Pratap chandra Mishra

Thriller

3  

Pratap chandra Mishra

Thriller

ବ୍ରହ୍ମ ରାକ୍ଷସ

ବ୍ରହ୍ମ ରାକ୍ଷସ

5 mins
204



ସମ୍ବାଦ ପତ୍ର ଠାରୁ ଆରମ୍ଭ କରି ବିଭିନ୍ନ ଗଣ ମାଧ୍ୟମ ରେ ଗୋଟିଏ ଖବର ଖୁବ୍ ଜୋର୍ ରେ ପ୍ରସାରିତ।ବହୁତ୍ ଦିନ ର ଆତଙ୍କିତ ଚେହେରା ଆଜି ପର୍ଦା ଫାଶ। କାରଣ ଗ୍ରାମ ଠାରୁ ସହର ଯାଏଁ ସମସ୍ତେ କୋକୁଆ ଭୟ ରେ ଥିଲେ। ନରସିଂହ ପୂର ଗାଁ ବରଗଛ ପରେ ଯେଉଁ ଝରଣା ଝରିଚାଲୁଛି ,ସେ ମନୋରମ ଦୃଶ୍ୟ ଉପଭୋଗ କରିବା କୁ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ଝରଣା ନିକଟକୁ ଯାଇଥାଆନ୍ତି ଏବଂ ବଣଭୋଜି ଆୟୋଜନ କରନ୍ତି।ଜୀବନ କୁ ଭରପୁର ଉପଭୋଗ କରି ସ୍ଵସ୍ଥାନ ପ୍ରତ୍ୟାବର୍ତ୍ତନ କରନ୍ତି।କିନ୍ତୁ ବିଡମ୍ବନା ଏହା ଯେ ସେ ବରଗଛ ଦେଇ ଚାରି ଛକ୍ ରାସ୍ତା ଅଛି। ତାକୁ ପାର ହେଲେ ହିଁ ଝରଣା ପାଖକୁ ଯିବାକୁ ହେବ। ଏବଂ ଛକ ଟି ସମ୍ପୂର୍ଣ ନିର୍ଜନ। ଘଂଚ ଜଙ୍ଗଲ କହିଲେ ଅତ୍ୟୁକ୍ତି ହେବ ନାହିଁ ସେ ପାଞ୍ଚ ସହ ମିଟର ସ୍ଥାନ। ସେଠି ବେଳେବେଳେ ନବ ବିବାହିତା ତରୁଣୀ,ଆଦ୍ୟ ଯଉବନ ର ଛୁଆଁ ରେ ମଦମତ୍ତ ଥିବା କୁମାରୀ ଓ ନିରୋଳା ଗମନ କରିଥିବା ଅବଳା ମାନେ ଦୁଷ୍କର୍ମ ର ଶିକାର ହୁଅନ୍ତି ଓ କିଛି ପରିପ୍ରକାଶ କରିବା ପୂର୍ବରୁ ଜୀବନ ସମାପ୍ତ ହୋଇ ଯାଇଥାଏ। କିଏ ଏଭଳି କୁ କର୍ମ କରୁଛି ତାର ସୁରାକ ମିଳିନି। ଗୁଇନ୍ଦା ସଂସ୍ଥା ବି ଫେଲ।

