STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ବୋଉ

ବୋଉ

2 mins
696

  ମୁଁ ସେତେବେଳେ ନବମ ଶ୍ରେଣୀରେ ପଢୁଥାଏ ବୋଧହୁଏ, ଆମେ ବାପାଙ୍କ ସଙ୍ଗେ ରହୁଥିବା କ୍ୱାର୍ଟରରେ କିଛି କୁକୁଡ଼ା ପାଳନ କରାଯାଏ, ଏବଂ ତାଙ୍କୁ ଖୁଦ, ଚାଉଳ, ଗହମ ଇତ୍ୟାଦି ଦାନା ଦେବା ଦାଇତ୍ୱ ମୋର. ମତେ ଦେଖିଲେ ମୋ ପଛେ ଗୋଡ଼ାନ୍ତି, ଅଣ୍ଡା ଦେଲେ କିନ୍ତୁ ସାନଭାଇ ଭଉଣୀ ମାନେ ସଂଗ୍ରହ କରିନିଅନ୍ତି. ବେଳେ ବେଳେ କୁକୁଡ଼ା ମାନେ କୁଡୁକି ହୁଅନ୍ତି ଅର୍ଥାତ ଛୁଆ ଫୁଟେଇବା ବେଳ ଆସେ ଏବଂ ମୋ ଭାଗର ଅଣ୍ଡା ଗୁଡିକ ମୁଁ ଛୁଆ ଫୁଟେଇବା କୁ ଦିଏ ତ ଛୁଆ ହୁଅନ୍ତି, ବଢ଼ିଯାଅନ୍ତି ଯେ ଜାଗା ହୁଏନି ରାହିବାକୁ ତ ଗଂଜା ଗୁଡିକୁ ୱାଚର ଥିବା ରଯାକ ମିଆଁ ମାରିଥାଏ ଆଉ ସେଦିନ ମୋ ଅବସ୍ଥା କହିଲେ ନସରେ, କାନ୍ଦିକାଟି ଲହୁଲୁହାଣ ହୁଏ ମୁଁ, ହେଲେ ମୋ ଅଭିଯୋଗ ସବୁ ବୋଉ ଯାଏଁ. ମତେ ବୁଝାଏ ବୋଉ ବାପା ଭାଇଭଉଣୀ ତଥା ଅନ୍ୟ ସହଯୋଗୀ ମାନେ ପସନ୍ଦ କରି ଖାଉଥିବା ଖାଦ୍ୟକୁ ତୁ ଏମିତି ବିଗାଡିଦେବା ଉଚିତ ନୁହେଁ. କୁକୁଡ଼ା ପକ୍ଷୀ ତ ଖିଆଯାଏ ନା, ତା ଛଡା ଏମିତିରେ ବି ବଣଭୁଆ ଖାଇଯାଉଛି, ବୋଉ ଆଖି ଓ କଥା ଭିତରେ ମୁଁ ନଖାଇ ଶୁଏ ସତ ହେଲେ ପରବର୍ତ୍ତୀ ଜୀବନରେ ଶାଶୁ ଘରେ ଯିଏ ଯାହା ଖାଇବ କରିକି ଦେବାକୁ ବାଧ୍ୟ ଭାବେ ବୋଉ ମୁଁହ ଜଳଜଳ ଦେଖା ଯାଏ ଆଉ କେତେ ଆକଟପୂର୍ଣ୍ଣ ମାନିବୃତ୍ତି କଥା ସହ କେତେ ନୀତି ଉପଦେଶ 

     ଏଵେ ବୋଉ ମୋ ପାଖରେ, ବାପା ଚାଲିଗଲା ପରେ ମନ ହୃଦୟ ଭାଙ୍ଗି ପଡିଛିତାର, ହେଲେ ସମାଜରେ ଘଟୁଥିବା ସବୁ କଥା ମୁଁ ତାକୁ କୁହେ, ଆଉ ଶୁଣିଲା କରୋନା ବ୍ୟାପିବା କଥା, ପୁଣି ଶୁଣିଲା ଘୁଷୁରୀ ମାନଙ୍କୁ ପେଟ୍ରୋଲ ପକେଇ ସମୂହ ଜାଳିବା କଥା, ପୁଣି ଶୁଣିଲା କୁକୁଡ଼ା ମାରଣ ଅଭିଯାନ କଥା ତ, ଦିନେ ମତେ କହିଲା ଝିଅ ବଳିପ୍ରଥା ଉଠେଇଦେବାକୁ ସରକାର ସ୍ତରରେ ଏତେ ଆଲୋଡନ, ମଣିଷ ମାନେ ବି ସଚେତନ ହେଲେ ମଣିଷ ମାନେ ଏ ସବୁ ପଶୁ ପକ୍ଷୀ ମାରି ଖାଇବାରେ କଟକଣା ନାହିଁ ନା ସରକାର ଙ୍କ ପଟୁ ? , ନା ସଚେତନ ହଉନି ନିଜେ ମଣିଷ, ତ ଏମିତି ଘଟୁଛି ଭୟାଭୟତା, କଣ ଆଉ କରିବା କହି ଦୀର୍ଘନିଶ୍ବାସ ଛାଡି ଠାକୁର ଘର ଅଭିମୁଖେ ଯାଉଥିଲା ତ ମୁଁ ତା କଥା ରୁ ଭାବରୁ କେତେ କଣ ସାଉଁଟି ନେଇ କବିତା ଲେଖିବାକୁ ଯାଉଥିଲି ମୋ ଟେବଲକୁ, ସୁନ୍ଦର ଭାବରେ ଯାହାକୁ ବୋଉ ତା ପଣତ ରେ ସଜାଡି ସଫା ସୁତୁରା କରି ଠିକ ସ୍ଥାନରେ ଠିକ ଜିନିଷ ରଖି ଦେଇଥିଲା ମୋ ଆଖିରୁ ଲୁହ ଓ ଚମକରେ ତା ଘଣ୍ଟି ଶବ୍ଦ ଶୁଭୁଥିଲା ଠାକୁର ଘରୁ.କିଛି ସମୟ ପରେ ବୋଉ ଆସି କହୁଥିଲା, ଆମ ଦେଶ ସରକାରଙ୍କ କେତେ ବୁଦ୍ଧି ଓ କୌଶଳ, ଭାରତୀୟ ଛାତ୍ର ତଥା ଲୋକମାନଙ୍କୁ ୟୁକ୍ରେନରୁ ରକ୍ଷା କରି ନିଜ ଦେଶକୁ ଫେରେଇ ଆଣିବା ଭଳି ଚମତ୍କାରିତା ଭୁଲିବାର ନୁହେଁ ନା ଝିଅ, ମୁଁ ମୁଣ୍ଡ ଟୁଙ୍ଗାରି ଟିଭି ବନ୍ଦ କରୁଥିଲି, ବୋଉ ଆଉ କିଛି ଭୟଭୟତା ବାତାବରଣ ବିଷୟରେ ନାଜାଣୁ, ବୋଉ କିନ୍ତୁ ଶାନ୍ତି ପାଇଁ ଜଗନ୍ନାଥଙ୍କୁ ଗୁହାରି କରିଚାଲିଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract