Writer Roja Panda

Inspirational

3  

Writer Roja Panda

Inspirational

ପରିଶ୍ରମର ଫଳ ମିଠା

ପରିଶ୍ରମର ଫଳ ମିଠା

2 mins
353



 ସୁବର୍ଣ୍ଣପୁର ଗାଁରେ ଗୋଟେ ଛୋଟ ପରିବାର ରହୁଥିଲେ । ପରିବାର କହିଲେ ସ୍ୱାମୀ,ସ୍ତ୍ରୀ ଆଉ ତାଙ୍କର ଗୋଟେ ଛୋଟ ଝିଅ । ସ୍ୱାମୀ ଜଣକ ଗୋଟେ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ପୁରା ଦିନ ସେ କାମରେ ବ୍ୟସ୍ତ ରହୁଥିଲେ ନିଜ କର୍ମସ୍ଥଳରେ । ହେଲେ ସ୍ତ୍ରୀ ଜଣକ ଖୁବ ଅଳସୁଆ । ଦିନସାରା ଘରେ ବସି ଟିଭି ଦେଖନ୍ତି । ସକାଳେ କଣ ଟିକେ ରୋଷେଇ କରିଦେଇ ବସିପଡନ୍ତି ଟିଭି ସାମ୍ନାରେ । ପୁରା ଦିନ ନୂଆନୂଆ ନାଟକ ଏବଂ ଫିଲ୍ମ ଦେଖି କଟେଇ ଦିଅନ୍ତି । ଏମିତି ପ୍ରତିଦିନ ଚାଲେ । ସ୍ୱାମୀ ଜଣକ ନିଜ କର୍ମ ସ୍ଥଳରୁ ଫେରି ଦେଖନ୍ତି ଯେ ତାଙ୍କ ସ୍ତ୍ରୀ କିଛି ରୋଷେଇ ନକରି ଟିଭି ଦେଖୁଛନ୍ତି । ତେଣୁ ସେ ବାଧ୍ୟ ହେଇ ରାତି ଖାଇବା ନିଜେ ପ୍ରସ୍ତୁତ କରନ୍ତି । ଏମିତି କିଛିଦିନ ଗଲାପରେ ଥରେ ସ୍ତ୍ରୀ ବସି ଟିଭି ଦେଖୁଥାନ୍ତି । ସ୍ୱାମୀ ନିଜ ଅଫିସକୁ ଆଉ ଝିଅ ବିଦ୍ୟାଳୟକୁ ଯାଇଥାଏ । ଘରେ କେହିନଥାନ୍ତି । ସ୍ତ୍ରୀ ଜଣକ ଟିଭି ଦେଖିବାରେ ଭୋଳ ହେଇ ଘରର କବାଟ ଦେବାକୁ ଭୁଲି ଯାଇଛନ୍ତି । ଠିକ ସେତିକିବେଳେ ଗୋଟେ ଚୋର ଆସି ତାଙ୍କ ଘରୁ ସବୁ ଜିନିଷପତ୍ର ଚୋରାଇ ନେଇଗଲା । ସ୍ତ୍ରୀ ଜଣକ ଟିଭି ଦେଖିବାରେ ଏତେ ମଜ୍ଜିଯାଇଥିଲେ ଯେ ଘରେ ସବୁ ଚୋରି ହେଇସାରିଲାଣି କିନ୍ତୁ ସେ କିଛି ଜାଣିପାରିଲେନାହିଁ । ସ୍ୱାମୀ ଅଫିସରୁ ଫେରି ଦେଖିଲେ ଯେ ଘରେ ଆଉ କିଛି ଜିନିଷପତ୍ର ନାହିଁ । ସେ ଏସବୁ ଦେଖି ହୃଦଘାତରେ ମୃତ୍ୟୁବରଣ କଲେ ।