ଏ ଇଲାକା ପାଇଁ ସମସ୍ତେ ଚିନ୍ତିତ ଯେତିକି, ସେଠାକୁ ଯିବା ପାଇଁ ଭୟଭୀତ ମଧ୍ୟ ସେତିକି।


କିନ୍ତୁ ଆଜି ସମସ୍ତେ ଆଶ୍ବସ୍ତ। ଧରା ପଡ଼ିଛି ସେ ଆତଙ୍କି।ବର୍ତ୍ତମାନ ପୋଲିସ୍ ହେଫାଯତ୍ ରେ।ଯାହା ଖବର ମାଧ୍ୟମ ରେ ପ୍ରସାରିତ। ଜନ ମାନସରେ ଉଛୁକତା ରହସ୍ୟ ଜାଣିବା ପାଇଁ।ହେଲେ ତଥ୍ୟ ଯୋଗାଇବା ପାଇଁ ପୋଲିସ ମନା କରି ଦେଇଛି। ସବୁ ରହସ୍ୟ ନିର୍ଦ୍ଧିଷ୍ଟ ସମୟରେ କୁହାଯିବ ବୋଲି ସନ୍ଦେଶ ଦେଇଛନ୍ତି। ତେବେ ମୁରଲୀ ,ବରିଷ୍ଟ ସାମ୍ବାଦିକ।ପୋଲିସ୍ ସହ ଏ କାର୍ଯ୍ୟ ରେ ପ୍ରଥମ ରୁ ସହଯୋଗ କରିବା ସହ ସମସ୍ତ ଘଟଣା ର ପୁଙ୍ଖାନୁପୁଙ୍ଖ ଖବର ସହ ଜଡ଼ିତ। ତେଣୁ ଯେତେ ପଚାରିଲେ ବି ସରକାରୀ ନିୟମ କୁ ଖାତିର ଓ ସମ୍ମାନ ଜଣାଇ ଚୁପ୍ ଅଛନ୍ତି।ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ମୁରଲୀ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରି କିଛି ସମୟ ବିଶ୍ରାମ କରିବା ନିଷ୍ପତ୍ତି ନେଇଛନ୍ତି। ତେବେ ଆ ତଙ୍କି ରହସ୍ୟ ଜାଣି ଭୟ ,କୌତୁହଳ ପରିଣାମ ଚିନ୍ତା କରି ବିଶର୍ଣ୍ଣ ଚିତ୍ତ ରେ ଘରକୁ ଫେରିଛନ୍ତି। ସ୍ତ୍ରୀ ଛୁଆ ସବୁ ଅପେକ୍ଷା ରେ ଥିଲେ ।ନିଜ ମଣିଷ ଭଲ ରେ ଆସି ଯାଇଥିବା ଯୋଗୁଁ ସମସ୍ତେ ଉତ୍ଫୁଲୀତ୍।

ମୁରଲୀ ବାବୁ ସେଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେଲେ। ସ୍ତ୍ରୀ ମଧ୍ୟ ବିଶ୍ରାମ ଜନିତ ଜଡ଼ିତ ସମସ୍ତ କାମ ତୁଲାଇ ବା ସହଯୋଗ କଲେ ଯେମିତି ବିଶ୍ରାମ ନେବା ର କୌଣସି ଅବହେଳା ନ ହୁଏ,କାରଣ ସେ ବିପଦ ଓ ଦୁର୍ଗମ କାମ ସଫଳତା ସହ ସମ୍ପାଦନ କରି ବହୁ ଦିନ ର ଆତଙ୍କ ପଦାକୁ ଆଣିବାକୁ ସମର୍ଥ ହେବା ଭଳି କାର୍ଯ୍ୟ ରେ ସହଯୋଗ କରି ଆସିଛନ୍ତି।


ପର ଦିନ ଟିକେ ହାଲ୍କା ଅନୁଭବ କଲେ। ସ୍ତ୍ରୀ ପ୍ରାତଃ ଚାହା ନେଇ ମୁରଲୀ ବାବୁଙ୍କ ସମ୍ମୁଖ ରେ ବସି ଗଲେ।ଭଲମନ୍ଦ ଆଲୋଚନା ହେବା ଭିତରେ ଆତଙ୍କ ପ୍ରସଙ୍ଗ ଉଠିଲା। ସ୍ତ୍ରୀ କୌତୁହଳ ହୋଇ ପଚାରିଲେ। ମୁରଲୀ ବାବୁ ପ୍ରଥମେ ମନା କଲେ କିନ୍ତୁ ସରକାର କିଛି ଘୋଷଣା କରିବା ପୂର୍ବରୁ କାହାକୁ କିଛି ନ କହିବା ପ୍ରତିଜ୍ଞା କଲେ। ଗୋଟି ଗୋଟି କରି ସବୁ ବର୍ଣ୍ଣନା କରିବା ଲାଗିଲେ।

