Writer Roja Panda

Classics Others

4.8  

Writer Roja Panda

Classics Others

ବିଶ୍ଵାସେ ମିଳନ୍ତି ହରି

ବିଶ୍ଵାସେ ମିଳନ୍ତି ହରି

4 mins
612



ଗୋଟେ ଗାଁରେ ବିଧବା ବୁଢ଼ୀଟିଏ ଆଉ ତାର ଗୋଟେ ପୁଅ ରହୁଥିଲେ । ବୁଢ଼ୀଟି ଖୁବ୍ ଧର୍ମ ବିଶ୍ୱାସୀ । ଅଧିକାଂଶ ସମୟ ତାର ପୂଜାପାଠରେ ବିତିଯାଏ । ପୁଅଟି କିନ୍ତୁ ବିଲକୁଲ ଓଲଟା । ସେ ଈଶ୍ୱରଙ୍କ ପ୍ରତିମା ଅପେକ୍ଷା ନିଜ କର୍ମକୁ ଅଧିକ ବିଶ୍ୱାସ କରେ । ସେ ନିଜର କର୍ମ କରେ । ସେ ମଣିଷଙ୍କ ଭିତରେ ଭଗବାନଙ୍କୁ ଦେଖେ । ସମସ୍ତଙ୍କୁ ସମାନ ଭାବେ । ବୁଢୀର କିନ୍ତୁ ବୋହୁତ ନୀତି ନିୟମ । ଆଉ ବୋହୁତ ଅନ୍ଧବିଶ୍ୱାସ । ସଂସ୍କାର ନାମରେ ବୋହୁତ କୁସଂସ୍କାରକୁ ସେ ଜାବୁଡି ଧରି ନିଜ ପୁଅର କର୍ମରେ ବାରମ୍ବାର ବାଧା ଦେବାକୁ ଚେଷ୍ଟା କରେ । ଏମିତି କଲେ ଧର୍ମ ହେବ,ସେମିତି କଲେ ପୁଣ୍ୟ ହେବ ଏସବୁ କହୁଥାଏ ନିଜ ପୁଅକୁ । ପୁଅ କିନ୍ତୁ ସବୁବେଳେ ଈଶ୍ୱରଙ୍କୁ ସ୍ମରଣ କରି ନିଜ କର୍ମ କରିଚାଲେ । ଥରେ ମା ଲକ୍ଷ୍ମୀ ସ୍ଵର୍ଗରେ ଥାଇ ମାଆ,ପୁଅଙ୍କର କାର୍ଯ୍ୟ କଳାପ ଦେଖୁଥିଲେ । ସେଦିନ ଥିଲା ଅଅଁଳା ନବମୀ । ବୁଢ଼ୀ ସକାଳୁ ଉଠି କିଛି ଅଆଁଳା ବାଟି ନିଜ ଘରର ଅଆଁଳା ବୃକ୍ଷ ମୂଳେ ବିଷ୍ଣୁ ପ୍ରତିମାଙ୍କୁ ସ୍ନାନ କରାଉଥିଲା । ଏବଂ ସେଇ ଅଆଁଳା ବୃକ୍ଷ ମୂଳରେ ହବିଷ୍ୟ ରାନ୍ଧୁଥିଲା । ଏହା ଦେଖି ପୁଅ ପଚାରିଲା,ମାଆ ଏହି ଅଆଁଳା ବୃକ୍ଷ ମୂଳେ ହବିଷ୍ୟ ରାନ୍ଧୁଛୁ କଣ ପାଇଁ ? ବୁଢ଼ୀ କହିଲା,ଏ ହେଉଛନ୍ତି ଅଆଁଳା ଦେବୀ । କାର୍ତ୍ତିକ ମାସରେ ପୂଜା ପାଆନ୍ତି । ଏସବୁ ଶୁଣି ପୁଅ କହିଲା,ଅଆଁଳା ତ ଏକ ପ୍ରକାର ଔଷଧ । ଏହା ଦେବୀ କିପରି ହେଲା ? ଅଆଁଳା ଏକ ପୁଷ୍ଟିକାରକ ଉପକାରୀ ଫଳ । ଏହାର ଅମ୍ଳ ରସ ଦ୍ୱାରା ବାୟୁଦୋଷ, ମଧୁର ରସ ଦ୍ୱାରା ପିତ୍ତଦୋଷ ଏବଂ କଷାୟ ରସ ଦ୍ୱାରା କଫଦୋଷ ନଷ୍ଟ ହୁଏ । ଓଃ ହୋ ଏହାର ଉପକାରିତାର ପ୍ରଚାର ପାଇଁ ବୋଧେ ଅଆଁଳା ନବମୀର ସୃଷ୍ଟି । ଏକଥା ଶୁଣି ବୁଢ଼ୀ କହିଲା, ଚୁପ୍ କର । ଏ ହେଉଛନ୍ତି ଦେବୀ । ଏମିତି କହିଲେ ତାଙ୍କର ଅପମାନ ହେବ । ସେ ପାପ ଦେବେ । ପୁଅ ଏସବୁକୁ ନଶୁଣି ନିଜ କର୍ମରେ ବାହାରି ପଡ଼ିଲା । ସ୍ଵର୍ଗରେ ଏସବୁ ଦେଖୁଥିଲେ ଲକ୍ଷ୍ମୀ ,ନାରାୟଣ । ଲକ୍ଷ୍ମୀ କହିଲେ,ପ୍ରଭୁ ବୁଢୀର ପୁଅ କଣ ଆପଣଙ୍କୁ ବିଶ୍ୱାସ କରେନି ? ସେ କଣ ଆପଣଙ୍କୁ ପୂଜା କରେନି ? ନାରାୟଣ କହିଲେ, ଚାଲ ଆଜି ଏହି ପବିତ୍ର ଦିନରେ ଗୋଟେ ପରୀକ୍ଷା କରିବା । ମୁଁ ମୋର କିଛି ପ୍ରସାଦ କୌଣସି ମାଧ୍ୟମରେ ସେମାନଙ୍କ ପାଖକୁ ପଠାଇବି । ଯିଏ ମୋର ପ୍ରକୃତରେ ପୂଜା କରେ ସେ ନିଶ୍ଚିତ ମୋର ପ୍ରସାଦ ପାଇବ ।


ଠିକ୍ ସେତିକିବେଳେ କେହି ଜଣେ ଲୋକ ବୁଢୀର ପୁଅକୁ ରାସ୍ତାରେ ଭେଟି କିଛି ଅଭଡ଼ା ଅର୍ଣ୍ଣ ଦେଇ କହିଲା,ଆଜି ଅଆଁଳା ନବମୀରେ ଏହା ଜଗନ୍ନାଥଙ୍କ ମନ୍ଦିରରେ ପ୍ରସାଦ ଲାଗିଥିଲା । ଏଥିରୁ କିଛି ନେଇ ଘରେ ବାଣ୍ଟି ଖାଇବ । ପୁଅ ଜଗନ୍ନାଥଙ୍କ ପ୍ରସାଦ ଶୁଣି ଖୁବ୍ ଖୁସିରେ ନେଇଗଲା ଏବଂ ତା ମାଆକୁ ଦେଲା । ବୁଢ଼ୀ ପ୍ରସାଦ ଦେଖି କହିଲା,ଏଇଟା ପୁରୀ ଜଗନ୍ନାଥଙ୍କ ଅଭଡ଼ା ପ୍ରସାଦ ନା ଅନ୍ୟ କେଉଁ ଜଗନ୍ନାଥ ମନ୍ଦିରର ପ୍ରସାଦ । ପୁଅ କହିଲା,ଜଗନ୍ନାଥ ତ ଗୋଟିଏ । ସେ ପୁରୀର ହେଉ କି ପିପିଲିର । କିନ୍ତୁ ଏହା ପୁରୀର ନୁହେଁ ପିପିଲି ଜଗନ୍ନାଥଙ୍କ ପ୍ରସାଦ । ଏସବୁ ଶୁଣି ବୁଢ଼ୀ କହିଲା, ତେବେ ମୁଁ ଖାଇବିନାହିଁ ପୁଅ । ମୁଁ ସଂକଳ୍ପ କରିଛି କାର୍ତ୍ତିକ ମାସରେ । ହବିଷ୍ୟ ପାଳୁଛି । ବିଷ୍ଣୁ ବ୍ରତ କରୁଛି । କେବଳ ପୁରୀର ଅଭଡ଼ା ହେଲେ ଖାଇପାରିବି । ଅନ୍ୟ କେଉଁ ମନ୍ଦିରର ପ୍ରସାଦ ଖାଇଲେ ମୋର ସଂକଳ୍ପ ଭଙ୍ଗ ହେବ । ମୋ ପୂଜା ଅଧୁରା ହେବ । ତୁ ସବୁତକ ପ୍ରସାଦ ଖାଇଦେ । ଏସବୁ ଶୁଣି ପୁଅ ବେଶି ଯୁକ୍ତି ନକରି ସବୁତକ ପ୍ରସାଦ ଖାଇଦେଲା । କାରଣ ସେ ଜାଣିଥିଲା ଯେ ,ମାଆ ସହିତ ଅଯଥା ଯୁକ୍ତି କରି କିଛି ଲାଭ ନାହିଁ । ଯେତେ ଯୁକ୍ତି କଲେବି ମାଆ ତାର ଅନ୍ଧବିଶ୍ୱାସ ଛାଡ଼ିବନାହିଁ । ଏପଟେ ସ୍ଵର୍ଗରେ ଲକ୍ଷ୍ମୀ ଆଉ ନାରାୟଣଙ୍କର ସର୍ତ୍ତ ଲାଗିଥିଲା ଯେ ଯିଏ ପ୍ରକୃତରେ ବିଷ୍ଣୁଙ୍କୁ ହୃଦୟରୁ ପୂଜା କରୁଥିବ ତା ପାଖରେ ବିଷ୍ଣୁଙ୍କ ପ୍ରସାଦ ପହଞ୍ଚିବ ।


