ବିଶଲ୍ୟକରଣୀ
ବିଶଲ୍ୟକରଣୀ




ଟୁନା ଅତିଖୁସିରେ ଗଛଟିଏ ଧରିଥାଏ। ପଚାରିଲି, କିରେ ଏତେ ଖୁସି କେଉଁଥିରେ। ଆରେ ଏଇଟି କିଗଛ। କିକାମରେ ଲାଗେ। ପ୍ରଶ୍ନ ପଚାରି କେବଳ ଗଛଟିକୁ ଏକଲୟରେ ଦେଖୁଥାଏ। ଟୁନା ର କିଛି ଉତର ନପାଇ ଆଗ୍ରହ ମୋର ବଢି ଚାଲିଥାଏ।କିନ୍ତୁ ଟୁନା ମୁହଁକୁ ଚାହିଁବାରୁ ଅଜଣା ଆତ୍ମ ତୃପ୍ତି ଲାଗୁଥାଏ। କିଛି ସମୟ ପରେ ସେ ମୋତେ କହିଲା ଏଇଟି ବିଶଲ୍ୟକରଣୀ ଗଛ।ଗଛ ଉପରେ କିଛି ଧାରଣା ଥିବାରୁ ପଚାରିଲି ଆରେ ନା ଏତ ବିଶଲ୍ୟକରଣୀ ନୁହେଁ । ମୁଁ ଯାହାକୁ ବିଶଲ୍ୟକାରଣୀ କହୁଥିଲି ସେ ଗଛ ପାଖରେ ଥିବା ଗୁଳ୍ମ କୁ ଆଣି ମତେ ଦେଖେଇଲା, ଏହାର ନାମ ବି ବିଶଲ୍ୟକରଣୀ କିନ୍ତୁ ହନୁମାନ ବିଶଲ୍ୟକରଣୀ ନ ଚିହିଁ ପୁରା ପାହାଡ଼କୁ ଟେକି ଆଣିଥିଲେ। ସେଇମିତି ଆମ ପରିବେଶରେ ବୃକ୍ଷ ମାନଙ୍କୁ ଚିହିଁବା ଜଟିଳ ହୋଇଯାଇଛି। ପ୍ରକୃତ ଗଛଟିକୁ ନ ଚିହିଁ ଅନ୍ୟଗଛ ଟିକୁ ଉପଯୋଗ କରି ଚାଲିଛେ।
ଟୁନାକୁ ପ୍ରଶଂସା କଲି ଏଇଟି ବିଶଲ୍ୟକରଣୀ ବୋଲି କେମିତି ଜାଣିବା। ଟୁନା କହିଲା, ଦେଖନ୍ତୁ, ମୋର ବୁଢା ଆଙ୍ଗୁଳି ପଥର ରେ ଝୁଣ୍ଟି ରକ୍ତ ସ୍ରାବ ଛୁଟିଥିଲା। ଏହି ଗଛର ପତ୍ର ଦଳି ତାର ରସ ଲାଗେଇଛି। ଆଉ ସ୍ରାବ ନାହିଁ । ଦେଖିଲି ପ୍ରକୃତ ଘଟଣା। ପଚାରିଲି ତେବେ ସେଇତି ପାଇଁ ଏ ପାହାଡ଼ ଉପରେ ଘୁରି ବୁଲୁଥିଲୁ । ହଁ ଦୁଇଘଣ୍ଟା ହେବ ଖୋଜି ଖୋଜି ପାଇଲି। ତୁ କେମିତି ଚିହିଁଲୁ। ପଚାରିଲି ,ଲମ୍ବା କାହାଣୀ, ଜଣେ ସନ୍ନ୍ୟାସୀ ମତେ ଚିହ୍ନେଇ ଦେଇ ଯାଇଥିଲେ । ତାଙ୍କର ବୃକ୍ଷଲତା ଉପରେ ଅଗାଧ ଜ୍ଞାନ। ସେ ମଧ୍ୟ ଜଣେ ବଟନି ପ୍ରଫେସର ଥିଲେ । ଆଉଜଣେ ରାଜ ବଇଦ ମଧ୍ୟ ଏହି ଗଛ ବିଶଲ୍ୟକରଣୀ ବୋଲି ମତ ଦେଲେ ।ମୋର ଆଗ୍ରହ ବଢ଼ିଲା। ଟୁନା ସହିତ ପାହାଡ଼ ଉପର କୁୁ ଯାଇ ଖୋଜି ଖୋଜି ଆଉ ଗୋଟେ ଗଛମୋପାଇଁ ଆଣିିିଲି।