଖ୍ଯା କମିବାକୁ ଲାଗିଲା। ଏଣିକି ଦିନ କୁ ନହେଁ ଚାରି ପାନ୍ଚ ଦିନ ରେ ବି ଗୋଟିଏ ମାକଂଡ ମିଳିବା ମୁସ୍କିଲ ହେଲା।
କମ୍ପାନୀ ମୁଖ୍ଯ ଏଥର ଘୋଷଣା କଲେ ଗୋଟିଏ ମାକଂଡ ଦାମ୍ ଏଣିକି ପଚିଶ ହଜାର ହେଲା।ଏକଥା ଶୁଣି ଗାଁଆ ର ଯୁବକ ମାନେ ଆହୁରି ଜୋରସୋରରେ ମାକଂଡ ଖୋଜିବାରେ ଲାଗିଲେ। ପାଖ ଗାଁଆ, ପନ୍ଚାୟତ, ବ୍ଲକରେ ବି ଖୋଜିବାକୁ ଲାଗଲେ। ଧିରେ ଧିରେ ପୁରା ଅନ୍ଚଳର ସବୁ ମାକଂଡ ଆସି ଗୋଦାମ ଘରେ ବନ୍ଧା ହୋଈ ରହିଲେ।
ଯେତେବେଳେ ମାକଂଡ ମିଳିବା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା କମ୍ପାନୀ ମୁଖ୍ଯ ସହର ଯିବାକୁ ବାହାରିଲେ ଆଉ ଯିବା ପୂର୍ବରୁ ଘୋଷଣା କଲେ ସହର ରୁ ଫେରିଲେ ସେ ଗୋଟିଏ ମାକଂଡ କୁ ଲକ୍ଷେ ଟଙ୍କା ଦେଇ କିଣିବେ। ଗୋଦାମ ଘରେ ସବୁ ମାକଂଡ କୁ ବାନ୍ଧି ଘରକୁ ତାଲା ମାରିଦେଲେ।
ଚାବି କୁ ତାକଂ କମ୍ପାନୀ ର ଅନ୍ୟ ଜଣେ ସଦସ୍ଯ କୁଂ ଦେଈ ସହର ଚାଲିଗଲେ। ଗାଁଆ ର ସବୁ ଲୋକ ମାକଂଡ ଖଜିବାକୁ ବହୁତ ଚେ଼ଷ୍ଟା କଲେ ହେଲେ ମିଳିଲାନି।
ଗାଁଆ ର ସବୁ ଲୋକ ଅର୍ଥ ମୋହ ରେ ପଡି ସରିଥିଲେ।
ସେମାନଙ୍କ ମଧ୍ଯରୁ କିଛି ଲୋକ ଗୋଦାମ ଘର ଚାରିପଟେ ବୁଲି ଖାଲି ମାକଂଡ ମାନକୂଂ ଦେଖିବାକୁ ବ୍ଯାକୁଳ ହେଲେ।
ଗାଁଆ ଲୋକ କଂ ହାବଭାବ ଦେଖି କମ୍ପାନୀ ଜଗୁଆଳି ଜଣକ ଗୋଟେ ଅଫର୍ ଦେଲେ। ଗାଁଆ ର ଯିଏ ଚାହିଁବ ବନ୍ଧା ମାକଂଡ ରୁ ନେଇ ପାରିବ ହେଲେ ଦାମ ଗୋଟାକୁ ପଚାଶ ହଜାର। ଏକଥା ଶୁଣି ସବୁ ଲୋକ ଗୋଦାମ ଆଗରେ ଲାଇନ୍ ରେ ଆସି ଯିଏ ଯାହା ସାଧ୍ୟ ମୁତାବକ ମାକଂଡ କିଣିନେଇ ନିଜ ନିଜ ଘରେ ବାନ୍ଧିଲେ। ଗରିବ ଲୋକେ ବହୁ କଷ୍ଟରେ ଗୋଟିଏ ଆଉ ଘନଶ୍ୟାମ ବାବୁଙ୍କ ଭଳି ଧନୀ ଲୋକ ମାନେ ଏକାଧିକ ମାକଂଡ ନେଇ ବେଶ ଯତ୍ନପୂର୍ବକ ଘରେ ପାଳନ କଲେ ଆଉ କମ୍ପାନୀ ମୁଖ୍ଯକଂ ଆସିବା ବାଟକୁ ଚାହିଁ ରହିଲେ। ଧିରେ ଧିରେ ଗୋଦାମ ଘର ସମ୍ପୂର୍ଣ୍ଣ ଖାଲି ହୋଇଗଲା ସବୁ ମାକଂଡ ବିକ୍ରୀ ହୋଇଗଲେ। ଶେଷ ଆଡକୁ ଲୋକେ ସତୁରି ହଜାର ପର୍ଯ୍ୟନ୍ତ ବି ଦେଲେ ଗୋଟିଏ ମାକଂଡ ପାଇଁ। ତା ପରଦିନ ସକାଳୁ ଦେଖାଗଲା ଗୋଦାମ ଘର ତାଲା ପଡିଛି ହେଲେ କମ୍ପାନୀ ଜଗୁଆଳି ର ଦେଖା ନାହିଁ। ଲୋକେ କିଛି ଦିନ ପର୍ୟ୍ଯନ୍ତ ଅପେକ୍ଷା କଲେ ହେଲେ ଧିରେ ଧିରେ ଅସୋନ୍ତଷ ବଢିଲା। ଅନେକ ଲୋକେ ଘନଶ୍ୟାମ ବାବୁଙ୍କ ଦୋଷ ଦେଲେ। ବର୍ଷ ପରେ ବର୍ଷ ବିତିଗଲା ଏବେ ବି ଲୋକେ ଅପେକ୍ଷା କରିଛନ୍ତି କମ୍ପାନୀ ମୁଖ୍ଯକଂ ଫେରିବା ବାଟକୁ।
