STORYMIRROR

Hemanta Sahu

Children Stories Classics Inspirational

4.9  

Hemanta Sahu

Children Stories Classics Inspirational

ପରିବର୍ତ୍ତନ

ପରିବର୍ତ୍ତନ

2 mins
62


ଶିଲାପୁର ଗ୍ରାମରେ ଭଗବାନ ଦାଶ ନାମରେ ଜଣେ ବାୟସପ୍ରାପ୍ତ ଶିକ୍ଷକ ଥିଲେ । ସେ ଶିକ୍ଷାବିତ୍ ତଥା ଧାର୍ମିକ ସ୍ୱଭାବର ଜଣେ ବ୍ୟକ୍ତି। ଦାଶବାବୁଙ୍କ ଜଣେ ପତ୍ନୀ, ଚାରୋଟି କନ୍ୟା ତଥା ଏକ ମାତ୍ର ପୁତ୍ର ଥିଲା । ତାହାର ନା ସାଗର । ଭଗବାନ ଦାଶ ତାଙ୍କ ପୁତ୍ର ସାଗରର କାର୍ଯ୍ୟକଳାପରେ ବହୁତ ଦୁଃଖିତ ଅନୁଭବ କରୁଥିଲେ । ସାଗର ସାଙ୍ଗସାଥୀ ସହ ମିଶି ଗାଁ ରେ ମାରପିଟ୍ ତଥା ଗୁଣ୍ଡାପଣିଆରେ ଲିପ୍ତ ରହୁଥିଲା । ତାହାର ସବୁ ସାଙ୍ଗମାନେ ଥିଲେ ଗାଁ ର ଅଗଣନା ପୂର୍ଣ୍ଣ ବ୍ୟକ୍ତି । ଭଗବାନ ଦାଶ ପୁତ୍ରର ଏହି ଅଭ୍ୟାସକୁ ଦେଖି ବହୁତ ଚିନ୍ତିତ ରହୁଥିଲେ । ଦାଶବାବୁ ଚାହୁଁଥିଲେ କି ସେ ପରିବାରର ଦାୟିତ୍ଵ ନେଇପାରିଲେ ମଧ୍ୟ ତାଙ୍କ ଚିନ୍ତନ କମିଯିବ । ଦାଶବାବୁଙ୍କ କୌଣସି କଥା ରୁ କିଛି ମଧ୍ୟ ପରିବର୍ତ୍ତନ ହେଉ ନଥାଏ ।

           ଆଗାମୀ ସମୟରେ ସାଗରର ମାଟ୍ରିକ ପରୀକ୍ଷା ଦେବାର ଅଛି । ଦାଶବାବୁ ବହୁତ ଧ୍ୟାନ ଦେଇ ସାଗରକୁ ପଢ଼ିବା ପାଇଁ ଜବରଦସ୍ତି ମଧ୍ୟ କରିବାକୁ ପଛେଇ ନାହାନ୍ତି । ମାଟ୍ରିକ ପରୀକ୍ଷାର ପରିଣାମ ଆସିବାର ଦିନ, ସାଗର ପରୀକ୍ଷାରେ ଫେଲ୍। ଦାଶବାବୁ ଦୁଖିତ ଭାବେ ବସିଥାନ୍ତି । ଦାଶବାବୁ ସାଗରର ପରୀକ୍ଷା ଫଳ ବାବଦରେ ତାଙ୍କ ଜ୍ବାଇଁ ପୁଅଙ୍କୁ ଅନୁଗତ କରାଇଲେ । ସବୁକଥା ଶୁଣି ତାଙ୍କ ଜ୍ବାଇଁ ରାକେଶ ସାଗରକୁ ତାଙ୍କର ନିଜର ଗାଁ କାଶୀପୁର ଯିବା ସହିତ ସେଠାରେ ରହି ପାଠ ପଢିବାକୁ ସାଗରକୁ ଅନୁରୋଧ କଲେ । କାଶୀପୁର ଯିବା ହିଁ ସାଗରର ପରିବର୍ତ୍ତନର ପ୍ରଥମ ସିଢ଼ି ଅଟେ । 

          ମାଟ୍ରିକ ପରୀକ୍ଷା ଦେବାର ସମୟ ଆସିଲା, ସାଗର ପରୀକ୍ଷା ଦେଇ ପାସ୍ କରି

ଏକ ଆଗେଇ ଯିବା ପାଇଁ ନୂତନ ରାସ୍ତା ତିଆରି କଲେ । ଯୁକ୍ତ ଦୁଇ ପାଇଁ ତାଙ୍କ ପାଖ ମହାବିଦ୍ୟାଳୟରେ ନାମ ଲେଖାଇଲେ । ସାଗର ନିଜ ଗାଁ କୁ ଆସିଲା ମାତ୍ରେ ପ୍ରଥମ ଭଳି ମାରପିଟ୍, ଗୁଣ୍ଡାପଣିଆ, ମଦ୍ୟପାନ କରି ରାତ୍ରୀ ରେ ବିଳମ୍ୱରେ ଆସିଛନ୍ତି । ଦାଶବାବୁ ସାଗରକୁ ସକାଳୁ ଡାକିଛନ୍ତି ଓ ବୁଝାଇଛନ୍ତି ସଂସାର କଷ୍ଟଦାୟକ ଅଟେ । ସେ ନିଜକୁ ପରିବର୍ତ୍ତନ ନ କଲେ ଏ ସଂସାର ତାକୁ ଧିକ୍କାର କରିବ । ଏହା କହୁ କହୁ ମାତ୍ରକେ ଦାଶବାବୁଙ୍କୁ ହୃତ୍- ଘାତ୍ ହୋଇ ମୃତ୍ୟୁ ମୁଖରେ ଯାଇଛନ୍ତି । ସାଗରର ମା ଭଉଣୀ ମାନେ କାନ୍ଦୁ ଥାନ୍ତି। ଏହି ସମୟ ରେ ସାଗରର ହୃଦୟ ଭିତରେ ତାଙ୍କ ପିତାର ଶେଷ ଚିନ୍ତା ଘୁରିବାକୁ ଲାଗିଥାଏ, ଏକ ସଂକଳ୍ପ ଆସିଥାଏ କିଛି ଦେଖାଇବାର,ପାଠ ପଢିବା ପ୍ରତି ପରିବର୍ତ୍ତନ ର ରାସ୍ତା ନିପୁଣ ଆଗେଇ ଯିବାର ଜିଜ୍ଞାସା !

          +୨ ପାସ୍ କରି ଏକ ବଡ କଲେଜରେ ବି. ଏ ମଧ୍ଯ ପାସ୍ କଲେ । ସାଗର ନିଜ ପରିବର୍ତ୍ତନ ବଳରେ (odisha civil services) ଓଡ଼ିଶା ସିଭିଲ୍ ସର୍ଭିସ ପାସ୍ କରି ଗାଁ ର ସର୍ବ ପ୍ରଥମ ତହସିଲଦାର ହୋଇ ଇତିହାସ ରଚନା କରିଛନ୍ତି। ପରିବର୍ତ୍ତନ ହିଁ ମନୁଷ୍ୟର ସଫଳ ରାସ୍ତାର ଏକ ମାତ୍ର ଚାବିକାଠି ଅଟେ ।

                   

                  

                


Rate this content
Log in