କୋମା
କୋମା
ସତ୍ୟନାରାୟଣ ବାବୁ ନୂଆ ବର୍ଷ ଅବସରରେ ତାଙ୍କ ଘରେ ଭୋଜି ଆୟୋଜନ କରିଛନ୍ତି । ମଟନ୍ ତରକାରୀ, ମାଂସ, ପାପଡ ଇତ୍ୟାଦି କରାଯାଉଛି । ସତ୍ୟନାରାୟଣ ବାବୁ ଏହି ଆୟୋଜନରେ ତାଙ୍କ ଜ୍ବାଇଁ ଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି। ନୂଆ ବର୍ଷ ଅବସରରେ ସତ୍ୟ ବାବୁ ତାଙ୍କ ପତ୍ନୀ,ପୁଅ ସହ ନାଚୁଛନ୍ତି ଓ ମନୋରଞ୍ଜନ କରୁଛନ୍ତି। ଧଳା ମଟର ସାଇକେଲ ଜଣେ ବ୍ୟକ୍ତି ଆସିଛନ୍ତି, ମୁହଁରେ ଦବଙ୍ଗ ଚଷମା ଲାଗିଛନ୍ତି ଯେମିତି ତେଲୁଗୁ ର କୌଣସି ହିରୋ ଭଳି । ସେ ଆଉ କେହି ନୁହଁ ସତ୍ୟନାରାୟଣ ବାବୁଙ୍କ ଜ୍ବାଇଁ ପୁଅ । ତାଙ୍କ ନା ହେଲା ରାଘବ । ସମସ୍ତେ ତାଙ୍କୁ ଭୋଜିରେ ସ୍ବାଗତ କରିଛନ୍ତି।
ରାଘବ ତାଙ୍କ ଶଶୁର ସତ୍ୟବାବୁଙ୍କ ପାଖକୁ ଯାଇ ପାଦ ଛୁଇଁ ପ୍ରଣାମ କରିଛନ୍ତି । ସେ ସତ୍ୟନାରାୟଣ ବାବୁଙ୍କ ପାଇଁ ଦୁଇଟି ଫୁଲ ଖମ୍ବା (ବିଦେଶୀ ମଦ ) ଆଣି ଦେଇଛନ୍ତି । ସତ୍ୟବାବୁ ତାହା ଦେଖି କି ଖୁସ୍ । ରାଘବଙ୍କ ବାପା ରମେଶବାବୁ ମଧ୍ୟ ଏହି ଆୟୋଜନ କୁ ଆସିଛନ୍ତି । ରାଘବ ତାଙ୍କ ବାପାଙ୍କୁ ବହୁତ୍ ଭଲ ପାଉଥିଲେ । ସତ୍ୟନାରାୟଣ ବାବୁ ଭୋଜି ଆରମ୍ଭ କରାଇ ରମେଶ ବାବୁ ,ରାଘବ ସହ ଘର ଛାତ ଉପରକୁ ମଦ ପିଇବା ପାଇଁ ଯାଇଛନ୍ତି । ରାଘବ ଆଣିଥିବା ଦୁଇ ବିଦେଶୀ ମଦ ବୋତଲ ପିଇ ତିନି ଜଣ ସାରି ଦେଇଛନ୍ତି । ସମସ୍ତଙ୍କୁ ନିଶା ହୋଇ ତରସରରେ ଛାତରୁ ତଳକୁ ଆସିଛନ୍ତି ।
ତଳକୁ ଆସି ରମେଶ ବାବୁ ଓ ସତ୍ୟନାରାୟଣ ବାବୁ ଖଟରେ ଶୋଇ ପଡିଛନ୍ତି । ରାଘବର ସକାଳୁ କାମ ଥିବାରୁ ସେ ଏଇଟା ରାତ୍ର ନଅଟା ହୋଇଲାନି ଘରକୁ ଯିବାକୁ ବାହାରିଛନ୍ତି । ସମସ୍ତେ ମନା କରୁଛନ୍ତି ଏବେ ସମୟ ହେଲାଣି ସକାଳେ ଉଠିକି ଚାଲି ଯିବେ ବୋଲି କିନ୍ତୁ ସେ କାହାରି କଥା କୁ ନ ମାନି ଘର ଯିବାକୁ ବାହାରିଛନ୍ତି। ଦବଙ୍ଗ ଚଷମା ପିନ୍ଧି ତାଙ୍କ ଧଳା ମଟର ସାଇକେଲ ଷ୍ଟାଟ୍ କରି ବାହାରିଛନ୍ତି । ହଠାତ୍ ତାଙ୍କ ଫୋନ୍ ବାଜିଛି , ଉଠାଇଛନ୍ତି -(ଜିଓ ସର୍ଭିସ )-ହେଲୋ ଆପଣ ମିଷ୍ଟର ରାଘବ କହୁଛନ୍ତି କି - ହଁ ଆପଣଙ୍କ ଜିଓ ନମ୍ବର ରେ ଦୁଇ ମାସ ହେଲା ରିଚାର୍ଜ ସରି ଯାଇଛି ଶୀଘ୍ର କରିଦେବେ ନହେଲେ ନମ୍ବର ବନ୍ଦ ହେଇଯିବ , ରାଘବ - ହଁ କହି ଫୋନ୍ କାଟି ଦେଇଛନ୍ତି । ରାଘବ ମଦ ନିଶାରେ ମଟର ସାଇକେଲ କୁ ରକେଟ ଭଳି ଦ୍ରୁତଗାମୀ ରେ ଚଳାଇ ଯାଇଛନ୍ତି ।
ସତ୍ୟନାରାୟଣ ଵାବୁ ନିଶାରେ ଶୋଇଛନ୍ତି, ହଠାତ୍ ତାଙ୍କ ଫୋନ୍ ବାଜିଛି l ତାଙ୍କ ପତ୍ନୀ ଫୋନ୍ ଉଠାଇଛନ୍ତି, ଅଜଣା ବ୍ୟକ୍ତି - ହେଲୋ ଏହି ଫୋନ୍ ବାଳାଙ୍କୁ ଆପଣ ଜାଣିଛନ୍ତି କି ?( ଏହା ଥିଲା ରାଘବ ର ଫୋନ୍ ) ସତ୍ୟବାବୁ ଙ୍କ ପତ୍ନୀ - ହଁ ଅଜଣା ବ୍ୟକ୍ତି - ତାଙ୍କର ଏଠି ଗାଡ଼ି ଦୁର୍ଘଟଣା ହୋଇଯାଇଛି ଓ ସେ ବହୁତ୍ ସିରିଅସ ଅଛନ୍ତି , ଆମେ ଆମ୍ବୁଲାନ୍ସ କୁ ଫୋନ୍ କରି ଦେଇଛୁଁ ଆପଣ ଶୀଘ୍ର ଆସନ୍ତୁ । ସତ୍ୟବାବୁ ଓ ରମେଶ ବାବୁଙ୍କ ନିଶା କମି ଯାଇଛି ଏହା ଶୁଣି କି । ଦୁହେଁ ଦୁର୍ଘଟଣା ସ୍ଥଳକୁ ଆସିଲେ ଦେଖିଲେ ରାଘବ ର ହାଲତ୍ ବହୁତ୍ ଖରାପ୍ । ଆମ୍ବୁଲାନ୍ସ ଆସିଲା ତାଙ୍କୁ ପାଖର ଡାକ୍ତରଖାନ କୁ ନେଲେ କିନ୍ତୁ ଡାକ୍ତର ମନା କରିଦେଲେ ଆଉ ବଡ ମେଡିକାଲ ନେବା କୁ ପରାମର୍ଶ ଦେଲେ । ଗାଡ଼ି ଭଡ଼ା କରି ବଡ଼ ମେଡିକାଲ କଲେଜ କୁ ନେଇଛନ୍ତି । ସେଠାକ ଡାକ୍ତର ମାନେ ଆସିଲେ କିଛି ଘଣ୍ଟା ଚେକପ୍ କଲେ । ଡାକ୍ତର ମାନଙ୍କ ଉତ୍ତର ଥିଲା , ଏହି ପେସେଣ୍ଟ ଜଣକ ' କୋମା ' କୁ ଚାଲିଯାଇଛି । ସମସ୍ତଙ୍କର ମୁହଁରେ ଦୁଃଖର ବର୍ଷା ଆରମ୍ଭ ହେଲା ଭଳି ଦୃଶ୍ୟମାନ ଦେଖା ଯାଇଛି ।
ପାଞ୍ଚ ବର୍ଷ ଗଲା ପରେ ରାଘବ କୋମା ରୁ ବାହାରିଛନ୍ତି, ସାମ୍ନାରେ ତାଙ୍କ ପତ୍ନୀ, ପୁଅ ମାନଙ୍କ ଆଖିରେ ଖୁସିର ଝଲକ ଦେଖି ବାକୁ ପାଇଛନ୍ତି କିନ୍ତୁ ରାଘବ ର ଆଖି ଖୋଜୁଛି ତା ବାପାକୁ ଦେଖିବାକୁ ଦେଖିଲା ତାର ବାପାର ଗୋଟେ ଫୋଟୋ କାନ୍ଥ ରେ ଫୁଲମାଳ ସହିତ ଟଙ୍ଗା ଯାଇଛି । ଜାଣିବାକୁ ପାଇଲା ରମେଶ ବାବୁର ଦୁଇ ବର୍ଷ ପୂର୍ବେ ତାଙ୍କୁ ଭାଳି ଭାଳି ମରିଯାଇଛନ୍ତି । ରାଘବ ମନରେ ପ୍ରାଶ୍ଚତାପ୍ କରି ମଦ ପିଇବାରୁ ଏ ସବୁ ଘଟଣା ହେଇଛି ତେଣୁ ସେ ଶପଥ ନେଲେ ଯେ କେବେ ମଧ୍ୟ ଆଉ ସେ ମଦ, ଧୁମ୍ରପାନ କେବେ ମଧ୍ୟ କରିବେ ନାହିଁ ।
ନିର୍ଭିଶେଷରେ ଆଜିକାଲିର ଯୁବପିଢିଙ୍କୁ ଅନୁରୋଧ କି ଧୂମପାନ, ମଦ୍ୟପାନ କରିବାରୁ ତାଙ୍କ ସହ ପରିବାରର ମଧ୍ୟ କ୍ଷତି ଘଟିଥାଏ ତେଣୁ ଏହା କୁ ବ୍ୟବହାର କରିବା ଆଗରୁ ଥରେ ନିଶ୍ଚିନ୍ତ ଭାବିବେ ।
