STORYMIRROR

Lopamudra Parida

Drama Tragedy

2  

Lopamudra Parida

Drama Tragedy

ଚାକିରି

ଚାକିରି

2 mins
27


ୱାର୍କକିଂ ଫ୍ରମ୍ ହୋମ୍ ଚାଲିଛି ଅନେକ ଦିନରୁ କରୋନା ପାଇଁ ।ଚାରିଦିନେ ତଳେ ,ଏଇ ସୋମବାର ଦିନ ଦିହିପହରେ କାମ ବ୍ଯସ୍ତ ଥିଲେ ପ୍ରମୋଦ ବାବୁ ।ଫୋନ୍ ରିଂ କାନରେ ପଡିଲା, ଲ୍ଯାପଟପ ରୁ ଆଖି ନ ଉଠେଇ ଫୋନ୍ କୁ କାନରେ ଦେଲେ ।ବାପାଙ୍କ ସ୍ବର ଶୁଭିଲା ।


_ ବାପାରେ କଣ ବ୍ଯସ୍ତ ଥିଲୁ କି ! 


_ ନାଁ, କହୁନାହାନ୍ତି ।କଣ କିଛି କହୁଥିଲେ ।


_ ଆସନ୍ତୁନି ଟିକେ, ଦେଖିବାକୁ ଭାରି ମନ ହଉଛି ତତେ ।


_ ହଁ, ହଉ ଶନିବାର, ରବିବାର ଯିବି ।ଏଇଲେ ଏ ଚାକିରି ଟା ବା ଟିକେ ଅଡୁଆ ରେ ରହୁଛି ତ ।ୱିକ୍ ଏଣ୍ଡ ରେ ଆସୁଛି ।ଆପଣ ବ୍ଯସ୍ତ ହୁଅନ୍ତୁନି ।ମୁଁ ଆସିବି ।


_ କାଲି ଆଡକୁ ଯଦି ଟିକେ ଆସନ୍ତୁ ଟିକେ ଦେଖା ହେଇଯାନ୍ତା ରେ ।ହଉ ଦେଖେ ଯାହା କରିବୁ ଆଉ ।


ଫୋନ୍ ରଖିଲେ ।


ଆଉ ବୋଧେ କିଛି କହୁଥିଲେ, ଆପେ ଶବ୍ଦ ସବୁ ଶୂନ୍ୟ ହେଇଗଲେ ।


ଆଉ କାଇଁ କିଛି ରୁଚିଲାନି, ମନଟା କୁନ୍ତୁ କୁନ୍ତୁ ହବା ଆରମ୍ଭ କଲା ।ବଡ ଭାଇ କୁ ଫୋନ୍ କଲେ ,ପଚାରିଲେ ବାପା ଙ୍କ ଦେହ ପା ଭଲ ଅଛି ତ ।ସେ କହିଲା ହଁ ।କାଇଁ, ତତେ କଣ ଏଣୁ ତେଣୁ କହିଲେ କି ।


_ ନା ।ବାପା ମାନେ କଣ ଏଣୁ ତେଣୁ କହନ୍ତି କି ।ନା ତ।


ପରେ ସେ ଲ୍ଯାପଟପ ର ଅଧା କାମରେ ମନ ଦେଲେ ।


ଇଣ୍ଡିଗୋ ରେ ବି ଟିକେଟ ଚେକ୍ କରିବେ ଭାବିଲେ ।ଭଲ ଇୟେ ଲକ୍ ଡାଉନ୍ ଚାଲିଛି ଯେ ମଣିଷ ଗୃହବନ୍ଦୀ ।

*****

ଆଜି ଗୁରୁବାର ।

 ଭୋରୁ ବଡ ଭାଇ ଫୋନ୍ କଲା ।ଅବେଳରେ ଫୋନ୍ ଟା ବି ଭୟ ଦିଏ ବାଜିଲେ ।ଭୟ ସତ ଥିଲା ।ବାପା ଶୋଇ ଶୋଇ ସୁଖନିଦ୍ରା ରେ ଶୋଇଗଲେ ଚିର ଦିନ କୁ ।


ତାଙ୍କୁ ଶୁଭିଲା, ଆସିଲୁନି ଟିକେ, ଆଉ କଣ ଦେଖିପାରିବୁ?


କୋରି ହେଇଗଲା ଦି ଚାରି ପରସ୍ତ ଛାତି ତଳେ।


ଭାଇ କହିଲା ସେପଟୁ, ଆମେ ଆଉ ତତେ କର୍ମ ପାଇଁ ଅପେକ୍ଷା କଲୁନୁ, ବୁଝିଲୁ ।ତୁ ତ ଆସିପାରିବୁନି ।ବ୍ୟସ୍ତ ହନି ।ଆସିଲେ ବି ଚଉଦ ଦିନ କ୍ବାରେନ୍ଣ୍ଟାଇନ୍ ହଲ୍ ରେ ରହିବୁ ପିଲାପିଲି ନେଇ ,ଲାଭ କଣ ? ଦଶ ବି ଖଟି ପାରିବୁନି ଏକାଠି ।ଏଠା ସରପଞ୍ଚଙ୍କୁ ପଚାରିଲି ତୋ ଆସିବା କଥା, ସେ ମନା କଲେ ।ଗାଁ ଲୋକେ ବି ନାହିଁ କରୁଛନ୍ତି ଆଉ ପୁଣି କହୁଛନ୍ତି, ତମର ମୃତିକା ଛୁଆଁ ।ଆମ ସାଙ୍ଗେ କ୍ବାରେନ୍ଣ୍ଟାଇନ୍ ଘରେ ଏକାଠି କଣ କେମିତି ମାରା ଗୋଳେଇବ ।ମୁଁ ଆଉ କଣ କହିଥାନ୍ତି ତ ତୁ ଆସେନି ।ଥାଉ।ସେଇଠି ଲଣ୍ଡା ହେଇପଡେ, ଯାହା କରିବୁ ଆଉ।


ପ୍ରମୋଦ ବାବୁ ଫୋନ୍ ରଖିଲେ ।ଆଉ ସେଇଠି ବସି ପଡି ଆଣ୍ଠୁରେ ମୁହଁ ମାଡି ଲୁହ ସରିବା ଯାଏ କାନ୍ଦିଲେ ।


ଭାବୁଥିଲେ ଏ ଦୂର ଚାକିରି, ଏ ପଇସା କାହା ପାଇଁ ।ପୁଅ ହେଇ ଆସିଥିଲେ କାହା ପାଇଁ ।


ଶୁଭିଯାଉଥିଲା କାନ ପାଖେ ...... କାଲି ଆଡକୁ ଟିକେ ଆସନ୍ତୁନି ବାପା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama