ବାଞ୍ଜୀ ଗାଁ
ବାଞ୍ଜୀ ଗାଁ
ପ୍ରାୟ ୫-୬ ବର୍ଷର ତଳର କଥା ଆମେ ଆମ ଖେତ ପଡ଼ିଆରେ କ୍ରିକେଟ ଖେଲୁଥାଉଁ । ଏହି ପଡ଼ିଆ ନିକଟରେ ଏକ ଗାଁ ( ଗାଁ ହେଉଛି କେତେ ଖାଲ ଢିପ ଥିଲା ନଈ ପାଖର ଛୋଟ ଜଙ୍ଗଲ )ଅଛି । ସମସ୍ତେ କୁହନ୍ତି କି ଏହି ଗାଁ ରେ ପେତେନ୍ ର କାନ୍ଦ ଶବ୍ଦ ତଥା ଛୁଆ ମାନକୁ ଡାକେ ବୋଲି । ଆମ ଘରେ ସମସ୍ତେ ମନା କରୁଥିଲେ ସେଠାକୁ ଯିବା ପାଇଁ । କ୍ରିକେଟ ଖେଳୁଥିବା ବେଳେ ଆମର ବଲ୍ ସେ ଗାଁ କୁ ପଳେଇ ଯାଇଛି। ମୁଁ ବଲ୍ ଖୋଜିବା ପାଇଁ ଏହି ଗଁ କୁ ଗଲି ,ଗୋଟେ ଗଛ ବୁଟା ରେ ଦେଖିଲି ଏକ ନଣ୍ଡା କୁକୁଡ଼ା ସାଥିରେ ସିନ୍ଧୁର ଲେପନ କରା ଯାଇଛି । ମୁଁ ଡରି ଯାଇ ଜଲଦି ଜଲଦି ବଲ ଧରି ପଡ଼ିଆ କୁ ପଳେଇ ଆସିଲି ।
ଖେଳି ସାରିବା ପରେ ଆମେ ସମସ୍ତେ ଘରକୁ ଫେରି ଆସିଲୁ । ମୋ ମନରେ ଗୋଟିଏ ପ୍ରଶ୍ନ ଥାଏ କି ଏହି ଗାଁ କୁ କାହିଁ ବା ଗାଁ ବୋଲି କହନ୍ତି । ଏହି ଜାଗା କୁ ଅନେକ ଲୋକେ ପେତେନ ଗଁ ବୋଲି ମଧ୍ୟ କୁହନ୍ତି । ରାତିର ଭୋଜନ ଖାଇ ସାରିବା ପରେ ମୁଁ ମୋର ଅଜାଙ୍କ ପାଖକୁ ଗଲି ଆଉ ପଚାରିଲି ଯେ, ଆମ ଯେଉଁ ଖେତ ପାଖରେ ଗାଁ ଟେ ଅଛି ତାହାକୁ ବଞ୍ଜୀ ଗାଁ ବୋଲି ଲୋକେ କାହିଁକି କହନ୍ତି । ମୋ ଅଜା ଙ୍କ ବୟସ ପ୍ରାୟ ୮୦ ,ସେ ଉତ୍ତର ଦେଲେ - " ମୁଁ ଯେତେ ବେଳେ ଛୁଆ ଥିଲି ସେ ସମୟରେ ଭାରତରେ ବ୍ରିଟିଶ ଶାସନ ଚାଲୁଥିଲା ନା ଭଲ ଡାକ୍ତରଖାନ ଥିଲା ନା ଭଲ ଭାବରେ ଲୋକେ ଖାଇବା ମଧ୍ୟ ପାଉନଥିଲେ , ସେତେ ବେଳେ ଲୋକଙ୍କ ମଧ୍ୟ ରେ ଅନ୍ଧ ବିଶ୍ଵାସ,ଅନେକ ପ୍ରଥା ଚାଲି ଆସୁଥିଲା । ରାମୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପିଲାଛୁଆ ହେଉ ନ ଥିଲା । ସେ ଥିଲେ ଆମ ଗାଁ ର ଜଣେ ଗନ୍ତିୟା ଲୋକେ । ରାମୁ ବହୁତ୍ ଦୁଃଖର ରହୁଥିଲା ।
