ଚାଲ, ଗାଁ କୁ ଫେରିଯିବା
ଚାଲ, ଗାଁ କୁ ଫେରିଯିବା
ପ୍ରାଣବନ୍ଧୁ ,ସମସ୍ତେ ଗାଁ ରେ ଡାକନ୍ତି ପାଣୁଆ ବୋଲି କେହି ଡାକେ ପାଣୁଆ ଅଜା ,କେହି ଡାକେ ପାଣୁଆ ଦାଦି ,ଆଉ କେହି ଡାକନ୍ତି ପାଣୁଆ ବୋଲି ପିଡି ପରେ ପିଡି ଏହି ଗାଁ ରେ ତାଙ୍କ ପରିବାର ରହି ଆସୁଛି ବାପା ଗୋସବାପ ଅମଳରୁ ଚାଷ କରି ଚାଲି ଆସୁଛନ୍ତି ସମସ୍ତଙ୍କ ଭଲ ମନ୍ଦ ରେ ବି ସବୁବେଳେ ପାଣୁଆ ଠିଆ ହୁଅନ୍ତିଚଳିବାରେ କିଛି ଅସୁବିଧା ନ ଥିଲା ବହୁ କଷ୍ଟରେ ଗାଁ ଠାକୁରାଣୀଙ୍କୁ ପୂଜା କରି ଗୋଟିଏ ପୁଅ ପାଇଛନ୍ତି ନିଜେ ପାଠ ପଢି ନ ଥିଲେ ବି ପୁଅ କୁ ପାଠ ପଢାଇଲେ.ଗାଁ ର ଅନ୍ୟ ସବୁ ଲୋକଙ୍କ ପିଲାମାନେ ପାଠ ପଢି ,ସହର ରେ ଚାକିରୀ କରି ଗାଡି ମାତ୍ର ଚଢିଲେଣି ତେଣୁ ପାଣୁଆ ବି ଭାବିଲା ନିଜର ଏକମାତ୍ର ପୁଅ ଅନାଦି କୁ ଖୁବ ପାଠ ପଢେଇବ ନିଜେ ଏବେ ଚାଷ ବାସ କରି ଯେମିତି ଚଳୁଛନ୍ତି ,ପୁଅ ପାଠ ପଢି ବଡ ଚାକିରୀ କଲେ ଗାଁ ରେ ନିଜର ସମ୍ମାନ ବଢିବ ଓ ପୁଅ ବି ଅନ୍ୟମାନଙ୍କ ପରି ସହରରେ ବଡ ଚାକିରୀ କରି ଗାଡି ମାତ୍ର କିଣିବ ଅନାଦି ବି ଖୁବ ମନ ଦେଇ ପାଠ ପଢିଲା ଗାଁ ପାଖରୁ ତିନି କିଲୋମିଟର ଦୂରରେ ଥିବା ସ୍କୁଲରୁ ଦଶମ ପାସ କଲା ଭଲ ନମ୍ବର ରଖି ତାପରେ ସହରରେ କଲେଜରେ ପଢିବାକୁ ହେବ ସେଥିପାଇଁ ପାଣୁଆ ପୁରା ଅଣ୍ଟା ଭିଡ଼ିଦେଲା ଅନାଦି କଲେଜରେ ଯାଇ ପାଠ ପଢିଲା ତାକୁ ସହର ର ମେସରେ ରହି ପଢିବାକୁ ପଡିଲା ଏଣେ ଗାଁ ରେ ପାଣୁଆ ଧାନ ଓ ମୁଗ ଚାଷ ସାଙ୍ଗରେ ତା ନିଜ ବାଡ଼ି କୁ ସଫା କରି ପାରିବ ଚାଷ ବି କରିବାକୁ ଲାଗିଲା ଅନାଦି ର ପାଠ ପଢା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବ ,ସେଥିପାଇଁ ପାଣୁଆ ସବୁ ବ୍ୟବସ୍ଥା କରିବାରେ ଲାଗିଲା ଚାଷ ରୁ ଯାହା ଆମଦାନୀ ହେଉଥିଲା ତା ସାଙ୍ଗରେ ପରିବା ଚାଷରୁ ବେସ ଦୁଇ ପଇସା ରୋଜଗାର ହେଲା .