Akshayakumar Dash

Classics

4  

Akshayakumar Dash

Classics

ବନସ୍ତେ ଡାକିଲା ଗଜ

ବନସ୍ତେ ଡାକିଲା ଗଜ

3 mins
23.6K


କଲିକତାରୁ ଚାରୁ ଓ ଦିଲ୍ଲୀରୁ ଲତିକା ଦୁହେଁସାଙ୍ଗ ଶ୍ୱେତା ଘର ଗାଁ କୁ ବୁଲି ଆସିଲେ ରଜକୁ । ଶ୍ୱେତା ସେମାନଙ୍କୁ ଭୋରୁ ନଦୀରେ ଯାଇଁ ଗାଧୋଇବାକୁ ଡାକିଲା । ଆଜି ପହିଲି ରଜ । ତିନିଜଣ କେଳୁଅନଇ କୂଳକୁ ଗଲେ । ନଦୀରେ ଗାଧୋଇବାକୁ ସେମାନଙ୍କୁ କୌତୁହଳ ଲାଗୁଥାଏ । ଶ୍ୱେତା ହଳଦୀ ତେଲ ଲାଗେଇବାକୁ ଦୁଇ ସାଙ୍ଗକୁଁ ଦେଲା, ସେମାନଙ୍କୁ ବୁଝେଇଦେଲା ଏଇତିନିଦିନ ଝିଅମାନକୁଁ ଲାଗେଇବାକୁ ପଡିବ । ଖୁସିରେ ସମସ୍ତେ ଲଗେଇଲେ । ଗାଧୋଇଲାବେଳେ ଲତିକା କହିଲା ଶ୍ୱେତା ଆଜି ପହିଲି ରଜ,ହାଁ ଓଡିଶାମେ ବଡା ତୋହାର । ଚାରୁ କହିଲା, ଆମୀ ଜିଜ୍ଞାସା କରଛେନ,ଓଡିଶା ଥେକେ ରଜ ଆମାଦେର ଭାଲ ବାସେ । ଗାଧୋଇଲା ବେଳେ ଗାଁର ଝିଅବୋହୁ ମାନେ ନଦୀ ତୁଠରେ ଜାଣିଲେ ଏମାନେ ଶ୍ୱେତାର ସାଙ୍ଗ । ବୁଲି ଆସିଛନ୍ତି । ଗାଧୋଇସାରି ଘରକୁ ଫେରିଲେ ।


ଘରେ ପାଦରେ ଅଳତା, ଆଖିରେ କାଜଲ, ଚନ୍ଦନ ଚିତା କପାଳରେ ଲଗାଇଲେ । ଖୋସାରେ ରଜନୀ ଗନ୍ଧ । ଫୁଲମାଳ ବେକରେ ଗଜରା ହାତରେ ନୂଆଚୁଡ଼ି ପାଉଁଜି ଓ ନୂଆ ପାଟ ବସ୍ତ୍ର ପରିଧାନ କଲେ । ଚାରୁ ବାରମ୍ବାର ଆଇନରେ ମୁହଁ ଦେଖି କହିଲା, ଶ୍ୱେତା ଆମୀ କେମନ ଲାଗଛେ । ଲତିକା କହିଲା ଜ୍ୟେସେ ପରୀ, ସମସ୍ତେ ମିଶି ପୋଡ଼ପିଠା ଆମ୍ବ କଦଳୀ, ଖାଇଲେ । ଲଟିକା କହିଲା ଇସ୍କୋ ପୋଡ଼ ପିଠା ମୁଝେ ଆଛା ଲଗତା ହୁଁ । ସମସ୍ତେ ପଟା ଦୋଳି ଖେଳିଲେ । ଚାରୁ ଖୁସିର ଲହରୀ ହସୁଥାଏ । ଯେମିତି ତାକୁ କିଏକୁତୁରୁ କାଳିଆ ଦେଇ ହସଉଛି । ଆଉସବୁ ଗାଁ ଝିଅ ବୋହୁ ମାନେ ପହଁଚି ଗଲେ । ତାଙ୍କ ଭିରରୁ ଦଳେ ଗୀତ ଗାଇଲେ "ବନସ୍ତେ ଡାକିଲା ଗଜ, ବରସକଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ । "ଚାରୁ ଓ ଲଟିକା ନିଜ ମୋବାଇଲ ରେ ଡାଉନଲୋଡ଼ କଲେ ଗୀତର ତାଳେ ତାଳେ ନାଚିଲେ ବି ।


ଏବେ ଗାଁ ବୁଲିଲେ ଅତି ଶ୍ରଦ୍ଧାରେ ଡାକିନେଲେ ପଡ଼ିସ । ମାନେ । କେତେ ପିଠା ଆରିସା କାକରା ଏଣ୍ଡୁରି ଚକୁଳି ଗଇଠା ଲଡୁ ଛେନ । ପୋଡ଼, ଓ ପତ୍ରପୋଡ଼ା କଦଳୀ ଭଣ୍ଡା ,ନ । ନା ପ୍ରକାର ଚଟଣି ପୋଦିନା ଧନିଆ ଆଣି ଖାଇବାକୁ ଦେଲେ । ପ୍ରତି ଘର ବୁଲି ଆସିଲାବେଳକୁ ମୁହଁ ସଂଜ । ଲତିକା କହିଲା । କେସେ ନଦିକ ଲଗତେ, ଜସେ ଆତ୍ମିକ ୟହାକା ଲୋଗ । ଚାରୁ କହିଲା, ହାଁ ଆମ । ଦେର ଭାଲ ବାସେ । ଶ୍ୱେତା କହିଲା, ଆମର ଗାଁ ରେ ରାତିକୁ ଡ୍ରାମା ହେବ, ଦେଖି ଯିବା ଏବେ ଚାଲ ନଦିଆଡ଼େ ବୁଲିଯିବା । ତିନିଜଣ ନଦୀକୁ ଗଲେ । ଗୁଡ଼ାଏ ପୁରୁଷ ଲୋକ ଖେଳୁଥିବାର ଦେଖିଲେ । ଲତିକା କହିଲା, ୟାହ୍ଆ ପର୍ କ୍ୟା ହୋତା ହେ, ଶ୍ୱେତା କହିଲା ଖେଳ ,କବାଡି ଚାଲ ହମ ଦେଖଗେ , ଲତିକା ସ୍ପୋଟମ୍ୟାନ ଯାଇଁ ଦେଖିଲେ । ସମସ୍ତେ ତାଲି ମାରି ଅଭିନନ୍ଦନ ଜଣାଇଲେ । ଖେଳ ଚାଲିଥିଲା ଏମାନେ ଘରକୁ ଫେରିଲେ । ବାଟରେ ଶ୍ୱେତା ବୁଝେଇ କହିଲା । ଆଜି ପହିଲି ରଜ କାଲି ରଜ ସଂକ୍ରାନ୍ତି, ପହଁରି ଦିନ ଭୂଇଁ ଦ'ଅଣ କୁହାଯାଏ ।


ନାରୀମାନେ ପ୍ରଥମ ରଜ ସ୍ପଳ । ହେଲେ ସନ୍ତାନ ଜନ୍ମ କ୍ଷମତା ଲାଭ କରି ଲାପରି ପୃଥିବୀ ମାତା ରଜଷ୍ପଳ । ହୁଏ । ଉତ୍ତମ ଫସଲ ଦିଏ । ଆମ ବିଧି ଅନୁସାରେ ରଜଷ୍ପଳ । ନାରୀକୁ ତିନି ଦିନ ଛୁଅନ୍ତି ନାହିଁ । ସେହିପରି ରଜରେ ଭୂମି କୁ ସ୍ପର୍ଶ କରାଯାଏ ନାହିଁ । କଦଳୀ ପଟୁଆ ପିନ୍ଧି ଚାଲନ୍ତି । ଲୁଣ ଖାଇବା ମନା, ରୋଷେଇ ହେବ ନାହିଁ । ପିଠା ଫଳ ଖିଆଯାଏ । ଘରକାମ ବନ୍ଦ । ଦୋଳି ଖେଳନ୍ତି, ଗୋଡି ଉଡ । ନ୍ତି ତାଶ ପାଳି ବାଗୁଡି କବାଡି ଖେଳନ୍ତି । ବୋହୁ ମାନଙ୍କ ବାପଘରୁ ରଜ ଭାର ଆସେ । ଆମ ଓଡ଼ିଶାର ରଜ ଗଣ ପର୍ବ । ଆମ ସଂସ୍କୃତି ର ପ୍ରତୀକ । ସହର ଅପେକ୍ଷା ଗାଁ ରେ ଭଲଠାକୁରାଣୀ ପୂଜା କରାଯାଏ ଓ କୃଷି ଉପକରଣ ପୂଜାହୁଏ । ରଜର ଆକର୍ଷଣ ପୋଡ଼ପିଠା ,ପାନ ଆଉ ଦୋଳି ଗୋଡି ଭାବରେ ପାଳନ କରାଯାଏ । ଚତୃଥ ଦିନ ବସୁମତୀ ସ୍ନାନ । ଦିନକ ପୂର୍ବରୁ ଗାଁ ରେ ରଜ ପ୍ରସ୍ତୁତି ଚାଲେ । ଚାରୁ ଓ ଲତିକା ନୀରବରେ ଶ୍ୱେତା ପାଖରୁ ଶୁଣୁଥିଲେ ରଜ ପରମ୍ପରା କଥା । ଘରେ ପହଂଚି ଯାଇଥିଲେ ।


Rate this content
Log in

Similar oriya story from Classics