ପ୍ରାଶ୍ଚ୍ୟତାପ୍
ପ୍ରାଶ୍ଚ୍ୟତାପ୍
ମହାପାତ୍ରବାବୁ ଜଣେ ଭଦ୍ରଲୋକ । ସେ ପାଗଳପୁର୍ ହାଇସ୍କୁଲ ର ଜଣେ ଶିକ୍ଷକ। ତାଙ୍କରି କାର୍ଯ୍ୟକଲାପକୁ ଗାଁରେ ସମସ୍ତେ ପ୍ରଂଶସା କରନ୍ତି। ଶିକ୍ଷକ ହେବା ସଙ୍ଗେ ସଙ୍ଗେ ସେ ଜଣେ ଧର୍ମ, ଜାତି କୁ ବିଶ୍ବାସ କରୁଥିଲେ । ତାଙ୍କରି ଗୋଟେ ଝିଅ କବିତା ଓ ପୁଅ ରାହୁଲ । ମହାପାତ୍ର ବାବୁଙ୍କ ପୁରା ନା ଥିଲା ବିନୋଦ କୁମାର ମହାପାତ୍ର । ତାଙ୍କରି ସ୍ତ୍ରୀ ଅଳକାନନ୍ଦ ଭାରି ଭଲ ମହିଳା ଅଟନ୍ତି। ମହାପାତ୍ରେ ଙ୍କ ଲକ୍ଷ୍ୟ ଥିଲା ତାଙ୍କରି ଝିଅକୁ ଏକ ଭଲ ପରିବାରରେ ବିବାହ କରାଇବା । କବିତା +୨ କଳାର ଦ୍ୱିତୀୟ ବର୍ଷର ଛାତ୍ରୀ । ପରୀକ୍ଷା ପାଖକୁ ଆସିଲାଣି କିନ୍ତୁ ପଢ଼ାପୁଢ଼ିର କିଛି ନାମ ନାହିଁ ।
କବିତା ପରୀକ୍ଷା ଦେବାପାଇଁ କଲେଜ କୁ ଯାଇଛି । ମହାପାତ୍ର ବାବୁ ସ୍କୁଲ ରେ ପିଲାଙ୍କୁ ପାଠ ପଢୁଥିବା ବେଳେ ହଠାତ୍ ତାଙ୍କରି ସ୍ତ୍ରୀ ଆଳକାନନ୍ଦ ର ଫୋନ୍ ଆସିଛି ଆଉ କହୁଛନ୍ତି - ବହୁତ୍ ବେଳ ହେଲାଣି କିନ୍ତୁ କବିତା କଲେଜ୍ ରୁ ଏବେ ପର୍ଯ୍ୟନ୍ତ ଆସୁନି । ମହାପାତ୍ର ବାବୁ ଙ୍କ ମନରେ ଚିନ୍ତାର ବିଶାଳ ପର୍ବତ ଗଠନ ହୋଇଛି ।
ମହାପାତ୍ର ବାବୁ ଓ ତାଙ୍କରି ସ୍ତ୍ରୀ ପୁଲିସ ଷ୍ଟେସନ ରେ S.I ଥାନା ବାବୁଙ୍କ ଅପେକ୍ଷା କରିଛନ୍ତି । S.I ଥାନାବାବୁ ଆସିଲା ମାତ୍ରେ ଗୁମସୁଦ୍ଧା ର ରିପୋର୍ଟ ଦେଇ ଘରକୁ ଆସିଛନ୍ତି । ପ୍ରାୟ ରାତ୍ରୀ ୧୨ ଟା ବେଳେ S.I ଥାନାବାବୁ ମହାପାତ୍ର ବାବୁ ଙ୍କୁ ଫୋନ୍ କରିଛନ୍ତି ଥାନାବାବୁ - ମହାପାତ୍ର ବାବୁ ଆପଣଙ୍କ ଝିଅ କବିତା ଆକାଶ ନାମକ ଜଣେ ପୁଅ ସାଙ୍ଗରେ ପଳାଇ ବିବାହ କରିଛନ୍ତି । ଏହା ଶୁଣି ମହାପାତ୍ର ବାବୁଙ୍କ ହୃଦୟରେ ମର୍ମ ଆଘାତ ହୋଇ କବିତାର ସମସ୍ତ ଫଟୋ, ସେର୍ତିଫିକେଟ,କପଡା ଜାଳି ଦେଇଛନ୍ତି । କବିତା