STORYMIRROR

Amita Dash

Inspirational

2  

Amita Dash

Inspirational

ଜ୍ଞାନ (ମନର କଥା)

ଜ୍ଞାନ (ମନର କଥା)

1 min
107


ହେଇ ଗଲାଣି ପାଞ୍ଚ ଛଅ ବର୍ଷ, ଆମେ ମାଆ ପୁଅ ଓଡ଼ିଶା ଆସିଥିଲୁ। ପୁଅର ଗୋଟେ ସାଙ୍ଗ ଆମ ଘରକୁ ଆସିଥିଲା।ତା ମାଁ ତାଙ୍କ ଗାଁ କୁ ଯାଇ ଆମ ଘର ପଟ ହୋଇ ଫେରୁଥିଲେ।ବସିବା ନାହିଁ,ବପରିଚୟ ଦେବାର ନାହିଁ ହଠାତ୍ ରାଗି ଯାଇ ତାଙ୍କ ପୁଅକୁ କହିଲେ ଜ୍ଞାନ ନବାକୁ ଏଠିକୁ ଆସିଚୁ ନା ଜ୍ଞାନ ଦେବାକୁ ଆସିଚୁ। କଥାବାର୍ତ୍ତା ନାହିଁ ପରିଚୟ ଦେବା ନାହିଁ ହଠାତ୍ ତାଙ୍କ ମୁହଁରୁ ଏମିତି କଥାଟା ଶୁଣି ମୁଁ ବି ଆବାକାବା ହୋଇ ଯାଇଥିଲି।ହେଲା କ'ଣ।କଥାଟା ସେଦିନ ଭଲ ଲାଗି ନ ଥିଲା କିନ୍ତୁ। ଜ୍ଞାନ କିଏ କାହାକୁ ଦେଇପାରେ।ସେ କୋଉ ଜ୍ଞାନ କଥା କହିଲେ ମୁଁ ତ ଜାଣିନି।ଯୋଉ ଜ୍ଞାନ ବି ହେଉ ।ନିଜେ ନ ଚାହିଁଲେ କିଏ ଜ୍ଞାନ ଆହରଣ କଲା‌ଣି ନା କରିବ। ଜ୍ଞାନ ଆହରଣ ଯେତିକି କଷ୍ଟ ସାଧ୍ୟ ଜ୍ଞାନର ଆଲୋକରେ ଜନ ଜଗତକୁ ଉଦ୍ଭାସିତ କରିବା ସେତିକି କଷ୍ଟକର। ଲୋକ ଭଲ ତ ପଦେ କହିବେନି।ସଜ ମାଛରେ ପୋକ ପକେଇ ଦେବେ।ସାଗ ଖିଆ ପେଜ ଖିଆକୁ ଦେଖି ପାରିବନି।ଭଲ ନ କହିଲେ ନାହିଁ କାହାକୁ ଖରାପ ତ କୁହନା।କାହାର ଅମଙ୍ଗଳ ତ ପାଞ୍ଚନା।ଜ୍ଞାନ ସମସ୍ତଙ୍କ ପାଖରେ ରହିଛି।ନିଜ ଅନ୍ତରକୁ ଚିହ୍ନିବାର ଅଛି।ଆମକୁ ଆମ ଦୋଷ କେବେ ଦିଶିନି। ମଣିଷ ପ୍ରକୃତି ମଲେ ତୁଟେ। କାହାକୁ କିଛି କହିବା ପୂର୍ବରୁ ଘଡ଼ିଏ ଭାବିବା କଥା ମୁଁ ଯାହା କହିବି ସେ କଥା ସାମ୍ନା ଲୋକ ଉପରେ କେତେ ପ୍ରଭାବ ପକାଇବ।ତା ମନକୁ, ତା ହୃଦୟ କୁ ବାଧିବନି ତ। ସମସ୍ତଙ୍କ ଆତ୍ମା ଅଛି। ଆତ୍ମା ରେ ଭଗବାନଙ୍କର ନିବାସ।କାହା ମନକୁ କଷ୍ଟ ଦେଲାଭଳି କଥା କେମିତି କହିବା। ଜ୍ଞାନ ଭଳି ପ୍ରକାଶ ସମସ୍ତେ କ'ଣ ବାଣ୍ଟି ପାରିବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational