STORYMIRROR

Amita Dash

Abstract Others

3  

Amita Dash

Abstract Others

ପତଳି ବୋହୂ

ପତଳି ବୋହୂ

2 mins
330


ଆଲୋ ବୋହୂ ଟେ ଆଣି ନାହାଁନ୍ତି ଯେ ଛଅ ଫୁଟିଆ ବତାଟେ ତ । ପୁଅ ପିଲା କି ଝିଅ ପିଲା ବୁଝା ପଡୁନି। ହଁ ଆମର କ'ଣ ଅଛି କହିଲୁ । ଭୋଜି ଖାଇ ଦେଇ ଗଲେ ଗଲା। ତୁ ଜାଣିନୁ ଲୋ ଖୁଡି ବଡ଼ ବୋହୂ ପୁଳେ ଜାନି ଯଉତୁକ ଆଣିଥିଲା। ଶୁଣା ହଉଚି ଇଏ କୁଆଡେ କିଛି ଆଣିନି। ଛାଡ, ଛାଡ କିଏ କୋଉଠି କାନେଇ ଥିବ ଶୁଣିବ।ଶୁଣୁବା । ଆମେ ଯାହା ଦେଖୁଚେ ସେୟା କହୁଚେ । ମନରୁ ଫାନ୍ଦି କି କ'ଣ କହୁଚେ । ଇଏ ଥିଲା ବାହା ଭୋଜିରେ ଗାଁ ର ଦୁଇ ସ୍ତ୍ରୀ ଲୋକଙ୍କ ର କଥୋପ କଥନ କାନରେ ପଡୁଥାଏ। ପାଟି ଖୋଲିବାର ମୁଁ ନାହିଁ। ତା ପର ଦିନ ପୁଣି ଚତୁର୍ଥୀ ଭୋଜିର ବଡ଼ ବଡ଼ ଗେଷ୍ଟ ନିମନ୍ତ୍ରଣ। ବଡ଼ ଆଡମ୍ବର ସାଜସଜ୍ଜା। ବୋପା ଦିହକରେ ଏମିତି ସାଜସଜ୍ଜା ମଣିଷ ଦେଖିନି। ମୋତେ ସଜେଇ ବାକୁ ବା‌ହାରି ପଡ଼ିଲେ ପିଉସୀଙ୍କ ଝିଅ ଆଉ ବଡ ଯାଆ ମୋର।ଶାଢ଼ୀ ପିନ୍ଧେଇବା ବେଳକୁ ତାଙ୍କର ଯୋଉ ଥଟା ପରିହାସ । ମୋ ଦିଅର ଭାଗ୍ୟ ଟା ବଡ଼ ଖରାପ। ଇଏ ତ ମାଈ ନୁହଁ କି ଗାଈ ନୁହଁ। ବୟସତ ମୋତେ ଢେର ହୋଇଥିଲା। ହେଲେ ଏସବୁ ବୁଝିବାର ବୟସ ଅପ୍ରାପ୍ତ ଥିଲା।ମନେ ମନେ ଭାବୁଥିଲି ପତଳି ହେବାରେ ମୋର କ'ଣ ଦୋଷ।ପତଳା ଝିଅ ବାହା ହେବା କଥା ନୁହେଁ ନା କ'ଣ।କାହାକୁ କ'ଣ ପଚାରିବି ଏଠି ଏମିତି କ'ଣ କଥାବାର୍ତ୍ତା ହେଉଛନ୍ତି ମୋ ପତଳା ଶରୀର କୁ ନେଇ।ଛାଡ କେହି ତ ପରିଚିତ ନୁହନ୍ତି ।ନୂଆ ଯାଗା,ନୂଆ ଲୋକ।ପରେ ବି ଶୁଣିଲି ସେଇ ପତଳା ପାଇଁ ବାହାଘର ପୂର୍ବରୁ ସ୍ଵାମୀ ଅଫିସ୍ କୁ ମୋର ଯାଇଥିଲେ ଦେଖିବାକୁ ଯେ ମୁଁ ଛୁଟିରେ ଥିଲି। ହୁଏତ ତାଙ୍କର ଦୁର୍ଭାଗ୍ୟ।ମୋତେ ଦେଖିଥିଲେ ବୋଧହୁଏ ବାହାଘର ଭାଙ୍ଗି ଦେଇଥାନ୍ତେ। ଯୋଡା ତ ସେଇଠି ମୋ ସହ ଅଛି। କିଏ ତାକୁ ଭାଙ୍ଗିବ। ହଁ, ଗୃହସ୍ଥ ଜୀବନ ଚାଲିଲା ଯାହି ଯେମିତି। ମୋ ଭାଇ ର ବାହାଘର କୁ ମୁଁ ଆସି ନ ଥିଲି କି ଭାଉଜକୁ ଦେଖି ନଥିଲି।ପରେ ଛୁଟିରେ ଯେତେବେଳେ ବାପ ଘର ଗଲି ସେଇ ଆଲୋଚନା କାନ ରେ ପଡ଼ିଲା। ଭିଣୋଇ ଏତେ ସୁନ୍ଦର।ଏ ପତଳି ଅପା କୁ ଆମର କେମିତି ପସନ୍ଦ କଲେ। ସେତେବେଳେ ମନରେ ଟିକେ ଧକ୍କା ଲାଗିଲା।ମନରେ ପ୍ରଶ୍ନ ଉଠିଲା ସତରେ ମୋ ପତଳା ଚେହେରା ପାଇଁ ମୋ ସ୍ଵାମୀ ମୋ ଉପରେ ଅସନ୍ତୁଷ୍ଠ ନୁହନ୍ତି ତ।ଜାଣିକି ଭଲ ପାଇବାର ଅଭିନୟ କରୁ ନାହାନ୍ତି ତ। ମୁଁ ବି ବାହାଘର ପରେ ଯୋଉ ତାଙ୍କ ଚାକିରି ଯାଗା କୁ ଗଲି ସେଠି ଶୁଣିଥିଲି ଯେ ତାଙ୍କ ସାଙ୍ଗ ତାଙ୍କୁ କହିଥିଲେ --"ଆରେ,ଆମେ ସେ ଝିଅ ଟାକୁ ଦେଖିଛୁ।କଣିଟାଏ। ତୁ ଦେଖିଲା ପରେ ବାହା ହବୁ"

