Amita Dash

Tragedy Inspirational Children

4  

Amita Dash

Tragedy Inspirational Children

# SM BOSS କାର୍ଯ୍ୟ ୬

# SM BOSS କାର୍ଯ୍ୟ ୬

5 mins
187



ପ୍ରତିଦିନ ଜଣେ ମାଉସୀ ଙ୍କୁ ବାଲଟି ଟିଏ ଧରି ରାସ୍ତାରେ ଯାଉଥିବା ର ଦେଖେ। ବୈଶାଖ ର ଯୋଉ ଟାଣ ଖରା,କାଳ ବୈଶାଖୀ କିଛି କୁ ତାଙ୍କର ଖାତିର ନ ଥାଏ। ଦିନେ ତାଙ୍କୁ ପଚାରିଲି ସବୁଦିନ ବାଲଟି ଟିଏ ଧରି କୁଆଡ଼େ ଯାଉଚ।କହିଲେ ମା' ରେ ବହୁତ ଲମ୍ବା କାହାଣୀ ଶୁଣି ବାକୁ ସମୟ ଅଛି ଯଦି ମନ୍ଦିର ଯାଏ ମୋ ସହ ଆସେ ,ମୋ ପାଖେ ବସ ଘଡ଼ିଏ ।ସବୁ କହିବି।ହୁଏତ ମୋତେ ତୁ ପାଗଳୀ ଭାବି ପାରୁ।ଯାହା ଭାବୁଚୁ ଭାବେ। ସମସ୍ତେ ଭାବୁଛନ୍ତି ତାଙ୍କ ସହ ତୁ ସାମିଲ ହୋଇଯିବୁ।ତାପରେ ସେ ମାଉସୀ ତାଙ୍କ କାହାଣୀ ଆରମ୍ଭ କଲେ।କେତେ ଜନ୍ମ ବିତିଗଲାଣି ମୁଁ ଜାଣିନି। କିନ୍ତୁ ଏତିକି ଜାଣିଚି ଯେତେ ଜନ୍ମ ନେଲିଣି ମୁଁ ଆଉ ଏ ଗଛ ମାଁ, ପୁଅ ହୋଇ ଜନ୍ମହୋଇଚୁ।ତୋତେ ହସ ମାଡୁଥିବ। ପୂର୍ବ ଜନ୍ମ,ଗଛ ଆଉ ମାଉସୀ !ମାଁ ଆଉ ପୁଅ ହୋଇ ଜନ୍ମ ହୁଅନ୍ତି।ସତରେ ଲୋକ ଯାହା ଏ ମାଉସୀ କଥା କୁହନ୍ତି ପୁଅ ମଲା ପରେ ମାଉସୀ ମୁଣ୍ଡ ଖରାପ ହୋଇଗଲାଣି।ସତ କଥା।ଗଛ କେମିତି ତାଙ୍କ ପୁଅ? ତଥାପି ମାଉସୀ କଥା ଶୁଣିବା। ବହୁତ ଜନ୍ମ ଭଲରେ କଟିଥିଲା।ତୁ ବିଶ୍ବାସ କରିବୁନି ଜ୍ୟୋତିଷ ଶାସ୍ତ୍ରରେ ଅଛି ମାଁ ର ଚନ୍ଦ୍ର ଯୋଉ ଘରେ ପୁଅ ର କେତୁ ସେଇ ଘରେ ରହିଲେ ଦୁହେଁ ମାଁ, ପୁଅ ପୂର୍ବ ଜନ୍ମରେ।