ଘଟଣା ଟି ଘଟିଥିଲା ନରସିଂହ ପୁର ଗାଁ ରେ। ସେ ଗାଁ ରେ ଅତନୁ ଜଣେ ବିଦ୍ୱାନ ଛାତ୍ର ଥିଲା। ସଫଳତା ର ସହ ସବୁ ଗୁରୁତ୍ୱପୂର୍ଣ୍ଣ ପାଠ  ଓ ନିର୍ଦ୍ଧାରିତ ପରୀକ୍ଷା ରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସତ୍ତ୍ଵେ ପରିବାର ଚଳାଇବା ପାଇଁ ଅର୍ଥ ଯୋଗାଡ଼ କରିବା କୁ ଅନ୍ତତଃ ପକ୍ଷେ ଯୋଗ୍ୟତା ନୁ ସାରେ ନହେଉ ପଛେ ଛୋଟିଆ ଚାକିରୀ ଟିଏ ପାଇବା ସକ୍ଷମ ହେଲା ନାହିଁ। ଜାତି ରେ ବ୍ରାହ୍ମଣ। ବେଦ, ପୂଜା, ନୀତି ଶାସ୍ତ୍ର ରେ ପ୍ରବୀଣ ହେଲେ ଏହା ଯୁଗୋପଯୋଗି ରୋଜଗାର ନୁହେଁ। ପରିବାର ଚଳାଇବା ସମ୍ଭାବନା କ୍ଷୀଣ।ତେଣୁ ଦୂର ସହର ଯାଇ ଘରୋଇ ଚାକିରୀ ବହୁକଷ୍ଟ ରେ ଯୋଗାଡ଼ କରିଥିଲା। ତାପୂର୍ବରୁ ସରକାରୀ ନୌକରୀ ସାତ ସପନ ହୋଇଯାଇଥିଲା କାରଣ କେଉଁଠି ହାତଗୁଞ୍ଜା ଅଭାବ ତ କୋଉଠି ଲୋକ ଚିହ୍ନା,କୋଉଠି ଜାତି ସଂରକ୍ଷଣ ନୀତି ତ କୋଉଠି ଅଭିଜ୍ଞତା ଅଭାବ। ଏସବୁ ସାମ୍ନା କରୁ କରୁ କେତେବେଳେ ସରକାରୀ ନିର୍ଦ୍ଧାରିତ ବୟସ ସୀମା ପାର ହୋଇସାରିଥିଲା।କିନ୍ତୁ ବହୁ କଷ୍ଟ ରେ ଛୋଟିଆ ଘରୋଇ ଚାକିରୀ କରିବା ସମର୍ଥ ହୋଇ ଜୀବନ ରାସ୍ତା ଆରମ୍ଭ କରିଥିଲା। କିନ୍ତୁ ଏହି ଚାକିରୀ ହିଁ ତା ପାଇଁ କାଳ ହୋଇଥିଲା ।ସଚ୍ଚୋଟ, ଆତ୍ମୀୟ ତା,ଅପ୍ରଶୟ ନ ଦେବା କର୍ମ ମୟ ସଫଳତା କର୍ମ ଚୋରି, ଠକ ,ବ୍ୟଭିଚାର କର୍ମଚାରୀ ଙ୍କ ଦୃଷ୍ଟି ରେ ସେ ତାଡନା ଯେତିକି ପାଉଥିଲା ମାଲିକ୍ ଙ୍କ ଆପଣାର ସେତିକି ହୋଇଥିଲା। ତତ୍ ସଙ୍ଗେ ସଙ୍ଗେ ମାଲିକ୍ ଙ୍କ ଏକ ମାତ୍ର ସୁନ୍ଦର୍ ସୁଶୀଳା କନ୍ୟା ର ନଜର ରେ ମହାନ୍ ହୋଇ ଯାଇଥିଲା। ସେ କନ୍ୟା ମନେ ମନେ ଅତନୁ କୁ ନିଜ ହୃଦୟ ରେ ସ୍ଥାନ ଦେଇ ଭଲ ପାଇ ବିବାହ କରିବା ମନସ୍ଥ କରି ଅତନୁ କୁ କହିଥିଲା।କିନ୍ତୁ ଅତନୁ ର ବିବାହ ତାର ପିତା ମାତା ସ୍ଥିର କରିଥିଲେ ଓ ନିଜ କୁଳ ଜାତି ଛାଡି ଅନ୍ୟ ଜାତି ବିବାହ ପ୍ରତ୍ୟାଖ୍ୟାନ କରି ଏ ପ୍ରସ୍ତାବ ରେ ଅରାଜି ହୋଇ ମାଲିକଙ୍କ ପ୍ରତି ଅନ୍ୟାୟ କରିବା ପ୍ରଶୟ ଦେବା ସପକ୍ଷ ରେ ନଥିଲା।

କିନ୍ତୁ ଏ ନିଷ୍ପତ୍ତି ମାଲିକ୍ ଙ୍କ କନ୍ୟା ର ବିବେକ କୁ ବ୍ୟତିବ୍ୟସ୍ତ କରି ଦେଲା।ସେ ହିଂସା ପରାୟଣ ହୋଇ ଅତନୁ କୁ ବିଭିନ୍ନ ଦୋଷାରୋପ କରି ଚାକିରୀ ରୁ ବହିଷ୍କାର କଲା। ବହୁତ୍ ନେହୁରା ଅନୁନୟ ବିନୟ ହୋଇ ନିଜ ର ସଚ୍ଚୋଟତା ପରିପ୍ରକାଶ କଲେ ସୁଦ୍ଧା କେହି କର୍ଣ୍ଣପାତ କଲେ ନାହିଁ। ରୋଜଗାର ହରାଇ ବା ଯୋଗୁଁ ଅତନୁ ଭାରାକ୍ରାନ୍ତ ।ପରିବାର ଚଳିବ କେମିତି? ବିବାହ ସ୍ଥିର ହୋଇଛି ,ଦାମ୍ପତ୍ୟ ଜୀବନ ଚାଲିବ ବା କିଭଳି ସମ୍ଭବ?ଇତ୍ୟାଦି.....।


ଶେଷ ରେ ଅତନୁ ବିବାହ ନ କରିବା ନିଷ୍ପତ୍ତି ନେଲା ।ରୋଜଗାର ବିହୀନ ପୁରୁଷ ଘର ଚଳାଇବା ଯୋଗ୍ୟ ନୁହେଁ ସେ ବିବାହ କେମିତି କରି ପୁଣି ଦୁନିଆ ରେ ଆଉ ଗୋଟେ ଘର କିପରି ସମ୍ଭାଳି ନେବ ?ତେଣୁ ରୋଜଗାର ର ଅନ୍ୟ ବନ୍ଦୋବସ୍ତ ହେବା ପର୍ଯ୍ୟନ୍ତ ବିବାହ କରିବ ନାହିଁ ବୋଲି ସ୍ଥିର ହେଲା। ଅତନୁ ନିମିତ୍ତ ମଂଗୁ ଲା କନ୍ୟା ଏ ନିଷ୍ପତ୍ତି ଶୁଣି ସେ ଆତ୍ମ ହତ୍ୟା କଲା। ଅତନୁ ପାଖରେ ଏ ଖବର ଯେମିତି ପହଞ୍ଚି ଲା ସେ କ୍ରୋଧାନ୍ୱିତ ହୋଇଗଲା। ଘରୋଇ ଚାକିରୀ କରୁଥିବା ମାଲିକଙ୍କ କନ୍ୟା ଯୋଗୁଁ ଏସବୁ ଘଟିଲା ବୋଲି ତାର ପ୍ରତିଶୋଧ ନେବା ମନସ୍ଥ କଲା।

