Writer Roja Panda

Horror

2  

Writer Roja Panda

Horror

ଇଭିଲ୍ ଅଫ୍ ଦ ଡେ-୩

ଇଭିଲ୍ ଅଫ୍ ଦ ଡେ-୩

3 mins
2.9K


ମ୍ୟାରୀ ମୃତ୍ୟୁର ତୃତୀୟ ଦିନ । ସକାଳର ସୂର୍ଯ୍ୟ ଉଦୟ । ସୂର୍ଯ୍ୟଙ୍କ ସୁନେଲି କିରଣ ବିଛାଡି ହେଇପଡିଛି ଡାକ ବଙ୍ଗଳାର ପ୍ରବେଶ ଇଲାକାରେ । 

ବଙ୍ଗଳା ଭିତରର ଦୃଶ୍ୟ ।

ଆଞ୍ଜେଲିନ ନିଦରୁ ଉଠି ଆଖି ମଳି ମଳି ଗାଧୁଆ ଘରେ ପଶିଲେ । ଏପଟେ ମାମୁଁ ଫ୍ରୟେଡ଼ ଡ୍ରଇଂ ହଲରେ ବସି ପେପର ପଢୁଥାନ୍ତି । ମିର୍ଜା ଝରକା ପୋଛୁ ପୋଛୁ ତାର ନଜର ପଡିଲା ବଙ୍ଗଳାର ଠିକ ସାମ୍ନା ଇଲାକାର ଏକ ଚୌକିରେ ବସିଥିବା ଜଣେ ମଣିଷ ଉପରେ । ସେ ମାମୁଁଙ୍କୁ ଏ ବିଷୟରେ ଜଣେଇବାକୁ ପ୍ରୟାସ କରିବା ସମୟରେ ହଠାତ ଏକ ଭୟଙ୍କର କର୍କଶ ଶବ୍ଦ ଶୁଭିଲା । ଠିକ ସେତିକିବେଳେ ଆଞ୍ଜେଲିନ ଅଧା ଫୁଙ୍ଗୁଳା ଦେହରେ ଗାଧୁଆ ଘରୁ ଖୁବ ଜୋର ରେ ରଡି କରି ବାହାରି ଆସିଲେ ଏବଂ ଦୌଡ଼ି ଯାଇ କିଚେନ ରୁମରୁ ଛୁରୀଟିଏ ବାହାର କରି ମାରିଦେବି, ମାରିଦେବି କହି ହୁଙ୍କାର କଲେ । 

ଫ୍ରୟେଡ଼ ଏଥର ଆହୁରି ବିରକ୍ତ ଭରା କଣ୍ଠରେ ପଚାରିଲେ-ଆଞ୍ଜେଲିନ କଣ ହେଲା ତୋର ? ଏ କି ପ୍ରକାର ପାଗଲାମୀ ?

ଆଞ୍ଜେଲିନ ବର୍ଣ୍ଣନା କଲେ ଗାଧୁଆ ଘରର ଦୃଶ୍ୟ - 

ସେ ଗାଧୁଆ ଘରେ ପଶିବା ମାତ୍ରେ ଆପେ ଆପେ କବାଟଟି ଭିତର ପଟୁ ଲକ ହେଇଗଲା । ଆଉ ତାପରେ ସାୱାର ଅନ ହେଇ ତନ୍ମଧ୍ୟରୁ ପାଣି ବଦଳରେ ଦଉଡି କେଇଖଣ୍ଡ ବାହାରି ତାଙ୍କ ପାଦ ଆଉ ହାତକୁ ବାନ୍ଧିଦେଲା । ଠିକ ସେତିକି ବେଳେ କେହି ଜଣେ ପୁରୁଷ ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରୁଥିଲା । ପୁରୁଷଟି ଆଞ୍ଜେଲିନଙ୍କ ଦେହରୁ ବସ୍ତ୍ର କାଢ଼ିବାକୁ ପ୍ରୟାସ କରିବା ସମୟରେ ହଠାତ କିଛି ଅଦୃଶ୍ୟ ଆଘାତରେ ଛିଟିକି ପଡିଲା । ତା ପରେ ଆପେ ଆପେ ଆଞ୍ଜେଲିନଙ୍କ ବନ୍ଧନ ସବୁ ଖୋଲିଗଲା ଏବଂ ସେ ଭୟରେ ଦୌଡ଼ି ବାହାରକୁ ଚାଲି ଆସିଲେ । 

ଏସବୁ ଶୁଣି ଫ୍ରୟେଡ ଠୋ ଠୋ ହସିବାକୁ ଲାଗିଲେ । 

ମିର୍ଜା କିଛି ସମୟ ଫ୍ରୟେଡ଼ଙ୍କ ମୁହଁକୁ ଚାହିଁ ପାଦ ଚିପି ଚିପି ଗାଧୁଆ ଘର ଭିତରକୁ ଯାଇ ତନ୍ନ ତନ୍ନ ଦେଖିଲା । ସେଠାରେ  ଥିବା ପ୍ରତ୍ୟେକଟି ଜିନିଷ ନିଜ ନିଜ ସ୍ଥାନରେ ରହିଥିବା ଦେଖି ସେ ମଧ୍ୟ ଆଞ୍ଜେଲିନଙ୍କୁ ଚାହିଁ ଟିକିଏ ହସିଦେଲା । ତାର ହସରେ ଆଞ୍ଜେଲିନଙ୍କ ପ୍ରତି ଅଟହସ୍ୟ ବେସ ଫୁଟି ବାହାରୁଥିଲା । କାରଣ ସେ ହିଁ ଦେଖିଥିଲା କେମିତି ଅତି ନିର୍ମମ ଭାବରେ ତାର ଅତି ପ୍ରିୟ ମ୍ୟାରୀ ଦିଦିଙ୍କୁ ଏହି ଆଞ୍ଜେଲିନ ମ୍ୟାଡାମ ଆଉ ମାମୁଁ ମିଶି ଜୀଅନ୍ତା କବର ଦେଇଦେଇଥିଲେ । ସେ ସେତେବେଳେ ନିରୁପାୟ ଥିଲା ଆଉ ଆଜି ବି ସେ ନିରୁପାୟ ଅଛି । ସେ ମୁହଁ ଖୋଲିଲେ ତାର ବି ଠିକ ମ୍ୟାରୀ ପରି ଅବସ୍ଥା ହେବ ବୋଲି ତାକୁ ଧମକ ଦିଆଯାଇଥିଲା । କିନ୍ତୁ ଆଜି ସେହି ଆଞ୍ଜେଲିନ ମ୍ୟାଡାମଙ୍କ ଆଖିରେ ଏତେ ଭୟ ଦେଖି ସେ ତାର ଅଟହସ୍ୟ ନୟନରେ ଚାହିଁ ମନେ ମନେ ହସୁଥିଲା । କିଛି ସମୟ ଅପେକ୍ଷା ପରେ ମିର୍ଜା ମାମୁଁ ଫ୍ରୟେଡ଼ଙ୍କ ଆଦେଶରେ ଆଞ୍ଜେଲିନଙ୍କ ପାଖକୁ ଯାଇ ତାଙ୍କୁ ଧରି ବେଡ଼ରୁମକୁ ନେଇଗଲା । ସେ ଭାବୁଥିଲା ମ୍ୟାଡମ ହୁଏତ କିଛି ଦୁଃସ୍ବପ୍ନ ଦେଖିଥାଇପାରନ୍ତି । 

ଏଥର ଫ୍ରୟେଡ଼ ବଙ୍ଗଳା ବାହାରକୁ ଆସିଲେ ଟିକେ ରିଲାକ୍ସ କରିବାପାଇଁ । ହାତରେ ଚା କପଟିଏ । 

ଚା'କପ ଟି ମୁହଁକୁ ନେଉ ନେଉ ତାଙ୍କର ନଜର ପଡିଲା ସାମ୍ନାରେ ବସିଥିବା ମଣିଷଟି ଉପରେ । 

ଫ୍ରୟେଡ଼ ଉଚ୍ଚ ସ୍ୱରରେ ପଚାରିଲେ -କିଏ ସେଠି ?

ସେପଟୁ କିଛି ଉତ୍ତର ଆସିଲାନାହିଁ ।

ଫ୍ରୟେଡ଼ ଆଉଥରେ ପଚାରିଲେ - ଆରେ କିଏ ସେଠି ? କଣ କରୁଛ ? ମୁଁ କିଛି ପଚାରୁଛି ଉତ୍ତର ଦେଉନାହଁ କାହିଁକି ?

ତଥାପି ଅପରପାର୍ଶ୍ୱରୁ କିଛି ଉତ୍ତର ଆସିନଥିଲା ।

ଏଥର ଫ୍ରୟେଡ଼ ଖୁବ ଜୋର ରେ ରାଗିଗଲେ । ଦୌଡ଼ି ଯାଇ ସାମ୍ନାରେ ବସିଥିବା ଲୋକଟିର କାନ୍ଧ ଉପରେ ହାତ ରଖିବାକୁ ପ୍ରୟାସ କରନ୍ତେ ଲୋକଟି ହଠାତ ବୁଲି ଚାହିଁଲା ଫ୍ରଇଡ଼ଙ୍କୁ । ଏବଂ ପଛକୁ ଟିକିଏ ଘୁଞ୍ଚିଗଲା । 

ଫ୍ରୟେଡ଼ ଦେଖିଲେ ସାମ୍ନାରେ ବସିଥିବା ମଣିଷଟି ଜଣେ ଯୁବକ । ମୁହଁରେ କେତୋଟି ଖଣ୍ଡିଆ ଦାଗ । ବେକ ପାଖରେ ଗୋଟିଏ ବହୁତ ବଡ଼ ଘା । ଲାଗୁଛି ଯେମିତି ଏଇ ସଙ୍ଗେ ସଙ୍ଗେ କିଏ ନିଜର ତୀକ୍ଷ୍ଣ ଦାନ୍ତରେ ତାର ବେକକୁ କଣା କରି ରକ୍ତ ପିଇଛି । ଡାହାଣ ପଟ ଜଙ୍ଘ ଉପରେ ଅତଡାଏ ମାଂସ ନାହିଁ । ଲାଗୁଛି ବାଘ କିମ୍ବା ଅନ୍ୟ କୌଣସି ହିଂସ୍ରଜନ୍ତୁ ତାର ଜଙ୍ଘରୁ ପୁଳାଏ ମାଂସ ଖାଇଦେଇଛି । ଜଙ୍ଘ ହାଡ଼ ସ୍ପଷ୍ଟ ଦେଖାଯାଉଛି । ଯୁବକଟି ଛୋଟେଇ ଛୋଟେଇ ଚାଲୁଛି । ହାତରେ ଧରିଛି ଗୋଟେ କଳା ରଙ୍ଗର ବିଲେଇ । ଯେଉଁ ବିଲେଇର ଚର୍ଚ୍ଚା ଗତକାଲି ଡାକ ବଙ୍ଗଳାରେ ହେଉଥିଲା । 

ଯେଉଁ ବିଲେଇକୁ ନେଇ ଏତେ ପ୍ରଶ୍ନବାଚୀ ସୃଷ୍ଟି ହେଇଥିଲା ।   

             


Rate this content
Log in

Similar oriya story from Horror