STORYMIRROR

Hemanta Sahu

Children Stories Tragedy Inspirational

4  

Hemanta Sahu

Children Stories Tragedy Inspirational

ବାଘ ଏକ ରକ୍ଷକ

ବାଘ ଏକ ରକ୍ଷକ

1 min
13

ସେରା ନାମକ ଏକ ବାଘ ତାହାର ଦୁଇଟି ଛୁଆ ସହିତ କୁଞ୍ଚୁକୁଞ୍ଚିଆ ଜଙ୍ଗଲରେ ବସବାସ କରୁଥିଲା ।ବହୁତ୍ ଖୁସି ସହିତ ଜଙ୍ଗଲରେ  ଶିକାର କରି ରହୁଥିଲା । ଏକ ସମୟର କଥା ରାତିରେ କିଛି ମନୁଷ୍ୟ ମାନେ କୁଞ୍ଚକୁଞ୍ଚିଆ ଜଙ୍ଗଲକୁ ଗଛ କାଟି ଆସିଛନ୍ତି । ସେରା ( ବାଘ) ଏହା ସବୁ ଦେଖୁଥିଲା ଓ କିଛି ବି କରୁନଥିଲା । କିଛି ଦିନ ପରେ ସେରା ( ବାଘ)  ଶିକାର କରିବାକୁ ଯାଇଛି , ଏହି ସମୟରେ ଗଛ କଟାଳି ମାନେ ଆସି ଜଙ୍ଗଲ କୁ ବହୁତ୍ ମାତ୍ରାରେ କାଟି ସେରା ର ଦୁଇଟି ଛୁଆ କୁ ନେଇ ଯାଇଛନ୍ତି। ସେରା(ବାଘ) ଶିକାର କରି ଫେରିଛି.. ଗୁମ୍ଫା ରେ ତାହାର ଦୁଇଟି ଛୁଆ ନାହାନ୍ତି । ସେ ଦୁଃଖ ରେ ଏପଟେ ସେପଟେ ଖୁଜି ବାକୁ ଲାଗିଛି କିନ୍ତୁ.. ପାଇନୀ, ସେ ଭାବି ପାରିଛି ଏହା ସେ ଗଛ କଟାଳି ମାନେ ହିଁ ମୋ ଛୁଆ ମାନଙ୍କୁ ନେଇ ଯାଇଥିବେ । ଜଙ୍ଗଲ କାଟି ପରିବେଶ ନଷ୍ଟ କରୁଥିଲେ ଏବେ ଜଙ୍ଗଲର ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ନେଇ ଚିଡ଼ିଆଖାନ କୁ ନେଇଯାଉଛନ୍ତି । ମନୁଷ୍ୟ ମାନଙ୍କ ଲକ୍ଷ୍ୟ ଜଙ୍ଗଲ ଶେଷ କରିବା । କେତେ ଦିନ ପାରେ ସେ ଗଛ କଟାଳି ମାନେ ଏକ ବଡ଼ ଗାଡ଼ିରେ ଗଛ କାଟିବା ପାଇଁ ଆସିଛନ୍ତି । ଗଛ କାଟିବାକୁ ଆସିବା ମାତ୍ରକେ ସେର(ବାଘ) ତାଙ୍କରି ଆଡ଼କୁ ମାଡ଼ି ଆସି ସେମାନଙ୍କୁ ମାରି ପକାଇଛି ତଥା ତା ର ଦୁଇଟି ଛୁଆ କୁ ସେ ଗାଡ଼ି ରୁ ଆଣିଛି , ସେ ଶପଥ ନେଲା ଯେ ଜଙ୍ଗଲ ରକ୍ଷା ତାହାର ପ୍ରଥମ କର୍ତ୍ତବ୍ୟ ଅଟେ ।

   

              ଜଙ୍ଗଲ ଖାଲି ପଶୁ ପକ୍ଷୀ ର ଘର ନୁ ବରଂ ଏହା ମନୁଷ୍ୟର ପ୍ରାଣ ବିନ୍ଦୁ ତେଣୁ ସମସ୍ତ ଙ୍କୁ ଅନୁରୋଧ କି... ଜଙ୍ଗଲ ରକ୍ଷା ଜୀବନ ରକ୍ଷା କରନ୍ତୁ ।


Rate this content
Log in