ରାମୁ ଲୋକ ମାନଙ୍କ କଥା ଶୁଣି ସେ ଜଣେ ତାନ୍ତ୍ରିକ ପାଖକୁ ଯାଇ ସବୁ ଦୁଃଖ ପ୍ରକାଶ କଲା । ତାନ୍ତ୍ରିକ ତାକୁ ଗୋଟେ ମାତ୍ର ସମାଧାନ ଅଛି କହିଲା , ରାମୁ ଉତ୍ତର ଦେଲା କଣ କରିବାକୁ ହେବ ... ତାନ୍ତ୍ରିକ ର ଉତ୍ତର ଥିଲା... (ଗୋଟିଏ ବାଜେନ୍ ର ବଳି) ଯେଉଁ ମହିଳା ବିବାହ ହେଲା ୧୦ ବର୍ଷ ହେବ ପିଲାଛୁଆ ହେଉନଥିବା ମହିଳା ର ବଳି ଦେବାକୁ ହେବ । ରାମୁ କିଛି ନ ଭାବି କଥାରେ ବିଶ୍ଵାସ କରି ପଇସା ଦେଇ ଗୋଟିଏ ମହିଳା କୁ କିଡନାପ କରି ରାତ୍ର ୧୨ ସମୟରେ ଏହି ଗାଁ ରେ ବଳି ଦେଇଥିଲେ ।ବଳି ଦେବାର ୭ ଦିନ ମଧ୍ୟରେ ତାନ୍ତ୍ରିକ ଓ ରାମୁ ର ଅ ଆକଂଶିକ ଭାବେ ମୁତ୍ର୍ୟୁ ହେଇଯାଇଥିଲା । ଲୋକ ମାନଙ୍କ ମତରେ ଏହି ମାନଙ୍କୁ ସେ ମହିଳା ର ଆତ୍ମା ମାରି ଦେଲା ବୋଲି ସମସ୍ତେ କହନ୍ତି ଓ ଏହି ଗାଁ କୁ ବାଞ୍ଜୀ ଗାଁ ବୋଲି ନାମ ଦେଲେ । ରାତି ସମୟରେ ଏହି ଗାଁ ରୁ ମହିଳା ର କାନ୍ଦଣା ଶୁଣିବା କୁ ମିଳେ । ଯେଉଁ ଛୁଆ ମାନେ ଜନ୍ମ ହେବା କେତେ ଦିନ ରେ ମରି ଗଲେ ଏହି ଗାଁ ରେ ହିଁ ସେ ମାନଙ୍କ ଶରୀର ମଧ୍ୟ ପୋତା ଯାଏ କାରଣ ସେ ଯେଉଁ ମହିଳା କୁ ବଳି ଦିଆ ଯାଇଥିଲା ସେ ଜଣେ ସନ୍ତନହୀନ ମହିଳା ତେଣୁ ଶିଶୁର ଆତ୍ମା ମାନଙ୍କୁ ସିଏ ଯତ୍ନ ନିଏ ବୋଲି ମାନ୍ୟତା ରହିଛି । ଏତେ କହି ମୋ ଅଜା ମୋତେ ଶୋଇଯା ବୋଲି କହିଛନ୍ତି ।
ନିର୍ବିଶେଷରେ ସମସ୍ତଙ୍କୁ ଗୋଟିଏ ସଚେତନ ଦେବାକୁ ଚାହୁଁଛି ଆମ ଯେଉଁ ସାମାଜିକ ସଂସ୍କାର, ପ୍ରଥା , ପରମ୍ପରା,ଧର୍ମ ଓ ଜାତି ଏହା ସବୁ ମନୁଷ୍ୟ ମାନଙ୍କ ପାଇଁ ମନୁଷ୍ୟ ମାନେ ତିଆରି କରିଛନ୍ତି ନା'କି ସାମାଜିକ ସଂସ୍କାର, ପ୍ରଥା , ପରମ୍ପରା,ଧର୍ମ ଓ ଜାତି ପାଇଁ ମନୁଷ୍ୟ ତିଆରି ହେଇଛି ? ଆଜିର ମାନବ ଏହା ସବୁ ଜାଣି କି ବି .. ନିଜ ନିଜ ମଧ୍ୟରେ ଜାତି ,ଧର୍ମ ପ୍ରଥା ପାଇଁ ଝଗଡ଼ା କରୁଛି ...ଥରେ ନିଜ ବିବେକ ଖଟାଣ୍ଟୁ ।

