Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Writer Roja Panda

Others

5.0  

Writer Roja Panda

Others

ଛିଣ୍ଡା ଚପଲ ଚିହ୍ନ

ଛିଣ୍ଡା ଚପଲ ଚିହ୍ନ

1 min
528



‌ଥରେ ଜଣେ କୁଜି ନେତା ଇଲେକ୍ସନରେ ଠିଆ ହେଇଥିଲେ । ଇଲେକ୍ସନ ପାଇଁ ପ୍ରଚାର କରିବା ତ ନିହାତି ଦରକାର । ହେଲେ ସେ ତ ଅପାଠୁଆ ଲୋକ । ପ୍ରଚାର ବିଷୟରେ କିଛି ବି ଜାଣିନଥିଲେ । ଲୋକମାନଙ୍କୁ ଭୋଟ କେମିତି ମାଗିବେ । ସେ କୁଜିନେତା ଜଣକ ଅପାଠୁଆ ହେଲେ ବି ହାସ୍ୟରସରେ ପାରଙ୍ଗମ ଥିଲେ । ଖୁବ ମଜାଳିଆ ପ୍ରକୃତିର । ଥରେ ସେ ଇଲେକ୍ସନ ପ୍ରଚାରରେ ବାହାରିଲେ । ଗୋଟେ ଗାଁ ମୁଣ୍ଡରେ ପ୍ରଚାର ଆରମ୍ଭ ହେଲା । ଗାଁ ମୁଣ୍ଡ ଠାକୁରାଣୀ ମଣ୍ଡପରେ କୁଜିନେତା ଜଣକ ଭାଷଣ ଦେବାପାଇଁ ପ୍ରସ୍ତୁତ ହେଲେ । ତାଙ୍କ ଭାଷଣ ଶୁଣିବା ପାଇଁ ଗାଁ ଲୋକେ ରୁଣ୍ଡ ହେଇଗଲେ । କୁଜିନେତା ଜଣକ ମଞ୍ଚ ଉପରକୁ ଆସିଲେ । ହେଲେ ଏ କି ଅଦ୍ଭୁତ ରୂପ ? ଫୁଲମାଳ ପରିବର୍ତ୍ତେ ବେକରେ ଲମ୍ବିଛି ଛିଣ୍ଡା ଚାପଲର ମାଳ । ପାଦରେ ଛିଣ୍ଡା ଚପଲ ହଳେ । ମୁଣ୍ଡରେ ଗେଣ୍ଡୁମାଳ । ଗାଲରେ ଧଳା ଧଳା ଚୂନ ପରି ଠାଏ ଠାଏ ପାଉଡର । ଆଖିରେ ଆଙ୍ଗୁଠି ମୋଟର କଜ୍ବଳ ଗାର । ଦେହରେ ପିନ୍ଧିଥିବା ପାଇଜାମାରେ ଠାଏ ଠାଏ ଅଲଗା ରଙ୍ଗର ରପୁ ମରାହେଇଛି । ବିଲକୁଲ ଜୋକର ପରି ଠାଣି । କୁଜିନେତା ଜଣକ ଭାଷଣ ଆରମ୍ଭ କଲେ । ପ୍ରଥମେ ନିଜର ପରିଚୟ ପ୍ରଦାନ କଲେ । ତାଙ୍କର ନାମ ଥିଲା - ଶ୍ରୀ ଶ୍ରୀମତୀ ମିସ ମିଷ୍ଟର ହରିହର ଗଙ୍ଗାଧର ମହେଶ୍ୱର ଭୁବନେଶ୍ୱର ଦାସ ବିହାରୀ ମହାମହୋପାଧ୍ୟାୟ । ସେ ଭାଷଣରେ ନିଜ ପରିଚୟ ପ୍ରଦାନ କରି ଆରମ୍ଭ କଲେ ଭାଷଣ । ଯାହା ଥିଲା - ଆଜ୍ଞା ନମସ୍କାରେ । ତେମେ ଅପଣେ ମେତେ ଛିଣ୍ଡା ଚପଲରେ ଭୋଟ ଦେବେ । ନହଲେ ମୋର ବଲାନ୍ସ ଫେଲ ହେଇଯିବ । ମୁଁ ଜିତିଲେ ପୁରା ଭାବରେ ଫିଟିଙ୍ଗ କରିଦେବି ସବୁ । 


Rate this content
Log in