ଚାରି କାନ୍ଥ ଭିତରର ନାରୀ
ଚାରି କାନ୍ଥ ଭିତରର ନାରୀ
ଚାରି କାନ୍ଥ ଭିତରର ନାରୀ
ପରଦା ପଛର ନାରୀ
"ନାରୀ ସ୍ବୟଂ ସମ୍ପୂର୍ଣ୍ଣା"
ସେ ଅବର୍ଣ୍ଣନୀୟା ।
ତାକୁ ବର୍ଣ୍ଣନା କରିବା ଅସମ୍ଭବ l
ନାରୀ - ସ୍ନେହମୟୀ, ମମତା ମୟୀ ଓ ପ୍ରେମ ମୟୀ ।
ସେ ସୃଷ୍ଟି କାରିଣୀ, ଜଗତ ପାଳିନୀ ଓ ସଂହାର କାରିଣୀ ମଧ୍ଯ ।
"ନାରୀ ଏକମେଂ ସର୍ବ ବିଦିତ"
ନାରୀ ଜନନୀ, ଜାୟା, ଭଗିନୀ ।
ମାଆ ଠାରୁ ସଚରାଚର ଜୀବ ଜଗତ ସୃଷ୍ଟି ।
ସର୍ବ ଗୁଣ ସଂମ୍ପର୍ଣ୍ଣା ସେ ମାଆ ।
ସବୁ ଗୁଣର ଅଧିକାରୀ ମାଆ ।
"ନାରୀ ସର୍ବଶକ୍ତିମାନ"
ଦୁଃଖ, କଷ୍ଟ, ଯନ୍ତ୍ରଣା ତା ଜୀବନର ମାଳା ।
କେବେ ସେ ନିଜକୁ ଥକି ଯିବାର ଦେଖି ନାହିଁ
କେବେ ସେ ନିଜ ଠାରୁ ହାରି ଯାଇ ନାହିଁ ।
ଜୀବନ ଯୁଦ୍ଧ ରେ ସର୍ବଦା ଲଢ଼ି ଚାଲିଥାଏ।
"ନାରୀ ପତିବ୍ରତା, ସହଧର୍ମିଣୀ"
ପତ୍ନିତ୍ବ ପ୍ରାପ୍ତି ତା ଜୀବନର ଚରମ ଆନନ୍ଦ ।
ଅଧା ଜୀବନ ଜନ୍ମଦାତାଙ୍କ ସହିତ କଟେଇଦିଏ ।
ଆଉ ବଚାକୁଚା ଜୀବନ ଅନ୍ଯପାଇଁ ସମର୍ପିତ କରିଦିଏ ।
"ନାରୀ ସର୍ବଂସହା"
ମାତୃତ୍ୱ ପରିସରରେ ଥାଇ ଆନନ୍ଦ ଅନୁଭବ କରେ ।
ନିଜ ସନ୍ତାନର ଭଲ ମନ୍ଦରେ ସାମିଲ ହୋଇଯାଏ ।
ତା ଦୁଃଖ ରେ ଦୁଃଖି ଏବଂ ତା ସୁଖରେ ସୁଖି ।
ସନ୍ତାନ କୁ ପାଞ୍ଚ ଜଣରେ ଜଣେ କରି
ଠିଆ କରେଇବା ପାଇଁ
ଅନେକ କିଛି ଅବଦାନ କରେ ।
କେତେବେଳେ ଅଭିମନ୍ୟୁର ବୀରତ୍ବରେ
ନିଜ ସନ୍ତାନର ସାହସିକତା ପରଖିନିଏ ତ
ପ୍ରହ୍ଲାଦ, ଧୃବ, ନଚିକେତାର ସୁକର୍ମରେ
ସନ୍ତାନର ସାଧ୍ଯକୁ ତଉଲିଥାଏ।
"ନାରୀ ସର୍ବ ଜ୍ଞାନର ଅଧିକାରୀ"
ଗୀତା, ଭାଗବତ, ରାମାୟଣ ଅନୁକରଣ କରିବାରେ ସିଦ୍ଧହସ୍ତ।
ନାରୀ ଜ୍ଞାନମୟୀ ।
ଜ୍ଞାନ ଆହରଣ କରିବା ସହିତ ପ୍ରଦାନ ବି କରେ ।
ଉତ୍ତମ ପୁସ୍ତକ ପାଠ କଲା ପରି ଜୀବନ ଚର୍ଯ୍ଯା
ଉତ୍ତମ ଭାବେ ସଂମ୍ପାଦନ କରେ ।
"ମାଆ କୋଳ ସରଗ ଠାରୁ ଶ୍ରେୟ"
ସୃଷ୍ଟିର ସବୁଠୁ ସୁରକ୍ଷିତ ସ୍ଥାନ ମାଆ ର କୋଳ ।
ସେଇ କୋଳରେ ଭଗବାନ ବି ଜନ୍ମିତ, ଅସୁର ବି ।
କେତେ ବୀର, ସୁର, ନର ତା କୋଳେ ନେଇଛନ୍ତି ଜନମ ।
"ମା" ବିନା ଏ ସୃଷ୍ଟି ଅସମ୍ଭବ।"
ସୃଷ୍ଟି ରକ୍ଷା ନିମନ୍ତେ ମାଆକୁ ଅନେକ କଷ୍ଟ ସହିବାକୁ ପଡିଛି ।
ମାତୃତ୍ବ ଲାଭ କରି ସେ ସବୁ ଦୁଃଖ ଭୁଲିଯାଏ ।
ନାରୀ ହେଉଛି ବିଧାତାର କମନୀୟ ସୃଷ୍ଟି ।
ନାରୀ ତନୁର ସ୍ନିଗ୍ଧ ଲାବଣ୍ୟ,
ଅନ୍ତରର ସ୍ୱଚ୍ଛନ୍ଦ ପ୍ରୀତି ପୀୟୁଷଧାରୀ ଏବଂ
ପୁରୁଷ କଳ୍ପନାର ଇନ୍ଦ୍ରଧନୁ ଛଟା ।
ନାରୀ କେବଳ ଲୀଳାମୟୀ, କର୍ମସହଚରୀ, ପୁରୁଷ ଚକ୍ଷୁରେ କଳ୍ପନାର ମାୟାଜାଲ, କିମ୍ବା ଛଳନାମୟୀ ନୃତ୍ୟଶୀଳା ରମ୍ଭା, ମେନକା, ଉର୍ବଶୀ ନୁହେଁ ସେ ହେଉଛି ସ୍ନେହମୟୀ, ପ୍ରେମଶୀଳା, ସହଧର୍ମିଣୀ, ଜ୍ଞାନମୟୀ, ଏବଂ ଲକ୍ଷ୍ମୀ ସ୍ବରୂପିଣୀ।
ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣଂ ସଂସ୍ଥିତା
ଯା ଦେବୀ ସର୍ବ ଭୂତେଷୁ ଭକ୍ତି ରୂପେଣଂ ସଂସ୍ଥିତା
ଯା ଦେବୀ ସର୍ବ ଭୂତେଷୁ ଜ୍ଞାନ ରୂପେଣଂ ସଂସ୍ଥିତା
ଯା ଦେବୀ ସର୍ବ ଭୂତେଷୁ ବିଦ୍ଯା ରୂପେଣଂ ସଂସ୍ଥିତା ll
