STORYMIRROR

Hemanta Sahu

Children Stories Drama Inspirational

4.9  

Hemanta Sahu

Children Stories Drama Inspirational

ମାଆର କଷ୍ଟ

ମାଆର କଷ୍ଟ

2 mins
101


ମିଶ୍ରବାବୁଙ୍କ ମୁତ୍ର୍ୟୁ ହେବାପରେ ତାଙ୍କ ସ୍ତ୍ରୀ ଜମାଦେଇ ଓ ତାଙ୍କର ଦୁଇଟି ପୁତ୍ର ରମା ଓ ରୁମା ସହିତ ଏକ ଛୋଟ କୁଡ଼ିଆରେ ରହି ବସବାସ କରୁଥିଲେ । ଜମାଦେଇ ତାଙ୍କ ପିଲାଙ୍କୁ କିଛି କଷ୍ଟ ନ ହେଉ ବୋଲି ଘର ଘର ଯାଇ ବାସନ ମଞ୍ଜୁଥିଲେ । ତାଙ୍କ ପିଲାଙ୍କ ପାଠ ପଢାଇବା ପାଇଁ ସେ ଲେବର୍ କାମ ମଧ୍ୟ କରୁଥିଲେ । ସମୟ ଆସିଲା ରମାର ମାଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ପାଇ ଉତ୍ତୀର୍ଣ୍ଣ ହେଲା । ପାସ୍ ହେବା ଖୁସିରେ ରମା ତା ମାଆକୁ କିଛି ପଇସା ମାଗି ସଙ୍ଗ ସାଥୀ ରେ ପାହାଡ଼ ଦେଖିବାକୁ ଯାଇଛି... । ହଠାତ୍ ଜମାଦେ଼ଇଙ୍କୁ ଫୋନ୍ ଆସିଛି , ବ୍ୟକ୍ତି - ଆପଣ ରମା ର ମାଆ କହୁଛନ୍ତି କି.. ଜମାଦେ଼ଇ..- ହଁ   ବ୍ୟକ୍ତି - ରମା ର ସେଲଫି ନେଲା ବେଳକୁ ପାହାଡ଼ ରୁ ତଳେ ପଡି ମୂତ୍ର୍ୟୁ ହୋଇଯାଇଛି । ଏହା ଶୁଣି ମାଆଙ୍କ ମନରେ ବଜ୍ରାଘାତ ପଡ଼ିଲା ସହ ସମାନ କଷ୍ଟ....... ।

                   କେତେ ବର୍ଷ ଗଲା ପରେ ଛୋଟ ପୁଅ ରୁମାର ଦିଲ୍ଲୀ ରେ ଚାକିରି ମିଳିଛି । ରୁମା ତା ମାଆ କୁ ଛାଡ଼ି କି ସେ ଦିଲ୍ଲୀ ଚାଲିଯାଇଛି । ମାଆ କଷ୍ଟ ସହିତ ତାକୁ ବିଦାୟ ଦେଇଛି । କେତେ ସପ୍ତାହ ପର୍

ଯ୍ୟନ୍ତ ଫୋନ୍ କରି.. ଆଉ ଏବେ ଆଉ କରୁ ନାହାନ୍ତି ରୁମା ।  ତିନି ବର୍ଷ ଗଲା ପରେ ରୁମା ତା ସହିତ ପତ୍ନୀ ଓ ଛୁଆ କୁ ଆଣି ଘରକୁ ଫେରିଛି , ଜମାଦେ଼ଇ ବହୁତ୍ ଖୁସି ସହିତ ସ୍ବାଗତ କରିଛି । ରାତ୍ରୀରେ ଖାଇ ସାରିବା ପରେ ରୁମା  ତା ମାଆ କୁ କହୁଛି - ମାଆ ତୁ ଏଇ ଛୋଟ ଘରେ କେମିତି ରହି ପାରୁଛୁ ଚାଲ ଆମ ସାଥୀ ଦିଲ୍ଲୀ ଯିବା ଆଉ ସେଠାରେ ରହିବୁ  ଜମାଦେଇ - ନା ବାପା ଏଠାରେ ତୋ ବାପା ଆଉ ତୁମ ଛୋଟ ବେଳ ସ୍ମୃତି ରହିଛି, ଏହାକୁ ଛାଡ଼ି ମୁ କେମିତି ଯାଇପାରିବି । ରୁମା - ମାଆ ମୁ କଣ କହୁଥିଲି କି ମୋର ଗୋଟେ ଋଣ ଟେ ରହି ଯାଇଛି ଏ ଛୋଟ ଘରକୁ ଯଦି ବିକି ଦେଲେ ତାହା ସୁଜି ଯିବ ଓ ତୁ ଚାଲ ଆମେ ସାଥେ ରହିବୁ । ପୁଅର କଷ୍ଟ ଶୁଣି ଜମାଦେଇ ଯିବା ପାଇଁ ମାନିଗଲେ ଆଉ ବିକି ଦେଇଛନ୍ତି। ସମସ୍ତେ ଦିଲ୍ଲୀ ପାଇଁ ବାହାରିଲେ । ଦିଲ୍ଲୀ ପହଞ୍ଚିବା ମାତ୍ରକେ ରୁମା ତା ମାଆକୁ ବୃଦ୍ଧା-ଆଶ୍ରମ କୁ ନେଇଗଲେ ଆଉ ତୁ ଏଠାରେ ରହିବୁ କହି ସେମାନେ ତାଙ୍କର ଘର୍ କୁ ଚାଲି ଯାଇଛନ୍ତି .... । 

                ଏ ଦୁନିଆରେ ଶିକ୍ଷିତ ପୁଅର ଦରକାର୍ ନୁହଁ ବରଂ ସଂସ୍କାରି ପୁଅ ଦରକାର୍ ଯାହା ମାତା ପିତାଙ୍କୁ ଖୁସିରେ ରଖି ପାରିବେ ।


Rate this content
Log in