ଅଲଗା ଜାତିର ପୁଅ ସାଙ୍ଗେ ଯାଇଥିବାରୁ ତଥା ଆକାଶ ଜଣେ ଗୁଣ୍ଡା ପଣିଆ ବ୍ୟକ୍ତି ତେଣୁ ସେ ନିଜେ ଜାତି ହୋଇ କବିତାର ପିଣ୍ଡ ଦେଇଦେଇ ଛନ୍ତି । ସେ କେତେ ଦିନ ହେଲା ନିଜ ଦୁଃଖ ଲୁଚାଇବା ପାଇଁ ମଦ ସେବନ କରି ରହୁଛନ୍ତି ।
ଏକ ବର୍ଷପରେ କବିତା ଧୀରେ ଧୀରେ ତାର ଭୁଲ୍ ବୁଝିବାକୁ ଲାଗିଛି କିନ୍ତୁ ସେ କରିଥିବା ଭୁଲ୍ ର କୌଣସି କ୍ଷମା ଏବେ ନାହିଁ । ଆକାଶ ଜଣେ ମଦୁଆ, ଜୁଆରିଆ ବ୍ୟକ୍ତି ବୋଲି ଜାଣି ନ ଥିଲା । ପ୍ରତ୍ୟେକ ରାତ୍ରୀ ଆକାଶ ମଦ ପିଇ କବିତାକୁ ମାଡ଼ କରୁଥିଲା । ବ୍ଲକ ସ୍ତରୀୟ ଏକ ସରକାରୀ ଚାକିରୀ ର ନୋଟିସ ଆସିଛି ଏହା ଆକାଶ ଜାଣିବାକୁ ପାଇଛି । ଆକାଶ ପ୍ରତ୍ୟେକ ଦିନ କବିତାକୁ ମାଡ଼ ମାରି ତାର ସବୁ ସର୍ତିଫିକେଟ ଆଣିଯିବ ପାଇଁ ବାଧ୍ୟ କରୁଥିଲା କିନ୍ତୁ କବିତା ନିଜେ କରିଥିବା ଭୁଲ୍ ଦ୍ଵାରା କିପରି ମୁଁହ ଦେଖାଇ ଆଣି ଯିବା ବୋଲି ଚିନ୍ତା କରୁଥିଲା । କବିତାର ମନରେ ମାତା ପିତା ଙ୍କୁ ଛାଡ଼ି ଏତେ ବଡ଼ ଭୁଲ କରିଥିବା ଦୁଃଖ ପ୍ରତ୍ୟେକ ଦିନ ସତାଉଥିଲା ।
ସକାଳୁ ସକାଳୁ ପ୍ରାୟ ୩ଟା ୩୦ ରେ କବିତା ମନରେ କରିଥିବା ଭୁଲ୍ ର ପ୍ରାଶ୍ଚ୍ୟତାପ୍ କରିବାର ଇଚ୍ଛା ପ୍ରକାଶ ହୋଇଛି l se ନିଜ କୁ ନିଜେ ପଚରାଇ ସେ ଭୁଲ୍ ର ଗୋଟେ ହିଁ ଉପାୟ ପାଇଛି ଭୁଲ୍ କୁ ଠିକ୍ କରିବା ପାଇଁ ସେ ସାମ୍ନାରେ ଥିବା ପଙ୍ଖା ରେ ଫାଶୀ ଲଗାଇ ଆତ୍ମହତ୍ୟା କରି ନିଜେ କରିଥିବା ଭୁଲ୍ ର ପ୍ରାଶ୍ଚ୍ୟତାପ୍ କରିଛି ବୋଲି ନିଜେ ଏକ ଚିଠି ମାଧ୍ୟମ ରେ ତାର ମା ବାପା ପାଇଁ ଛାଡ଼ି ଦେଇଛି ।
ନିର୍ଭି ଶେଷରେ କିଛି ବାର୍ତ୍ତା କିଛି ଭୁଲ୍ କାର୍ଯ୍ୟ ଜୀବନ ଶେଷ କରି ଦେଇ ଥାଏ ତେଣୁ ଅନୁରୋଧ କି କିଛି ଭୁଲ୍ କାର୍ଯ୍ୟ କରିବା ଆଗରୁ ଥରେ ଯିବା ମାଆ ବାପା ତଥା ପରିବାର ର ଚିନ୍ତା କରି ନିଅନ୍ତୁ ।
