Amita Dash

Abstract Inspirational Others

3  

Amita Dash

Abstract Inspirational Others

ଘର ରଙ୍ଗମଞ୍ଚ

ଘର ରଙ୍ଗମଞ୍ଚ

2 mins
325



ବରଷକରେ ଥରେ ଡ୍ରାମା ହୁଏ । ଆମ ଗାଁରେ ରଜ ସଂକ୍ରାନ୍ତିରେ । ଗାଁ ମଝିଦାଣ୍ଡରେ ବସି ଢୁଳଉଥାଏ ମୁଁ ,ଡ୍ରାମା ଦେଖିବାକୁ ରାତି ଅଧରେ । ଦିନ ସାରା ପେଣ୍ଡାଲ ସଜା ଦେଖିବାକୁ ଠିଆ ହୋଇଥାଏ । ରାତି ଅଧରେ ଡ୍ରାମାକୁ ବର୍ଷା କାଳେ ଭଣ୍ଡୁର କରିବ ଗାଁ ଠାକୁରାଣୀଙ୍କ ମନ୍ଦିରରେ ସନ୍ଧ୍ୟାରେ ଦୀପ ଜାଳେ । ଦିଦି ସହ ଯିବାକୁ ଚାହିଁ ବସିଥାଏ, ବାପାଙ୍କ ଶୋଇବା ଯାଏ ।


ଏସବୁ ,ଆଜିର ପରିଣତ ବୟସରେ ମନରେ ଉତ୍କଣ୍ଠା ଭରିଦିଏ । ମନକୁ ଅନେକ କଥା ଭ୍ରମିତ ବି କରେ । ରଙ୍ଗମଞ୍ଚରେ ମଞ୍ଚସ୍ଥ ନାଟକ ଆଉ ଆଜି ପ୍ରତିଟି ଘରେ ପରିବେଷିତ ନାଟକ । କୋୖଣସି ଗୁଣରେ ନୁହେଁ ତ କମ୍

ଦୈନଦିନ ଜୀବନରେ ଘଟିତ ଘଟଣା ତ ହିଁ ମଞ୍ଚସ୍ଥ ନାଟକ । ଲେଖକର ଲେଖନୀରେ ଋଦ୍ଧିମନ୍ତ ଘରେ ଘରେ ନାଟକ, ପ୍ରତିଟି ଘର ନାଟକ ପରିବେଷଣର ପେଣ୍ଡାଲ ।

ସମସ୍ତେ ଜଣେ ଜଣେ କଳାକାର,ଭଲ ହେଉ ମନ୍ଦ ହେଉ ପ୍ରାଣପଣେ ଲାଗିପଡିଛନ୍ତି କରିବାକୁ ଅଭିନୟ ।

କିଏ ଶକୁନି ହୋଇ ଗୋଟି ଚଳାଇଲାଣି ତ କାହାକୁ ନିଜର ଭଲ ଗୁଣ ଦେଖାଇବାକୁ ସାରା ଜୀବନ କମ ପଡ଼େ, କୋଉ କଳାକାରକୁ ଦୁଃଖ ଲୁଚାଇ ହସିବାର କଳା ଭଗବାନ ଉପରୁ ଶିଖାଇ ପଠାଇ ଥାଏ । ଗୋଟେ ନାରୀକୁ ମାଁ,ଭଉଣୀ , ପତ୍ନୀ କେତେ ଭୂମିକାରେ ଅଭିନୟ କରିବାକୁ ପଡେ । କେତେବେଳେ ସୁଶୀଳା ବୋହୂଟିଏ ହୋଇ ଶାଶୁ, ଶଶୁରଙ୍କ ସେବା କରେ ତ ନଣନ୍ଦ ସାଙ୍ଗରେ ଲଢି ପଢୁଥିବା ଭାଉଜଟି ନିଭୃତ କୋଣରେ କ୍ଲାନ୍ତ ଶରୀରକୁ ବିନା ଦ୍ବିଧାରେ ପତିଙ୍କୁ ସମର୍ପି ଦିଏ । ଖାଇ ଥାଉ ନ ଖାଇ ଥାଉ ସନ୍ତାନ ପାଇଁ ଛାତିରୁ ଅମୃତ ଝରେ ହିଁ ଝରେ । ନାରୀର ପରିବାର ପାଇଁ ଏ ବଳିଦାନ ଯୁଗେ ଯୁଗେ ଲେଖକର ଲେଖନୀରେ ଅମର ହୋଇଥାଏ ।

ପୁରୁଷର ଅଭିନୟ ବି କୋୖଣସି ଗୁଣରେ କମ୍ ନୁହେଁ

ଆକାଶ ଠୁ ପ୍ରଶସ୍ତ,ସାଗର ଠୁ ବିଶାଳ ହେବାକୁ ପଡ଼େ

ନିଜର ଗୋଟେ କୋମଳ ହୃଦୟ ଅଛି କାହାକୁ ଦେଖାଇ ପାରେନା ।

ଦରମା ମିଳୁ ନ ମିଳୁ ମାସ ଆରମ୍ଭରୁ ବାପା ବୋଉଙ୍କର ଔଷଧ ରଖି ଦେଇଥାଏ । ଖଣ୍ଡେରୁ ଦିଖଣ୍ଡ ଗଞ୍ଜି ନ ଥାଉ ପଛେ ଝିଅର କୁଆଁର ପୁନେଇଁ ଆଞ୍ଜୁଳି ଶାଢ଼ୀ କିଣି କୋଉ ଦିନୁ ଥୋଇଥାଏ ।

ସ୍ତ୍ରୀ ଛାତିରେ ଲଟକି ଥିବା ଯାଆଁଳା ଛୁଆ ଦୁଇ ଜଣଙ୍କୁ ନ ଆଡେଇ ହାଟରୁ ଆଣିଥିବା ପାଣି ଚୁଡ଼ି ସ୍ତ୍ରୀ ଅଜାଣତରେ ତା ହାତରେ ପିନ୍ଧେଇ ଦିଏ । ଖଟି ଖଟି ହାଲିଆ ହୋଇଚି ଶୋଇଥାଉ ଭାବି ଚୁପଚାପ୍ ଚାଲିଯାଏ ।

ଏସବୁ ନିଖୁଣ ଅଭିନୟ ପରିବାରରୁ ହିଁ ତ ପେଣ୍ଡାଲ ଯାଏ ଯାଇଚି । କିଛି ସଂସାରର ଅନୁଭୂତି କିଛି ମନଗଢା କାହାଣୀକୁ ନେଇ ତ ଅଭିନୟ ଚାଲିଚି ।

ରଙ୍ଗମଞ୍ଚ ପ୍ରତିଦିନ ଗୋଟେ ନୂଆ ନାଟକ ନେଇକି ଆସୁଚି

ଯୋଉ ନାଟକ ମଞ୍ଚସ୍ଥ ହେବା ସରିଲା ଯୋଉ କଳାକାରର ଅଭିନୟ ସରିଲା ନେପଥ୍ୟରେ ସେମାନଙ୍କର କୋଳାହଳ ଯାହା ଶୁଭିଲା ।



Rate this content
Log in

Similar oriya story from Abstract