STORYMIRROR

Amita Dash

Abstract Others

3  

Amita Dash

Abstract Others

ପାଉଁଜି

ପାଉଁଜି

2 mins
297


ଘଣ୍ଟେ କି ଦୁଇ ଘଣ୍ଟା ହେବ ଲାଇଟ୍ ଟା ପଳେଇଚି ଯେ ଆସିବାର ନା ନାହିଁ।ମୂଷଳ ଧାରାରେ ବର୍ଷା ହେଉଛି ଥମିବାର ନାଁ ସେ ବି ଧରୁନି। ବିଜୁଳି, ଘଡଘଡି ଏକାକାର। ମୁହଁ କୁ ମୁହଁ ଦିଶୁନି।ପାଠ ଢ଼ାବା ରୁ ରୁଟି ଆଣିବାର ଥିଲାଯେ ଯିବି କେମିତି।ଟର୍ଚ୍ଚ କି ମୋବାଇଲ୍ ରେ ଚାର୍ଜ ବି ନାହିଁ।ଲାଇଟ୍ ତ ଯାଏନି। ମହମବତୀ ବି ରଖିନି। ଜଣାପଡ଼ୁଛି ଖାଲିପେଟରେ ପାଣି ପିଇ ଶୋଇବାକୁ ପଡିବ ବୋଧହୁଏ।ପବନ ରେ ଝରକା ,କବାଡି ଖାଲି ଖୋଲିଲା ଭଳି ଶବ୍ଦ ହେଉଛି। ଠକ୍ ଠକ୍ ଶୁଭୁଚି।ଆଉ କ'ଣ ଢ଼ାବା ବାଲା ତା ପିଲା ପଠେଇଲା କି ରୁଟି ଦେଇ। ଖୋଲିଲି କବାଟ ।କେହି ନାହିଁ

ହଠାତ୍ ପାଉଁଜି ଋଣଝୁଣ ଶବ୍ଦ ଶୁଭିଲା।ପଡୋଶୀ ଘର ର ଝିଅ ଟି ପାଉଁଜି ଝମଝମ କରି ବୁଲେ।ଏ ବର୍ଷା ଅନ୍ଧାରରେ ସେ ବାହାରେ କାହିଁକି ବୁଲିବ। ଲାଇଟ୍ ଥିଲେ ହଁ ବର୍ଷା ରେ ଭିଜିଥାନ୍ତା। ବହୁତ ଝିଅ ଙ୍କୁ ବର୍ଷା ରେ ଭିଜିବା ଭଲ ଲାଗେ।ପବନ ର ସୁସୁ ଶବ୍ଦ ସାଙ୍ଗକୁ ପାଉଁଜି ଶବଦ ବେଶୀ ପାଖେଇ ଆସିଲା। ମୁଁ ନିଜକୁ ନିୟନ୍ତ୍ରଣରେ ରଖି ନ ପାରି କବାଟ ଖୋଲିଲି।ଏ କଣ ଏତେ ପ୍ରଳୟଙ୍କରୀ ବର୍ଷା ରେ ଝିଅ ଟି କୁଆଡେ ଯାଉଚି

ମୁଁ ତା ପଛେ ପଛେ ଚାଲିଲି।ଘର ସେମିତି ଖୋଲା ପଡିଥାଏ। ଝିଅ ଟି ନଈ ବନ୍ଧ ଆଡ଼କୁ ଗଲା। ବର୍ଷା ଦିନର ନଈ ଭରା । କେତେବେଳେ ଯେ ବନ୍ୟା ଆସିଯିବ କହି ହେବନି।ଏ କ'ଣ ଝିଅଟି କୁଆଡେ ଗାୟବ ହୋଇ ଗଲା।ଆଉ ପାଉଁଜି ଶବଦ ଶୁଭୁନି। ହଠାତ୍ ବିଜୁଳି ର ଆଲୋକ ରେ ଯାହା ଦେଖିଲି ମୋ ଛାତି ରୁ ନିଆଁ ଖଣ୍ଡେ ଖସିଗଲା। ଝିଅ ଟି ନଈ ମଝିକୁ ଯାଉଚି।ଯେତେ ଡାକିଲେ ଶୁଣୁନି। ମୁଁ ନଈ ଭିତରକୁ ପଶିବାକୁ ବାହାରିଲା ବେଳକୁ ଗୋଟେ ସ୍ବର ଶୁଣିବାକୁ ପାଇଲି।ସେଇ ନଈ କୂଳରୁ ଫେରିଯାଅ।ଭିତରକୁ ପଶିବାକୁ ଚେଷ୍ଟା କରନି।ଯୋଉ ପାଉଁଜି ଶବ୍ଦରେ ପାଗଳ ହୋଇ ତୁମେ ମୋ ପଛରେ ଆସିଚ ସେ ଅଲକ୍ଷଣା ପାଉଁଜି ମୋ ଜୀବନ ନେଇ ଯାଇଥିଲା। ସେଦିନ ବି ଏମିତି ବର୍ଷା ରାତି ଥିଲା। ପାଉଁଜି ଶବ୍ଦରେ ପାଗଳ ହୋଇ ମୁଁ ନଈ ଭିତରକୁ ପଶିଗଲି।ସେଇ ଦିନୁ ଏଇ ନଈ ଭିତରେ ରହିଗଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract