ପେତେନ୍ କାନ୍ଦୁଛେ
ପେତେନ୍ କାନ୍ଦୁଛେ
ପୁରତନ୍ କାଳେ ଲୋକମାନଙ୍କର ବିଶ୍ବାସ ଥିଲା ଯେ, ପେତେନ୍ ମାନେ ଥିସନ୍ । ଆଜ୍-କାଳ୍ ଦୁନିଆନେ ଇଟା ବିଶ୍ବାସ ନାଇଁନା, ବାକି ଭଗବାନ କେ ଯେ, ବିଶ୍ବାସ କରୁଛାଁ ବଏଲେ ପେତେନ୍ କେ କାଇଁ ଯେ ବିଶ୍ବାସ ନାଇଁ କର୍-ମା । ଭଗବାନ ଯେନ୍ତା ନାଇଁ ଦିଶନ୍ ପେତେନ୍ ବି ହେନ୍ତା ନାଇଁ ଦିଶେ । ଗୁଟେ ସମିୟାର୍ କଥା ଅଭି ନା' ର୍ ଜଣେ ଲୋକଟେ ତାର୍ ଶଶୁର୍ ଘର କେ ଯିବାକେ ବାହାରିଛେ । ସମିୟା ହେଇଛେ ରାତି ନଅଟା । ତାର୍ ଶଶୁର ଗାଁ ଯିବାର୍ ବାଟେ ଗାଁ ଟେ ପଡ୍-ସି ନାଁ ଟା ହେଲା ଭରତପୁର୍ । ସେ ଯିବାର ରାସ୍ତାନେ ମହୁଲ୍ ଗଛ୍ ଟେ ପଡ୍-ସି,ଲୋକମାନେ କହେସନ୍ ସେନେ ପେତେନ୍ ରହେସି ଆରୁ ମଟର ଗାଡ଼ି ଗଲା ବେଳେ ଶେନେ ବସି କରି ସାଙ୍ଗେ ଯାଇସି । ଅଭି ଇଟା ରାତିର୍ ନଅଟା ହେଲାନେ ତାର୍ ଶଶୁର୍ ଘର୍ ଯିବାକେ ବାହାରିଛେ । ମହୁଲଗଛ୍ ପାଶ୍ କେ ଆସ୍-ଲା କେ ଶୋର୍ ପଡ଼ିଛେ ଲୋକମାନେ ଜେନ୍ ପେତେନ୍ ବାବଦେ କହେଶନ୍ ଯେ ।
ସେ ଡରି ଡରି ମହୁଲଗଛ୍ କେ ପାର୍ ହେଲା । କିଛି ସମିୟା ପରେ ତାର୍ ଶଶୁର୍ ଘର୍ କେ ପହଁଚିଛେ। ଅଭି ଖେଟ୍-ଲା ମାଡେ ତାର୍ ଶାଳି ( ପତ୍ନୀ ର ଭଉଣୀ) ଲିଜା କେ ପଛ୍ ଆଡୁ ଚମ୍ କେଇ ଦେଇଛେ । ହଠାତ୍ ଲିଜା ଜୋର୍ ଜୋର୍ ସେ କାନ୍ଦ୍-ବାକେ ଲାଗିଛେ ! ଯେନ୍ ଜାଣା ପଚାର୍-ଲେ ବି ଖାଲି ରଢ଼ି ରଢ଼ି କାନ୍ଦ୍-ବାକେ ଲାଗିଛେ । ଲିଜାର୍ କାନ୍ଦ୍-ବାକେ ଦେଖି କରି ସବେ ଭାବି ପକେଇଛନ୍ ତାର୍ ଭିତ୍ ରେ ଇଟା ପେତେନ୍ ପଶିଛେ । ଇଟା କେ ଦେଖିକରି ଅଭି ତାର୍ ଶାଶ୍ ଶଶୁର୍ ତାନ୍ତ୍ରିକ୍ କେ ଦେଖାବାର୍ ଲାଗି ଡାକିଛନ୍ । ତାନ୍ତ୍ରିକ୍ ଆଏଲା ଆରୁ କିଛି ମନ୍ତର୍ ମାର୍ ଲା ଯେ, ଲିଜା ଭିତ୍-ରେ ଥିବା ପେତେନ୍ କାନ୍ଦି କାନ୍ଦି କହି ପକେଇଛେ ମୁଇ ଅଭିର୍ ଗାଡିନେ ବସି ମହୁଲଗଛ୍-ନୁ ଆଇଛେନ୍ । ମୁଇ ୨୦ ବଛର୍ ହେଲାନେ ଭରତପୁର୍ ଗାଁ ନେ ରହୁଥିନି ଆରୁ ମୁଇ ଯେତେବେଳେ ମାଟ୍ରିକ୍ ପରୀକ୍ଷାନେ ଫେଲ୍ ହେନି ଯେ, ମୋର୍ ମାଁ ମତେ ଖାଇବାର୍ ଭାତେ ବିଷ୍ ଦେଇ କରି ମାରି ଦେଇଛେ । ଇଟା କହି ଦେଇ ପେତେନ୍ କାନ୍ଦୁଛେ ଆରୁ କହୁଛେ,ମୁଇ କା ଭୁଲ୍ କନି ଯେ ମୋର୍ ମାଁ ଏନ୍ତା କରି ମହୁଲ ଗଛେ ତାନ୍ତ୍ରିକନେ୍ ବାନ୍ଦି ଦେଇଛେ। ଇଟା ଶୁନି କରି ସବେ କାନ୍ଦି ପକେଇଛନ୍ । କେତେ ସମିୟା ଗଲା ପରେ ଲିଜାର୍ ନୁ ପେତେନ୍ ପଲେଇ୍ ଯାଇଛେ୍ ।
ଆଜିକାଲି ପରିବାର୍ ଲୋକମାନଙ୍କେ କହେବା କେ ଚାହୁଁଛେ ଯେ, ଜୀବନନୁ କାଣା ପରୀକ୍ଷାର୍ ମୁଲ୍ୟ ବେଶୀ କେଁ ?

