STORYMIRROR

Hemanta Sahu

Abstract Drama Inspirational

4.9  

Hemanta Sahu

Abstract Drama Inspirational

ବୁଢ଼ା ଆଖିର ପୀଡ଼ା

ବୁଢ଼ା ଆଖିର ପୀଡ଼ା

3 mins
97


ସକାଳୁ ମୁଁ ବାହାରିଛି ମାର୍କେଟ । ସକାଳୁ ସକାଳୁ ଘର ଲୋକଙ୍କ ଜବରଦସ୍ତି ରେ ବାହାରିଛି ମନରେ ଗୋଟିଏ କଥା ମୋ ଭଳି କାହାର କଷ୍ଟ ଏତେ ନଥିବା । ମଟର ସାଇକେଲ ରେ ଟିକେ ଦୂର ଗଲା ପରେ ଜଙ୍ଗଲ ବାଟ ଆଗରେ ଜଣେ ୭୦ ବୟସର ବୁଢ଼ା ବ୍ୟକ୍ତି ଠିଆ ଓ ଆଗକୁ ଯିବା ପାଇଁ ଲିପ୍ଟ ମାଗୁଛି , କିନ୍ତୁ ଜଣେ ମଧ୍ୟ ତାହା ଆଡ଼କୁ କିଏ ମଧ୍ୟ ସାହାଯ୍ୟ କରୁନାହାନ୍ତି ।

                   ବୁଢ଼ା ବ୍ୟକ୍ତି ଦେଖିବାକୁ ହାଡକଙ୍କାଳ ଭଳି ଦିଶୁ ଥିଲେ,ଶରୀରରେ ନ ଥିବା ଭଳି ଚର୍ମ ତା ଆଖିକୁ ଦେଖି ମନ ହୁଏ ଯେମିତି ତା ହୃଦୟର କଷ୍ଟ ତା ଆଖିରେ ଲୁଚାଇ ରଖାଯାଇଛି। ବୁଢାକୁ ଦେଖି ମନରେ ଦୟା ଲାଗିଲା ଓ ସାହାଯ୍ୟ କରିବା ପାଇଁ ଟା ସାମ୍ନାକୁ ଆସି ଗାଡ଼ି ବନ୍ଦ କରିଛି । ମୁଁ କହୁଛି - ବବା କେଉଁଠାକୁ ଯିବେ । ବୁଢ଼ା ବ୍ୟକ୍ତି - ବବା  ୨ କି.ମି ଆଗରେ ରାସ୍ତା କାମ କରାଯାଉଛି ସେଠାକୁ ଯିବି । ମନରେ ପ୍ରଶ୍ନ ଉଠିଲା ଏତେ ଖରା ବେଳକୁ ୭୦ ବୟସ ବୁଢ଼ା କଣ କରିବା ପାଇଁ ଯାଉଥିବ! ତାଙ୍କୁ ବସାଇ ଗାଡ଼ି ଚଳାଇଲି । 

                        ଟିକେ ବାଟ ଗଲା ମୋ ମନ ହେଲା ବୁଢ଼ା ବବା କୁ କିଛି ପ୍ରଶ୍ନ ପଚରାଇବା ପାଇଁ - ବବା ଏତେ ଖରାରେ କଣ ରାସ୍ତା କାମ ଦେଖିବାକୁ ଯାଉଛନ୍ତି କେମିତି ?  ବୁଢ଼ା ବବା କହିଲେ -  ନାହିଁ ବବା ମୁଁ ରାସ୍ତା କାମ ଦେଖିବାକୁ ନୁହଁ ସେଠାରେ କୁଲି ଲେବର ର କାମ କରେ । ଏହା ଶୁଣି ମୁଁ ଟିକେ ଆଶ୍ଚର୍ଯ୍ୟ ହେଇଗଲି ୭୦ ବୟସର ଜଣେ ବୁଢ଼ା ଲୋକ ଉଠି ପାରୁ ନାହାନ୍ତି , କିନ୍ତୁ ଏହି ବୁଢ଼ା ବବା ସିମେଣ୍ଟ ବସ୍ତା ବୁହୁଛନ୍ତି। ଏହା ଶୁଣି କି ଟିକେ ଦୁ