ଲକ୍ଷ୍ମୀ ପଚାରିଲେ, ପ୍ରଭୁ ବୁଢୀର ପୁଅ ଅପେକ୍ଷା ବୁଢ଼ୀ ଆପଣଙ୍କୁ ଅଧିକ ପୂଜା କରେ । କିନ୍ତୁ ଆଜି ସେ ଆପଣଙ୍କ ପ୍ରସାଦରୁ ବଞ୍ଚିତ ହେଲା । ବିଷ୍ଣୁ ସ୍ମିତହାସ୍ୟ ଦେଇ କହିଲେ, ପ୍ରିୟେ ବୁଢୀର ଦୁର୍ଭାଗ୍ୟ ଏପର୍ଯ୍ୟନ୍ତ ସରିନାହିଁ । ସେ ମୋ ପ୍ରସାଦ ଭିତରେ ବି ମନ୍ଦିର ମାନଙ୍କର ତୁଳନା କରୁଛି । ପୁରୀ ଆଉ ପିପିଲି ମନ୍ଦିର ଭିତରେ କେଉଁଟା ବଡ ଆଉ କେଉଁଠାରେ ମୁଁ ବିଦ୍ୟମାନ ସେ ତର୍ଜମା କରୁଛି । ସେ ଏପର୍ଯ୍ୟନ୍ତ ବୁଝିନାହିଁ ଯେ ମୁଁ ସର୍ବବ୍ୟାପି । ମୁଁ ସବୁଠି , ସବୁ ମନ୍ଦିରରେ,ସଭିଙ୍କ ହୃଦୟରେ ଏବଂ ସର୍ବତ୍ର ବିଦ୍ୟମାନ । ମୋ ପୂଜା ପାଇଁ କେବଳ ମୋ ନାମ ହିଁ ଯଥେଷ୍ଟ । ଯିଏ ମୋର ପ୍ରକୃତ ପୂଜାରୀ ସେ ମୋ ନାମର ପ୍ରସାଦ ଶୁଣି ବିଷ ବି ପାନ କରିପାରେ । ସେ ମୋର ପ୍ରସାଦର ତର୍ଜମା କରେନାହିଁ । କେବଳ ମାତ୍ର ମୋର ନାମ ହିଁ ଯଥେଷ୍ଟ ହେଇଥାଏ ତାପାଇଁ । ହାତରେ ପୂଜାଥାଳି କି କୌଣସି ଅଗରବତୀର ଆବଶ୍ୟକତା ନଥାଏ ମୋର ପୂଜା ପାଇଁ କେବଳ ହୃଦୟ ନିର୍ମଳ ହେବା ଅପରିହାର୍ଯ୍ୟ ମୋ ଆରାଧନା ପାଇଁ । ବୁଢ଼ୀ ମତେ ପୁରୀ ମନ୍ଦିରରେ ଖୋଜୁଛି , ନିଜର ପୂଜାଘରେ ଖୋଜୁଛି,ତେବେ ସେ ମତେ ପାଇବ କିପରି ? ଏତେ ନୀତି ନିୟମ ପାଳୁଛି,ଏତେ ଓଷାବ୍ରତ କରୁଛି ହେଲେ ଦେଖିଲ ପ୍ରିୟେ, ସେ କଣ ଆତ୍ମତୃପ୍ତି ପାଉଛି ? ତାର ଅଭିଳାଷା କଣ କେବେ କମ୍ ହେଉଛି ? ସେ ସବୁ ପାଇ ମଧ୍ୟ ଆଜିବି ଅଶାନ୍ତ । ସେ ମାୟାମୃଗ ପଛରେ ଧାଇଁ କଳ୍ପନା କରୁଛି । ପାଖରେ ଥିବା ଖୁସିକୁ ନସାଉଁଟି ସେ ମରୀଚିକା ପଛେ ଧାଇଁ ଧାଇଁ ସେଇ ମରୀଚିକାକୁ ପାଇବାପାଇଁ ସେ ମୋର ଆରାଧନା କରିଚାଲିଛି । 




Rate this content
Log in

Similar oriya story from Classics