STORYMIRROR

Amita Dash

Abstract Inspirational Children

4  

Amita Dash

Abstract Inspirational Children

ବସର ଝରକା ପାଖ ସିଟ୍

ବସର ଝରକା ପାଖ ସିଟ୍

3 mins
222


ଆମ ଗାଁ କୁ ଶେଷ ବସ୍ ଦିନ ତିନିଟା।ସେଇଟା ବି ଘର ପାଖେ ପହଞ୍ଚୁ ପହଞ୍ଚୁ ରାତି ନଅଟା

ଏମାନେ ବସ୍ ପକେଇ ପକେଇ ନେବେ।ପଚାଶ ଷ୍ଟପେଜ୍ କରିବେ।ଦଉଡିବି ବସ୍ ଧରିଲି। ଗୋଟିଏ ସିଟ୍ ଫାଙ୍କା ଥାଏ।ବସ୍ ଯୋଉଠି ରହିବ ଆମେ ସେଇଠି ଓହ୍ଲେଇ ବୁ। ତେଣୁ ଡେରିରେ କାଳେ କିଏ ଆସି ପହଞ୍ଚିବ କଣ୍ଡକ୍ଟର ରଖିଚି ଗୋଟେ ସିଟ୍।ମୋର ବାନ୍ତି ହୁଏ । ମୁଁ ଯେତେବେଳେ ଯାଆ ଆସ କରେ ଝରକା ପାଖ ଦେଖି ବସେ।ଆଜିତ ସିଟ୍ ମୋଟେ ନାହିଁ।ଝରକା କଡ ମିଳୁଛି କୋଉଠି ମୋତେ।ବାପା ସଦାବେଳେ କୁହନ୍ତି ନ ଆସିବ ନାହିଁ ସଂଧ୍ୟା ବସ୍ ରେ ମୋଟେ ଆସିବନି।ବାଟରେ ଦୁର୍ଯୋଗ ରେ ବସ୍ ଟା ଖରାପ ହେଲା କ'ଣ କରିବ।ଆସିତ ସାଲିଣି ଯାହା ହବ ଦେଖାଯିବ

କଣ୍ଡକ୍ଟର ସିଟ୍ ଦେଖାଇଦେଲା।ସେ ସିଟ୍ ପାଖକୁ ଝରକା ପଟେ ଜଣେ ମୋଠୁ ତିନି ଚାରି ବର୍ଷ ବଡ଼ ପୁଅପିଲାଟେ ବସି ଥିଲା।ମୋତେ ଖରାପ ଲାଗିଲା ପୁଅ ପିଲାଟା ପାଖରେ ବସିବାକୁ।ଆମ ବେଳେ ଚଳଣି ଥିଲା ସେଇମିତିଆ। ପୁଅ ପିଲା ସହ କଥା ହେବା ଗାଁ ଗହଳିରେ ବନ୍ଦ। ଗର୍ହିତ ଅପରାଧ। ଅଧିକାଂଶ ଲୋକେ କୁହାକୁହି ହୁଅନ୍ତି।ଟାହି ଠସିଲି କରନ୍ତି।ସେ ସିଟ୍ ସିଧାରେ ଆର ପଟେ ବୁଢ଼ା ଲୋକ ଟେ ବସିଥିଲେ। ମୁଁ କହିଲି ମଉସା ତୁମେ ସେ ପଟକୁ ଟିକେ ଯିବ। ମୁଁ ତୁମ ସିଟ୍ ରେ ବସିବି।ମଉସା କହିଲେ କ'ଣ ହେଲା କି ମା, ମୁଁ ଏଇ ବାଟରେ ଓହ୍ଲାଇ ଯିବି।ସେ ମଉସାଙ୍କ ପାଖରେ ଅବଶ୍ୟ ପୁଅ ଲୋକଟେ ହେଲେ ଟୋକା ନୁହଁ ବାପାଙ୍କ ବୟସର ବସିଥିଲେ। ଝିଅ ପିଲା ନ ଥିଲେ ଯେ ସେଠି ବସିବାକୁ କହୁଥିଲି