ମୋ ପୁଅ ର ମୋର ଜାତକରେ ସେୟା ଥିଲା।ଗୋଟେ ଜନ୍ମ ର ଭୁଲ୍ ପାଇଁ ସେ ଏତେ ରାଗିଗଲା ଯେ ଆଉ ମୁହଁ ଫେରାଇ ଚାହୁଁନି।ସବୁ ଜନ୍ମ ରେ ମୁଁ ତା ସହ ଆସୁଚି ତାକୁ ବୁଝାଇ ବାକୁ କି ମୋର କିଛି ଭୁଲ ନାହିଁ। ମୁଁ ଉପାୟ ଶୂନ୍ୟ ଥିଲି।ସେ ବୁଝୁନି‌।ଅଧାରେ ପୁଣି ଛାଡ଼ି ପ୍ରୀତି।ମୋ ମଲା ପରେ ମୋ ପୂର୍ବର ସ୍କୃତି ମନେପଡୁଛି । ପ୍ରାୟଶ୍ଚିତ ପାଇଁ ଜନ୍ମ ନଉଛି।ଯୋଉ ଜନ୍ମ ରେ ଏତେ ସବୁ ଭୋଗିଲୁ ସେଇ ଜନ୍ମ କଥା କହୁଛି,ସେ ଜନ୍ମ ରେ ଆମେ ବହୁତ ଗରିବ ଥିଲୁ।ଗୋଟେ ବଡ଼ ମନ୍ଦିର ପାଖରେ ଘର ଥିଲା।ମନ ସ୍କାମନା ପୂରଣ ପାଇଁ ବହୁତ ଲୋକ ଆସୁଥିଲେ। ମୁଁ ଫୁଲ ମାଳ ଗୁନ୍ଥି ମନ୍ଦିର ଆସୁଥିବା ଲୋକଙ୍କୁ ବିକ୍ରି କରି ପରିବାର ଚଳାଏ।ପୁଅଟି ବେଶୀ ଛୋଟନ ହେଲେ ବି ଘର ସଂସାର କରିବାର ବୟସ ହୋଇ ନ ଥିଲା। ସ୍ବାମୀ ମନ୍ଦିର ପୂଜା ପାଇଁ ଭାଙ୍ଗ ବିକୁ,ବିକୁ ନିଜେ ଭାଙ୍ଗ ଖାଇ ଅଧା ପାଗଳ ହୋଇ ବୁଲିଲେ।କାମ ଧନ୍ଦା କିଛି ନାହିଁ। ତା'କୁ ଭଲ କରିବା ପାଇଁ ବି ପଇସା ନ ଥାଏ। ସେତେବେଳେ ବି ଆଜିର ଟଙ୍କା,ପଇସା ନଥିଲା। ରାଜାଙ୍କ ମୋହର ଥିବା ସୁନା,ରୂପା ପଇସା।ଯଦି ପ୍ରାକୃତିକ ଦୁର୍ବିପାକ ପଡ଼ିଲା ଖାଇବା ପାଇଁ ଛଟ ପଟ ହୋଇ ଯିବା କଥା।ଥରେ ଜଣେ ଧନୀ ବଣିକ ମନ୍ଦିର ଦର୍ଶନ ରେ ଆସିଥିଲେ।ଗୁଡେ ସୁନା, ରୂପା ଦାନ, ଧର୍ମ କରିବେ ବୋଲି ସାଙ୍ଗରେ ଆଣିଥିଲେ।