ଅନାଦି ର ପାଠ ପଢା ସରିଲା ସେ ସହର ରେ ଚାକିରୀ ପାଇଁ ବି ପୁରା ଜୋର ଦେଇ ଲାଗି ପଡିଲା ପିଲାଦିନେ ଅନାଦି ବି ପାଣୁଆ ସାଙ୍ଗରେ ମିଶି ଚାଷ କାମରେ ସାହାଯ୍ୟ କରୁଥିଲା ଏବେ ପାଠ ପଢି ଚାକିରୀ ନକଲେ ତା ବାପା ମା ଙ୍କ ମନ ବହୁତ ଦୁଃଖ ହେବ ତାପରେ ଏବେ ଯାଇ ଗାଁ ରେ ଚାଷ କରିବାକୁ ବହୁତ କଷ୍ଟ ବି ଲାଗିବ ପାଠ ପଢା ସାରିବା ପରେ ସେ ଯେତେବେଳେ ଗାଁ କୁ ଯାଇଥିଲା ,ଚାଷ ଓ ଚାଷୀଙ୍କ ଅବସ୍ଥା ବି ଦେଖିଚି ପରିବା କୁ ଛାଡିଦେଲେ ଅନ୍ୟ ଚାଷରେ ମୂଲଧନ ବି ମିଳିବ ବଡ଼ କଷ୍ଟ ଏବେ ପୁରା ଗାଁ ର ଲୋକେ ଚାଷ କରିବାକୁ ଡରୁଛନ୍ତି କେତେ ବା ବ୍ୟାଙ୍କ ରୁ ଋଣ ନେବେ ସୁଧ ପଇସା ଦେବାକୁ ବି ଜୁଟାଉ ନାହିଁ ଭଗବାନ ଙ୍କୁ ବହୁତ ଡାକି ଡାକି ବଡ଼ କଷ୍ଟରେ ଗୋଟିଏ ଘରୋଇ ସଂସ୍ଥାରେ କିରାଣୀ ଚାକିରୀ ମିଳିଗଲା ଅନାଦି ଗାଁ କୁ ଯାଇ ତା ବାପା ଓ ମା ଙ୍କୁ ଜଣାଇଲା ପାଣୁଆ ଟିକେ ଖୁସି ହୋଇ ଭାବିଲା ,ଯାହା ହେଉ ଏବେ ତାର ଦୁଃଖ ଯିବ ଏଣେ ପାଣୁଆ ର ସ୍ତ୍ରୀ ବାସନ୍ତୀ କହିଲା ମୁଁ ଏକ ଏତେ ଖଟି ପାରିବି ନାହିଁ ଏବେ ଆମ ଅନାଦି କୁ ହାତରୁ ଡିହାତ କରିଦେଇ ବୋହୁ ଆଣିଲେ ସେ ମୋତେ ସାହାଯ୍ୟ କରିବ ଏ କଥାଟି ବି ପାଣୁଆ ର ମନକୁ ପାଇଲା ଅନାଦି ଆସି ଚାକିରୀ କାମରେ ଲାଗିଗଲା ତେଣେ ପାଣୁଆ ପୁଅ ଅନାଦି ପାଇଁ ବୋହୁ ଖୋଜିବାରେ ଲାଗିଲା ପାଖ ଗାଁ ର ତାର ପିଲାଦିନ ର ସାଙ୍ଗ ବସନ୍ତ ର ଝିଅ ଅନିତା ତାକୁ ବହୁତ ପସନ୍ଦ ହେଲା ଅନିତା ବି ଦଶମ ଯାଏ ପାଠ ପଢିଛି ଓ ଦେଖିବାକୁ ଖୁବ ସୁନ୍ଦର ସେ ଘର ର ସବୁ କାମ ତା ମା ପାଖରୁ ଶିଖିଚି ପାଣୁଆ ତାର ସାଙ୍ଗ ବସନ୍ତ କୁ ପ୍ରସ୍ତାବ ଦେଲା ବସନ୍ତ ବହୁତ ଖୁସି ହେଇଗଲା ପିଲାଦିନରୁ ସେ ଅନାଦି କୁ ଦେଖି ଆସୁଛି ସେ ଜାଣିଚି ଏତେ ପାଠ ପଢି ସହରରେ ଚାକିରୀ କରି ବି ଅନାଦିର ଟିକେ ଗର୍ବ ନାହିଁ ଉଭୟ ପାଣୁଆ ଓ ବସନ୍ତ ମିଶି ବାହାଘର ତାରିଖ ଠିକ କଲେ ଠିକ ସମୟରେ ଅନାଦି ଓ ଅନିତା ର ବାହାଘର ହେଇଗଲା ଏବେ ସବୁ ଠିକ ଠକ ଚଳିବାରେ ଲାଗିଥାଏ ଅନିତା ଗାଁ ରେ ରହି ବାସନ୍ତୀ କୁ କାମ ଧନ୍ଦା ରେ ସାହାଯ୍ୟ କରୁଥାଏ ପ୍ରତ୍ୟେକ ସପ୍ତାହ ରେ ଅନାଦି ଛୁଟି ଦିନରେ ଗାଁ କୁ ଆସେ ଓ ପୁଣି ସହର କୁ ଫେରିଯାଏ ଦେଖୁ ଦେଖୁ ଦୁଇ ବର୍ଷ କଟିଗଲା ଅନାଦି ଓ ଅନିତା ର ବି ଗୋଟିଏ ପୁଅ ହେଲା ଖୁସିରେ ପାଣୁଆ ଗାଁ ର ସବୁ ଲୋକଙ୍କୁ ମିଠାଈ ବାଣ୍ଟିଲା ବଡ ଶ୍ରଦ୍ଧାରେ ପାଣୁଆ ଓ ବାସନ୍ତୀ ନାତିର ନାଁ ଅନନ୍ତ ରଖିଲେ ଏବେ ଅନନ୍ତ ଧୀରେ ଧୀରେ ବଡ଼ ହେବାକୁ ଲାଗିଲା ସେ ନିଜ ଜେଜେ ସାଙ୍ଗରେ କାନ୍ଧରେ ବସି ବିଲ କୁ ଯାଏ ତାକୁ ଗାଁ ର ପରିବେଶ ବହୁତ ଭଲ ଲାଗିବାକୁ ଲାଗିଲା ସେ ବେଳେ ବେଳେ ନିଜ ବାଡ଼ିରେ ଲାଗିଥିବା ପରିବା ଗଛ ରେ ତା ଜେଜେ ମା ବାସନ୍ତୀ ସାଙ୍ଗରେ ମିଶି ପାଣି ବି ଦିଏ ଖରାଦିନେ ଆମ୍ବ ଗଛକୁ ଢେଲା ମାରି ଆମ୍ବ ତୋଳି ଖାଏ ଅନନ୍ତର ଏସବୁ ଗତି ବିଧି ଦେଖି ପାଣୁଆ ଅନାଦି କୁ କହିଲା ତୁ ଏବେ ସହର ରେ ଅନନ୍ତ ର ପାଠ ପଢା ବ୍ୟବସ୍ଥା କର ଏଇଠି ରହିଲେ ସେ ପାଠ ପଢି ପାରିବନି ତା ଦୁଷ୍ଟାମୀ ବଢିବାକୁ ଲାଗିଲାଣି ଅନାଦି ତା ବାପାଙ୍କ କଥା କୁ ମାନି ସହର ରେ ଗୋଟିଏ ଘର ଭଡାରେ ନେଲା ଗାଁ କୁ ଆସି ପାଣୁଆ ଓ ବାସନ୍ତୀ କୁ କହିଲା ଅନିତା ଓ ଅନନ୍ତ କିନ୍ତୁ ଗାଁ ଛାଡି ଯିବାକୁ ମଙ୍ଗିଲେ ନାହିଁ ଶେଷରେ ନିଷ୍ପତି ହେଲା ସମସ୍ତେ ସହରକୁ ଯିବେ ଜମି କୁ ଚାଷ କରିବା ପାଇଁ ଭାଗ ଲଗାଇଦେବେ ଏମିତି ତ ଚାଷରୁ ଏବେ ଲାଭ ହେଉନାହିଁ ଖାଲି ବାଧ୍ୟ ହେଇ ଘର ଖର୍ଛ ଚଳାଇବାକୁ ଯାହା ଚାଷ କରୁଛନ୍ତି ପାଣୁଆ ଭାଗରେ ଜମି ଚାଷ କରିବାକୁ ଦେଇ ନିଜ ପରିବାର ସହିତ ସହର ଚାଲିଲା
ସହର ର ଭଡା ଘରେ ସମସ୍ତେ ରହିଲେ ଅନାଦି ର ବି ଚାକିରୀ ରେ ଏବେ ଟିକେ ପଦବୀ ବଢି ଯାଇ ବଡ ବାବୁ ଯାଏ ଗଲାଣି ଦରମା ବି ଟିକେ ଏବେ ବଢିଛି ପାଖ ରେ ଥିବା ସରକାରୀ ସ୍କୁଲ ରେ ଅନନ୍ତ ର ନାଁ ଲେଖା ହେଲା .ପାଣୁଆ ନିଜେ ସବୁଦିନେ ଅନନ୍ତ କୁ ନେଇ ସ୍କୁଲ କୁ ଯାଏ ଓ ନେଇକରି ଆସେ ସହରର ଚାକ ଚକ୍ୟ କୁ ଦେଖି ପାଣୁଆ ବି ମାନେ ମାନେ ବହୁତ ଖୁସି ହେଉଥାଏ ଏମିତି ଗୋଟିଏ ବର୍ଷ ବିତିଗଲା ମଝିରେ ମଝିରେ ପାଣୁଣା ଗାଁ କୁ ଯାଇ ଅମଳ ବେଳେ ହିସାବ କିତାବ କରି ଆସୁଥିଲା ଗାଁ ରୁ ଧାନ ନ ଆଣି ବିକି ଦେଇ ଆସୁଥିଲା ସେଇ ପଇସାରେ ସହରରେ ଚାଉଳ କିଣି ଖାଉଥିଲେ କିଣା ଚାଉଳ ର ଭାତ ପାଣୁଆ ଓ ଅନନ୍ତ ର ଦେହରେ ଯାଉ ନ ଥାଏ ବାଧ୍ୟ ହେଇ ଖାଉଥାନ୍ତି ପାଣୁଆ ର ମନ ଟିକେ ଟିକେ ଫିକା ପଡି ଆସୁଥାଏ ଅନନ୍ତ ବି ସ୍କୁକୁ ଯାଉଥିଲା ,କିନ୍ତୁ ତାକୁ ଗାଁ ପିଲାଙ୍କ ପରି ସାଙ୍ଗ ମିଳୁ ନ ଥିଲେ ସେ ବି ଗାଁ କୁ ବହୁତ ମାନେ ମାନେ ଝୁରୁ ଥିଲା ଏବେ ସହର ରେ ଖୁବ ବର୍ଷା ହେଲା ଦେଖୁ ଦେଖୁ ଗଲି କାନ୍ଦି ଓ ଘର ଭିତରେ ପାଣି ପଶିଗଲା ପାଣୁଆ ଓ ସମସ୍ତେ ଗୋଡ଼ ହାତ କୁ ଟେକି ଖଟ ଉପରେ ବସିଲେ .କେବଳ ଅନାଦି ଓ ଅନିତା ସେଇ ଅପରିଷ୍କାର ପାଣିରେ ପଶି କାରବାର କରୁଥାନ୍ତି ଏମିତି ଦୁଇ ଦିନ ପାଣି ଘର ଭିତରେ ରହିଲା .ତାପରେ ସମସ୍ତେ ମିଶି ପୁରା ଘରକୁ ସଫା କଲେ .ଅନନ୍ତ ତାର କୁନି ପାଟିଏ କହୁଥିଲା 'ଜେଜେ ,ଆମ ଗାଁ ରେ ଏମିତି କେବେ ତ କାହିଁକି ପାଣି ପସେ ନାହିଁ? ଏଇଠି କାହିଁକି ଏମିତି ପାଣି ପଶିଲା ?ଆମେ କେମିତି ଏ ପାଣି ଭିତରେ ରହିବା? ତା କଥା ଶୁଣି ପାଣୁଆ କହିଲା ଆରେ ଏ ସବୁ ଠିକ ହେଇ ଯିବ ଏ ସହର କଥା .ତୁ ମନ ଜମା ଉଣା କରନା କିନ୍ତୁ ଅନନ୍ତର କଥା ପାଣୁଆ ର ମନ କୁ ଛୁଇଁ ଗଲା .ସେ କାହାକୁ କିଛି କହୁ ନ ଥିଲା ତା ପରଦିନ ଅନନ୍ତ କୁ ସ୍କୁଲ ରେ ଛାଡି ଆସିବା ବେଳେ ପାଣୁଆ ଦେଖିଲା ରାସ୍ତାରେ ବହୁତ ଲୋକ ଗଣ୍ଡଗୋଳ କରୁଛନ୍ତି ଦେଖୁ ଦେଖୁ କଥା ମାତ୍ର ପିତ ଓ ହଣା କଟା ଯାଏ ଚାଲିଗଲା ଦୋକାନ ବଜ଼ାର ବନ୍ଦ ହେଇଗଲା ଲୋକେ ଦୌଡ ଦୌଡ଼ି କରିବାକୁ ଲାଗିଲେ ପାଣୁଆ ବି ଦୌଡ଼ି ଦୌଡ଼ି ଯାଇ ସ୍କୁଲ ଭିତରେ ପଶିଗଲା ତାପରେ ସ୍କୁଲ ଫାଟକ ବନ୍ଦ ହେଇଗଲା ସ୍କୁଲ ର ମାଷ୍ଟ୍ରେ କଥା ହେଲେ ଏବେ ହିନ୍ଦୁ ଓ ମୁସଲମାନ ଲଢେଇ ଆରମ୍ଭ ହେଇଗଲା ଏ କଥା ଗୁଡାକ ପାଣୁଆ ମୁଣ୍ଡରେ କିଛି ପଶୁ ନ ଥିଲା ତାଙ୍କ ଗାଁ ରେ ତ ସେ ହମିଦ ଭାଇ ଦୋକାନ ରୁ ସଉଦା କିଣେ ତାଙ୍କ ଗାଁ ରେ ତ ସମସ୍ତେ ଭାଇ ଭାଇ ପରି ଚଳନ୍ତି ପୁଣି ଏ ଲଢେଇ କଣ ପାଇଁ ସେ ଯାହା ହେଉ ଦୀର୍ଘ ପାଞ୍ଚ ଘଣ୍ଟା ପରେ ପୁଲିସ ଗାଡି ଆସିଲା ସବୁ ପିଲା ଓ ମାଷ୍ଟ୍ର ଙ୍କ ସହିତ ପାଣୁଆ ଓ ଅନନ୍ତ କୁ ନେଇ ସମସ୍ତଙ୍କ ଘରେ ଛାଡି ଆସିଲା .ଘରେ ପହଁଚିଲା ବେଳକୁ ଅନାଦି ଧଡ ପଡ ହେଇ ତାଙ୍କୁ ଘର ଭିତରକୁ ନେଇ ଯାଇ କବାଟ କିଲି ଦେଲା ଗୋଟିଏ ଦୀର୍ଘ ନିଶ୍ୱାସ ମାରି କହିଲା ,''ବାପା ଏବେ କେହି ବାହାରକୁ ଯିବ ନାହିଁ ପୁରା ସହର ରେ କର୍ଫ୍ୟୁ ଲାଗିଛି ଦୁଇଦିନ ପାଇଁ ଘର ବିତରେ ରହିବାକୁ ହେବ ଏବେ ସହର ରେ ବହୁତ ଜାଗାରେ ନିଆଁ ଲଗେଇ ଜଳା ପୋଡା ଚାଲିଛି ଏଇଠି ସବୁବେଳେ କିଛି ନା କିଛି ଗଣ୍ଡଗୋଳ ଘଟୁଛି ଆମକୁ ସାବଧାନ ରେ ରହିବାକୁ ହେବ ଏତକ ସମସ୍ତେ ଶୁଣୁଥିଲେ ପାଣୁଆ ଚାହିଁଲା ଅନନ୍ତ ଆଡକୁ ଏତକ ଶୁଣି ଅନନ୍ତ କହିଲା ବାପା ଏ ସହର ତା ମୋତେ ଭଲ ନୁହେଁ .ଏଇଠି ଘରେ ପାଣି ପଶୁଛି ଏଇଠି ତୁମେ କହୁଚ ଗଣ୍ଡଗୋଳ ହେଉଛି ଓ ଘର ନିଆଁରେ ଜାଳି ଯାଇଛି ତୁମେ ଜେଜେ ଙ୍କୁ ପଚାରିଲ,ଆମ ଗାଁ ରେ କେବେ ଘରେ ପାଣି ପସେ ? କେବେ ନିଆଁ ଲଗାଇ ଘର ଜାଳି ଦିଅନ୍ତି ? କେବେ ଗଣ୍ଡଗୋଳ ହୁଏ ?ଖାଲି ଏଇଠି ସବୁ ହଉଚି ଏଇଟା ମୋତେ ଭଲ ଜାଗା ନୁହେଁ ପୁଣି ଅନତା ପାଣୁଆ କୁ ଚାହିଁ ତା ପାଖକୁ ଯାଇ କହିଲା ଜେଜେ ଚାଲ ,ଗାଁ କୁ ଫେରିଯିବା ଅନନ୍ତ ପାଖରୁ ଏ କଥା ଶୁଣି ପାଣୁଆ ତା ମୁଣ୍ଡ କୁ ଆଉଁସି ଦେଇ କହିଲା ହାଁ ତୁ ଠିକ କହୁଚୁ ଶୁଣ ଅନାଦି ଦୁଇ ଦିନ ପରେ ଆମେ ସମସ୍ତେ ଏଇ ସହର ଛାଡି ଦେବା ଏଇଟା ମୋତେ ଭଲ ଜାଗା ନୁହେଁ ଗାଁ ରେ ଆମେ ବହୁତ ଭଲରେ ରହିବା ଚାଲ,ଗାଁ କୁ ଫେରିଯିବା ଏତକ ସବୁ ଶୁଣି ଅନାଦି ଆସି ତା ବାପାଙ୍କୁ କୁଣ୍ଢେଇ ପକାଇ କହିଲା ହଁ ବାପା ସେଇଆ କରିବା ଚାଲ,ଗାଁ କୁ ଫେରିଯିବା ଏତକ ଶୁଣି ବାସନ୍ତୀ ଓ ଅନିତା ବି ଖୁସିରେ ମୁହଁ ରେ ହସ ଖେଳିଲେ ଅନନ୍ତ ଖୁସିରେ ଅନାଦି କୁ କୁଣ୍ଢି ପକାଇଲା ସମସ୍ତେ ମିଶି ସବୁ ଜିନିଷ ପତ୍ର ବନ୍ଧା ବାନ୍ଧି କରିବାରେ ଲାଗିଲେ ପାଣୁଆ ମନେ ମନେ ନିଜକୁ ବହୁତ ଗାଳି ଦେଉଥିଲା ତାର ସହର ନିଶା ପାଇଁ ।
