STORYMIRROR

Hemanta Sahu

Children Stories Others

3  

Hemanta Sahu

Children Stories Others

ପ୍ରଶ୍ନ ?

ପ୍ରଶ୍ନ ?

1 min
12

ରାତ୍ରୀ ୧୨ଟା ସମୟ ମୋର ହଠାତ୍ ନିଦ ଭାଙ୍ଗିଲା, ଖଟ ରୁ ଉଠି ପାଣି ପିଇ ଶୋଇବାକୁ ଚେଷ୍ଟା କଲି କିନ୍ତୁ ନିଦ ଆସୁନି ।  କେତେ ସମୟ ଶୋଇବାକୁ ଚେଷ୍ଟା କଲି କିନ୍ତୁ ନିଦ ନାହିଁ । ମୋର କୋଠରୀ ର କାନ୍ଥ ରେ ଦୁଇଟି ଝିଣ୍ଟିପିଟି ମଧ୍ୟରେ ବାଦବିବାଦ ହେବାର ଦେଖିଲି,ତାହା ଜାଣିବାକୁ ଚେଷ୍ଟା କଲି । ଜାଣିବାକୁ ପାଇଲି ଦୁଇଙ୍କ ମଧ୍ୟରେ ବିବାଦର ପ୍ରଶ୍ନ ଥିଲା ଭଗବାନ ! 

                          ଝିଣ୍ଟିପିଟି ପ୍ରଥମଙ୍କ ମତ ଥିଲା ଭଗବାନ ସମସ୍ତଙ୍କୁ ସମାନ ଭାବରେ ସ୍ନେହ ପ୍ରଦାନ କରନ୍ତି ତଥା ଧନୀ,ଗରିବ ସମସ୍ତଙ୍କୁ ସୁଖ ଦୁଃଖରେ ସାଥିରେ ରହନ୍ତି ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କ ଦୁଃଖ ହରନ୍ତି କିନ୍ତୁ ଝିଣ୍ଟିପିଟି ଦ୍ୱିତୀୟଙ୍କ ମତ ଥିଲା ଯଦି ଭଗବାନ ସମସ୍ତଙ୍କୁ ସମାନ ଭାବରେ ସ୍ନେହ କରନ୍ତି ତେବେ ଗରିବ ଭାଗରେ ଏତେ ଦୁଃଖ କଷ୍ଟ କାହିଁ ଓ ଧନୀ ବ୍ୟକ୍ତିଙ୍କୁ ଏତେ ସୁଖରେ କାହିଁକି ରଖନ୍ତି ? ଭଗବାନ ଶ୍ରୀକୃଷ୍ଣ ଯେତେ ବି ଅବତାର ନେଇଛନ୍ତି ସେଥିରେ କାହିଁ ରାଜା, ରାଜକୁମାର ଭଳି ଧନୀ ଘରରେ ହିଁ ଜନ୍ମ ଗ୍ରହଣ କରିଛନ୍ତି, ଏହା କ'ଣ ଭଗବାନଙ୍କ ସମାନତା ....?

              ଏହା ଶୁଣି ମୋର ମନରେ ମଧ୍ୟ ପ୍ରଶ୍ନର ବିଶାଳ ସୁନାମି ଉଠିଛି । ଏହା ପରେ ମୋର ଆଖି ଲାଗି ଯାଇଛି  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