 ବଂଶ ରକ୍ଷା ପାଇଁ ଠାକୁରଙ୍କୁ ମାନସିକ ରଖିଥିଲେ ପୁଅ ଟିଏ ହେଲେ ଠାକୁର ଦର୍ଶନ ରେ ଆସିବେ।ସେ , ତାଙ୍କ ଚାକର ପିଲା ଟିଏ ଧରି କି ଆସିଥିଲେ।ଫୁଲ କିଣୁଥିଲେ।ପୂଜା ପରେ ବଡ଼ ଧର୍ମଶାଳା ରେ ଯାଇ ରହିଥାନ୍ତେ। ବହୁତ ବାଟରୁ ଆସିଥିଲେ।ଖାଇବା ଶୋଇବା ଠିକ୍ ନ ଥିଲା।ବୟସ ବି ହୋଇ ଯାଇଥିଲା। ପୁତ୍ର ମୋହ ଏତେ ବାଟ ଟାଣି ଆଣିଥିଲା।ଫୁଲ ମାଳ ଧରି ଛନ୍ତି ,ତଳେ ପଡିଗଲେ।ମୋ ଚାଳିଆ ଯେହେତୁ ପାଖରେ ମୁଁ ନେଇ ଆସିଲି।ତାଙ୍କ ଚାକର କୁ କହିଲି ତମେ ଘରକୁ ଫେରି ଯାଇ ତୁମ ସାଆନ୍ତାଣୀ କୁ ସାଆନ୍ତଙ୍କ ଦେହ ଖରାପ କଥା କୁହ।ସେ ଭଲ ହୋଇଗଲେ ଏକା ଘରକୁ ଫେରି ଯିବେ।ଡୁବି ଯାଉଥିବା ମଣିଷ ଟିକୁ କୁଟା ଖଣ୍ଡେବି ସାହାରା। ମୁଁ ତାଙ୍କ ର‌ ସେବା ଯତ୍ନ କଲି।ମୋ ଘରର ଅବସ୍ଥା ବି ସେ ଦେଖିଲେ।ମୋର ଘୋର ଅଭାବ। ଛୋଟ ଛୁଆଟିଏ ସାଙ୍ଗଙ୍କୁ ଅଧା ପାଗଳା ସ୍ଵାମୀ।ସେ ଯେତେ ଅଳଙ୍କାର,ମୁଦ୍ରା ଆଣିଥିଲେ ସବୁ ଆମ ପାଇଁ ଖର୍ଚ୍ଚ କଲେ।ତାଙ୍କର ଆମ ଘରେ ରହିବା ମୋ ପୁଅ କୁ ପସନ୍ଦ ନ ଥିଲା।ୟା ଭିତରେ ମୋ ପୁଅ ଭାବିଲା ମୋର , ତାଙ୍କ ସହ ଖରାପ ସମ୍ପର୍କ। ସବୁବେଳେ ପଚାରେ,ତାଙ୍କ ଦେହ ଠିକ୍ ହୋଇଗଲାଣି,ସେ ଯାଉ ନାହାଁନ୍ତି କାହିଁକି? ମୁଁ କହିଲି ତାଙ୍କ ଘରୁ କିଏ ଆସିଲେ ତ ସେ ଯିବେ।ବୟସ ହେଲାଣି ବାଟରେ କ'ଣ ହେବ ଯଦି। ସବୁଦିନ ମାଁ, ପୁଅ ମାଡ ଗୋଳ।ସେ କହିଲା ତାଙ୍କୁ ତଡିଦେ।ମରିଯାଉଛୁ ପଇସା ପାଇଁ ।ମୁଁ' ବାପା ଯୋଉ କାମ କରୁଥିଲା ସେଇ କାମ କରିବି। ମୁଁ କହିଲି ହଁ ବାପା ଅଧା ପାଗଳ ହେଲା।ତୁ ପୁରା ପାଗଳ ହେବୁ।ସେ ଧନୀ ଲୋକ କହିଲେ ଏଠି କିଛି କାମଧନ୍ଦା ତ ନାହିଁ।ମୋ ସହ ଚାଲ ମୋ ଘର ପାଖରେ ଭଲରେ ରହିବ। ମୁଁ ତାଙ୍କୁ ନିଜ ବଡ଼ ଭାଇ ଭଳି ଭାବୁଥିଲି।ତାଙ୍କ ସହ ବାପ, ପୁଅ ଙ୍କୁ ଧରି ପଳେଇ ଆସିଲି।ପୁଅର ଧାରଣା ତା ବାପାଙ୍କୁ ପର ଅଣ୍ଡିରା ପାଇଁ ମୁଁ ପାଗଳ କରିଛି। ନହେଲେ ଜଣା ନାହିଁ ଶୁଣା ନାହିଁ ଅଜଣା ଲୋକ ପାଇଁ ଭିଟାମାଟି ଛାଡ଼ି ଦେଲି।ଆଗ ପେଟ ରହିଲେ ତ ପରେ ଭିଟାମାଟି। ଭିଟାମାଟି ଖାଲି ଚାଟୁଥିବ। ଏକ ଜନ୍ମରେ ବି ସେଇ କଥା।