ମନରେ କ୍ଷୋଭ ଆସେ ମୁଁ ଏତେ ପତଳା କାହିଁକି। ମୋ ଭଳି ସବୁ ପତଳା ଝିଅ ଙ୍କର ସ୍ଵାମୀ ଅସନ୍ତୁଷ୍ଠ ଥିବେ। ତାଙ୍କ ସ୍ଵାମୀ ମାନେ ଭଲପାଇବା ର ମିଛ ବାହାନା କରି କଥାଟା ଟାଳି ଦେଉଥିବେ। ବହୁତ ଥର ମୁଁ ମୋ ସ୍ଵାମୀ ଙ୍କୁ ବି ପଚାରିଚି ମୁହଁ ଖୋଲି । କାମଚଳା ଉତ୍ତର ପାଏ। ଥରେ ଥରେ କହିବି ଦିଅନ୍ତି ମୋର ମନ ଦୁଃଖ ହେଲେ ତୁମେ କ'ଣ କରିବ। ସେଇଟା ବି ସତ କଥା। ଆମ ଭଳି ପତଳା ଝିଅ ମାନେ ଚାକିରି କରି ବାପଘରେ ରହିବା କଥା ମନେ ମନେ ଭାବେ ବାପା, ମାଁ ଥିବା ଯାଏ। ତା'ପରେ ଭାଉଜ କ'ଣ ତାନା ମାରିବନି କି ? ପତଳି ଝିଅ ବାହା ନ ହେବା କଥା କି। ଏବେ ବହୁତ ଜାଗାରେ ବି ଶୁଣେ‌, ତା ଝିଅଟା ପତଳିଟା ତ ବାହାଘର କୋଉଠି ଜୁଟୁନି। ଆଜି ଠାକୁର ପୂଜା କଲାବେଳେ ହନୁମାନ ପତକା ଲଗା ଖଣି ଟା ଦେଖି ବୟସ ବେଳ ମନେ ପଡ଼ିଗଲା। ମନେମନେ ଭାବିଲି କଣିରେ ବହୁତ ଗଣ୍ଠି ଅଛି। ମୁଁ କିନ୍ତୁ ପୁରା ସିଧା ସଳଖ କଣିଟେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract