ବନମାଳୀ ଜେଜେଙ୍କ କରୋନା
ବନମାଳୀ ଜେଜେଙ୍କ କରୋନା
କଣ୍ଟିଗଡ଼ିଆର ବନମାଳୀ ଜେଜେ । ଜଣେ ସ୍ୱାଧୀନତା ସଂଗ୍ରାମୀ । ଏବେ ବୟସ ସତାନବେ ।ଭୋରୁ ଉଠି ପ୍ରାତଃ ଭ୍ରମଣରେ ଦିନି ଚାଲନ୍ତି ।ବାଟରେ ଦେଖାହେଲେ । କହିଲେ କିରେ ତୁକଣ ଦେଖା ହେଉନାହୁଁ। ଚାଲ ଚାଲ ଘରକୁ ଚାଲ ।ସେଇ ଚାନ୍ଦିନୀରେ ବସି ଦୁଃଖ ସୁଖହେବା ।ମୋର ବହୁତ ଜରୁରୀ କାମ ଥିଲା । କାମଟି ହେଲା , ନଈକୂଳରେ ଲଗେଇଥିବା ନାଗେଶ୍ୱର ଗଛରେ ପାଣି ଦେବା ।ଗଛର ଚାରିପଟ ବାଡ଼ ବୁଜି ପାଣିଦେବାକୁ ପଡିବ । ପ୍ରବଳ ଖରାରେ କାଳେ ପାଣିବିନା ଗଛଟି ମରିଯିବି ଭୟଥିଲା ।ଜେଜେଙ୍କ କଥାକୁ ଅମାନ୍ୟ କରିବାକୁ ମୋର ଇଚ୍ଛା ନଥିଲା । କେତେବେଳେ ଜେଜେଙ୍କୁ ଦେଖାକରିବାକୁ ଇଚ୍ଛା ଥିଲେବି , କରୋନା ପାଇଁ ସରକାରଙ୍କ ତାଲା ବନ୍ଦକୁ ସମର୍ଥନ କରି ଘରେ ରହୁଥିଲି ।ଆମେ ଦୁହେଁ ଯାଇ ଗାଁ ମଝିରେ ଚାନ୍ଦିନୀ ଉପରେ ବସିଲୁ ।ଅଗରୁ ସେଠି ସନା କକା, ଦାମ ଭାଇ ବସିଥିଲେ ।ଜେଜେଙ୍କୁ ଦେଖି ସେମାନେ କଛା ମାରି ଦଣ୍ଡବତ କଲେ । ସମୟ ସକାଳ ପାଞ୍ଚଟା । ଜେଜେ ସମସ୍ତଙ୍କୁ ବସିବାକୁ କହିଲେ । ଜେଜେ ପଚାରିଲେ କିରେ କୁଆଡେ ଥେଲୁ । ଅସୁନଥେଲୁ । କହୁନୁ । ମୁଁ ଟିକେ ସଂକୋଚ ହୋଇ କହିଲି ଘରେ ଥିଲି। ଜେଜେ ମତେ ଚାହିଁଲେ ,କହିଲେ କଣ ଏହି କରୋନା ଭୟରେ । କହିଲି ହଁ । ଏବେ ଜେଜେ ପଦ୍ମାସନରେ ବସି ଓଁମ କାର କଲେ । ଆମ ସମସ୍ତଙ୍କୁ କହିଲେ କରିବାକୁ ।ଆମେ ଏକାସାଙ୍ଗରେ ସମସ୍ତେ ଓଁମ କାର କଲୁ ।ଏହା ଭିତରେ ଗାଁ ର ଆଉକିଛି ବୟସ୍କ ଲୋକ ଚାନ୍ଦିନୀ ଉପରେ ବସି ଆମ ସାଥିରେ ପାଳି ଧରିଲେ । ଏବେ ଜେଜେ କିଛି ପ୍ରଣାୟମ କଲେ ଯାହାକୁ ସେ ଆଗରୁ ଆମକୁ ଶିଖାଇଥିଲେ ଓ ଆମେ କରୁଥିଲୁ ।