Amita Dash

Tragedy Inspirational

3  

Amita Dash

Tragedy Inspirational

କାହାଣୀ ସତରେ ବଦଳି ଯାଇଥିବ

କାହାଣୀ ସତରେ ବଦଳି ଯାଇଥିବ

3 mins
336


ବାଡି ପୋଡା ଆଣି ମରିଥିଲା ଡାକ୍ତରଖାନାରେ ପକେଇ ମାରିବ ବୋଲି । କାଇଁ ମଲି ମୁଁ ତ କ'ଣ କଥାବାର୍ତ୍ତା କରୁଚି।କୁଆଡେ ଗଲା ସେ ଅଳପେଇଶା,ବାଡିଖିଆ।ଆଜି ତା'ର ଦିନେକୁ ମୋର ଦିନେ।ମାରିବି ନହେଲେ ମରିବି।ସହିଵାର ସୀମା ପାର ହୋଇ ସାରିଲାଣି।କେତେ ଆଉ ସହିବି। ମୁଁ ଲେଙ୍ଗଡି, ଛୋଟୀ ଥିଲି ତା ବୋପାକୁ ଦେଖା ଯାଉ ନ ଥିଲା। କାଇଁ ଘରକୁ ବୋହୂ କରି ଆଣିଥିଲା

କୋଉ ଗୁଣକୁ ବୋହୂ ଥିଲି ସେ ଘରର ।ପୁଅ ବୁଢ଼ାର ଘୋଡ଼ା ମଦୁଆ।ଯୋଉ ମାଇକିନିଆ ଆସୁଥିଲା ମାଡ଼ ଖାଇ ଖାଇ ମରିବା କଥା।ସବୁ ଛାଡି ପଳଉ ଥିଲେ।ମୋତେ ଛୋଟୀ ଦେଖି ନେଇ ଆସିଲେ।ଘରଟା ଯାକର କାମ ଖଟିବୁ।ରାତିରେ ନିରଧୂମ ଛେଚା।ବୁଢ଼ା,ବୁଢ଼ୀ ଥିବା ଯାଏ ଯାହି ଯେମିତି ଥୟ ପଡ଼ୁଥିଲା।ଦିନକୁ ଦିନ ପିଇବା ବଢ଼ି ଚାଲିଲା।କାମ ଧନ୍ଦା କିଛି ନାହିଁ, ପଇସା ଗଛ ଲାଗିଛି ।ତୋଳି ଆଣିବ ପିଇବ।ଯେତେ ଛୁଆ ରହିଲେ କେହି ବଞ୍ଚିଲେନି।ଗୋଗଛା ମାଡ଼ରେ କୋଉଠି ଛୁଆ ବଞ୍ଚିବେ।ସବୁ ମାସ ଚାରିଟାରେ ନଷ୍ଟ।ବୁଢା ବୁଢ଼ୀ ସେଇ ଚିନ୍ତାରେ ଆର ପାରିକୁ ଚାଲି ଗଲେ । ଚାହା ଦୋକାନଟେ କଲି । ଯାହା ଯେତିକି କମାଏ ତା ମଦକୁ ନିଅଣ୍ଟ । ଦୁନିଆ ସନ୍ଦେହ କାହା ହାତକୁ କାଇଁ କି ହସି ହସି ଚା ଗିଲାସ ବଢେଇଲୁ। କାହାକୁ କାଇଁ ପାଣି ବଢେଇଲୁ। ସମସ୍ତେ ଯେତେ ଜଣ ଦୋକାନକୁ ଆସିଲେ ସମସ୍ତେ ମୋର ଘଇତା।ତିନି,ଚାରିଟା ଛୁଆ ନଷ୍ଟ ହେଲାପରେ ଶରୀରରେ ବଳ କୋଉଠୁ ଆସିବ ଆଉ ଛୁଆ ଜନ୍ମ କରିବି।ବଳ ଆସିବ ଯଦିବି ମନରେ ଶାନ୍ତି ଥିବା ଦରକାର।ନା ବୋଉ ଡାକିବାକୁ ଛୁ ଟେ ଅଛି ନା ସଞ୍ଜ ବତୀ ଜାଳିବାକୁ ଝିଅଟେ, ଠାକୁର ରଖିଲେ।ସେ ଡାକ୍ତରଖାନାର ଡାକ୍ତରାଣୀ ବି କେମିତିକା ମଣିଷ ଔଷଧ ଦେଇ ଗର୍ଭ ନଷ୍ଟ କରେଇଦିଏ।ଡାକ୍ତରାଣୀ ହେବା ପୂର୍ବରୁ ସେମାନେ ତ ଗୋଟେ ଗୋଟେ ନାରୀ।ଗୋଟେ ନାରୀର ମନ କେମିତି ବୁଝି ପାରନ୍ତି ନି।ମୋତେ ଛୁଆଟେ ଦରକାର ବୋଲି। ସେମାନେ ବି କ'ଣ କରିବେ ।ଏତେ ଜୋରରେ ଦେ‌ହରୁ ରକ୍ତ ବୋହିବ ଯେ ସମ୍ଭାଳିବା ବଡ କଷ୍ଟ। ଛୁଆ ହେଲେ ବିକଳାଙ୍ଗ ଛୁଆ ହେବ ତେଣୁ ବାଧ୍ୟ ହୋଇ ଡାକ୍ତରାଣୀ ଔଷଧ ଦେଇ ନଷ୍ଟ କରି ଦିଅନ୍ତି।ଏ ଫଟା କପାଳ ଧରି କେତେ ଦିନ ‌ଆଉ କଲବଲ ହେବି।ଏବେ କ'ଣ ଗୋଟେ କହୁଛନ୍ତି କିଡ୍ନୀ ରୋଗ ହୋଇଚି।କିଡ୍ନୀ ରୋଗ ହୋଇଚି ନା ଜୋଗଣିଖିଆ ଆଣିଚି କିଡ୍ନୀ ବିକିକି ମଦୁଆଙ୍କ ସହ ବସିକି ପିଇବ। ଚାରି ମାସ ଖଣ୍ଡେ ତ କିଡନୀ ବିକା ପଇସା ଚଳିଯିବ ନା।ଆଜି ଆସୁ ଦେଖିବ ମତେ। ମଲା ତାକୁ ମରଦ କିଏ କହିବ।ମରଦ ହେଇଥିଲେ ମଦ ପାଇଁ ଆଉ କାହାକୁ ମୋତେ ବିକ୍ରି କରନ୍ତା ।ଗୋଟେ ରାତିକୁ ଯେତିକି ଟଙ୍କା ଯିଏ ଦେଲା। ତାକୁ ଆଣି ପିଇଲା ଦାଣ୍ଡ ପିଣ୍ଡାରେ ଗଡିଲା

ଛୋଟୀଟା କ'ଣ କରି ପାରିଲି।ଘଇତାକୁ ନ ହେଲେ, ସେ ଜୋଗଣିଖିଆଙ୍କ ଭିତରୁ ଗୋଟାକୁ ମାରିଥିଲେ ସାରା ଜୀବନ ହାଜତ ଭିତରେ ବସି ଖାଇଥାନ୍ତି।ଏଠି ଖଟୁଚି।ସେଠି ବି ଖଟିକି ଖାଇଥାନ୍ତି ଓ ମାଡାମ୍ ସେଇଟା ଛାଡିକି ମୋତେ କୁଆଡେ ଯାଇ ମରିଚି। ହଁ ଯାଇଥିବ ଗରାଖ ଯୋଗାଡ଼ କରିବାକୁ।ଏଗୁଡା ମୋ ନାକ, କାନ କ'ଣ ସବୁ ବାନ୍ଧିଚ ହଟା ମୋତେ ଛାଡ଼।ଡାକ ତମ ମାଡାମକୁ।ମାଡାମ ଓ ମାଡାମ। କ'ଣ ହେଲା କହି ଡାକ୍ତରାଣୀ ପାଖକୁ ଆସିଲେ।ଧୋବଣୀ ପଚାରିଲା କେତେ ଟଙ୍କା ଜୋଗଣିଖିଆ ପାଇଲା ମୋ କିଡନୀ ବିକ୍ରୀ କରି।ମାଡାମ ତାକୁ କହିଲେ ଧୋବଣୀ ତୋ ବର କିଡନୀ ବିକ୍ରି କରିନି।ଓଲଟା ତା ନିଜ କିଡନୀ ବିକ୍ରୀ କରି ତୋତେ ଭଲ କରିଚି।ଧୋବଣୀ ପେଟରେ ଟ୍ୟୁମର ବଡ଼ ହୋଇ ଫାଟି ଯାଇଥିଲା।ବଞ୍ଚି ନଥାନ୍ତା।ଧୋବଣୀ କହିଲା ମରି ଯିବାକୁ ଦେଇଥାନ୍ତେ ମାଡାମ। କାହିଁକି ବଚେଇଲେ ଏ ଘୃଣିତ ଜୀବନକୁ।ପୁଣି ବାଡିପୋଡା ଧନ୍ଦା କରେଇବ।ଏଥର ବେକରେ ଦଉଡି ଦେଇ ଦେବି କହି ଦଉଚି। ମୁଁ ସିନା ଶରୀରରୁ ବିକଳାଙ୍ଗ।ମୋ ଘଇତାର ହୃଦୟ ନାହିଁ।ମନରୁ ଆତ୍ମାରୁ ସେ ବିକଳାଙ୍ଗ।ଡାକ୍ତରାଣୀ, ଧୋବଣୀକୁ ବୁଝେଇଲେ ତୋ ଲୋକ ବଦଳି ଯାଇଚି । ବିଶ୍ବାସ ରଖ ।ସେ ନିଜ କିଡନୀ ବିକି ପଇସା ଦେଇ ତୋତେ ଭଲ କରିଚି।ଯଦି ବି ତୋର ତା ଉପରେ ବିଶ୍ୱାସ ନାହିଁ ମୋ ଘରେ ମୁଁ ତୁମ ଦୁହିଁଙ୍କୁ ରଖିବି।ଏଥର ତୋର କିଛି ଅସୁବିଧା ହବନି। ଶେଷ ଜୀବନରେ ଟିକେ ଶାନ୍ତିରେ କାଟିବୁ।କାମ ଧନ୍ଦାର ବ୍ୟବସ୍ଥା ମୁଁ କରିବି।ସାଙ୍ଗ ହୋଇ କାମ କରିବ।ଏବେ ଚୁପ୍ ହୋଇ ଶୋଇପଡ।



Rate this content
Log in

Similar oriya story from Tragedy