Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ବୁଢ଼ୀମାଉସୀ ଓ ବଡମନ୍ଦିର

ବୁଢ଼ୀମାଉସୀ ଓ ବଡମନ୍ଦିର

2 mins
145


କଲେଜ ପଢ଼ିବା ବେଳର କଥା।କାର୍ତ୍ତିକ ମାସରେ ଖୁବ ଭିଡ ହୁଏ ପୁରୀ ସହରରେ। ବିଶେଷ କରି ହବିଷ କରୁଥିବା ବୁଢିମାଉସୀ ମାନଙ୍କର ସମାବେଶ ଏତେ ପ୍ରବଳ ହୁଏ ଯେ ରାସ୍ତା ପାର ହୋଇ କଲେଜ ଯିବା ବଡ କଷ୍ଟ ହୁଏ। ମାର୍କଣ୍ଡେଶ୍ୱର ସାହିରୁ ଲକ୍ଷ୍ମୀ ବଜାର ଦେଇ ବଡ଼ଦାଣ୍ଡରେ ପହଞ୍ଚିବାକୁ ଘଣ୍ଟାଏ ଲାଗିଯାଏ। ସେହି ସମୟର ସ୍ମୃତିଟିଏ ଆଜି ବି ଜୀବନ୍ତ ଲାଗେ। ସାହି ସାହିରେ ଭଡ଼ା ନେଇ ରହୁଥିବା କାର୍ତ୍ତିକିଆଳି ବୁଢ଼ୀମାନେ କାନି ଧରାଧରି ହୋଇ ଚାଲିବାର ଦୃଶ୍ୟ ଯେତିକି ଚମତ୍କାର, ତାଙ୍କୁ କିଛି ଅସମାଜିକ ଯୁବକ ଚାରେଣୀ ଆଠେଣୀ ସବୁକୁ ରାସ୍ତାରେ ଅଠା ଦେଇ ଲଗାଇ ରଖି ,ବୁଢୀମାଉସୀ ମାନେ ଗୋଟାଇନେଲା ବେଳେ ତାଙ୍କୁ ଚିଡ଼େଇବା ଓ ନେଲାରେ ନେଲାରେ କହି ଛିଗୁଲେଇବା ସେତିକି କଷ୍ଟଦାୟକ ଲାଗେ ।

ଆମେ ସାଙ୍ଗ ସବୁ ଉପାୟ ପାଞ୍ଚିଲୁ ବୁଢୀ ମାଉସୀ ମାନଙ୍କ ସୁରକ୍ଷା ପାଇଁ କିଛି ତୁଳସୀ ଗଛ ସବୁକୁ ସେହି ରାସ୍ତାରେ ଅଠାରେ ଲାଗିଥିବା ପଇସା ଜାଗା ମାନଙ୍କରେ ପକାଇଲୁ ତ କେହି ବୁଢୀମାଉସୀ ପଇସା ଉଠାଇବାକୁ ଯାଇ ନଉଠାଇପାରି ତୁଳସୀ ଗଛ ନେଇ ଚାଲିଯାଆନ୍ତି ଖୁସିରେ। ଅସାମାଜିକ ଯୁବକଙ୍କ କ୍ରୁର ଦୃଷ୍ଟି ଆମ ଉପରେ ପଡେ ତ ସେମାନେ ଷଣ୍ଢ ମାନଙ୍କୁ ଘଉଡେଇ ଝିଅ ସାଙ୍ଗ ମାନଙ୍କୁ କିଲବିଲ କରି ହଇରାଣ କରନ୍ତି। ଆମେ ଵୁଝାଉ ସେମାନଙ୍କୁ ଷ୍ଟ୍ରଙ୍ଗ ଗାର୍ଲ୍ ହେବାକୁ ପ୍ରବର୍ତ୍ତାଇ ନଡରି ଆଗେଇବାକୁ କହିଲେ ବି ବେଳେ ବେଳେ ରାଗ ହୁଏ, ଲକ୍ଷ୍ମୀ ବଜାର ଉପରେ, ଆଉ ମନ୍ଦିରକୁ ଲାଗି ଗଢି ଉଠିଥିବା ପରିବା ଦୋକାନ ଓ ଅନ୍ୟାନ୍ୟ ଦୋକାନ ସବୁ ଗଢି ଉଠିଥିବାରୁ ଯେତିକି କ୍ଷୁବ୍ଧ ହେଉ, ଗୋରୁ ଗାଈ ମାନଙ୍କୁ ଗୁହାଳରେ ନରଖି ଛାଡ଼ିଦେଉଥିବାରୁ ମଧ୍ୟ ଲୋକମାନଙ୍କ ପ୍ରତି ଦୃଷ୍ଟିକୋଣ ଭଲ ନଥାଏ ଆମର।

ସେହିସବୁ ସ୍ମୃତି ମନ ହୃଦୟରେ ଜୀବନ୍ତ ଥିବାବେଳେ ବଡ ହେଲା ପରେ ଲକ୍ଷ୍ମୀ ବଜାର ଉଠିଯିବା, ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ପଦକ୍ଷେପ ରେ ବିଭୋର ହୋଇ ସେଇ ପୁରୁଣା ରାସ୍ତାର ନବକଳେବର ରୂପ ଦେଖି ପରବର୍ତ୍ତୀ ଜୀବନରେ ବିମୋହିତ ହୋଇ ସେସବୁ ପୁରୁଣା ସ୍ମୃତି ମନେପକାଇ ହସୁଥିଲା ବେଳେ, ଗତକାଲି ଟିଭି ସମ୍ବାଦ ଉପରେ ଓ ସୁପ୍ରିମକୋର୍ଟଙ୍କ ସନ୍ଦର୍ଭ ଜାଣିବାକୁ ପାଇ ପୁରୀ ବଡମନ୍ଦିର ପ୍ରତି ବିପଦ ଅଛି ଭାବିଲା ବେଳକୁ ହୃଦୟ ଭାଙ୍ଗି ପଡୁଥିଲା ଯେତିକି, ଜଗନ୍ନାଥ ଅଛନ୍ତି ନିଜ ରକ୍ଷା ସହ ଶହ ଶହ ଲୋକଙ୍କୁ ରକ୍ଷା କରିବେ ଭାବନାରେ କଲେଜ ବେଳର ସ୍ମୃତି ତାଜା ଓ ମଧୁର ଲାଗୁଥିଲା ।



Rate this content
Log in

Similar oriya story from Abstract