ଜେଜେ ଯାହାସବୁ କରୁଥିଲେ ଆମେ ମଧ୍ୟ ତାହା କଲୁ ।ପ୍ରାୟ ତିରିଶ ମିନିଟ ପର୍ଯ୍ୟନ୍ତ ଚାଲିଲା । ଗୋବିନ୍ଦ କକା ପଚାରିଲେ ,ବଡବାପା ଏହି ପ୍ରାଣୟମ କି ଯୋଗ କଣ ରୋଗରୁ ରକ୍ଷା ମିଳିବ ? ଜେଜେ କହିଲେ,ତୁମେ ମନେ ଏହି ବିଜ୍ଞାନ ଯୁଗରେ ଯୋଗ କି ପ୍ରାଣୟମକୁ ତର୍ଜମା କରି କଣ ପାଇଛ । ମୁଁ କହିଲି ହଁ ବିଜ୍ଞାନ ସମ୍ମତ । ଏହା ଦ୍ୱାରା ମନ ଓ ଶରୀର ସୁସ୍ଥ ରହେ । ଯୋଗ କିନ୍ତୁ ପ୍ରତିଦିନ ଅଭ୍ୟାସ କରି କରିବା ଉଚିତ । ଆଉ ପ୍ରଣାୟମ , ପ୍ରାଣ ବା ବାୟୁ ଶରୀରରେ ଚଳାଚଳ ଗତି ଠିକ ରହେ। ଫଳରେ କଫ, କାଶ, ଥଣ୍ଡା ଜାତୀୟ ରୋଗକୁ ପ୍ରତିଷେଧକ ରୂପେ କାମ କରେ । ସମସ୍ତଙ୍କ କଥା ଜେଜେ ଶୁଣିଲା ପରେ କହିଲେ । ତୁମେ ସବୁ ଜାଣିଛ । କିନ୍ତୁ କାର୍ଯ୍ୟରେ ଲଗାଉନାହଁ । ଆମ ଶିକ୍ଷା ବ୍ୟବସ୍ଥା ଠିକ ଏହି ପରି । ଗୁଡ଼ାଏ ଜାଣିବା କିନ୍ତୁ କ୍ଷେତ୍ରରେ ପ୍ରୟୋଗ କରିବାକୁ ଯିବାନାହିଁ । କିନୁ ଆମ ଦେଶର ପ୍ରାଚୀନ ଶିକ୍ଷା ପ୍ରଣାଳୀ ଅଟେ ଯାହା ଶିଖିବା ତାହାକୁ ପ୍ରୟୋଗ କରିବା । ଚରକ ନାମ ଶୁଣିଥିବ। ଜେଜେ କହିଲେ, ଚରକକୁ ଗୁରୁ କହିଲେ , ତୁମେ ଜଙ୍ଗଲରୁ ଏମିତି ଗୋଟିଏ ଗଛ ଆଣ ଯେଉଁ ଗଛରେ ଔଷଧୀୟ ଗୁଣ ନଥିବ । ଚରକ ବର୍ଷବର୍ଷ ଧରି ଜଙ୍ଗଲରେ ରହି ପରୀକ୍ଷା କରି ଦେଖିଲେ ପ୍ରତେକ ବୃକ୍ଷରେ ଔଷଧୀୟ ଗୁଣଅଛି ବୋଲି ଗୁରୁକୁ ଆସି ନମ୍ରତା ସହ କହିଥିଲେ । ଚରକ ସଂହିତା ତାଙ୍କର ଅବଦାନ । କହିବାର କଥା, ଯେଉଁ ଦେଶରେ ଆୟୁର୍ବେଦିକ ଶାସ୍ତ୍ର ବିଜ୍ଞାନ ଆଜକୁ ପାଞ୍ଚ ହଜାର ବର୍ଷ ଧରି ରୋଗପାଇଁ ଚିକିତ୍ସା କରି ଆସୁଥିବା ଓ ରୋଗ ଆରୋଗ୍ୟ କରୁଥିଲା ତାହା ବର୍ତ୍ତମାନ ଅନ୍ଧବିଶ୍ୱାସର ବଳୟ ଭିତରେ । ଗ୍ରାମର ଜଣେ ଡାକ୍ତର ଯୁବକ ବସିଥିଲେ । କହିଲେ, ଜେଜେ ଆପଣ ଠିକ କହୁଛନ୍ତି । ଆମ ଡାକ୍ତରୀ ବିଦ୍ୟାରେ ଏହାକୁ କ୍ଲାସିକାଲ ଟ୍ରିଟମେଣ୍ଟ କୁହାଯାଏ। ହେଲେ ଫରକ ଏତିକି ଏହି ପ୍ରାଚୀନ ଧାରାରେ ଚିକିତ୍ସାରେ ଆସୁ ଆରୋଗ୍ୟ ସବୁ ସ୍ଥାନରେ ଦେଖାଯାଏନି । ଜେଜେ କହିଲେ , ରୋଗକୁ ମୂଳରୁ ଉପାଡିଦେବାକୁ ହେଲେ ଆମକୁ ଖାଦ୍ୟ , ଓ ଜୀବନ ପ୍ରଣାଳୀ ପରିବର୍ତ୍ତନ କରିବାକୁ ପଡେ ।ଆଜିକାଲି ଅତ୍ୟଧିକଫାଷ୍ଟ ଫୂଡ଼ କେମିକାଲ ଓ କୀଟନାଶକ ସାର ଯୁକ୍ତ ତେଲ ମସଲା ପନିପରିବା ଆଦି ଖାଇ ରୋଗ ଜଟିଳ ଅବସ୍ଥାକୁ ଯାଉଛି । ପରିବେଶ ବିଷାକ୍ତ ବତାବରଣ ଭିତରେ । ମନୁଷ୍ୟ ନିଜର ସ୍ୱସ୍ଥ୍ୟରକ୍ଷା ଠିକ ରୂପେ ମାନି ଚାଲୁନାହିଁ । କରୋନା ଗୋଟିଏ ଭୂତାଣୁ ଯାହା ଚିନ୍ତାର କାରଣ । କୌଣସି ଔଷଧ ଏହାର ନାହିଁ ବୋଲି ଡାକ୍ତରଙ୍କ ମତ । ସରକାର ଭିଡିଓ କିଂକର୍ତ୍ତବ୍ୟ ମୁଢ । ବନମାଳୀ ଜେଜେ କହିଲେ, ଶରୀର ଅଛି ତ ରୋଗ ଅଛି । ରୋଗ ଅଛି ତ ପ୍ରତିକାର ଅଛି । ଔଷଧ ବି ଅଛି । ଆମକୁ ଫେରିଯିବାକୁ ପଡିବ, ସେଇ ଜଙ୍ଗଲର ଜଡି ବୁଟିଆଣି ରୋଗର ପ୍ରତିକାର କରାଇବା । ପ୍ରାଣୟମ ଓ ଯୋଗ କରି ରୋଗର ନିଦାନ ବାହାର କରିବାକୁ କରୋନା ଶିକ୍ଷା ଦେଉଛି ।
ସମୟ ଛ ଟା। ଜେଜେଙ୍କ କ୍ଲାସ ସରିବା ବେଳ।ଜେଜେ ଉଠିଲେ ଆମେ ସମସ୍ତେ ବି ଉଠି ଠିଆହେଲୁ । ଗଲା ବେଳେ ଜେଜେ ସମସ୍ତଙ୍କୁ କହିଗଲେ ସରକାରଙ୍କ କଟକଣାକୁ ମାନିବ । କେବେ ବି ଅତି ଆବଶ୍ୟକ ନହେଲେ ବାହାରକୁ ବାହାରିବ ନାହିଁ । ମୁହଁରେ ତୁଣ୍ଡି ଦେବ । ଆଉ ସକାଳୁ ସନ୍ଧ୍ୟା ଯୋଗ ପ୍ରାଣୟମ କରିବ । କରୋନାକୁ ଡରିବ ନାହିଁ ।
