ସମୟ ଆସିବ ଅପେକ୍ଷା କର
ସମୟ ଆସିବ ଅପେକ୍ଷା କର
ଗୋଟିଏ ଗାଁଆ ରେ ନବଘନ ବୋଲି ଜଣେ ଚାଷୀ ରହୁଥିଲା। ତା ଗୁହାଳ ରେ ଦୁଇଟି ବଳଦ ଆଉ ଗୋଟିଏ ମେଣ୍ଢା ଥିଲେ। ସବୁଦିନ ସଂଜ ହେଲେ ଗୋଟିଏ ବୁଲା କୁକୁର ଆସି ସେ ଗୁହୀଳରେ ଶୁଏ। ବଳଦ ଦି ଜଣ ସବୁେବେଳ ନିଜ ଦୁଃଖ କାହାଣୀ ବଖାଣନ୍ତି, ମାଲିକ କିପରି ସେମାନଙ୍କୁ ଠିକ୍ ସେ ଖାଇବାକୁ ଦେଉନାହିଁ, ବେଶୀ କାମ କରାଊଛି, ପାଚଂଶରେ ବାଚଉଛି ଇତ୍ୟାଦି। ହେଲେ ସେମାନଙ୍କ ବଡ ଦୁଃଖ ହେଲା ମାଲିକ ସେମାନଙ୍କୁ ଯେତିକି ହତାଦର କରୁଛି ତା ଠାରୁ ଅଧିକ ମେଣ୍ଢା କୁ ଭଲ ପାଉଛି। ମେଣ୍ଢା ଖାଲି ମାଲିକର ନୂହେଁ ମାଲିକ ସ୍ତ୍ରୀ, ପୁଅ, ଝିଅ ସମସ୍ତଙ୍କ ପସନ୍ଦ।
ମେଣ୍ଢା ଛୋଟ ଥିଲା ବେଳେ ମାଲିକ ର ଝିଅ ସବୁବେଳେ ତାକୁ କୋଳ ରେ ଧରି ବୁଲେ। ମାଲିକର ସ୍ତ୍ରୀ ମେଣ୍ଢା ବେକରେ ଗୋଟିଏ ସୁନ୍ଦର ଘୁଗୂଂର ବାନ୍ଧିଛନ୍ତି, ଆଉ ମଥାରେ ସିନ୍ଦୁର କଲି। ଏସବୁ କଥା ଦେଖି ବଳଦ ଦୁଇଜଣଙ୍କ ଦୂଃଖ ଦୁଇଗୁଣା ବଢ଼ିଯାଏ। ଆଖିରୁ ଲୁହ ଝରି ଯାଏ। ସେମାନଙ୍କର ଦୁଃଖ ଶୁଣିବାକୁ କୁକୁର ଛଡା କିଏବା ଅଛି?
ସବୁ ଶୁଣି କୁକୁର କିନ୍ତୁ ଗୋଟିଏ କଥା ସବୁେବେଳ କୁହେ ସମୟ କୁ ଅପେକ୍ଷା କର ବଳେ ସବୁ ଜାଣିଯିବ।
ଏକଥା ଶୁଣି ଶୁଣି ବଳଦ ଦୁଇଜଣଙ୍କ ଭାରି ରାଗ ହୁଏ କୁକୁର ଉପରେ । ସେମାନେ ଭାବନ୍ତି କୁକୁର ଖାଲି ତାକଂ ମନ ରଖିବାକୁ ଏପରି କହୁଛି। ସମୟ ଗଡି ଚାଲିଥାଏ।
ନବଘନ ର ଝିଅ ବାହାଘର ଠିକ୍ ହୋଇଗଲା। ଏକମାତ୍ର ଅଲିଅଳି ଝିଅ। ପୁଅ ସହର ରେ ଚାକିରୀ କରୁଛି, ସବୁ ଦବାନବା ହିସାବ ପରେ ବରଯାତ୍ରୀମାନଙ୍କ ପାଇଁ ମାଂସ ଭୋଜନ ର ବ୍ୟବସ୍ଥା ରହିଲ। ନବଘନ ର ସେତେଟା ସମ୍ବଳ
ନଥିବାରୁ ମାଂସ ପାଇଁ ମେଣ୍ଢା କୁ କାଟିବାକୁ ସ୍ଥିର କରାଗଲା।
ଏବଥା ଶୁଣି ନବଘନ ର ସ୍ତ୍ରୀ, ପିଲା ବହୁତ ମନଦୁଃଖ କଲେ ହେଲେ କଣ ବା କରାଯାଇ ପାରିବ? ଶେଷରେ ବଡ ଧୁମଧାମରେ ବାହାଘର ହେଲେ। ଅଧରାତି କୁ କୁଣିଆ, ବବଯାତ୍ରୀ ସବୁ ଖାଇ ସାରି ଗଲା ପରେ , କୁକୁର ବି ପେଟେ ଖାଇ ଗୁହାଳ କୁ ଫେରିଲା, ବଳଦ ଦି ଜଣ ସବୁକଥା ଜାଣି ସାରିଥାନ୍ତି। ମାଲିକ ତାର ଝିଅ ବାହାଘର ରେ ବ୍ୟସ୍ତ ଥିବାରୁ ତାଙ୍କର ଆଜି ଦିନଯାକ ଆରାମ, ତଥାପି ସେମାନଙ୍କ ମୁହଁ ଶୁଖି ଯାଇଥାଏ ଆଉ ଆଖି ଛଳଛଳ। କୁକୁର ଟା ତାଙ୍କ ଆଡ଼କୁ ଚାହିଁ ଜିଭ କାଢି ଧକଉ ଥାଏ ଆଉ ମନେ ମନେ ଭାବୁଥାଏ ଏ ବଳଦ ଦି ଜଣ ସେମାନଙ୍କ ପ୍ରଶ୍ନ ର ଉତ୍ତର ପାଇଯାଇଥିବେ ନିଶ୍ଚୟ।