ସ୍ୱାମୀଙ୍କ ମୃତ୍ୟୁ ପରେ ଘର କିପରି ଚଳିବ ଭାବି ସ୍ତ୍ରୀ ଜଣକ ବହୁତ ଭାଙ୍ଗିପଡିଲେ । ଏପଟେ ଘରେଥିବା ସବୁ ଦାମୀ ଜିନିଷ ଚୋରି ହେଇ ସାରିଛି । ସ୍ତ୍ରୀଟି ଏସବୁ ଚିନ୍ତାକରି କାନ୍ଦୁଥିବାର ଦେଖି ଛୋଟ ଝିଅଟି ମାଆକୁ ପରିଶ୍ରମ କରି ଟଙ୍କା ରୋଜଗାର କରି ଘର ଚଳେଇବାକୁ ବୁଦ୍ଧି ଦେଲା । ଶେଷରେ ସ୍ତ୍ରୀ ଜଣକ ଏକ ଜଳଖିଆ ବ୍ୟବସାୟ ଆରମ୍ଭ କଲେ । ବରା, ପକୁଡି କରି ଗାଁରେ ବୁଲି ବୁଲି ବିକ୍ରି କଲେ । ପରିସ୍କାର ପରିଛନ୍ନ କରି ଖାଇବା ଜିନିଷ ଗାଁ ଲୋକମାନଙ୍କୁ ଦେଉଥିବାରୁ ତାଙ୍କର ବହୁତ ବିକ୍ରି ହେବାକୁ ଲାଗିଲା । ଧୀରେ ଧୀରେ ପରିଶ୍ରମ କରି ସେ ନିଜ ଘର ଆଗରେ ଛୋଟ ଦୋକାନଟିଏ କରିଲେ । ତାର ଛୋଟ ଝିଅଟିକୁ ପାଠ ପଢ଼ାଇଲେ । ତାଙ୍କ ଦୋକାନରୁ ଜଳଖିଆ ଖାଇବାପାଇଁ ଲୋକମାନଙ୍କର ଭିଡ ଜମିଲା । ଶେଷରେ ସେ ଜାଣିଲେ ଯେ ପରିଶ୍ରମ ଦ୍ୱାରା ସବୁ ସମ୍ଭବ । ସେ ଯଦି ଅଳସୁଆ ହେଇ ଦିନସାରା ଟିଭି ନଦେଖି ନିଜ ସ୍ୱାମୀଙ୍କର ପରିଶ୍ରମକୁ ବୁଝିଥାନ୍ତେ ତେବେ ତାଙ୍କ ସ୍ବାମୀ ଆଜି ତାଙ୍କ ପାଖରେ ଥାଆନ୍ତେ । ଡେରିରେ ହେଉ ପଛେ ସେ ପରିଶ୍ରମର ମୂଲ୍ୟ ବୁଝିଲେ ଏବଂ ପରିଶ୍ରମର ଫଳ ସବୁବେଳେ ମିଠା ବୋଲି ଜାଣିଲେ । ଆଜି ତାଙ୍କ ପରିଶ୍ରମ ଫଳରେ ସେଇ ଛୋଟ ଦୋକାନଟି ଗୋଟେ ବଡ ହୋଟେଲରେ ପରିଣତ ହେଇପାରିଛି । ବହୁତ ଗ୍ରାହକ ମଧ୍ୟ ତାଙ୍କ ହୋଟେଲକୁ ଖାଇବାକୁ ଆସୁଛନ୍ତି । ତାଙ୍କ ଝିଅ ମଧ୍ୟ କଲେଜରେ ପାଠ ପଡ଼ିଲାଣି । ତାଙ୍କର ପରିଶ୍ରମ ପାଇଁ ଆଜି ସେ ଆଉଥରେ ସବୁକିଛି ଫେରିପାଇଛନ୍ତି । ପରିଶ୍ରମର ଫଳ ସବୁବେଳେ ମିଠା ହେଇଥାଏ ।



Rate this content
Log in

Similar oriya story from Inspirational