ଘରେ ମନ ଲାଗୁନି। ତେଣୁ ନିରୋଳା ରେ ସେ ଗାଁ ବରଗଛ ଚାରି ଛକ ନିର୍ଜନ ଜାଗା ରେ ଗୁମ୍ ମାରି ବସେ।ଚିନ୍ତା କରିଥାଏ ଜୀବନ , ଜୀବିକା,ଯଉବନ,ହିତଅହିତ,ଭାଗ୍ୟ ଓ ଭବିଷ୍ୟତ କଥା। ଏ ଭିତରେ ଯଉବନ ର ରଙ୍ଗୀନ୍ ସ୍ବପ୍ନ ଦେଖୁ ଦେଖୁ ଚଳ ଚଞ୍ଚଳ ଥିବା ରୋଜଗାରିଆ ଜୀବନରୁ ନିରର୍ଥକ୍ ନିରୋଳା ଜୀବନ ଓ ଅପାରଗତା ଯୋଗୁଁ କାହାର ପ୍ରାଣ ହାନୀ।ନିଜକୁ ଅପରାଧୀ ମନେ କରି ଚାଲିଥିବା ଭିତରେ ପ୍ରତିଶୋଧ ପନ୍ଥା  କଣ ଆପଣାଇବା ଉଚିତ୍ ହେବ ଭାବି ଥାଏ।ସମାଧାନ ମାର୍ଗ ମିଳେ ନାହିଁ। କିନ୍ତୁ ସେ ଛକ ରେ ନିରୋଳା ଗୁମସୁମ୍ ହୋଇ ବସି ବିଭିନ୍ନ ପ୍ରାନ୍ତ ରୁ ଆସୁଥିବା ପର୍ଯ୍ୟଟକ ଙ୍କୁ ଅନୁଧ୍ୟାନ କରି ସମୟ ବିତାଇ ଥାଏ।


ଅଚାନକ ଦିନେ ଏମିତି ବସିଥାଏ ବିବାହ ଆଶା ରଖିଥିବା ଘରୋଇ ମାଲିକ୍ ଙ୍କ ଝିଅ କୁ ସେ ଛକ୍ ଦେଇ ଯିବାର ଦେଖିଲା। ସେ ନବ ବିବାହିତା।ସାଥିରେ ସ୍ବାମୀ ଆସିଥାଏ।ଅତନୁ ର ହୃଦୟ ତନ୍ତ୍ରୀ ଅଥୟ। ବର ବାଦ୍ କରିଥିବା ଜନ୍ତୁ ସାମ୍ନା ରେ। ସେ କଣ କରିବା ନିଷ୍ପତ୍ତି ନେବା ପୂର୍ବରୁ ମାଲିକ୍ ଝିଅ କୁ ତା ସ୍ୱାମୀ ର ଆଖିରେ ଧୂଳି ଦେଇ ଅପହରଣ କରି ନେଲା। ଯାହା ଅଳଙ୍କାର,ଟଙ୍କା ଥିଲା ଜବତ କରିବା ସହ ହିଂସାତ୍ମକ ହୋଇ କୁକର୍ମ ପନ୍ଥା ଆଦରି ଦୁଷ୍କର୍ମ କଲା।ଏବଂ ଧୀରେ ଧୀରେ ସେ ଝିଅ ର ନିଃଶ୍ୱାସ ଅବରୋଧ ପୂର୍ବକ ଆକ୍ରୋଶ ଭାବ ରେ ନିର୍ମମ ହତ୍ୟା କରି ରାତ୍ରୀ ଅନ୍ଧକାରରେ ଅଜଣା ଗହ୍ଵର ରେ ଫୋପାଡି ସବୁ ପ୍ରମାଣ ନଷ୍ଟ କରି ଦେଲା । ଏବେ ଅତନୁ ଆଶ୍ବସ୍ତ।ଅନୁଭବ କରିବା ଲାଗିଲା। ଟଙ୍କା ଅଳଙ୍କାର ଲୁଟିଥିବା ଯୋଗୁଁ ଜୀବନ ଚଳ ଚଞ୍ଚକ ହେବା ରେ ଲାଗିଲା। ଧୀରେ ଧୀରେ ସହର ମୁହାଁ ହେଲା। ସହର ରେ ବୁଦ୍ଧି ଖଟାଇ ନିଜକୁ ସମ୍ଭ୍ରାନ୍ତ ବୋଲି ପରିଚୟ ଦେଇ ଧନୀ ଝିଅ ଙ୍କୁ ନିଜ କବ ଳ କୁ ଆଣି ଫଶାଇ ସେହି କୁକର୍ମ ଉପାୟ ଅବଲମ୍ବନ କରି ଝରଣା ଦର୍ଶନ ବାହାନା କରି ଅର୍ଥ ଉପାର୍ଜନ ମାର୍ଗ ଆପଣେଇ ଥିଲା । ଏ ସବୁ ପଛରେ ସେହି ଗୋଟିଏ ମନବାଞ୍ଛା ,ଧନୀକ ଗୋଷ୍ଠିର କନ୍ୟା,ବୋହୁ,ଝିଅ ଙ୍କୁ ବର ବାଦ୍ କରିବା। କାରଣ ସେ ଆଜି ଘର ପରିବାର ଓ ନିଜର ସବୁ କିଛି ସେହି ସତ୍ୟ,ନ୍ୟାୟ,ସଚ୍ଚୋଟତା,ସତ୍ ପଥ,କୁଳ ସୁରକ୍ଷା ଚିନ୍ତା କରି ଯେଉଁ ମାର୍ଗ ରେ ବ୍ରହ୍ମ ଚିନ୍ତା ରେ ଅଗ୍ରଗତି କରୁଥିଲା, ଏ ସମ୍ଭ୍ରାନ୍ତ ଗୋଷ୍ଟି ର ଉନ୍ମତ୍ତ କନ୍ୟା ଜଣେ ବର ବାଦ୍ କରିଅଛି। ତେଣୁ ଏ ହି ଶିକ୍ଷ୍ୟା ହିଁ ଉଚିତ୍ ସେହି ସମ୍ଭ୍ରାନ୍ତ ଗୋଷ୍ଟି ପାଇଁ ଭାବି ଗୋଟିଏ ପରେ ଗୋଟିଏ ସୂଚିନ୍ତିତ ଅପରାଧ କରି ନିଜକୁ ବ୍ରହ୍ମ ଚିହ୍ନି ଥିବା ବ୍ରାହ୍ମଣ ଠାରୁ ଅଲଗା କରି ସେହି ଗାଁ ଚାରି ଛକ ରେ ବ୍ରହ୍ମ ରାକ୍ଷାଷ ରୂପେ ନିଜକୁ ଅଭିହିତ କରିଦେଇଛି।


ଏତିକି କହିଲା ବେଳକୁ ସାମ୍ବାଦିକ ଙ୍କ ଝିଅ ବାପାଙ୍କୁ ଖୋଜି ଚାହା ପିଉ ଥିବା ସ୍ଥାନ ରେ ମା ଙ୍କ ସହ ଦେଖିଲା। ମାଙ୍କ ଆଖିରେ ଲୋତକ ବହି ଥାଏ।

ଝିଅ ଟେଲିଭିଜନ ରେ ବ୍ରହ୍ମରାକ୍ଷସ ରହସ୍ୟ ଉନ୍ମୋଚନ ଦେଖି

 ସରକାରୀ ଘୋଷଣା ଜାଣିବାକୁ ଟେଲିଭିଜନ ନିକଟକୁ ଆସିବାକୁ ବାପା ଓ ମାଙ୍କୁ ଡାକିବା କୁ ଆସିଥିଲା।ସମସ୍ତେ ମିଶି ଟେଲିଭିଜନ ସମ୍ମୁଖ କୁ ସମ୍ପୂର୍ଣ୍ଣ ବିବରଣୀ ଓ ଅତନୁ ଚେହେରା ଦେଖିବାକୁ ଅଗ୍ରସର ହେଉ ଥିଲେ।


T. V., ରେ ଅତନୁ କ୍ରନ୍ଦନ ରତ ଥାଏ। ଚକ୍ଷୁ ଦୁଇଟି ଉନ୍ମୁକ୍ତ ।ସମ୍ପୂର୍ଣ୍ଣ ମୁଖ ମଣ୍ଡଳ କଳା କପଡ଼ା ରେ ଆଚ୍ଛାଦିତ। ଏବଂ ଗୋଟି ଗୋଟି ତଥ୍ୟ ଜନ ମାନସରେ ବଖାଣି ଚାଲି ଥାଏ। ବ୍ରାହ୍ମଣ ରୁ ବ୍ରହ୍ମ ରକ୍ଷାସ ରୂପାନ୍ତରିତ ରହସ୍ୟ।.......



Rate this content
Log in

Similar oriya story from Thriller