ବୟସ୍କ ଥିଲେ।କାନ ନାକ ଆଉଁସି ସେଇ ପୁଅ ଟି ପାଖରେ ବସିଲି ।କିଛି ବାଟ ଗଲାପରେ ସେ ପିଲାଟି ପଚାରିଲା ଏଇଠି ବସିବାକୁ ମନା କାହିଁକି କଲ।ଟୋକାମାନେ ଖରାପ, ବୟସ୍କ ଖରାପ ନୁହନ୍ତି କୋଉଠି ଲେଖା ହୋଇଛି। ଗାଁ ର ଝିଅ ମାନଙ୍କୁ ଠିକ୍ ସେ ନ ବୁଝାଇ ବୋଉ ବାପା ମାନେ ଯୋଉ ସହରକୁ ଛାଡୁଛନ୍ତି ସେ ଝିଅ ମାନଙ୍କର ତୁମ ଭଳି ପରିସ୍ଥିତି ଉପୁଜିବ। ମୁଁ ଗାଁ ର ପିଲା।ମୋ ବାପା,ବୋଉ ଦେଈ ଘରିକାଙ୍କୁ ଯେମିତି ରଖିଛନ୍ତି ମୁଁ ଜାଣିଚି

ତାଙ୍କର ପରିଚୟ ଦେବାକୁ ଯାଇ ସେ କହିଲେ ସେ ରେଭେନ୍ସା ରେ ଇଂଲିଶ ରେ ପିଜି କରୁଛନ୍ତି।କହିଲେ ଯଦି ତୁମ କଥାରେ ମୁଁ ରାଗି ଯାଇଥାଆନ୍ତି

ଆଉ କିଏ ହୋଇଥିଲେ ତୁମ ସହ ଏତେ ବାଟ ବସିବା ଭିତରେ ତୁମର ଅସୁବିଧା କରିଥାନ୍ତା।ସମୟ,ସ୍ଥିତିକୁ ଦେଖି ନିଜର ବ୍ୟବହାର କରିବ।ଯିବା ବି ଦରକାର, ସୁରକ୍ଷା ବି ଦରକାର।ସବୁ ସମୟରେ ବାପା,ମାଁ ପାଖରେ ନଥିବେ ବୁଦ୍ଧି ଦବାକୁ।ଆଉ କୋଉ ପୁଅ ହୋଇଥିଲେ ତୁମ କଥାକୁ ତା'ର ଅପମାନ ବୋଲି ବି ଭାବି ପାରିଥାନ୍ତା।ଏଇ କଥା ବାରତା ଭିତରେ ଗାଡ଼ି ପମ୍ପଚର୍ ହୋଇଗଲା।ସମସ୍ତେ ତଳକୁ ଓହ୍ଲେଇ ପଡ଼ିଲେ

ରାତି ବି ହୋଇଯାଇଥିଲା।ହେଲପର୍ ଆଉ ଗୋଟେ ଟାୟାର ପାଇଁ ଅନ୍ୟ ବସ୍

ରେ ଉଠିକି କୁଆଡ଼େ ଗଲା।ଆଉ ଆମ ଗାଁ କୁ ବସ୍ ବି ନ ଥିଲା ସେଥିରେ ପଳେଇବି। ଅପେକ୍ଷା କରି ବା ଛଡ଼ା ମୋର ଅନ୍ୟ ଉପାୟ କିଛି ନ ଥିଲା। ଝିଅ ପିଲା ବି କେହି ନ ଥିଲେ ।ସେ ଭାଇ ମୋତେ ସେଇଠି କହିଲେ ତୁମର ,ମୋର ଶେଷ ଷ୍ଟପେଜ୍ ରେ ଓହ୍ଲାଇ ବା

ଯଦି ମୁଁ ତୁମ ସହ ନ ଥାନ୍ତି

ଏଠି କ'ଣ ଏକୁଟିଆ ଏତେ ଲୋକ ମେଳରେ କରିଥାନ୍ତ! ଷ୍ଟପେଜ୍ ରେ ପହଞ୍ଚି ଘରକୁ ଦୁଇ କିଲୋମିଟର କେମିତି ଏତେ ରାତିରେ ଯାଇଥାନ୍ତ। ସବୁ ଠୁ ବଡ଼ ପ୍ରଶ୍ନ ଏଠି କେହି ବି ତୁମର କିଛି ଅସୁବିଧା କରିପାରିଥାନ୍ତା। କ'ଣ କରିଥାନ୍ତ?

ବାପା,ମାଁ କହିଛନ୍ତି ପୁଅପିଲାସହ କଥା ହେବୁନି ,ପାଖରେ ବସିବୁନି।ଯଦି ତୁମଠୁ ତୁମର ଲୋକ ଏଠିକାର ସବୁ କଥା ଶୁଣିବେ କ'ଣ ଘଟିଲା ବୋଲି,ଧର ମୁଁ ତୁମକୁ ସାହାଯ୍ୟ କଲିନି କ'ଣ କହିବେ,କେଡେ ନିରଦୟ ପିଲାଟି।ଆମ ଝିଅ ଏତେ ଅସୁବିଧା ରେ ଥିଲା

ସାହାଯ୍ୟ ଟିକେ କରି ଘରେ ଆଣି ଛାଡ଼ି ଦେଇଥିଲେ ହୋଇ ନ ଥାନ୍ତା।ବାପ,ମାଁ କ'ଣ ସଂସ୍କାର ଦେଇଛନ୍ତି।

ତୁମର, ମୁଁ କିଛି କ୍ଷତି କଲିକି?

ଓଲଟା କିଏ ତୁମର ଅସୁବିଧା କ'ଣ କରିବ ଦୁଇ ଘଣ୍ଟା ହେଲା ବାହାରକୁ ନ ଯାଇ ତୁମ ସହ ଏଇ ଭିତରେ ବସିଚି।ଆଜିଠୁ ମନେରଖ ବାପା,ମାଁ ସବୁ ପରିସ୍ଥିତି ରେ ନାହାନ୍ତି।ତାଙ୍କ କହିବା ଭୁଲ୍ ନୁହେଁ।ଯୁଗ ବଡ଼ ଖରାପ।ହେଲେ ବି ଯେହେତୁ ପାଠ ପାଇଁ ବାହାରକୁ ଆସି ବାକୁ ପଡ଼ୁଚି ସବୁ ଦେଖି ଚାହିଁ କରିବ।କୋଉଟା ଠିକ କୋଉଟା ଭୁଲ୍ ନିଜେ ଭାବିବ

ଝିଅ ମାନେ ଆଉ ତ ଘର କ'ଣ ରେ ବସି ନାହାନ୍ତି। ମୁଁ ବହୁତ କଥା କହିଲିଣି।ତୁମେ ବ୍ୟସ୍ତ ହୁଅନି।ଆମର ଛକରେ ଦୋକାନ।ଯେତେ ରାତିରେ ଆମେ ପହଞ୍ଚିଲେ ବି ମୁଁ ଆମ ଗାଡ଼ି ନେଇ ତୁମକୁ ପହଞ୍ଚାଇ ଦେବି ଘରେ।ଚାଲ୍ ସମସ୍ତେ ବାହାରେ ବୁଲୁଛନ୍ତି।ତୁମେ ବି ଟିକେ ବୁଲି ଆସିବ।ମୋ ଭାଷଣରେ ମୁଣ୍ଡ ଝାଇଁ ମାରିବଣି।ସତରେ ମୁଁ ଅବାକ୍ ହୋଇ ତାଙ୍କୁ ଚାହିଁ ଥାଏ।ବାହାରକୁ ଯିବୁ କ'ଣ ବସ୍ ହର୍ଣ୍ଣ ଦେଲା

କଥା ଭିତରେ ଗାଡ଼ି କେତେବେଳେ ସଜଡ଼ା ସରିଥିଲା ଆମ ଦୁହିଁଙ୍କୁ ଜଣା ନ ଥିଲା।


Rate this content
Log in

Similar oriya story from Abstract