ପିଲା ରୁ ପାନ ଖାଇବ ବସିଲା।ବାପ ଆକଟ କରିବା ସହ ମୋତେ ତାଗିଦ୍ କରିଦେଲେ ଟଙ୍କାଟେ ସେ ଯେମିତି ନ ପାଏ। ତା'ର ଭୀଷଣ ରାଗ ମୋ ଉପରେ।କାରଣ ମୋ ବାପଘର ଲୋକମାନେ କେତେ ବେଳେ କେମିତି ଧାର,ଉଧାର, ନିଅନ୍ତି।ସେ ଦେଖେ। ମୁଁ ବି ସେ ଏତେଦୂର ରାଗୁଛି ଜାଣି ପାରେନା।ଘର କରି ବନ୍ଧୁ, ବାନ୍ଧବ ‌ସାଇ ପଡୋଶୀ ଧରି ଚଳିବା ନା ନାହିଁ।ରାଗରେ କହିବ‌ମୋ ବାପା ପଇସା ପରକୁ ବାଣ୍ଟିବ ଆମକୁ ଦବନି।ବାପର ରଡି ପଇସା ଦେଇ ପୁଅର ମନ ବଢେଇବୁନି।ବାପ ବି ସେଇ ପୂର୍ବ ଜନ୍ମ ର ଯିଏ ସ୍ବାମୀ ଏ ଜନ୍ମରେ ସେଇ ସ୍ବାମୀ।ଏ ଜନ୍ମ ରେ ନିଶା ଅଭ୍ୟାସ କିଛି ନାହିଁ। ପୂର୍ବ ଜନ୍ମରେ ଭୋଗି ଯାଇଛନ୍ତି ନା। ପୂର୍ବ ଜନ୍ମରେ ପଇସା ନ ଥିଲା। ପୁଅକୁ ଦେଇ ନ ଥିଲି।ଏ ଜନ୍ମରେ ବାପାର ତାଗିଦ୍ ପାଇଁ ଦେଇ ପାରିଲିନି।ସେଇ ପୂର୍ବ ଜନ୍ମ ର ଏକା ବାପା, ପୁଅ ନା।ବାପା ସିନା ଏ ଜନ୍ମ ରେ ସୁଧୁରି ଯାଇଛି। ମୁଁ ତ ପୂର୍ବ ଜନ୍ମ ଜାଣି ପାରୁଛି।ପୁଅ କାଳେ ଏ ଜନ୍ମରେ ବିଗିଡି ଯିବ। ମୁଁ ଡରରେ ପଇସା ଦିଏନି।ଥରେ ରାଗରେ ଘରୁ ପଳେଇଲା। ସକାଳୁ ମଲା ଖବର ଆସିଲା। କେମିତି ମଲା, କାଇଁ ମଲା କିଛି ଖବର ପାଇ ଲିନି।ମନରେ ଆସିଲା ଯେମିତି ମୋତେ ଅତିଷ୍ଠ ହୋଇ ମରିତ ଗଲା ଗଲା।ଏବେ ଗଛ ଟିଏ ହେଲା। ମଣିଷ ହେଲେ ସିନା ମୋ କଥା ଶୁଣି ବାକୁ ମୋ ସହ ଆସିବାକୁ ପଡ଼ିବ। କାହିଁକି ନା ମଲାବେଳେ ମଣିଷ ଯାହା ମାଗେ ଠାକୁର ତା ପର ଜନ୍ମରେ ସେୟା ଦିଅନ୍ତି। ମୁଁ ସବୁ ଜନ୍ମରେ ତାକୁ ହରେଇ ପାଗଳି ଭଳି ବଞ୍ଚି ରୁହେ ମଲା ପର୍ଯ୍ୟନ୍ତ। ବେଳେ ବେଳେ ଇଛା ହୁଏ କୋଉଠି ଅଛି ଘୋଷାଡି ଆଣନ୍ତି ଯାଇ।ସବୁ କଥା ପାଖରେ ବସି ବୁଝାନ୍ତି।ମଲା ବେଳେ ସବୁ ବେଳେ କୁହେ , ଠାକୁର ମୋ ଛୁଆ କୁ ମୋ ସହ ପଠାଇବ।ଏଇ ଜନ୍ମରେ ମୁଁ ତାକୁ ବୁଝେଇ ଦେବି। ପୁଣି ଯୋଉ କଥାକୁ ସେଇ କଥା। ସବୁ ବେଳେ ମୁଁ ତାକୁ କୁହେ ସବୁ ତୋ ଭଲ ପାଇଁ କରୁଛି।ଶୁଣି,ଶୁଣି ସେ ପାଗଳା ହଉଥିଲା।ଏଥର ଠାକୁର ଙ୍କୁ କହି ଗଛ ବନିଗଲା।

