Priyaranjan Biswal

Abstract Drama Others

3  

Priyaranjan Biswal

Abstract Drama Others

ବର୍ଷା

ବର୍ଷା

2 mins
186


             

     ବସ୍ ଷ୍ଟପ୍ ରେ ଠିଆ ହୋଇଥାଏ ସାହିଲ୍। ବାହାରେ ଝିପ୍ ଝିପ୍ ବର୍ଷା ଲାଗିରହିଥାଏ। ବୋଧହୁଏ ସେ ବର୍ଷା ଛାଡିବାର ଅପେକ୍ଷା କରିଥାଏ। କିଛି ସମୟ ପରେ ବର୍ଷାରେ ଭିଜି ଭିଜି ଦୌଡି ଦୌଡି ଆସିଲା ଗୋଟିଏ ସୁନ୍ଦରୀ ଝିଅ। ସେହି ବସ୍ ଷ୍ଟପ୍ ରେ ଠିଆ ହେଲେ। ବାହାରେ ବର୍ଷାରେ ଓଦା ହୋଇ ଶୀତରେ ଥରୁଥାଏ ସିଏ। ସାହିଲ୍ ସେହି ଝିଅଟିକୁ ଏକ ଧ୍ଯାନରେ ଅପଲକ ନୟନରେ ଅନେଇ ରହିଥାଏ। ଝିଅଟି ଯେତେବେଳେ ଦେଖିଲା ସାହିଲ୍ ତାକୁ ଏମିତି ଦେଖୁଛି, ସେ ରାଗିଯାଇ କହିଲା- ଏ ମିଷ୍ଟର କଣ ଆଗରୁ କେବେ ଝିଅ ଦେଖିନ? ସାହିଲ୍ - ନା, ଅନେକ ଦେଖିଛି, ହେଲେ ମୋ ସ୍କୁଲ୍ ବେଳର ସାଙ୍ଗ ଲତିକା ପରି ଝିଅ ମୁଁ କେବେ ଦେଖିନି। ଝିଅଟି ସାହିଲ୍ ର ଉତ୍ତର ଶୁଣି ହଠାତ୍ କହିଲା ଆବେ ସାହିଲ୍ ତୁ? ଆଉ ପୁରା ସ୍ମାର୍ଟ ହେଇଗଲୁଣି, ସେଥିପାଇଁ ଚିହ୍ନି ହେଉନି। ତାମାନେ ମୋର ଯେଉଁ ଡାଉଟ୍ ଥିଲା ସେଇଟା ସତ? ତୁ ଲତିକା? ଲତିକା- ହଁ। ଏଇ ପାଖରେ ମୁଁ ରହୁଛି, ହେଲେ ହଠାତ୍ ଏ ବର୍ଷାଟା ହେଲା ତ ଆଉ ଯାଇ ନପାରି ଏଇଠି ରହିଗଲି। ସାହିଲ୍- ମୋ ଅଫିସ୍ ବି ଏଇ ପାଖରେ, କିଛି କାମରେ ବାହାରକୁ ଆସିଥିଲି, ହଠାତ୍ ବର୍ଷା ହେବାରୁ ଏଇଠି ଅଟକି ଗଲି। କେଜାଣି ଏ ବର୍ଷା କେବେ ଛାଡିବ?


      ସାହିଲ୍- ଆଛା ଲତିକା ତୁମର ସ୍କୁଲ୍ ବେଳ କଥା ସବୁ ମନେ ଅଛି? ଟିଉସନ୍ ରୁ ଫେରିବା ବେଳେ ବର୍ଷା ହେଲେ ଆମେ କେମିତି ଗୋଟିଏ ଛତାରେ ଘରକୁ ଫେରୁଥିଲେ? କେବେ ମୋ ପାଇଁ ତୁମେ ଛତା ଆଣି ମଧ୍ଯ ଅଧାରୁ ଅଧିକ ଓଦାହେଇ ଘରକୁ ଫେରୁଥିଲ, ଆଉ କେତେବେଳେ ତୁମ ପାଇଁ ମୁଁ। ଏଥିପାଇଁ ଅନେକ ଥର ଆମେ ଘରୁ ଗାଳି ବି ଶୁଣିଛନ୍ତି। ବେଳେବେଳେ ତ ବର୍ଷାରେ ପୁରା ଓଦା ହୋଇ ଘରକୁ ଆସୁଥିଲେ, ଆମେତ ଓଦା ହଉଥିଲେ ଆମ ସହ ଆମ ବହି ବସ୍ତାନୀ ବି ଓଦା ହେଉଥିଲା। ଆଛା ଲତିକା ତୁମର ମନେ ଅଛି ବର୍ଷା ରାତିରେ ଟିଉସନ୍ ରୁ ଘରକୁ ଫେରିବା ବେଳେ ସବୁବେଳେ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ୍ ତଳେ ଆମେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ, ବର୍ଷା ଛାଡିବାର ଅପେକ୍ଷା କରି। ଆଉ ଅଧିକ ବିଳମ୍ବ ହେଲେ ଘର ଲୋକ ଛତା ଧରି ଆମକୁ ନେବା ପାଇଁ ଆସନ୍ତି, ତୁମେ କଣ ବର୍ଷାରେ ଭିଜିବାକୁ ଏବେବି ଭଲପାଅ? ଲତିକା- ସବୁବେଳେ ନୁହେଁ, ବେଳେବେଳେ। ସାହିଲ୍- ଓଃ, ମୁଡ୍ ଉପରେ ଡିପେଣ୍ଡ୍ କରେ। ଲତିକା- ହଁ, କାରଣ ଏ ବର୍ଷା ସେ ବର୍ଷା ନୁହେଁ। ତାଛଡା ସମୟ ଅନୁସାରେ ତାଳଦେଇ ମଣିଷକୁ ବି ବଦଳିବାକୁ ପଡେ। ମୋର ସବୁ ମନେ ଅଛି, ହେଲେ ମୁଁ ଆଉ ଛୋଟ ପିଲା ହୋଇ ନାହିଁ। 


      ଲତିକାର ଏପରି ଉତ୍ତରରେ ସାହିଲ୍ ଅବାକ୍। ସତେ ଯେମିତି ଲତିକା ନିଜ ହୃଦୟରେ ଅନେକ ଦୁଃଖ ଚାପି ରଖିଛି। ତେବେ ଏତିକି ବେଳେ ବର୍ଷା ଛାଡିଗଲା। ଲତିକା- ସାହିଲ୍, ବର୍ଷା ଛାଡିଗଲାଣି ମୁଁ ଏବେ ଆସୁଛି। ମୁଁ ତ ଏଇ ପାଖରେ ରହୁଛି, କେବେ ସମୟ ହେଲେ ଆମ ଘରକୁ ନିଶ୍ଚିତ ଆସିବୁ। ଅଉ ହଁ ମତେ ତୁମେ ନୁହେଁ ତୁ କହିଥିଲେ ବେଶି ଭଲ ହେଇଥାନ୍ତା। ଏତିକି କହି ଲତିକା ସେଠାରୁ ଚାଲିଗଲା। ଲତିକା ଯିବା ପରେ ସାହିଲ୍- ମୁଁ କେଡେ ବୋକାଟା ସତେ? ଏତେ ଦିନ ପରେ ଦେଖା ହେଲା, ଫୋନ୍ ନମ୍ବରଟା ବି ମାଗିପାରିଲିନି। ଘରକୁ ଯିବା ନିମନ୍ତ୍ରଣରେ ହଁ ତ କରିଦେଲି, ହେଲେ ଠିକଣା ବି ମାଗି ପାରିଲିନି। ଏଇ ପାଖରେ ତ ଅନେକ ଘର ଏବେ ମୁଁ ତାକୁ ଖୋଜିବି କେଉଁଠି? ଏମିତି ମନେ ମନେ ଭାବି ସେଠାରୁ ଯିବାକୁ ବାହାରିବା ବେଳକୁ ସାହିଲ୍ ର ନଜର ଏକ କାଗଜ ଉପରେ ପଡିଲା। କାଗଜ ଟିକୁ ଉଠାଇ ଦେଖି ସାହିଲ୍ ମନେ ମନେ ହସିବାକୁ ଲାଗିଲା।


     ତେବେ ସାହିଲ୍ କଣ ଖୋଜିପାରିବ ଲତିକାର ଠିକଣା? ସେ କାଗଜରେ କଣ ଥାଇ ପାରେ ଯାହାକୁ ଦେଖିବା ପରେ ଚିନ୍ତିତ ସାହିଲ୍ ମୁଁହଁରେ ହସ ଫୁଟି ଉଠିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି ନମସ୍କାର। 



Rate this content
Log in

Similar oriya story from Abstract