ଃଖ ଲାଗିଲା ଓ ମନରେ ପ୍ରଶ୍ନ ଉଠିଲା କି ତାଙ୍କ ପୁଅ ମାନେ କେତେ ନିର୍ଦୟୀ ଥିବେ ୭୦ ବର୍ଷ ବୟସର ବାପାକୁ କାମ କରିବା ପାଇଁ ପାଠଉଛନ୍ତି ।

                   କିଛି ନଭାବି ବୁଢ଼ା ବବା ଙ୍କୁ ତାଙ୍କ ପୁଅ ମାନଙ୍କ ବିଷୟରେ ବୁଝିବାକୁ ଚେଷ୍ଟା କଲି । ତାଙ୍କ ପୁଅ ବିଷୟରେ କହିବା ମାତ୍ରେ ବୁଢ଼ା ବବା ଙ୍କ ମୁହଁରେ ଦୁଃଖର ସୌଲାବ ମାଡ଼ି ଆସିଛି । ବୁଢ଼ା ବବା କନ୍ଧିଲା ଭଳି ଶବ୍ଦରେ କହିଲେ - ବବା ତୁମକୁ କଣ ଆଉ କହିବି ଏ ବୁଢ଼ା ର ଦୁଃଖ ଶୁଣିବା ପାଇଁ କାହା ପାଖରେ ସମୟ ଅଛି , ୧ ବର୍ଷ ହେଉଛି ମୋ ଗୋଟେ ବୋଲି ପୁଅ ରମେଶକୁ କନକପୁର ଗାଁ ରୁ ବିବାହ କରାଇଥିଲି । ମୋ ପୁତ୍ରବଧୂ ମଧ୍ୟ ଏକ ମାତ୍ର ସେ ଘରର ଝିଅ ଥିଲେ । ତେଣୁ ମୋ ପୁଅ ରମେଶ ଆମ ଘର ଆଉ କନକପୁର ତା ଶଶୁର ଘର କାମ କରି ଚଳାଉଥିଲେ । ସାତ ଦିନ ତଳର କଥା ମୋ ପୁଅ ରମେଶ ଲେବର କାମ କରିବାକୁ ଯାଇଥିଲା । ଦିବା ୧ଟା ରେ ଘରକୁ ଆସି ପାଣି ଟୋପେ ପିଇବା ମାତ୍ରେ ଅଂଶୁଘାତର ଶିକାର ହୋଇ ମୃତ୍ୟୁ ଘଟିଛି । ଏବେ ସବୁ ଦୁଇ ପରିବାରର ପାଳନ ପୋଷଣ ମୋ ର କର୍ତ୍ତବ୍ୟ ତେଣୁ ଏତେ ପରିଶ୍ରମ କରିବାକୁ ପଡୁଛି । ଏହା କହୁ କହୁ ବୁଢ଼ା ବବା ଆଖିରୁ ଲୁହର ରକ୍ତ ଝରି ଯାଉଛି । ଭାରତରେ ୧୪୦ କୋଟିରୁ ଅଧିକ ଲୋକ ବସବାସ କରନ୍ତି କିନ୍ତୁ ୧୪୦ କୋଟି ରୁ ଜଣେ ଅସହାୟ ର ଦୁଃଖକୁ ଦୂର କରି ପାରୁ ନାହାନ୍ତି ଏହା ର ଲାଭ କ'ଣ?

              ନିର୍ବିଶେଷରେ ଆଜି କାଲି ର ଯୁବପିଢି ଟିକେ ଟିକେ ସମସ୍ୟା ପାଇଁ ଆତ୍ମହତ୍ୟା କରିନିଅନ୍ତି । ଏହି ବୁଢ଼ା ବ୍ୟକ୍ତି ରୁ କିଛି ଅନୁପ୍ରାଣିତ ହୁଅନ୍ତୁ । ଜୀବନରେ ବଞ୍ଚିବା ପାଇଁ କିଛି ତ୍ୟାଗ, କିଛି ଜିନିଷ ଅଣଦେଖା କରିବା କିଛି ସହିବା ତେବେ ହିଁ ଏ କଷ୍ଟ ମୟ ଜୀବନକୁ ଜିଇଁପାରିବା   ।


Rate this content
Log in

Similar oriya story from Abstract