କରୁ କେତେ କଳି କରିବ। ମୁଁ ତ ଚୁପ୍।ହଉ ତା ଇଚ୍ଛା । ଗଛଟିକୁ ଶାନ୍ତି ରେ ବଞ୍ଚି ବା ପାଇଁ ମନ୍ଦିର ନେଇ ଆସିଲି।ଏଇ ଯୋଉ ଘଣ୍ଟାଏ ପାଣି ଦେବାକୁ ଆସୁଛି ସେତିକି ରେ ବିରକ୍ତି ହୋଇ ଯାଉଥିବ।ମୋ କହିବା କଥା ମୁଁ କହୁଛି।ଏଇ ଜନ୍ମ ରେ ସବୁ ପୂର୍ବ ହିସାବ କିତାବ ସରିଯିବ।ଆଗ ପଳେଇ ଗଛ ବନିଗଲା ସିନା ମୁଁ ତା'ର ଝିଅ ହୋଇ ଆସିବି।ସେ ପୁଣି ମଣିଷ ହୋଇ ଆସିବ।ଯେତେ ଦିନ ଅଛି ମୋ ପୁଅ କୁ ପାଣି ଦଉଥିବି। ମଣିଷ ଜନ୍ମ ହେଲେ ସିନା ଦୁହିଁଙ୍କ ର କଳି ହେବ।ଗଛ ହୋଇ ଗଲେ ଗଲା। ସଦାବେଳେ କୁହେ ତୁ ମୋ ସାଙ୍ଗରେ ଲାଗେନା। ପାରିବୁନି ମୋତେ। ସତସତିକା ପାରିଲିନି।ହାରିଗଲି। ତାକୁ ମୋର ଆଉ ବୁଝେଇ ବା ପାଇଁ ଏତେ କଷ୍ଟ ଦେବା ଦରକାର ନାହିଁ।ଭଲ ପାଇନି।ଯାଉ ଆଉ କୋଉ ମାଁ ଗର୍ଭ ରେ ଜନ୍ମ ନଉ।ମୋ ଭୁଲ୍ ପାଇଁ ଠାକୁର ଯାହା ଦଣ୍ଡ ଦେବେ।ସନ୍ଧ୍ୟା ହେଲା।ଚାଲ ସନ୍ଧ୍ୟା ଦେବା କହି ମାଉସୀ ଗଛ ପାଖରୁ ଉଠିଲେ।ଅଜଣାତରେ ମୋ ଆଖିରୁ ଲୁହଧାର ଗଡି ‌ଆସିଲା। ମାଉସୀ ହସି ଦେଇ କହିଲେ ମୋର କାନ୍ଦିବା କଥା।ତୁ କାନ୍ଦୁଛୁ ପାଗଳି।ଚାଲ।



Rate this content
Log in

Similar oriya story from Tragedy