STORYMIRROR

Sunanda Mohanty

Abstract Tragedy Thriller

4  

Sunanda Mohanty

Abstract Tragedy Thriller

ବୋହୁ

ବୋହୁ

2 mins
129


ସକାଳୁ ସକାଳୁ ଛାତ ଉପରେ ଗଛରେ ପାଣି ଦେଉ ଦେଉ ଦୁଇଟି ଦୃଶ୍ୟ ମନକୁ ଛଟପଟ କଲା, ପ୍ରଥମଟି ବୟସ୍କା ବାୟାଣୀ ଜଣେ, ଏଣେ ତେଣେ ପଡୁଥିବା ପାଦକୁ ଘୋଷାଡ଼ି ଘୋଷାଡ଼ି ଚଳୁଥିଲେ ଆଉ ବିଡ଼ବିଡ କିଛି କହୁଥିଲେ, ଆଉ ଫୁଲ ତୋଳି ଗୋବିନ୍ଦ ସ୍ତ୍ରୀ ମାଳ ସେଇପଟେ ତାଙ୍କୁ ଅତିକ୍ରମ କଲାବେଳେ ପଚାରିଲା କିଛି ତ ମୁଁ ପଚାରିଦେଲି ଗୋବିନ୍ଦ ସ୍ତ୍ରୀ କୁ ସେ କିଏ?? ତମେ ଚିହ୍ନିବନି ଅପା ସେ ପରା ଗୋବିନ୍ଦମିଶ୍ରଙ୍କ ବୋହୁ, ଆମ ସାହିର, ସ୍ୱାମୀ ମରିଗଲା ପରେ ନା ବାପଘର ନା ଶାଶୁଘର କେହି ପଚାରୁ ନାହାଁନ୍ତି, କୁଆଡେ ବୁଲିବୁଲି ମଝିରେ ମଝିରେ ଆସେ ପୁଣି ଚାଲି ଯାଏ କୁଆଡେ, ବାୟାଣୀ ଲୋକ, ମୋ ହୃଦୟ ତ ଥରିଗଲା ହେ ପ୍ରଭୁ କାହାକୁ କେମିତି ରଖିଛ, ସମସ୍ତଙ୍କ ପ୍ରାରବ୍ଧ କର୍ମ କୁ ଗୋଟି ଗୋଟି ଟିପି ଚିତ୍ରଗୁପ୍ତ ଙ୍କ ସାହାଯ୍ୟ ନେଇ କେତେ ଲୀଳାଖେଳା କରୁଛ?? 

  ଗୋବିନ୍ଦ ମିଶ୍ର ବଡ଼ ଧନୀ, ବୋହୂଟାକୁ ରଖି ସେବା ଶୁଶ୍ରୁଷା ସହ ଚିକିର୍ଚ୍ଛା କଲେ ଠିକ ହୋଇଯାଆନ୍ତା ନାହିଁ ମଣିଷଟା, ବାୟାଣୀ ହେଲେ କଣ ହେଲା, ପରିଷ୍କାର ପରିଚ୍ଛର୍ଣ୍ଣ, ସୁରୁଚିସମ୍ପର୍ନ୍ନ ଜଣାପଡୁଛି ଗୋବିନ୍ଦ ସ୍ତ୍ରୀ ମୁହଁମୋଡ଼ି ଚାଲିଗଲା ବେଳେ କହୁଥିଲା ସେ ପରା ପ୍ରଜାପତି ବ୍ରହ୍ମକୁମାରୀ ହେଇଯାଇଛି ଏଵେ, ମୁଁ ଭାବୁଥିଲି ଅନେକ କିଛି ତ ଆଉ ଗୋଟିଏ ଦୃଶ୍ୟ ରେ ଚମକି ପଡିଲି l

   ସ୍ତ୍ରୀ ଲୋକଟିଏ, ବାଳ ମୁକୁଳା, ଚିରା ବ୍ଲାଉଜ ସହ ଚିରା ଶାଢ଼ୀ ପିନ୍ଧି ଛୁଆ ଟିଏ ଧରି ନିର୍ବିଘ୍ନ ରେ ଚାଲୁଛି, ଦିନ ଥିଲା ଏମିତି ଦୃଶ୍ୟ ଦେଖିଲେ ସ୍ତ୍ରୀ ଲୋକଟି ପ୍ରତି ଘୃଣା ଆସୁଥିଲା, ଜନ୍ମ କାହିଁ କରୁଥିଲା ର ଆରୋପରେ ହେଲେ ବୟସ ବଢିବା ସଙ୍ଗେ ମଣିଷ କେତେ କଥା ବୁଝିଗଲା ପରି ବୁଝିଯାଇଥିଲି ତା ଅସହାୟତା ଆଉ ପ୍ରତ୍ୟକ ଝିଅ ବା ସ୍ତ୍ରୀ ର ମାଆ ହେବାର ଦୁର୍ଲ୍ଲଭ ବ୍ୟାକୁଳତା, ସେତେବେଳେ କିଏ ବୁଝିଥାଏ ଅସହାୟତାରେ ପିଲାପାଳିବା କେତେ ଯେ କଷ୍ଟ, ତ ଦଉଡି ଗଲି ତଳକୁ ଭିଡି ନେଇଥିଲି ଶୁଖୁଥିବା ଶାଢ଼ୀ ଭାଉଜ ଓ ସାୟା ଦେବାପାଇଁ, ମନ୍ଦିରରେ ଫୁଲ ଦେଇ ଫେରୁଥିଲା ଗୋବିନ୍ଦ ସ୍ତ୍ରୀ ଆଉ ହସି ହସି କହୁଥିଲା ସେ କିଏ ଜାଣିଛ ଅପା, ସେ ପରା ବଣିଆ ଘର ବୋହୁ, ଏଁ ବଣିଆ ଘର ବୋହୁ, ଏମିତି କାହିଁକି, ସେ ପରା ପାଗେଳୀ କହି କହି ଗୋବିନ୍ଦ ସ୍ତ୍ରୀ ତ ଆଗକୁ ବଢ଼ି ସାରିଥିଲା ଆଉ ମୁଁ ସ୍ଥାଣୁ ପାଲଟି ଯାଉ ଯାଉ ମୁଣ୍ଡିଆ ମାରୁଥିଲି ମୋଝିଅ ଓ ମୋ ବୋହୂକୁ ଘଣ୍ଟ ଘୋଡେଇ ରଖ ପ୍ରଭୁ l


Rate this content
Log in

Similar oriya story from Abstract