Amita Dash

Abstract Others

3  

Amita Dash

Abstract Others

ପିଲାଦିନର ବୋହୂ ଦେଖା

ପିଲାଦିନର ବୋହୂ ଦେଖା

3 mins
448



ଗାଁ ରେ ଯାହାର ଘରକୁ ବୋହୂ ଆସିଲା ଆମେ ଚାଲିଲୁ ନେତି ,କନି ଆଉ ମୁଁ ବୋହୂ ଦେଖି। ଆଗରୁ ବୋହୂ ହାଣ୍ଡିଶାଳ ରେ ବସୁଥିଲେ । ତୋଳା କନିଆଁ ବାହାଘର ରେ ବୋହୂ ,ଶାଶୁ ଘର ଆସିଲା ପରେ ଶାଶୁ ଘରେ ବାହାଘର ହୁଏ। ଆମ ପିଲାଦିନ ରେ ଯାହା ଘରକୁ ଯାଅ ଦାଣ୍ଡ ଦୁଆର ମୁହଁ ଯାଏ ଯିବ । ଚଷା,ଶୁଦ୍ର ଙ୍କ କଥା ଗୋଟେ ପ୍ରକାର। ହରିଜନ ତ ପିଣ୍ଡା ସେପଟେ ରହିବେ। ଆମେ ଭଲ ଜାତି ବୋଲି ଆମର ସିନା ଦୁଆର ମୁହଁ ଯାଏ ଯିବା ଆକଟ ନାହିଁ। କିନ୍ତୁ ଦେଇପିଣ୍ଡି ଯାଏ ଯିବାକୁ କିଏ ଦେବ। ବହୁତ ଗାଳି ପଡେ । ଆମେ ଶୁଣୁନା। ମୁଁ ଗଉଡ ଘର ଭାଉଜ କୁ ଦେଖିବି ବୋଲି ନ ଖାଇ ନ ପିଇ ତାଙ୍କ ଦୁଆର ମୁହଁ ରେ ବସି ଥିଲି। ଯେମିତି ହୁଳହୁଳି ପଡ଼ିଛି ମୁଁ ଯାଇ ତାଙ୍କ ହାଣ୍ଡିଶାଳ ରେ ହାଜର ।


ସ୍ତ୍ରୀ ଲୋକ ଙ୍କ ଗହଳିରେ ମୁଁ ତାଙ୍କ ଭାତ ହାଣ୍ଡି ଉପରେ ପଡ଼ିଗଲି। କିଏ ଜଣେ ମୋତେ ଠେଲିଦେଲା। ତଳେ ପଡି ଗୋଡ଼ ମକଚି ହୋଇ ଗଲା। କାନ୍ଦି କାନ୍ଦି ଘରକୁ ଆସିଲି। ଭୁଲି ଯାଇଥିଲି ସେ ଘଟଣାକୁ। ଉଡା ଖବର ଆସିଲା ଆମର ବଡବାପା ଦ୍ଵିତୀୟ ବାହା ହେବାକୁ ଯାଉଛନ୍ତି। ପିଉସୀ ଗୋଟେ ଝିଅ ଦେଖିଚି। ଦାନ୍ତୁରି କି କାଳି। ବୁଢ଼ା ଲୋକଙ୍କୁ କିଏ ଝିଅ ଦଉଚି ମନରେ ଆଶଙ୍କା ଥିଲା। କିନ୍ତୁ ବଡ଼ ବୋଉ ଙ୍କ ବାପା ଭାରୀ ଗରିବ ଥିଲେ। ପୁଅ କରିବା ଚକର ରେ ତାଙ୍କର ପାଞ୍ଚ ଝିଅ ହୋଇଥିଲେ

କେହି ବାହା ହୋଇ ପାରୁ ନ ଥିଲେ। ପିଉସୀ ଆଣି ଜୁଟେଇ ଦେଲା।


ଭାଇ ଘରିକା ଛୋଟ ହୋଇଥିଲେ ବଡ଼ବୋଉ ମରି ଯାଇଥିଲା ଆମର। ତା'ର ପାଞ୍ଚ ପୁଅ ଆଉ ଗୋଟେ ଝିଅ ହୋଇଥିଲେ। ସମସ୍ତେ ମଲା ପରେ ଦୁଇ ଭାଇ ବଞ୍ଚିଥିଲେ। ସେ ଦିଜଣ ବି ଜଣା ନାହିଁ କେମିତି ମଲେ। ବଡ ବାପା ବହୁ ଦିନ ଯାଏ ବାହା ହେଇ ନଥିଲେ। ଏବେ ମୁଁ ଜାଣିନି କାଇଁ ବାହା ହେଉଥିଲେ। ଦେଈ ଘରିକା ସମସ୍ତଙ୍କୁ ଜଣା ଥିଲା। ଯେହେତୁ ଦେଈ ର ବାହା ବୟସ ହୋଇଥିଲା ତାକୁ ବୋଧହୁଏ ଖରାପ ଲାଗୁଥିଲା। ବଡ଼ ବାପାଙ୍କର ଦୁଇ ପୁଅ ବଡ ହୋଇ ଯାଇଥିଲେ ନା।


ଦେଈ ଝାଡ଼ା ଯାଇଥିଲା ନାଳ ବନ୍ଧ କୁ। ଆମର ଗାଁ ରେ କାହାର ପାଇଖାନା ନ ଥିଲା । ଆମର ବରପାଲି ପାଇଖାନା ଟେ ବସିଥିଲା ଯେ ହେଲେ ଜରୁରୀ ଦରକାର ବେଳେ ବ୍ୟବହାର ପାଇଁ। ଯେମିତି ରାତିରେ କାହାକୁ ଲାଗିଲେ,ବର୍ଷା ଦିନରେ ବ୍ୟବହାର ପାଇଁ। ବାପାଙ୍କର ଅଭ୍ୟାସ ଥିଲା ରାତିରେ ଝାଡ଼ା ଯିବା। ବାପା କେବେ କେବେ ବାଉଁଶ ବଣ ଯାଆନ୍ତି ନ ହେଲେ ବରପାଲି ପାଇଖାନା କୁ। ମୁଁ ଦଉଡ଼ି ,ଦଉଡ଼ି ଯାଇ ଦେଈ କୁ କହିଲି ଦେଈ"ନୂଆ ବଡ଼ ବୋଉ ଆସିଚି ଚାଲ ତାକୁ ଦେଖିଯିବା"। ମୁଁ ଏକା ଗଲେ ମତେ ସମସ୍ତେ ଘଉଡେଇ ଦେଉଛନ୍ତି। ରାତି ବି ହେଲାଣି ନେତି ,କନି ଆସିବେନି। ଦେଈ ଚିଡି ଯାଇ କହିଲା। ପାଠଶାଠ ନାହିଁ କି। ତୋର ତୁ ଯା। ମୋର ପଢା ଅଛି। ମୋର ତ ନୂଆ ବୋହୂ ଦେଖା ନିଶା ଘାରିଛି। ଗଲି ଦେଖିବାକୁ। ବଡ଼ ବୋଉ ଲମ୍ବା ଓଢ଼ଣୀ ଟାଣି ବସିଥିଲେ । ତାଙ୍କ ମୁହଁ ଦେଖିବି ବୋଲି ଯେତେ ତାଙ୍କ କାନି ଟାଣିଲି,ସେ ସେତେ ମୁହଁ ଲୁଚେଇଲେ। ସେ ବି କ'ଣ ଜାଣିଥିଲେ କି ମୁଁ ତାଙ୍କର ଦିଅର ର ବାର,ତେର ବର୍ଷର ଝିଅ ଥିଲି। ଗାଁ ରେ ବୋହୂ ଯେମିତି ମୁହଁ ଲୁଚାନ୍ତି ସେ ସେମିତି ମୁହଁ ଲୁଚାଉ ଥିଲେ। ବହୁ ଚେଷ୍ଟା କରି ବିଫଳ ହେଲି। ଘରକୁ ପଳେଇ ଆସିଲି। ସେତେବେଳେ ବୁଝିପାରି ନ ଥିଲି ଦେଈ ର ମନସ୍ତତ୍ତ୍ୱ। ତାକୁ ବଡବାପା ଙ୍କ ଦ୍ଵିତୀୟ ବିବାହ କାହିଁକି ଖରାପ ଲାଗୁଥିଲା। ତା'ର ବିବାହ ବୟସ ହୋଇଥିଲା ମାନେ ଭାଇମାନେ ବି ସେତେବେଳକୁ ବଡ଼ ହୋଇ ସାରି ଥିବେ। ମୁଁ ବି ବୁଝି ପାରୁନି କେବଳ ନିଜର ଜନ୍ମ କଲା ପୁଅ ଛୁଆ ଦରକାର ବଂଶ ରକ୍ଷା ପାଇଁ। ଭାଇ,ଭଉଣୀର ଛୁଆ କୁ ପୁଅ କରି ନେଇ ଆସିଲେ ହେବନି।


ଅବଶ୍ୟ ବଡ ବାପାଙ୍କର ପୁଅ,ଝିଅ ବି ହେଲା। ସେ କେମିତି ଏତେ ବଡ଼,ବଡ଼ ପୁଅ, ସ୍ତ୍ରୀ କୁ ଭୁଲି ବିବାହ କଲେ। କାରଣ କିଛି ଜାଣି ନଥିଲେ ବି ସେହିଦିନୁ ମୁଁ ବୋହୂ ଦେଖି ଯିବା ଛାଡି ଦେଇଥିଲି।



Rate this content
Log in

Similar oriya story from Abstract